ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭାରତ ସରକାରଙ୍କ ବରିଷ୍ଠ ବୈଜ୍ଞାନିକ  ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି  । ଏମାନଙ୍କ ମଧ୍ୟରେ ନୀତି ଆୟୋଗର ସଦସ୍ୟ ଡଃଭି॰କେ॰ସାରସ୍ୱତ, ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ଡଃ॰ଆର॰ଚିଦାମ୍ବରମ୍ ଏବଂ କେନ୍ଦ୍ର ସରକାରଙ୍କ ବିଜ୍ଞାନ ସମ୍ପର୍କିତ ଆନୁସଙ୍ଗିକ ବିଭାଗର ସଚିବମାନେ ସାମିଲ ଥିଲେ ।

ବିଜ୍ଞାନ ଗବେଷଣା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନ ଭାରତର ପ୍ରଗତି ଏବଂ ସମୃଦ୍ଧି ପାଇଁ ମହତ୍ୱପୂର୍ଣ୍ଣ । ଦେଶର ସମସ୍ୟା ସମାଧାନ ଲାଗି ବିଜ୍ଞାନ ଏବଂ ପ୍ରଯୁକ୍ତି କୌଶଳର ବହୁଳ ଉପଯୋଗ ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଥିଲେ ।

କ୍ରୀଡ଼ା ପ୍ରତିଭା ଚିହ୍ନଟ ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଉଜ୍ଜ୍ୱଳ ଏବଂ ଶ୍ରେଷ୍ଠ ବିଜ୍ଞାନ ପ୍ରତିଭାଙ୍କୁ ଚିହ୍ନଟ କରିବା ଲାଗି ବ୍ୟବସ୍ଥା ବିକଶିତ କରାଯିବା ଆବଶ୍ୟକ ।

ସେ କହିଥିଲେ ଯେ ତୃଣମୂଳ ସ୍ତରରେ ବ୍ୟାପକ ନବସୃଜନ ହେଉଛି । ଏହି କ୍ଷେତ୍ରରେ ପାରମ୍ପରିକ ତଥା ପୁରୁଣାକାଳିଆ ଚିନ୍ତାଧାରାରୁ ଉପରକୁ ଉଠିବା ଲାଗି ବରିଷ୍ଠ ବୈଜ୍ଞାନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇ  ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୃଣମୂଳ ସ୍ତରରେ ହେଉଥିବା ନବସୃଜନକୁ ରେକର୍ଡ କରିବା ଏବଂ ଏହାର ସଫଳତାକୁ ଗ୍ରହଣ କରିବା ଲାଗି ଦୃଢ଼ ବ୍ୟବସ୍ଥା ବିକଶିତ ହେବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ବାହିନୀ ଦ୍ୱାରା ହେଉଥିବା ନୂଆ ନୂଆ ଉଦ୍ଭାବନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

କୃଷି କ୍ଷେତ୍ର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରୋଟିନଯୁକ୍ତ ଡାଲି, ଭିଟାମିନ-ସମୃଦ୍ଧ ଖାଦ୍ୟଶସ୍ୟ ଏବଂ ଜଡାତେଲର ମୂଲ୍ୟ ସମ୍ବର୍ଦ୍ଧନ ଭଳି ପଦକ୍ଷେପ ତ୍ୱରାନ୍ୱିତ କରିବା ଲାଗି ପରାମର୍ଶ ଦେଇଥିଲେ ।

ଶକ୍ତି କ୍ଷେତ୍ର ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୌର ଶକ୍ତି କ୍ଷେତ୍ରରେ ଥିବା ସମ୍ଭାବନାକୁ କାର୍ଯ୍ୟକାରୀ କରିବା ପ୍ରତି ଯଥାସମ୍ଭବ ଗୁରୁତ୍ୱ ଦିଆଯିବା ଉଚିତ, ଏହା ଶକ୍ତି ଆମଦାନୀ  କ୍ଷେତ୍ରରେ ଦେଶର ନିର୍ଭରଶୀଳତା କମାଇବ ।

ବିଭିନ୍ନ ଆହ୍ୱାନର ମୁକାବିଲା କରିବା ଏବଂ ଭାରତର ସାଧାରଣ ଜନତାଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଭାରତୀୟ ବୈଜ୍ଞାନିକଙ୍କ ନିକଟରେ ରହିଥିବା ସାମର୍ଥ୍ୟ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ 2022ରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଇଁ ସ୍ୱତନ୍ତ୍ର ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI scheme draws ₹2.16 trillion investment, drives ₹20.41 trillion in sales across 14 sectors

Media Coverage

PLI scheme draws ₹2.16 trillion investment, drives ₹20.41 trillion in sales across 14 sectors
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the demise of former Union Minister, Shri Mukul Roy
February 23, 2026

The Prime Minister, Shri Narendra Modi has expressed deep grief over the passing away of former Union Minister, Shri Mukul Roy. Shri Modi said that Shri Mukul Roy will be remembered for his political experience and efforts to serve society.

In a post on X, the Prime Minister said:

“Pained by the passing of former Union Minister Shri Mukul Roy Ji. He will be remembered for his political experience and efforts to serve society. Condolences to his family and supporters. Om Shanti.”