PM Modi meets Indian Team that participated in FIFA U-17 World Cup
Sports helps in developing personality, building confidence, and in overall development, says PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଫିଫା ଅଣ୍ଡର-17 ବିଶ୍ଵ କପ ଭାରତୀୟ ଦଳକୁ ଭେଟିଛନ୍ତି । ସମ୍ପ୍ରତି ଅନୁଷ୍ଠିତ ଫିଫା ବିଶ୍ଵ କପରେ ଏହି ଭାରତୀୟ ଦଳର ସଦସ୍ୟମାନେ ଭାଗନେଇଥିଲେ ।

ମତ ବିନିମୟ କାଳରେ ଖେଳାଳୀମାନେ ଫିଫା ବିଶ୍ଵ କପରୁ ହାସଲ କରିଥିବା ଅନୁଭୂତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପରାଜୟ ଘଟିଥିଲେ ମଧ୍ୟ ଭାରତୀୟ ଦଳ ଏଥିରେ କୌଣସି ପ୍ରକାର ଦୁଃଖ କରିବା ଉଚିତ ନୁହଁ । ଏଭଳି ଟୁର୍ଣ୍ଣାମେଣ୍ଟକୁ ଏକ ଶିକ୍ଷଣ ପ୍ରକ୍ରିୟା ଓ ସୁଯୋଗ ରୂପେ ଅନୁଭବ କରିବାକୁ ହେବ । ସଫଳତାର ପ୍ରଥମ ସୋପାନ ହେଉଛି ଉତ୍ସାହ ଓ ଉଦ୍ଦୀପନା ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା । ଏହାଦ୍ୱାରା ଖେଳ ଓ ଖେଳାଳୀଙ୍କ ମର୍ଯ୍ୟାଦା ବୃଦ୍ଦି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଫୁଟବଲ ଖେଳରେ ଅନେକ କିଛି ଶିଖିବାର ଅଛି । କ୍ରୀଡା ଯୁବକମାନଙ୍କ ମଧ୍ୟରେ ବ୍ୟକ୍ତିତ୍ଵର ବିକାଶ ଘଟାଇବା ସହ ଆତ୍ମବିଶ୍ଵାସ ବଢାଇଥାଏ ଏବଂ ଖେଳାଳୀଙ୍କ ସାମଗ୍ରିକ ବିକାଶରେ ସହାୟ ହୋଇଥାଏ ।

ପ୍ରଧାନମନ୍ତ୍ରୀଙ୍କ ସହ ଫୁଟବଲ ଖେଳାଳୀମାନଙ୍କ ଏହି ମତ ବିନିମୟ କାଳରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ କର୍ଣ୍ଣେଲ ରାଜ୍ୟବାର୍ଦ୍ଧନ ସିଂହ ରାଠୋର ଉପସ୍ଥିତ ଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi