PM Modi launches #SwachhataHiSeva Movement, gives clarion call for rededicating ourselves towards fulfilling Bapu's dream of a Clean India
In the last four years, Swachhata has become a mass movement: PM Modi #SwachhataHiSeva
Nearly 9 crore toilets constructed in the last 4 years, around 4.5 lakh villages, 450 districts and 20 states and union territories have been declared ODF: PM #SwachhataHiSeva
Swachhata must become our Swabhaav: PM Modi #SwachhataHiSeva
Youngsters are ambassadors of social change. The way they have furthered the message of cleanliness is commendable: PM Modi #SwachhataHiSeva
Unclean environment impact poor the most: PM Modi #SwachhataHiSeva

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନରେ ରାଷ୍ଟ୍ରବ୍ୟାପୀ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଏବଂ ବାପୁଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି (ଶନିବାର) ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିଛନ୍ତି  ।

ସ୍ୱଚ୍ଛତା ଦିଗରେ ଅଧିକ ସାର୍ବଜନୀନ ଅଂଶୀଦାର ସୃଜନ କରିବା ଆଜି ଆରମ୍ଭ କରାଯାଇଥିବା ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନର ଉଦ୍ଦେଶ୍ୟ  । ଏହାର ଆୟୋଜନ ଅକ୍ଟୋବର 2, 2018 ରେ ସ୍ୱଚ୍ଛ ଭାରତ ମିଶନର ଚତୁର୍ଥ ବାର୍ଷିକୀ ପୂର୍ତ୍ତି ଅବସରରେ କରାଯାଉଛି, ଯାହା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ସମାରୋହର ଆରମ୍ଭକୁ ମଧ୍ୟ ପ୍ରଦର୍ଶୀତ କରାଏ  । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ଅଭିଯାନର ଅଂଶବିଶେଷ ହେବା ଏବଂ ଏକ ‘ସ୍ୱଚ୍ଛ ଭାରତ’ ନିର୍ମାଣର ପ୍ରଚେଷ୍ଟାକୁ ସୁଦୃଢ କରିବା ପାଇଁ ନିବେଦନ କରିଥିଲେ  ।

ସେ ସମଗ୍ର ଦେଶର 17ଟି ସ୍ଥାନର ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଭିଡିଓ କନଫେରେନ୍ସିଂଜରିଆରେ ମତ ବିନିମୟ କରିଥିଲେ  ।

ଭାବ ବିନିମୟ ଜରିଆରେ ପ୍ରଧାନମନ୍ତ୍ରୀ କିଛି ପ୍ରମୁଖ ଉପଲବ୍ଧିଗୁଡିକ ବାଣ୍ଟିଥିଲେ । ଏଥିରେ ଚାରିବର୍ଷ ମଧ୍ୟରେ ଭାରତର 450ଟି ଜିଲା ଖୋଲା ଶୌଚମୁକ୍ତ (ODF) ହୋଇପାରିଛି  । ସେହିଭଳି 20ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଏହି ସମୟ ମଧ୍ୟରେ ନିଜକୁ ଖୋଲା ଶୌଚମୁକ୍ତ ଘୋଷିତ କରିସାରିଛନ୍ତି  । ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ଶୌଚାଳୟ ଅବା ଆବର୍ଜନା ପକାଇବା ପାତ୍ର ପ୍ରଦାନ କରିବା ପର୍ଯ୍ୟାପ୍ତ ନୁହେଁ ଏବଂ ଏହା ମଧ୍ୟ କହିଥିଲେ ଯେ ସ୍ୱଚ୍ଛତା ଏକ ଅଭ୍ୟାସ ଯାହାକୁ ନିଜ ଭିତରେ ବିକଶିତ କରାଯାଇପାରେ । ସେ କହିଥିଲେ ଯେ ସମଗ୍ର ଦେଶର ଲୋକମାନେ ଏବେ ଏହି ଅଭ୍ୟାସର ବିକାଶ କ୍ଷେତ୍ରରେ ଅଂଶୀଦାର ହୋଇପାରିବେ  ।

ଆସାମ ଦିବ୍ରୁଗଡର ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜ ସ୍କୁଲ ଏବଂ କ୍ଷେତ୍ରକୁ ସ୍ୱଚ୍ଛ କରିବା ଦିଗରେ ନିଜର ଯୋଗଦାନ ବିଷୟରେ କହିଥିଲେ  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବବର୍ଗ ହେଉଛନ୍ତି ସାମାଜିକ ପରିବର୍ତ୍ତନର ରାଷ୍ଟ୍ରଦୂତ  । ସେ କହିଥିଲେ ଯେ ଯେଉଁଭଳି ଭାବେ ପିଲାମାନେ ସ୍ୱଚ୍ଛତାର ବାର୍ତ୍ତାକୁ ଆଗକୁ ବଢାଇଛନ୍ତି ତାହା ପ୍ରଶଂସନୀୟ  ।

ଗୁଜରାଟର ମେହସାଣାରେ ଦୁଗ୍ଧ ଏବଂ କୃଷି ସମବାୟ ସଂଘର ସଦସ୍ୟମାନେ ସ୍ୱଚ୍ଛତା ଦିଗରେ ନିଜର ପଦକ୍ଷେପଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ଡାଇରିଆ ଭଳି ରୋଗକୁ ହ୍ରାସ କରିବା ଦିଗରେ ସହାୟକ ହୋଇପାରିଛି  ।

ଅଭିନେତା ଅମିତାଭ ବଚ୍ଚନ ନିଜେ ଭାଗ ନେଇଥିବା ମୁମ୍ବାଇର ସମୁଦ୍ର ତଟ ଏବଂ ଅନ୍ୟ ସ୍ୱଚ୍ଛତା କାର୍ଯ୍ୟକଳାପ ବିଷୟରେ ଗେଟୱେ ଅଫ ଇଣ୍ଡିଆ ନିକଟରୁ ସୂଚନା ପ୍ରଦାନ କରିଥିଲେ  । ପ୍ରଖ୍ୟାତ ଉଦ୍ୟୋଗପତି ଶ୍ରୀ ରତନ ଟାଟା ମଧ୍ୟ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  । ସେ କହିଥିଲେ ଯେ ଏହି ଅଭିଯାନରେ ସାମିଲ ହେବା ଗର୍ବ ଏବଂ ଗୌରବର ବିଷୟ ଏବଂ ଏହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ସ୍ୱପ୍ନ ହେବା ଉଚିତ୍  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେସରକାରୀ କ୍ଷେତ୍ର ସ୍ୱଚ୍ଛ ଭାରତର ସୃଜନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ବିଶ୍ୱାସ ରହିଛି ।

ଶ୍ରୀ ସଂଜୟ ଗୁପ୍ତାଙ୍କ ସମେତ ଦୈନିକ ଜାଗରଣ ଗଣମାଧ୍ୟମର ବରିଷ୍ଠ ପତ୍ରକାର, ନଏଡାରୁ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଚ୍ଛତା କ୍ଷେତ୍ରରେ ସେମାନଙ୍କ ପଦକ୍ଷେପଗୁଡିକ ବିଷୟରେ ସୂଚନା ଦେଇଥିଲେ । ଆଇଟିବିପି’ର ଯବାନମାନେ ମଧ୍ୟ ମତ ବିନିମୟ କାର୍ଯ୍ୟକ୍ରମରେ ଲଦ୍ଦାଖରପାଙ୍ଗଙ୍ଗ ହ୍ରଦ ନିକଟରୁ ଅଂଶଗ୍ରହଣ କରିଥିଲେ  । ପ୍ରଧାନମନ୍ତ୍ରୀ ଆଇଟିବିପି ର ଯବାନମାନଙ୍କର ବାହାଦୂରୀ ଏବଂ ସେମାନଙ୍କ ସେବାର ଭୂରି ଭୂରି ପ୍ରଶଂସା କରିଥିଲେ  ।

ମତ ବିନିମୟ କାର୍ଯ୍ୟକ୍ରମରେ ସଦଗୁରୁ ଜାଗ୍ଗି ବାସୁଦେବ କୋଏମ୍ବାଟୁରରୁ ଯୋଗଦେଇଥିଲେ  । ସେ କହିଥିଲେ ଯେ ସ୍ୱଚ୍ଛତା ଅଭିଯାନ ଅତ୍ୟନ୍ତ ଉତ୍ସାହ ସ୍ତରରେ ପହଂଚିଛି ବୋଲି ସେ ତାଙ୍କ ଗସ୍ତ ସମୟରେ ଦେଖିବାକୁ ପାଇଥିଲେ  । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାକୁ ସେ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ କୌଣସି ସରକାର କିମ୍ବା ପ୍ରଧାନମନ୍ତ୍ରୀଙ୍କର ନୁହେଁ ବରଂ ପୂରା ରାଷ୍ଟ୍ରର ଅଭିଯାନ  ।

ଛତିଶଗଡର ଦାନ୍ତେୱାଡା ଏବଂ ତାମିଲନାଡୁରୁ ସାଲେମ’ର ମହିଳା ସ୍ୱଚ୍ଛାଗ୍ରହୀମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱଚ୍ଛତା ଦିଗରେ ନିଜ ପ୍ରଚେଷ୍ଟା ବିଷୟରେ ସୂଚନା ପ୍ରଦାନ କରିଥିଲେ  । ଆଧ୍ୟାତ୍ମିକ ଗୁରୁ ଏବଂ ପାଟନା ସାହିବ ଗୁରୁଦ୍ୱାରର ନାଗରିକ ଏବଂ ମାଉଣ୍ଟ ଆବୁରୁ ଦାଦି ଜାନକୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ  । ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା କ୍ଷେତ୍ରରେ ଅବଦାନ ପାଇଁ ବ୍ରହ୍ମାକୁମାରମାନଙ୍କୁ ଧନ୍ୟବାଦ ଦେଇଥିଲେ  । ପ୍ରଧାନମନ୍ତ୍ରୀ, ମଧ୍ୟପ୍ରଦେଶ ରାଜଗଡର ନାଗରିକ ଏବଂ ଉତ୍ତରପ୍ରଦେଶର ଫତେପୁର ନାଗରିକଙ୍କ ସମେତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମତ ବିନିମୟ କରିଥିଲେ  । ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏହି କାର୍ଯ୍ୟକ୍ରମରେ ବେଙ୍ଗାଲୁରୁରୁ ଯୋଗ ଦେଇଥିଲେ । ସେ କହିଥିଲେ ଯେ ଖାସକରି ଯୁବବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ସମଗ୍ର ଦେଶକୁ ଉତ୍ସାହିତ କରିଛନ୍ତି  ।

ପ୍ରଧାନମନ୍ତ୍ରୀ ଗଙ୍ଗାକୁ ସ୍ୱଚ୍ଛ କରିବା ପାଇଁ କାର୍ଯ୍ୟ କରୁଥିବା ସ୍ୱୟଂସେବକମାନଙ୍କ ସହିତ ଉତ୍ତରପ୍ରଦେଶର ବିଜନୋରରୁ ମତ ବିନିମୟ କରିଥିଲେ  । ମା’ ଗଙ୍ଗାଙ୍କୁ ସ୍ୱଚ୍ଛ ଓ ନିର୍ମଳ କରିବା କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ  । ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଗଙ୍ଗା ନଦୀ ତଟରେ ବସବାସ କରୁଥିବା ନାଗରିକମାନେ ସ୍ୱତଃପ୍ରବୃତ ଭାବେ ଗଙ୍ଗା ନଦୀକୁ ପରିଷ୍କରଣକରିବା ପାଇଁ କାର୍ଯ୍ୟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ସରିଫ ଦରଘାର ଭକ୍ତ ଏବଂ ହରିଆନାର ରେୱାରୀରୁ ରେଳବାଇ କର୍ମଚାରୀମାନେ ମଧ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ  । ମା ଅମୃତାନନ୍ଦମୟୀ କୋଲାମଠାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  ।

ମତ ବିନିମୟ ସମୟରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛାଗ୍ରହୀମାନଙ୍କର ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଇତିହାସରେ ସେମାନଙ୍କ ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ  । ସେ କହିଥିଲେ ଯେ ସ୍ୱଚ୍ଛତା ଦିଗରେ ଆମ ବିଶ୍ୱାସ ଏବଂ ସଂକଳ୍ପ ଆକାଶର ଉଚ୍ଚତାରେ ରହିଛି  । ସେ ଲୋକମାନଙ୍କୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ  ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to Vice President Thiru CP Radhakrishnan Ji
May 04, 2026

Prime Minister Shri Narendra Modi today extended warm birthday greetings to Vice President Thiru CP Radhakrishnan Ji.

The Prime Minister noted that the Vice President is making numerous efforts to strengthen the collective dream of building a Viksit Bharat. Shri Modi highlighted that his consistent efforts to enhance the productivity and effectiveness of Parliamentary proceedings reflect his deep commitment to democratic values.

The Prime Minister further stated that the Vice President's unwavering passion for all-round development, with a concern for the poor and marginalised, is equally inspiring. Emphasising that his public life continues to be guided by dedication, discipline, and a clear sense of purpose, Shri Modi prayed for his good health, happiness, and a long life in the service of the nation.

The Prime Minister posted on X:

"Warm birthday greetings to Vice President Thiru CP Radhakrishnan Ji. He is making numerous efforts to strengthen our collective dream of building a Viksit Bharat. His consistent efforts to enhance the productivity and effectiveness of our Parliamentary proceedings reflect his deep commitment to democratic values. Equally inspiring is his unwavering passion for all-round development, with a concern for the poor and marginalised. His public life continues to be guided by dedication, discipline and a clear sense of purpose. I pray for his good health, happiness and a long life in the service of the nation."