"ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ କରିଛନ୍ତି "
ଛାତ୍ରମାନଙ୍କର ବିଶେଷକରି ଗରିବ ଶ୍ରେଣୀର ଏବଂ ଗ୍ରାମାଂଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ଆହ୍ୱାନ କରିଛନ୍ତି
ଶିକ୍ଷା ପାଇଁ ଉତ୍ସର୍ଗୀକୃତ ମନୋଭାବ ଏବଂ ଏହାକୁ ସେମାନଙ୍କ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିଥିବାରୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ସଂଗଠନକୁ ସକ୍ରୀୟ କରାଇବା ସହିତ ସ୍କୁଲର ବିକାଶରେ ଏକ ଅଭିନ୍ନ ଅଙ୍ଗ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଜେତାମାନଙ୍କୁ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶିକ୍ଷକ ଦିବସ ଅବ୍ୟବହିତ ପୂର୍ବରୁ ଆଜି (ମଙ୍ଗଳବାର) ଲୋକ କଲ୍ୟାଣ ମାର୍ଗଠାରେ ବର୍ଷ 2017ର ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ବିଜେତାମାନଙ୍କ ସହ ମତ ବିନିମୟ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ଥିଲେ  ।

ଦେଶରେ ଶିକ୍ଷାର ମାନ ବୃଦ୍ଧି କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ, ପୁରସ୍କାର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶିକ୍ଷା ପାଇଁ ଉତ୍ସର୍ଗୀକୃତ ମନୋଭାବ ଏବଂ ଏହାକୁ ସେମାନଙ୍କ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିଥିବାରୁ ସେ ତାଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ  । ସେ କହିଥିଲେ ଯେ, ଜଣେ ଶିକ୍ଷକ ଜୀବନସାରା ଶିକ୍ଷକ ହିଁ ହୋଇ ରହିଥାନ୍ତି  ।

ଆଲୋଚନା ବେଳେ, ସେମାନଙ୍କ ସଂଗଠନକୁ ସକ୍ରୀୟ କରାଇବା ସହିତ ସ୍କୁଲର ବିକାଶରେ ଏକ ଅଭିନ୍ନ ଅଙ୍ଗ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଜେତାମାନଙ୍କୁ ନିବେଦନ କରିଥିଲେ  । ଛାତ୍ରମାନଙ୍କର ବିଶେଷକରି ଗରିବ ଶ୍ରେଣୀର ଏବଂ ଗ୍ରାମାଂଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ସେ ଶିକ୍ଷକମାନଙ୍କୁ କହିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷାବିତମାନେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଦୂରତ୍ୱକୁ ସଂପୂର୍ଣ୍ଣ ରୂପେ ହ୍ରାସ କରିବା ଦିଗରେ କାର୍ଯ୍ୟ କରନ୍ତୁ, ଯାହାଦ୍ୱାରା ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କର ଆଜୀବନ ସ୍ମରଣୀୟ ହୋଇ ରହିବେ । ସ୍କୁଲଗୁଡିକରେ ଏବଂ ଏହାର ପାର୍ଶ୍ଵବର୍ତ୍ତି ଅଂଚଳରେ ଡିଜିଟାଲ ସଂସ୍କାର ଆଣିବା ପାଇଁ ଶିକ୍ଷକମାନଙ୍କୁ ସେ ପ୍ରୋତ୍ସାହିତ କରିଥିଲେ  ।

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନ କରିବା ସମୟରେ ପୁରସ୍କାର ବିଜେତାମାନେ ସେମାନଙ୍କ ସ୍କୁଲକୁ ଶିକ୍ଷାର କେନ୍ଦ୍ର ଏବଂ ସର୍ବୋତ୍ତମ ଭାବେ ରୂପାନ୍ତରିତ କରିବା କ୍ଷେତ୍ରରେ ଉତ୍ସାହପୂର୍ଣ୍ଣ କାହାଣୀମାନ ବର୍ଣ୍ଣନା କରିଥିଲେ । ନୂତନ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଏବଂ ଡିଜିଟାଲ ଇଣ୍ଡିଆ ଭଳି ଯୋଜନା ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରି କହିଥିଲେ ଯେ ଏହା ଜରିଆରେ ଦେଶରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏକ ବଡ ଧରଣର ଗୁଣାତ୍ମକ ପରିବର୍ତ୍ତନ ଅଣାଯାଇପାରିବ  ।

ଚଳିତ ବର୍ଷ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଚୟନ ନିୟମାବଳୀରେ ପରିବର୍ତ୍ତନ କରାଯାଇଥିଲା  । ଏହି ନୂତନ ଯୋଜନାରେ ସ୍ୱ-ଚୟନର ପରିକଳ୍ପନା କରାଯାଇଛି ଏବଂ ସଂପ୍ରତି ପ୍ରମୁଖ ରାଷ୍ଟ୍ରୀୟ ପୁରସ୍କାରଗୁଡିକର ନୂତନତ୍ୱ  ଦ୍ୱାରା ଏହା ପ୍ରେରିତ  । ଏହି ଯୋଜନା ସ୍ୱଚ୍ଛ, ନିରପେକ୍ଷ ଏବଂ ପୁରସ୍କାରର ଉତ୍କୃଷ୍ଟତାକୁ ପ୍ରଦର୍ଶିତ କରୁଛି । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi pitches India as stable investment destination amid global turbulence

Media Coverage

PM Modi pitches India as stable investment destination amid global turbulence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 12, 2026
January 12, 2026

India's Reforms Express Accelerates: Economy Booms, Diplomacy Soars, Heritage Shines Under PM Modi