ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାରୀ ଶକ୍ତି ପୁରସ୍କାର ହାସଲ କରିଥିବା କୃତି ମହିଳାମାନଙ୍କୁ ଭେଟିବା ସହିତ ସେମାନଙ୍କ ସହ ମତ ବିନିମୟ କରିଛନ୍ତି ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ “ସେବା ପରମ ଧର୍ମ”ର ତାତ୍ପର୍ଯ୍ୟ ଏବଂ ଏହା ଆମ ସଂସ୍କୃତିର କିଭଳି ଅଂଶ ବିଶେଷ ହୋଇଛି ସେ ସମ୍ପର୍କରେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୁରସ୍କାର ବିଜୟିନୀମାନେ ଜନସେବା ତଥା ପରୋପକାର ପାଇଁ ନିଜ ଜୀବନକୁ ସମର୍ପିତ କରିଛନ୍ତି । କେବଳ ଯେ ସେମାନଙ୍କ ସେବା ଓ ଅବଦାନ ହେତୁ ଅନେକ ଲୋକ ଉପକୃତ ହୋଇଛନ୍ତି ତା’ ନୁହେଁ ବରଂ ସେମାନେ ସମାଜ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ର ଏବେ ଭଗିନୀ ନିବେଦିତାଙ୍କର 150ତମ ଜୟନ୍ତୀ ପାଳନ କରୁଛି ଯିଏକି ନିଷ୍କାମ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିସ୍ଵାର୍ଥପର ସେବା ହେଉଛି ଭାରତୀୟ ଭାବଧାରର ଏକ ଅଂଶ ବିଶେଷ ଯାହାକି ଧର୍ମଶାଳା, ଗୋଶାଳା ଏବଂ ଦାତବ୍ୟ ଶିକ୍ଷାନୁଷ୍ଠାନ ଭଳି ଦେଶର ବିଭିନ୍ନ ସ୍ଥାନରେ ପରିଦୃଶ୍ୟ ହେଉଛି ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ ଏହି ଅବସରରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP To Grow 7% In FY26: Crisil Revises Growth Forecast Upward

Media Coverage

India’s GDP To Grow 7% In FY26: Crisil Revises Growth Forecast Upward
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 16, 2025
December 16, 2025

Global Respect and Self-Reliant Strides: The Modi Effect in Jordan and Beyond