ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାରୀ ଶକ୍ତି ପୁରସ୍କାର ହାସଲ କରିଥିବା କୃତି ମହିଳାମାନଙ୍କୁ ଭେଟିବା ସହିତ ସେମାନଙ୍କ ସହ ମତ ବିନିମୟ କରିଛନ୍ତି ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ “ସେବା ପରମ ଧର୍ମ”ର ତାତ୍ପର୍ଯ୍ୟ ଏବଂ ଏହା ଆମ ସଂସ୍କୃତିର କିଭଳି ଅଂଶ ବିଶେଷ ହୋଇଛି ସେ ସମ୍ପର୍କରେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୁରସ୍କାର ବିଜୟିନୀମାନେ ଜନସେବା ତଥା ପରୋପକାର ପାଇଁ ନିଜ ଜୀବନକୁ ସମର୍ପିତ କରିଛନ୍ତି । କେବଳ ଯେ ସେମାନଙ୍କ ସେବା ଓ ଅବଦାନ ହେତୁ ଅନେକ ଲୋକ ଉପକୃତ ହୋଇଛନ୍ତି ତା’ ନୁହେଁ ବରଂ ସେମାନେ ସମାଜ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ର ଏବେ ଭଗିନୀ ନିବେଦିତାଙ୍କର 150ତମ ଜୟନ୍ତୀ ପାଳନ କରୁଛି ଯିଏକି ନିଷ୍କାମ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିସ୍ଵାର୍ଥପର ସେବା ହେଉଛି ଭାରତୀୟ ଭାବଧାରର ଏକ ଅଂଶ ବିଶେଷ ଯାହାକି ଧର୍ମଶାଳା, ଗୋଶାଳା ଏବଂ ଦାତବ୍ୟ ଶିକ୍ଷାନୁଷ୍ଠାନ ଭଳି ଦେଶର ବିଭିନ୍ନ ସ୍ଥାନରେ ପରିଦୃଶ୍ୟ ହେଉଛି ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ ଏହି ଅବସରରେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India solar capacity to quadruple, wind to triple over decade: Power ministry adviser

Media Coverage

India solar capacity to quadruple, wind to triple over decade: Power ministry adviser
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends Eid-ul-Fitr greetings to everyone
March 21, 2026

Prime Minister Shri Narendra Modi today extended his heartiest greetings to the nation on the auspicious occasion of Eid-ul-Fitr.

The Prime Minister wrote on X:

"Best wishes on Eid-ul-Fitr. May this day further brotherhood and kindness all around. May everyone be happy and healthy.
Eid Mubarak!"