PM holds meetings with leaders of ASEAN countries

ଭାରତ-ଆସିଆନ ଭାଗିଦାରୀତାର 25 ବର୍ଷ ପାଳନ ନିମନ୍ତେ ଅନୁଷ୍ଠିତ ହେଉଥିବା ଆସିଆନ-ଭାରତ ସ୍ମାରକୀ ସମ୍ମିଳନୀ (ଏଆଇସିଏସ)ର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଆଁମାରର ରାଷ୍ଟ୍ରୀୟ କାଉନସେଲର ଡ. ଅଙ୍ଗ ସାନ ସୁ କି, ଭିଏତନାମର ପ୍ରଧାନମନ୍ତ୍ରୀ ଶ୍ରୀ ଙ୍ଗୁଏନ ଜୁଆନ ଫୁକ  ଏବଂ ଫିଲିପାଇନ୍ସର ରାଷ୍ଟ୍ରପତି ଶ୍ରୀ ରୋଡ୍ରିଗୋ ରୋଆ ଦୁତେର୍ତେଙ୍କ ସହ ବୁଧବାର ଦିନ ଭିନ୍ନ ଭିନ୍ନ ଦ୍ୱିପାକ୍ଷିକ ବୈଠକେରେ ଭାଗ ନେଇଥିଲେ ।

2) ଆସିଆନ-ଭାରତ ସ୍ମାରକୀ ସମ୍ମିଳନୀରେ ଭାଗନେବା ପାଇଁ ତଥା ଚଳିତ ବର୍ଷ ଜାନୁଆରୀ 26ରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିବାରୁ ଭାରତ ଆସିଥିବା ତିନି ନେତାଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।

3) ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ର କାଉନସେଲର ଅଙ୍ଗ ସାନ ସୁ କିଙ୍କ ମଧ୍ୟରେ ଉଭୟ ଦେଶ କିପରି ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବେ ସେଥିନେଇ ଆଲୋଚନା କରାଯାଇଥିଲା । 2017 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିଆଁମାର ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ପରବର୍ତ୍ତୀ କାର୍ଯ୍ୟପନ୍ଥା ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇଥିଲା ।

4) ପ୍ରଧାନମନ୍ତ୍ରୀ ଫୁକଙ୍କ ସହିତ ହୋଇଥିବା ବୈଠକରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ବୁଝାମଣା ରଣନୀତିକ ଭାଗିଦାରୀତାର ଢ଼ାଂଚା ମୁତାବକ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ପ୍ରଗତିକୁ ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ପ୍ରଗତିରେ ଅନ୍ତର୍ଭୁକ୍ତ ରହିଛି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅନ୍ତର୍ଗତ ସାମୁଦ୍ରୀକ କ୍ଷେତ୍ରରେ ସହଯୋଗ, ପ୍ରତିରକ୍ଷା, ତେଲ ଏବଂ ଗ୍ୟାସ, ବାଣିଜ୍ୟ ଏବଂ ନିବେଶ । ଉଭୟ ନେତା ରାଜି ହୋଇଥିଲେ ଯେ ଆସିଆନ-ଭାରତ ମହାକାଶ ସହଯୋଗିତା ଅଧୀନରେ ଭିଏତନାମ ଗସ୍ତ ସମୟରେ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା, ଟ୍ରାକିଂ ଏବଂ ଡାଟା ରିସେପ୍ସନ ସେଂଟର ଓ ଡାଟା ପ୍ରକ୍ରିୟାକରଣ ସୁବିଧା କ୍ଷେତ୍ରରେ ପାରସ୍ପରିକ ସହଯୋଗିତା ବୃଦ୍ଧିକୁ ନେଇ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଫଳରେ ଭାରତ-ଭିଏତନାମ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିବ । 100 ନିୟୁତ ଆମେରିକୀୟ ଡଲାରର ଲାଇନ ଅଫ କ୍ରେଡିଟର କାର୍ଯ୍ୟକାରିତା ନେଇ ଉଭୟ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ଅଧୀନରେ ସାମୁଦ୍ରିକ ପଇଁତରା ଜାହାଜ (ଓପିଭିଏସ) ନିର୍ମାଣ ନିମନ୍ତେ ଏଲ ଏଣ୍ଡ ଟିକୁ ଠିକା ପ୍ରଦାନ କରାଯାଇଛି । ସେମାନେ ନିଷ୍ପତି ନେଇଥିଲେ ଯେ 500 ନିୟୁତ ଆମେରିକୀୟ ଡଲାରର ଅନ୍ୟ ଲାଇନ ଅଫ କ୍ରେଡିଟକୁ ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ।

5) ରାଷ୍ଟ୍ରପତି ଦୁତେର୍ତେଙ୍କ ସହିତ ଅନୁଷ୍ଠିତ ବୈଠକରେ ଉଭୟ ନେତା ପାରସ୍ପରିକ ସମ୍ପର୍କ କ୍ଷେତ୍ରରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ ଏବଂ 2017 ନଭେମ୍ବରରେ ମାନିଲାଠାରେ ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଆଂଚଳିକ ଏବଂ ବୈଶ୍ୱିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ବିଶେଷ କରି ଭିତ୍ତିଭୂମି ନିର୍ମାଣକୁ ଅଗ୍ରାଧିକାର ପ୍ରଦାନ କରିବା ନିମନ୍ତେ ଉଭୟ ପକ୍ଷ ରାଜି ହୋଇଥିଲେ । ଭାରତର ଏକ୍ଟ ଇଷ୍ଟ ନୀତି ଏବଂ ଫିଲିପାଇନ୍ସର ବିଲ୍ଡ-ବିଲ୍ଡ କାର୍ଯ୍ୟକ୍ରମ ଅନ୍ତର୍ଗତ ଉଭୟ ଦେଶର ଘରୋଇ କ୍ଷେତ୍ରମାନଙ୍କ ମଧ୍ୟରେ ସହଯୋଗିତା ନେଇ ଅନେକ ସୁଯୋଗ ରହିଥିବା ଉଭୟ ପକ୍ଷ ସ୍ୱୀକାର କରିଥିଲେ । ଉଭୟ ନେତାଙ୍କ ଉପସ୍ଥିତିରେ ଇନଭେଷ୍ଟ ଇଣ୍ଡିଆ ଏବଂ ବୋର୍ଡ ଅଫ ଇନଭେଷ୍ଟମେଂଟ ଅଫ ଦି ଫିଲିପାଇନ୍ସ ମଧ୍ୟରେ ବୁଝାମଣା ପତ୍ର ଆଦାନ ପ୍ରଦାନ ହୋଇଥିଲା ।

6) ତିନୋଟି ଯାକ ବୈଠକରେ ଭାରତ ଗସ୍ତରେ ଆସିଥିବା ପ୍ରତିନିଧି ମାନେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଶାନ୍ତି, ସୁରକ୍ଷା ଏବଂ ସାମାଜିକ-ଅର୍ଥନୈତିକ ପ୍ରଗତି ନିମନ୍ତେ ଆସିଆନ-ଭାରତ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏଆଇସିଏସରେ ହେବାକୁ ଥିବା ଆଲୋଚନା ନିମନ୍ତେ ଅତ୍ୟନ୍ତ ଆଗ୍ରହର ସହ ଅପେକ୍ଷା କରିଥିବା ପ୍ରକାଶ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India’s Rs 175 crore Diving Support Craft projects strengthen Navy’s underwater capabilities

Media Coverage

How India’s Rs 175 crore Diving Support Craft projects strengthen Navy’s underwater capabilities
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026