Heartening to see such warmth, enthusiasm & patience of citizens to bear this limited inconvenience for a greater good: PM
Government is unwavering in its effort to create an India which is corruption free: PM
Heartening to learn that people are actively volunteering to help senior citizens withdraw money & exchange their currency: PM

ଏକ ଭ୍ରଷ୍ଟାଚାର ମୁକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବ

ସର୍ବସାଧାରଣ ଏବେ ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ନୋଟ ପ୍ରତିବଦଳ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି । ୫୦୦ ଓ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରୀକରଣ ପରିପ୍ରେକ୍ଷୀରେ ଜନସାଧାରଣ ବେଙ୍କ ସମ୍ମୁଖରେ ଧାଡି ବାନ୍ଧି ଶୃଙ୍ଖଳାର ସହ ପୁରୁଣା ନୋଟ ବଦଳାଇବା ସହ ନୂଆ ନୋଟ ନେଉଥିବାରୁ ସେ ତାଙ୍କ ଟ୍ଵିଟ ଜରିଆରେ ସାଧୁବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲୋକମାନଙ୍କ ଧୌର୍ଯ୍ୟକୁ ଅତ୍ୟନ୍ତ ଉତ୍ସାହଜନକ, ଭବ୍ୟ ଓ ପ୍ରଶଂସନୀୟ ବୋଲି କହିଛନ୍ତି । ଦେଶର ସାମୁହିକ ସ୍ଵାର୍ଥ ପାଇଁ ସାଧାରଣ ନାଗରିକ ଏଭଳି ସୀମିତ ଅସୁବିଧାର ସମ୍ମୁଖୀନ ହେବାକୁ ତିଳେ ହେଲେ କୁଣ୍ଠାବୋଧ କରିନଥିବାରୁ ସେ ବିକାଶର ସୁଫଳ ଖୁବ ଶୀଘ୍ର ଜନସାଧାରଣଙ୍କ ପାଖରେ ପହଞ୍ଚିବ ବୋଲି ବର୍ଣ୍ଣନା କରିଛନ୍ତି । ଏକ ଭ୍ରଷ୍ଟାଚର ମୁକ୍ତ ଭାରତ ଗଠନ ଦିଗରେ ତାଙ୍କ ସରକାର ଅବିରାମ ପ୍ରୟାସ ଜାରି ରଖିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
“ଅତ୍ୟନ୍ତ ଖୁସି ଯେ, ନାଗରିକମାନେ ବେଙ୍କରେ ଶୃଙ୍ଖଳା ଓ ଧୈର୍ଯ୍ୟର ସହ ସେମାନଙ୍କର ନୋଟ ପ୍ରତିବଦଳ କରି ନେଉଛନ୍ତି ଏବଂ ବ୍ୟାଙ୍କକୁ ଧନ୍ୟବାଦ ଜଣାଉଛନ୍ତି ।

ଆହୁରି ମଧ୍ୟ ଉତ୍ସାହପ୍ରଦ ଘଟଣା ଶୁଣିବାକୁ ମିଳୁଛି ଯେ, ଜନସାଧାରଣ ବରିଷ୍ଠ ନାଗରିକମାନଙ୍କୁ ସର୍ବାଗ୍ରେ ଓ ସୁବିଧାରେ ଟଙ୍କା ଉଠାଇବା ପାଇଁ ସକ୍ରିୟ ସହଯୋଗ କରୁଛନ୍ତି ।

ସୀମିତ ଅସୁବିଧାକୁ ବହନ କରିଥିବା ନାଗରିକମାନଙ୍କର ଏଭଳି ପ୍ରେରଣଦାୟକ, ଭବ୍ୟ ଓ ଉତ୍ସାହପ୍ରଦ କାର୍ଯ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ।

ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଏକ ଭ୍ରଷ୍ଟାଚାର ମୁକ୍ତ ଭାରତ ନିର୍ମାଣ ଦିଗରେ ସରକାରଙ୍କ ଉଦ୍ୟମ ଅହରହ ଚାଲୁ ରହିବ ଏବଂ ଏହାର ସୁଫଳ ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Macron To Busch, What European Leaders' Big Presence At AI Impact Summit 2026 Means For India

Media Coverage

From Macron To Busch, What European Leaders' Big Presence At AI Impact Summit 2026 Means For India
NM on the go

Nm on the go

Always be the first to hear from the PM. Get the App Now!
...
PM greets the people of Arunachal Pradesh on the occasion of their Statehood Day
February 20, 2026

Prime Ministed Shri Narendra Modi greeted the people of Arunachal Pradesh on the occasion of their Statehood Day today.

PM lauded Arunachal Pradesh as a shining example of harmony between tradition and nature. He noted that its spirited and industrious citizens play a vital role in strengthening the nation’s progress.

In a post on X, Shri Modi said:

“Warm wishes to the people of Arunachal Pradesh on the occasion of their Statehood Day.

Blessed with majestic landscapes and an extraordinary cultural diversity, Arunachal Pradesh stands as a shining example of harmony between tradition and nature. Its spirited and industrious citizens play a vital role in strengthening the nation’s progress. At the same time, the state’s diverse tribal ethos adds immense richness to our nation.

May the state continue to scale new heights of development in the times to come.”