ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ନୌସେନାର ଆଧୁନିକ ବୁଡାଜାହାଜ ଆଇଏନଏସ କଲବରୀକୁ ରାଷ୍ଟ୍ର ଲାଗି ସମର୍ପିତ କରିଛନ୍ତି ।

ଭାରତର ଜନସାଧାରଣଙ୍କୁ ଏହି ଅବସରରେ ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ଆଇଏନଏସ କଲବରୀକୁ “ମେକ ଇନ ଇଣ୍ଡିଆ”ର ଏକ ପ୍ରମୁଖ ଉଦାହରଣ ବୋଲି ବର୍ଣ୍ଣନା କରିଥିଲେ । ଏହାର ନିର୍ମାଣରେ ସାମିଲ ଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ବୁଡାଜାହାଜ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଭାଗିଦାରୀତାର ଚମତ୍କାର ପ୍ରଦର୍ଶନ ବୋଲି ସେ ପ୍ରକାଶ କରିଥିଲେ । ସେ କହିଲେ ଯେ ଆଇଏନଏସ କଲବରୀ ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏକବିଂଶ ଶତାବ୍ଦୀକୁ ଏସିଆର ଶତାବ୍ଦୀ ଭାବେ ଅଭିହିତ କରାଯାଇଛି । ସେ ପୁନଶ୍ଚ କହିଲେ ଯେ ଏକବିଂଶ ଶତାବ୍ଦୀରେ ବିକାଶର ପଥ ଭାରତୀୟ ମହାସାଗର ମଧ୍ୟଦେଇ ଯିବା ନିଶ୍ଚିତ । ସେଥିପାଇଁ ସରକାରଙ୍କ ନୀତି ନିର୍ଦ୍ଧାରଣରେ ଭାରତୀୟ ମହାସାଗରର ଏକ ସ୍ୱତନ୍ତ୍ର ସ୍ଥାନ ରହିଥିବାର ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଭବିଷ୍ୟଦୃଷ୍ଟିକୁ ସାଗର(SAGAR) ସଂକ୍ଷିପ୍ତ ନାମାନୁସାରେ ବୁଝାଯାଇ ପାରିବ । ଏହାର ଅର୍ଥ ହେଲା ଏହି ଅଂଚଳରେ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ପ୍ରଗତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ମହାସାଗରରେ ଏହାର ବୈଶ୍ୱିକ, ରଣନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ ନେଇ ଭାରତ ସମ୍ପୂର୍ଣ୍ଣ ଭାବେ ସତର୍କ ରହିଛି । ଆଧୁନିକ ଏବଂ ବହୁବିଧ ସୁବିଧା ସମ୍ପନ୍ନ ଭାରତୀୟ ନୌସେନା ଏହି ଅଂଚଳରେ ଶାନ୍ତି ଏବଂ ସ୍ଥିରତା ବୃଦ୍ଧି ନିମନ୍ତେ କିପରି ଏକ ନେତୃତ୍ୱ ଭୂମିକା ଗ୍ରହଣ କରେ ସେ ସମ୍ବନ୍ଧରେ ସେ ସୂଚନା ପ୍ରଦାନ କରିଥିଲେ ।

ସେ କହିଥିଲେ ଯେ ଏହି ମହାସାଗରର ସ୍ୱାଭାବିକ ଶକ୍ତି ଆମ ଜାତୀୟ ବିକାଶ କ୍ଷେତ୍ରରେ ଅର୍ଥନୈତିକ ଶକ୍ତି ଯୋଗାଇଥାଏ । ସେଥିପାଇଁ ଭାରତ ସାମୁଦ୍ରିକ ସନ୍ତ୍ରାସବାଦ, ଜଳଦସ୍ୟୁ ଆକ୍ରମଣ, ଜାହାଜ ମାଧ୍ୟମରେ ମାଦକଦ୍ରବ୍ୟ(Drugs) କାରବାର ଆଦି ସମସ୍ୟା ମୁକାବିଲା କରିବାର ଆହ୍ୱାନ ସମ୍ବନ୍ଧରେ ସଚେତନ ରହିଛି । ଏହି ସମସ୍ୟା ଗୁଡ଼ିକୁ କେବଳ ଭାରତ ନୁହେଁ ବରଂ ଏହି ଅଂଚଳର ସମସ୍ତ ଦେଶମାନଙ୍କୁ ସମ୍ମୁଖୀନ ହେବାକୁ ପଡିବ । ଏହି ସବୁ ଆହ୍ୱାନର ମୁକାବିଲା ପାଇଁ ଭାରତ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବାର ସେ ପ୍ରକାଶ କରିଥିଲେ ।

ସେ କହିଲେ ଯେ ସମଗ୍ର ବିଶ୍ୱ ଏକ ପରିବାର ଏବଂ ଏହାର ବୈଶ୍ୱିକ ଦାୟିତ୍ୱବୋଧ ନିର୍ବାହ କରିବା ନେଇ ଭାରତ ବିଶ୍ୱାସ କରେ । ସମସ୍ୟା କାଳରେ ଭାରତ ଏହାର ଅଂଶୀଦାର ଦେଶମାନଙ୍କ ପାଖରେ ପ୍ରଥମ ଉତ୍ତରଦାୟୀ ଦେଶର ଭୂମିକା ଗ୍ରହଣ କରିଥିବା ସେ ପ୍ରକାଶ କରିଥିଲେ । ସେ କହିଲେ ଯେ ଭାରତୀୟ କୂଟନୀତି ଏବଂ ସୁରକ୍ଷା କ୍ଷେତ୍ରରେ ମାନବୀୟ ଭାବର ପ୍ରଦର୍ଶନ ଆମର ସ୍ୱତନ୍ତ୍ରତା । ସେ କହିଲେ ଯେ ମାନବୀୟତା ପାଇଁ ଶକ୍ତିଶାଳୀ ଓ ସମର୍ଥ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡିବ । ସେ କହିଲେ ଯେ ଶାନ୍ତି ଓ ସ୍ଥିରତା ପଥରେ ବିଶ୍ୱବ୍ୟାପୀ ଦେଶସମୂହ ଭାରତ ସହିତ ପାଦ ମିଳାଇ ଚାଲିବାକୁ ଆଗ୍ରହୀ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ତିନି ବର୍ଷ ଧରି ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ବନ୍ଧିତ ପରିବେଶ ପରିବର୍ତ୍ତିତ ହେବାରେ ଲାଗିଛି । ସେ କହିଲେ ଯେ ଆଇଏନଏସ କଲବରୀ ନିର୍ମାଣ ସମୟରେ ଯେଉଁ ଦକ୍ଷତା ଏବଂ କୌଶଳର ଆହରଣ କରାଯାଇଛି ତାହା ଭାରତ ପାଇଁ ଏକ ସମ୍ପଦ ।

ପ୍ରଧାନମନ୍ତ୍ରୀ କହିଲେ ଯେ “ଏକ ପାହ୍ୟା ଏକ ପେନସନ” କ୍ଷେତ୍ର ନେଇ ରହିଥିବା ଦୀର୍ଘ ଦିନର ବିଳମ୍ବକୁ ସରକାରଙ୍କ ସଂକଳ୍ପ ଫଳରେ ସମାଧାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାରଙ୍କ ଦୃଢ ନୀତି ଏବଂ ସେନା ବାହିନୀର ସାହାସିକତା ଯୋଗୁଁ ଜାମ୍ମୁ-କାଶ୍ମୀରରେ ସନ୍ତ୍ରାସବାଦ ଏକ ଛାୟାଯୁଦ୍ଧ ଭଳି ରୂପ ନେବାରେ ଅସଫଳ ହୋଇଛି ।

ଦେଶର ସୁରକ୍ଷା ପାଇଁ ଜୀବନ ଉତ୍ସର୍ଗ କରିଥିବା ସମସ୍ତ ସେନାନୀଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।

Click Here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi