ୟୁଏଇ ରାଷ୍ଟ୍ରପତି ରୂପେ ପୁନଃ ନିର୍ବାଚିତ ହୋଇଥିବାରୁ ମହାମହିମ ଶେଖ ଖଲିଫା ବିନ ଜାୟେଦ ଅଲ ନାହ୍ୟାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ରାଷ୍ଟ୍ରପତି ରୂପେ ପୁନଃ ନିର୍ବାଚିତ ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ ଖଲିଫା ବିନ ଜାୟେଦ ଅଲ ନାହ୍ୟାନଙ୍କୁ ଆମର ଶୁଭେଛା । ମୁଁ ନିଶ୍ଚିତ ଯେ, ତାଙ୍କର ବଳିଷ୍ଠ ଏବଂ ଦୂରଦର୍ଶୀ ନେତୃତ୍ଵ, ଆମ ବନ୍ଧୁତା ଏବଂ ବ୍ୟାପକ ରଣନୈତିକ ଭାଗିଦାରୀ ଜାରିରହିବା ସହ ଅଧିକ ନିବିଡ ହେବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Our congratulations to President H.H. Sheikh Khalifa bin Zayed Al Nahyan on being re-elected as President of UAE. I am confident that under his dynamic and visionary leadership, our friendship and our Comprehensive Strategic Partnership will continue to further grow and deepen.
— Narendra Modi (@narendramodi) November 7, 2019


