ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକାଧିକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମର ପ୍ରିୟ ଏବଂ ସମ୍ମାନସ୍ପଦ କେଶୁଭାଇ ଆଉ ନାହାନ୍ତି । ଏଥିପାଇଁ ମୁଁ ଗଭୀର ଭାବେ ମର୍ମାହତ । ସେ ଜଣେ ତୁଙ୍ଗ ନେତା ଓ ସମାଜର ସବୁବର୍ଗର ଲୋକଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ । ଗୁଜରାଟର ବିକାଶ ସହ ପ୍ରତ୍ୟେକ ଗୁଜରାଟୀଙ୍କୁ ସଶକ୍ତ କରିବା ଦିଗରେ ତାଙ୍କ ଜୀବନ ଥିଲା ଉତ୍ସର୍ଗୀକୃତ ।

ଜନସଂଘ ଓ ବିଜେପିକୁ ସୁଦୃଢ କରିବା ପାଇଁ କେଶୁଭାଇ ଗୁଜରାଟର କୋଣ ଅନୁକୋଣ ଭ୍ରମଣ କରିଥିଲେ । ସେ ଜରୁରୀକାଳିନ ପରିସ୍ଥିତିର ଘୋର ବିରୋଧୀ ଥିଲେ । ଚାଷୀଙ୍କ କଲ୍ୟାଣ ତାଙ୍କ ହୃଦୟକୁ ସବୁବେଳେ ସ୍ପର୍ଶ କରୁଥିଲା । ବିଧାୟକ ହୁଅନ୍ତୁ ବା ସାଂସଦ, ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ସେ ଚାଷୀମାନଙ୍କୁ ସୁହାଇବା ଭଳି ଅନେକ ବିଧେୟକ ପାରିତ କରାଇବା ସୁନିଶ୍ଚିତ କରୁଥିଲେ ।

ମୋ ସମେତ ଅନେକ ଦଳର କର୍ମକର୍ତ୍ତାଙ୍କୁ କେଶୁଭାଇ ଦିଗଦର୍ଶନ ଦେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି ତାଙ୍କ ସୁଗୁଣର ଅନୁରାଗୀ ଥିଲେ । ଆଜି ଆମେ ସମସ୍ତେ ମର୍ମାହତ ।  ତାଙ୍କ ପରିବାର ଓ ଶୁଭେଚ୍ଛୁମାନଙ୍କ ସହ ମୁଁ ରହିଛି । ତାଙ୍କ ପୁଅ ଭରତ ସହ କଥା ହୋଇ ଶୋକ ବ୍ୟକ୍ତ କରିଛି” । ଓମ ଶାନ୍ତି ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-EU trade pact to better tech access

Media Coverage

India-EU trade pact to better tech access
NM on the go

Nm on the go

Always be the first to hear from the PM. Get the App Now!
...
Governor of Nagaland meets Prime Minister
March 24, 2026