PM Modi conferred the 2018 Seoul Peace Prize for improving international cooperation, accelerating Human Development of the people of India
PM Modi awarded the 2018 Seoul Peace Prize for raising global economic growth and furthering the development of democracy through anti-corruption and social integration efforts
Seoul Peace Prize Committee praises 'Modinomics' for reducing social and economic disparity between the rich and the poor
Seoul Peace Prize Committee recognizes PM Modi's initiatives to make the government cleaner through anti-corruption measures and demonetisation
Seoul Peace Prize Committee lauds PM Modi for his contribution towards regional and global peace through a proactive foreign policy

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ 2018 ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବା ଲାଗି ସିଓଲ ଶାନ୍ତି ପୁରସ୍କାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ମାନବୀୟ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୁର୍ନୀତି ନିରୋଧୀ ତଥା ସାମାଜିକ ସଂହତି ପ୍ରୟାସ ଜରିଆରେ ଗଣତନ୍ତ୍ରର ବିକାଶକୁ ଆଗେଇ ନେବା ଦିଗରେ ସମର୍ପିତ ପ୍ରୟାସ ଲାଗି ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

2018 ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରିବା ଅବସରରେ ପୁରସ୍କାର ସମିତି, ଭାରତୀୟ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ଗୁଡ଼ିକର ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ ଏବଂ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ତାରତମ୍ୟ ହ୍ରାସ କରିବା ଲାଗି ‘ମୋଦୀ ଅର୍ଥନୀତି’ର ପ୍ରଚଳନ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନକୁ ବିବେଚନା କରିଛି । ଦୁର୍ନୀତି ନିରୋଧୀ ପଦକ୍ଷେପ ଏବଂ ବିମୁଦ୍ରୀକରଣ ଜରିଆରେ ସରକାରକୁ ସ୍ୱଚ୍ଛ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସମିତି ଉଚ୍ଚପ୍ରଶଂସା କରିଛି । ‘ମୋଦୀ ନୀତିସମୂହ’ ଏବଂ ‘ଏକ୍ଟ ଇଷ୍ଟ ନୀତି’ ଜରିଆରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରଗୁଡ଼ିକ ସହ ସକ୍ରିୟ ବୈଦେଶିକ ନୀତି ଜରିଆରେ କ୍ଷେତ୍ରୀୟ ଏବଂ ବିଶ୍ୱ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ମଧ୍ୟ ପୁରସ୍କାର ସମିତି ପ୍ରଶଂସା କରିଛି । ଏହି ପୁରସ୍କାରରେ ସମ୍ମାନିତ ହେବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବିଶ୍ଵର ଚତୁର୍ଦ୍ଦଶ ବିଶିଷ୍ଟ ନେତା ।

ଏହି ସମ୍ମାନଜନକ ପୁରସ୍କାର ଏବଂ କୋରିଆ ସାଧାରଣତନ୍ତ୍ର ସହିତ ଭାରତର ନିବିଡ଼ ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ପୁରସ୍କାରକୁ ସାଦରେ ଗ୍ରହଣ କରିଛନ୍ତି । ଆପୋସ ଭାବେ ନିର୍ଦ୍ଧାରିତ ଉପଯୁକ୍ତ ସମୟରେ ସିଓଲ ଶାନ୍ତି ପୁରସ୍କାର ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ  ।

ପୃଷ୍ଠଭୂମି

1990 ମସିହାରେ କୋରିଆର ସିଓଲରେ ଅନୁଷ୍ଠିତ ଚତୁର୍ବିଂଶ ଅଲିମ୍ପିକ କ୍ରୀଡ଼ାର ସଫଳତା ସ୍ମୃତିରେ ସିଓଲ ଶାନ୍ତି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଏହି କ୍ରୀଡ଼ା ମହାକୁମ୍ଭରେ ସାରା ବିଶ୍ୱରୁ 160ଟି ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ ।  ଏହି ପୁରସ୍କାରର ଉଦ୍ଦେଶ୍ୟ ସୌହାର୍ଦ୍ଦ୍ୟ ଏବଂ ବନ୍ଧୁତା ତଥା ବିଶ୍ୱବ୍ୟାପୀ ଏକ ଶାନ୍ତି ଓ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରିବା । କୋରିଆ ଉପଦ୍ୱୀପ ଏବଂ ଅବଶିଷ୍ଟ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କୋରିଆର ଲୋକମାନଙ୍କ ଆଗ୍ରହକୁ ପ୍ରତିଫଳିତ କରିବା ଲାଗି ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ।

ପ୍ରତି ଦୁଇ ବର୍ଷରେ ଥରେ ସିଓଲ ଶାନ୍ତି ପୁରସ୍କାର ସେହି ବ୍ୟକ୍ତିବିଶେଷମାନଙ୍କୁ ଦିଆଯାଇ ଆସୁଛି ଯେଉଁମାନେ ମାନବୀୟ ସଦଭାବନା, ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବନ୍ଧୁତା ଏବଂ ବିଶ୍ୱଶାନ୍ତି ଦିଗରେ ଯୋଗଦାନ କରିଆସୁଛନ୍ତି । ପୂର୍ବରୁ ବିଶ୍ୱସ୍ତରର ବହୁ ବିଶିଷ୍ଟ ବ୍ୟକ୍ତି ଯଥା ମଳିତ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନନ, ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ ଏବଂ ଡକ୍ଟର୍ସ ୱିଦଆଉଟ ବର୍ଡର୍ସ ଓ ଅକ୍ସଫାମ ଭଳି ବିଶିଷ୍ଟ ଅନ୍ତର୍ଜାତୀୟ ରିଲିଫ ସଂସ୍ଥାକୁ ଏହି ପୁରସ୍କାର ଦିଆଯାଇଛି । ସାରା ବିଶ୍ୱରୁ 13ଶହରୁ ଊର୍ଦ୍ଧ୍ଵ ନାମାଙ୍କନକାରୀଙ୍କ ଉପଲବ୍ଧିକୁ ବିବେଚନା କରିବା ପରେ ପୁରସ୍କାର ସମିତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚୟନ କରିବା ସହିତ, ତାଙ୍କୁ 2018 ସିଓଲ ଶାନ୍ତି ପୁରସ୍କାର ପାଇଁ ‘ଉପଯୁକ୍ତ ପ୍ରାର୍ଥୀ’ ଭାବେ ଘୋଷଣା କରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Move from endless war to end of war': PM Modi to Russian President Putin

Media Coverage

Move from endless war to end of war': PM Modi to Russian President Putin
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.