ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ନ୍ୟାସନାଲ କ୍ୟାଡେଟ୍ କର୍ପସ (NCC) ରାଲିରେ ଯୋଗଦେଇଥିଲେ । ରାଲିରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନରର ତଦାରଖ କରିଥିଲେ ଏବଂ ଦେଶର ବିଭିନ୍ନ ଏନସିସି ଟିମ୍ ତଥା ଅନ୍ୟ ବନ୍ଧୁ ଓ ପଡ଼ୋଶୀ ରାଷ୍ଟ୍ରରୁ ଆସିଥିବା କ୍ୟାଡେଟ୍ ଦ୍ୱାରା ମାର୍ଚ୍ଚ ପାଷ୍ଟର ସମୀକ୍ଷା କରିଥିଲେ ।

ବୋଡୋ ଓ ବ୍ରୁ-ରିଆଙ୍ଗ ଚୁକ୍ତି

ଉତ୍ତର ପୂର୍ବାଞ୍ଚଳ ବିକାଶ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଲେ ଯେ ପୂର୍ବରୁ ଏହି ଅଞ୍ଚଳ ଅବହେଳିତ ଏବଂ ବିଚ୍ଛିନ୍ନତାବାଦୀ ଲଢ଼େଇର ସମ୍ମୁଖୀନ ହେଉଥିଲା, ହିଂସାରେ ବହୁ ନିରୀହ ଲୋକଙ୍କ ଜୀବନ ଯାଉଥିଲା । ସେ କହିଲେ ଯେ ଗୋଟିଏ ପଟେ ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ସରକାରଙ୍କ ଦ୍ୱାରା ଅଦୃଷ୍ଟପୂର୍ବ ଯୋଜନା ଅଣାଗଲା, ଏବଂ ଅନ୍ୟପକ୍ଷରେ ସମ୍ପୂର୍ଣ୍ଣ ଖୋଲା ମସ୍ତିଷ୍କ ଓ ଖୋଲା ହୃଦୟର ସହ ସବୁ ଅଂଶୀଦାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରାଗଲା । ଏହାର ଫଳସ୍ୱରୂପ ବୋଡୋ ଚୁକ୍ତି ହେଲା । ଏହା ୟଙ୍ଗ ଇଣ୍ଡିଆର ଚିନ୍ତାଧାରା ।

ମିଜୋରାମ ଓ ତ୍ରିପୁରା ମଧ୍ୟରେ ବ୍ରୁ-ରିଆଙ୍ଗ ଚୁକ୍ତି ପରେ ବ୍ରୁ ଟ୍ରାଇବକୁ ନେଇ 23 ବର୍ଷ ପୁରୁଣା ସମସ୍ୟାର ସମାଧାନ ହୋଇଥିଲା । ଏହା ହିଁ ୟଙ୍ଗ ଇଣ୍ଡିଆର ଚିନ୍ତାଧାରା । ପ୍ରତ୍ୟେକଙ୍କୁ ଏକାଠି ନେଇ, ପ୍ରତ୍ୟେକଙ୍କର ବିକାଶ କରାଇ, ପ୍ରତ୍ୟେକଙ୍କୁ ଫାଇଦା ଦେଇ ଆମେ ଦେଶକୁ ଆଗକୁ ବଢ଼ାଉଛୁ ।

ନାଗରିକତା ସଂଶୋଧନ ଆଇନ

ପ୍ରଧାନମନ୍ତ୍ରୀ କହିଲେ ଯେ ନାଗରିକତା ସଂଶୋଧନ ଆଇନର ସତ୍ୟତା ନେଇ ଦେଶର ଯୁବଗୋଷ୍ଠୀ ଜାଣିବା ନିହାତି ଆବଶ୍ୟକ । ସ୍ୱାଧୀନତା ପରଠାରୁ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ଥିବା ହିନ୍ଦୁ-ଶିଖ୍ ଓ ଅନ୍ୟ ସଂଖ୍ୟାଲଘୁ ଯଦି ଭାରତ ଆସିବାକୁ ଚାହିଁବେ, ସେମାନଙ୍କୁ ଗ୍ରହଣ କରାଯିବ ବୋଲି ସ୍ୱାଧୀନ ଭାରତ ପ୍ରତିଶ୍ରୁତିବଦ୍ଧ ହୋଇଛି । ସେ କହିଛନ୍ତି, ଏହା ଗାନ୍ଧିଜୀଙ୍କ ଇଚ୍ଛା ଥିଲା, ଏହା 1950 ନେହରୁ-ଲିଆକତ୍ ଚୁକ୍ତିର ଭାବନା ରହିଥିଲା । ଏସବୁ ରାଷ୍ଟ୍ରରେ ନିର୍ଯାତନାର ଶିକାର ହୋଇଥିବା ସଂଖ୍ୟାଲଘୁ ଲୋକମାନଙ୍କୁ ଶରଣ ଦେବା ଓ ସେମାନଙ୍କୁ ଭାରତର ନାଗରିକତା ପ୍ରଦାନ ଭାରତର ଦାୟିତ୍ୱ । କିନ୍ତୁ ଏଭଳି ହଜାର ହଜାର ଲୋକ ଅଗ୍ରହଣୀୟ ହୋଇଛନ୍ତି । ଏଭଳି ଲୋକମାନଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟ ବନ୍ଦ କରିବା ଉଦ୍ଦେଶ୍ୟରେ ଆଜି ଆମ ସରକାର ନାଗରିକତା ସଂଶୋଧନ ଆଇନ ଆଣି ଏଭଳି ଲୋକମାନଙ୍କୁ ଭାରତର ନାଗରିକତା ପ୍ରଦାନ କରି ନିଜର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ବିଭାଜନ ବେଳେ ବହୁ ଲୋକ ଭାରତ ଛାଡ଼ିଥିଲେ କିନ୍ତୁ ଏଠାରେ ଥିବା ସମ୍ପତ୍ତି ଉପରେ ସେମାନଙ୍କ ଦାବିଦାର ରଖିଥିଲେ । କୋଟି କୋଟି ଟଙ୍କାର ଏଭଳି ସମ୍ପତ୍ତି ଉପରେ ଭାରତର ଅଧିକାର ଥିବା ସତ୍ତ୍ୱେ ଶତ୍ରୁ ସମ୍ପତ୍ତିକୁ ଦଶନ୍ଧି ଦଶନ୍ଧି ଧରି ସ୍ଥଗିତ ରଖାଯାଇଥିଲା। ଯେଉଁମାନେ ସେତେବେଳେ ଶତ୍ରୁ ସମ୍ପତି ଆଇନକୁ ବିରୋଧ କରୁଥିଲେ ଏବେ ଏହି ଲୋକମାନେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବାକୁ ଆସିଛନ୍ତି ।

ଇଣ୍ଡୋ-ବାଂଲାଦେଶ ସୀମା ବିବାଦ

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିଲା । ଯେ ପର୍ଯ୍ୟନ୍ତ ସୀମା ବିବାଦ ରହିବ, ସେ ପର୍ଯ୍ୟନ୍ତ ଅନୁପ୍ରବେଶ ବନ୍ଦ ହେବନି । ଏହି ବିବାଦ ଅସମାହିତ ରହିବା ଦ୍ୱାରା ଅନୁପ୍ରବେଶକାରୀଙ୍କ ପାଇଁ ମୁକ୍ତ ପଥ ରହୁଛି, ଯେଉଁଥିପାଇଁ  ରାଜନୀତି କରିବାକୁ ସୁବିଧା ଦେଉଛି ।

ସେ କହିଲେ ଯେ ଉଭୟ ପକ୍ଷକୁ ଶୁଣି, ପ୍ରତ୍ୟେକଙ୍କୁ ଠିକ୍ ଭାବେ ବୁଝି, ଉଭୟ ରାଷ୍ଟ୍ର ସହମତ ହୋଇଥିବା ଏକ ସମାଧାନ ପନ୍ଥା ବାହାର କରି ସରକାର ବାଂଲାଦେଶ ସହ ସୀମା ବିବାଦର ସମାଧାନ କରିଛନ୍ତି । ଆଜି କେବଳ ସୀମା ବିବାଦ ସମାଧାନ ହୋଇଛି ତାହା ନୁହେଁ, ବରଂ ଭାରତ ଓ ବାଂଲାଦେଶ ସମ୍ପର୍କ ଏକ ନୂଆ ଐତିହାସିକ ଉଚ୍ଚତା ଛୁଇଁଛି ଏବଂ ଉଭୟ ରାଷ୍ଟ୍ର ଏବେ ଏକାଠି ଦାରିଦ୍ର୍ୟ ସହ ଲଢ଼େଇ କରୁଛନ୍ତି ।

ର୍ତ୍ତାରପୁର କରିଡର

ପ୍ରଧାନମନ୍ତ୍ରୀ କହିଲେ ଯେ ବିଭାଜନ ଯୋଗୁ ପାକିସ୍ତାନର ଅଂଶବିଶେଷ ହୋଇ ଗୁରୁଦ୍ୱାର କର୍ତ୍ତାରପୁର ସାହିବ ଆମଠାରୁ ଦୂରେଇ ଯାଇଥିଲା । କର୍ତ୍ତାରପୁର ଗୁରୁ ନାନକଙ୍କ ସ୍ଥାନ ଥିଲା । ଏହି ପବିତ୍ର ସ୍ଥାନ ସହ କୋଟି କୋଟି ଦେଶବାସୀଙ୍କ ଆଶା ଓ ବିଶ୍ୱାସ ଯୋଡ଼ି ହୋଇ ରହିଥିଲା । ସେ କହିଲେ ଯେ ଦଶନ୍ଧି ଦଶନ୍ଧି ହେଲା ଶିଖ୍ ଶ୍ରଦ୍ଧାଳୁମାନେ ସହଜରେ କର୍ତ୍ତାରପୁର ପହଞ୍ଚି ଗୁରୁଭୂମି ଦେଖିବାକୁ ଅପେକ୍ଷା କରୁଥିଲେ । ଏହି ସରକାରରେ କର୍ତ୍ତାରପୁର କରିଡର ନିର୍ମାଣ କରାଯାଇପାରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!