PM attends NITI Aayog’s interaction with economists and experts on “Economic Policy – The Road Ahead” 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୁଆଦିଲ୍ଲୀଠାରେ 40ଜଣ ବରିଷ୍ଠ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାର ବିଷୟବସ୍ତୁ ଥିଲା ଆର୍ଥିକ ନୀତି ଏବଂ ଭବିଷ୍ୟତ ପନ୍ଥା । ନୀତି ଆୟୋଗଙ୍କ ପକ୍ଷରୁ ଏହି ମତ ବିନିମୟ ଓ ବିଚାର ବିମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଆଲୋଚନା କାଳରେ ଅର୍ଥଶାସ୍ତ୍ରୀ ଓ ବିଶେଷଜ୍ଞମାନେ ମାକ୍ରୋ ଇକୋନୋମି, କୃଷି, ଗ୍ରାମ୍ୟ ବିକାଶ, କର୍ମ ନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ବିନିର୍ମାଣ, ରପ୍ତାନୀ, ସହରାଂଚଳ ବିକାଶ, ଭିତ୍ତିଭୂମି ଏବଂ ସଂଯୋଗୀକରଣ ଉପରେ ନିଜ ନିଜର ବିସ୍ତୃତ ମତ ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ ।

ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଏହି ଅବସରରେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିବା ଅର୍ଥଶାସ୍ତ୍ରୀ ଓ ବିଶେଷଜ୍ଞମାନଙ୍କୁ ସେମାନଙ୍କର ଚିନ୍ତନଶୀଳ ଓ ଅର୍ଥପୂର୍ଣ୍ଣ ପରାମର୍ଶ ପାଇଁ ବିଶେଷ ଧନ୍ୟବାଦ ଦେଇଥିଲେ ।

ଆଲୋଚନାରେ ଭାଗନେଇ ପ୍ରଧାନମନ୍ତ୍ରୀ ଅର୍ଥଶାସ୍ତ୍ରୀମାନଙ୍କ ସୁଚିନ୍ତିତ ପରାମର୍ଶକୁ ବେଶ ପ୍ରଶଂସା କରିଥିଲେ । ସାମ୍ପ୍ରତିକ ଅର୍ଥ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ସେମାନେ ଆଲୋଚନା କରିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ବିଶେଷକରି କ୍ଷେତ୍ରୀୟ ବିଶେଷଜ୍ଞମାନେ ବିଭିନ୍ନ ପ୍ରସଂଗରେ କରିଥିବା ଉପସ୍ଥାପନା ବେଶ ଲାଭପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଆଲୋଚନା ଓ ମତ ବିନିମୟ କାର୍ଯ୍ୟକ୍ରମରେ ଆର୍ଥିକ ଦିଗ ସହ ସମ୍ପୃକ୍ତ ଥିବା ମନ୍ତ୍ରଣାଳୟର ଅନେକ କେନ୍ଦ୍ର ମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's EV market to grow 12-fold to 30.4 mn units by 2032 under high-growth scenario: Report

Media Coverage

India's EV market to grow 12-fold to 30.4 mn units by 2032 under high-growth scenario: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.