PM Modi attends DGsP/IGsP Conference in Hyderabad
PM Modi recalls 26/ 11 Mumbai terror attacks, notes sacrifices of brave police personnel
Aspects such as human psychology and behavioural psychology should be vital parts of police training: PM
Technology and human interface are both important for the police force to keep progressing: PM
PM Modi launches a mobile app – Indian Police at Your Call
Prime Minister presents the President’s Police Medals for distinguished service to officers of the Intelligence Bureau

ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀଠାରେ ଅନୁଷ୍ଠିତ ପୁଲିସ ଡ଼ିଜି/ଆଇଜିଙ୍କ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ହେଉଛି ନଭେମ୍ବର ୨୬ । ଆଜିର ଦିନରେ ମୁମ୍ବାଇଠାରେ ଭୟଙ୍କର ସନ୍ତ୍ରାସବାଦ ଆକ୍ରମଣ ଘଟିଥିଲା । ପୁଲିସ ସାହସର ସହିତ ସନ୍ତ୍ରାସବାଦର ମୁକାବିଲା କରିଥିଲା । ସେ ମଧ୍ୟ ଶହୀଦ ହୋଇଥିବା ୩୩,୦୦୦ ପୁଲିସଙ୍କ ସମ୍ବନ୍ଧରେ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବାର୍ଷିକ ଅଧିବେଶନର ସଂଚାଳନ ପୁର୍ବ ଅପେକ୍ଷା ଏବେ ଭିନ୍ନ ଭାବେ ରୂପାନ୍ତରିତ ହୋଇଯାଇଛି । ଅନୁଭବ ବାଣ୍ଟିବାର ଏକ ଭିତ୍ତିଭୂମିରେ ଏହା ପରିଣତ ହୋଇଛି । ଏହାଫଳରେ ଯୋଜନା ନିର୍ମାଣ ନିମନ୍ତେ ଅନେକ ଉପାଦାନ ଏଠାରୁ ମିଳିପାରୁଛି ।

 

ପ୍ରଧାନମନ୍ତ୍ରୀ କାର୍ଯ୍ୟକାରୀ ହୋଇପାରିଲା ଭଳି ବିଷୟଗୁଡ଼ିକରୁ ମିଳିଥିବା ଫଳାଫଳ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ତାଲିମ ସମ୍ବନ୍ଧରେ ମତ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପ୍ରତି ସୂକ୍ଷ୍ମ କଳାର ବିକାଶ ଗୁରୁତ୍ଵପୂର୍ଣ୍ଣ ହୋଇପଡିଛି ଏବଂ ଏହା ତାଲିମ କାର୍ଯ୍ୟକ୍ରମର ଅଂଶବିଶେଷ ହେବା ଉଚିତ । ମଷିଷର ମନସ୍ତତ୍ତ୍ୱ ଓ ବ୍ୟବହାର ସମ୍ବନ୍ଧୀୟ ଦିଗ ତାଲିମର ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଉଚିତ ।


ପ୍ରଧାନମନ୍ତ୍ରୀ କହିଥିଲେ ଯେ ନେତୃତ୍ୱ ଦକ୍ଷତା ଗୁରୁତ୍ୱପୂର୍ଣ୍ଣ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଏହାର ବିକାଶ କରିବା ବରିଷ୍ଠ ପଦାଧିକାରୀଙ୍କ ଦାୟିତ୍ୱ । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପାଦରେ ପହରା ଦେବା ଓ କନଷ୍ଟେବଲ୍ ସ୍ତରରେ ବାର୍ତ୍ତା ସେବା ବୃଦ୍ଧି କରିବା ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପୁଲିସ ବାହିନୀରେ ସାମୂହିକ ତାଲିମ ମାଧ୍ୟମରେ ଗୁଣାତ୍ମକ ପରିବର୍ତ୍ତନ ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଷୟିକ ଜ୍ଞାନ ଓ ମାନବିକତା ପୁଲିସ ବାହିନୀକୁ ଆଗକୁ ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ।


ପ୍ରଧାନମନ୍ତ୍ରୀ ‘ଇଣ୍ଡିଆନ ପୁଲିସ ଏଟ୍ ୟୋର କଲ’ ନାମକ ଏକ ଆପ୍ ର ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଇଂଟେଲିଜେନ୍ସ ବ୍ୟୁରୋ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ପଦାଧିକାରୀମାନଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରିଥିଲେ ।

 

ପୂର୍ବରୁ ପ୍ରଧାନମନ୍ତ୍ରୀ ଜାତୀୟ ପୁଲିସ ଏକାଡେମୀରେ ଥିବା ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଏକ ଚାରା ରୋପଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"