ପୋଲିସ୍ ଫୋର୍ସକୁ ଅଧିକ ସମ୍ବେଦନଶୀଳ କରିବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ତାଲିମ ଦେବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ
ସଂଗଠନଗୁଡିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନକୁ ସୁଗମ କରିବା ପାଇଁ ନେସନାଲ ଡାଟା ଗଭର୍ନାନ୍ସ ଫ୍ରେମୱାର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସଂସ୍ଥା ମଧ୍ୟରେ ଉନ୍ନତ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
ପୁରୁଣା ଅପରାଧିକ ଆଇନ ରଦ୍ଦ କରିବାକୁ ସୁପାରିଶ୍‍ କରିଛନ୍ତି ପ୍ରଧାନମନ୍ତ୍ରୀ; ଜେଲ ସଂସ୍କାର ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଓ ୨୨ ଜାନୁଆରୀରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୫୭ତମ ସର୍ବଭାରତୀୟ ପୋଲିସ ମହା ନିର୍ଦ୍ଦେଶକ / ମହା ନିରୀକ୍ଷକ ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ପୋଲିସ ବାହିନୀକୁ ଅଧିକ ସମ୍ବେଦନଶୀଳ କରିବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ତାଲିମ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ସଂଗଠନଗୁଡିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନକୁ ସୁଗମ କରିବା ପାଇଁ ନେସନାଲ ଡାଟା ଗଭର୍ନାନ୍ସ ଫ୍ରେମୱାର୍କର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ ବାୟୋମେଟ୍ରିକ୍ସ ଭଳି ବୈଷୟିକ ସମାଧାନକୁ ଆହୁରି ଅଧିକ ଉପଯୋଗ କରାଯିବା ଉଚିତ, ଚାଲି ଚାଲି ପାଟ୍ରୋଲିଂ ଆଦି ଭଳି ପାରମ୍ପାରିକ ପୋଲିସ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି । ରାଜ୍ୟଗୁଡିକରେ ଅଚଳ ହୋଇଥିବା ପୁରୁଣାକାଳିଆ ଅପରାଧିକ ଆଇନ୍‍ର ଉଚ୍ଛେଦ ପାଇଁ ସୁପାରିଶ୍‍ କରିଛନ୍ତି । ଜେଲ ପରିଚାଳନାରେ ଉନ୍ନତି ଆଣିବା ପାଇଁ ସେ ଜେଲ ସଂସ୍କାର ସକାଶେ ପରାମର୍ଶ ଦେଇଥିଲେ । ସେ ଅଧିକାରମାନଙ୍କ ବାରମ୍ବାର ପରିଦର୍ଶନ ଆୟୋଜନ କରି ସୀମା ଏବଂ ଉପକୂଳ ସୁରକ୍ଷାକୁ ମଜବୁତ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଦକ୍ଷତା ବୃଦ୍ଧି ତଥା ସର୍ବୋତ୍ତମ ଅଭ୍ୟାସ ସେୟାର କରିବାପାଇଁ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସଂଗଠନ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନୂତନ ଭାବେ ଦେଖାଦେଉଥିବା ଆହ୍ୱାନ ଉପରେ ଆଲୋଚନା କରିବା ଏବଂ ସେମାନଙ୍କ ଦଳ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସର ବିକାଶ ପାଇଁ ରାଜ୍ୟ / ଜିଲ୍ଲା ସ୍ତରରେ ଡିଜିପି / ଆଇଜିପି ସମ୍ମିଳନୀର ମଡେଲକୁ ଦୋହରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ବଣ୍ଟନ କରିବା ପରେ ଏହି ସମ୍ମିଳନୀ ଶେଷ ହୋଇଥିଲା ।

ଏହି ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବିଦ୍ରୋହ ମୁକାବିଲା ଏବଂ ସାଇବର ସୁରକ୍ଷା ସମେତ ପୋଲିସିଂ ଏବଂ ଜାତୀୟ ନିରାପତ୍ତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ର ଗୃହ ସଚିବ, ଡିଜିପି / ଆଇଜିପି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନ / କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ । ବିଭିନ୍ନ ପାହ୍ୟାର ପ୍ରାୟ ୬୦୦ ଅଧିକାରୀ ଭର୍ଚୁଆଲ ମାଧ୍ୟମରେଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph