PM Modi commends the country's security apparatus for the work they are doing in securing the nation
There is need for greater openness among States on security issues: PM Modi
Cyber security issues should be dealt with immediately and should receive highest priority, says PM Modi

ଆଜି ତେକାନପୁରସ୍ଥିତ ବିଏସଏଫ ଏକାଡେମୀଠାରେ ଅନୁଷ୍ଠିତ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ମହାନିରୀକ୍ଷକ (ଆଇଜିପି)ମାନଙ୍କ ସମ୍ମିଳନୀର ବିଦାୟକାଳୀନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଥିଲେ ।

2014 ପରେ ଏହି ସମ୍ମିଳନୀ ଦିଲ୍ଲୀ ବାହାରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ସେବେଠାରୁ ସମ୍ମିଳନୀର ପ୍ରକୃତି ଏବଂ ଢାଂଚାରେ କିଭଳି ପରିବର୍ତ୍ତନ ଆସିଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ସେ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଦେଶ ମୁକାବିଲା କରୁଥିବା ଆହ୍ୱାନ ଏବଂ ଉତ୍ତରଦାୟିତ୍ୱ ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଆହୁରି ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି । ସେ କହିଥିଲେ ଯେ ନୂଆ ଶୈଳୀରେ ସମ୍ମିଳନୀ ଆୟୋଜନ କରାଯିବା ଦ୍ୱାରା ଆଲୋଚନାର ମାନରେ ଉନ୍ନତି ଆସିଛି ।

ଦେଶକୁ ସୁରକ୍ଷିତ ରଖିବା ଲାଗି ସେମାନେ କରୁଥିବା କାର୍ଯ୍ୟ ପାଇଁ ସେ ଦେଶର ସୁରକ୍ଷାତନ୍ତ୍ରକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଆଜିର ସମାରୋହରେ ଉପସ୍ଥିତ ଅଧିକାରୀମାନେ ନକାରାତ୍ମକ ପରିବେଶରେ କାର୍ଯ୍ୟ କରିବା ସତ୍ତ୍ୱେ ନେତୃତ୍ୱ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି ।

ସେ କହିଥିଲେ ଯେ ଗତ କିଛି ବର୍ଷ ଧରି ଏହି ସମ୍ମିଳନୀରେ ହେଉଥିବା ଆଲୋଚନାର ସୁଫଳ ମିଳିପାରୁଛି । ଥରେ ପୁଲିସ ବାହିନୀ ପାଇଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରାଗଲେ, ତାକୁ କାର୍ଯ୍ୟକାରୀ କରିବାରେ ସମନ୍ୱୟ ଦେଖିବାକୁ ମିଳିପାରୁଛି । ସେ କହିଥିଲେ ଯେ ଏହି ସମ୍ମିଳନୀ ଦ୍ୱାରା ଶୀର୍ଷ ପୋଲିସ ଅଧିକାରୀମାନଙ୍କୁ ସମସ୍ୟା ଏବଂ ଆହ୍ୱାନଗୁଡ଼ିକ ପ୍ରତି ଏକ ସାମଗ୍ରୀକ ଦୃଷ୍ଟିକୋଣ ପୋଷଣ କରିବାରେ ସହାୟତା ମିଳୁଛି । ସେ କହିଥିଲେ ଯେ ଗତ ଦୁଇ ବର୍ଷ ଧରି ଯେଉଁ ବିଷୟବସ୍ତୁଗୁଡ଼ିକ ଆଲୋଚନା କରାଯାଉଛି ସେଗୁଡ଼ିକ ଅଧିକ ବିସ୍ତୃତ ହୋଇପାରିଛି । ଏହା ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଏକ ସମ୍ପୂର୍ଣ୍ଣ ନୂଆ ଦୃଷ୍ଟିକୋଣ ପ୍ରଦାନ କରୁଛି ବୋଲି ସେ କହିଥିଲେ ।

ଏହି ସମ୍ମିଳନୀକୁ ଆହୁରି ଫଳପ୍ରଦ କରିବା ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଯେ କାର୍ଯ୍ୟକାରୀ ଗୋଷ୍ଠୀ ଜରିଆରେ ସାରା ବର୍ଷ ଏପରି ପ୍ରୟାସକୁ ଜାରି ରଖାଯିବା ଉଚିତ । ଏହି ପରିପ୍ରେକ୍ଷୀରେ, ସେ ଯୁବ ଅଧିକାରୀଙ୍କ ସମ୍ପୃକ୍ତି ପ୍ରତି ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଏହାଦ୍ୱାରା ପ୍ରୟାସକୁ ଆହୁରି ସଫଳ କରିବାରେ ସହାୟତା ମିଳିପାରିବ ।

ବେଆଇନ ଆର୍ଥିକ କାରବାର ସମ୍ପର୍କରେ ସୂଚନା ଆଦାନପ୍ରଦାନ ଲାଗି ବିଶ୍ୱସ୍ତରରେ ଆପୋସ ସହମତି ବୃଦ୍ଧି ପାଉଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହାକୁ ହାସଲ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ କହିଥିଲେ ଯେ ସୁରକ୍ଷା ପ୍ରସଙ୍ଗକୁ ନେଇ ବିଶ୍ୱସ୍ତରରେ ମୁକ୍ତ ନୀତିକୁ ସ୍ୱୀକାର କରାଯାଇଥିବା ବେଳେ ରାଜ୍ୟଗୁଡ଼ିକୁ ମଧ୍ୟ ଏଥିପ୍ରତି ଅଧିକ ମୁକ୍ତ ହେବାର ଆବଶ୍ୟକତା ରହିଛି । ନିର୍ଦ୍ଦିଷ୍ଟ ଭାବେ କିମ୍ବା ଏକାକୀ ସୁରକ୍ଷା ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ । କିନ୍ତୁ ବାଧକ ଦୂର କରିବା ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସୂଚନା ଆଦାନପ୍ରଦାନ ଜରିଆରେ ସମସ୍ତଙ୍କୁ ସୁରକ୍ଷିତ ରଖିବାରେ ସହାୟତା ମିଳିପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଇବର ସୁରକ୍ଷା ପ୍ରସଙ୍ଗଗୁଡ଼ିକର ତୁରନ୍ତ ସମାଧାନ କରିବା ଏବଂ ସର୍ବାଧିକ ଗୁରୁତ୍ୱ ଦିଆଯିବା ଉଚିତ । ଏହି ପରିପ୍ରେକ୍ଷୀରେ, ସେ ବିଶେଷ ଭାବେ ସାମାଜିକ ଗଣମାଧ୍ୟମର ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ବାର୍ତ୍ତାପ୍ରେରଣକୁ ଅଧିକ ଫଳପ୍ରଦ କରିବା ଲାଗି ସ୍ଥାନୀୟ ଭାଷାର ଉପଯୋଗ କରାଯିବା ଆବଶ୍ୟକ । ଉଗ୍ରବାଦ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ସମସ୍ୟାଗୁଡ଼ିକୁ ଚିହ୍ନଟ ପାଇଁ ପ୍ରଯୁକ୍ତିର ଉପଯୋଗ ପାଇଁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ବିଶିଷ୍ଟ ସେବା ପାଇଁ ଆଇବି ଅଧିକାରୀମାନଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରିଥିଲେ । ନିଜ ଉଦବୋଧନ ଅବସରରେ ପ୍ରଧାନମନ୍ତ୍ରୀ ଆଇବି ପଦକ ପ୍ରାପ୍ତ ଅଧିକାରୀଙ୍କୁ ସେମାନଙ୍କ ସମର୍ପଣ ଏବଂ ସେବା ପ୍ରତି ପ୍ରତିବଦ୍ଧତା ଲାଗି ଶୁଭକାମନା ଜଣାଇଥିଲେ ଏବଂ ପ୍ରଶଂସା କରିଥିଲେ ।

ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହଂସରାଜ ଅହିର ଏବଂ ଶ୍ରୀ କିରଣ ରିଜୀଜୁ ମଧ୍ୟ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"