PM addresses opening session of 49th Governors' Conference

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳମାନଙ୍କର 49ତମ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

ଜୀବନର ବିଭିନ୍ନ ସ୍ତରରେ ରାଜ୍ୟପାଳମାନେ କିପରି ସେମାନଙ୍କ ଅଭିଜ୍ଞତାର ବ୍ୟବହାର କରିପାରିବେ, ଯେ’ପରିକି ଜନସାଧାରଣ ବିଭିନ୍ନ କେନ୍ଦ୍ରୀୟ ଉନ୍ନୟନ ଯୋଜନା ଏବଂ ପଦକ୍ଷେପର ସର୍ବାଧିକ ଲାଭ ଉଠାଇ ପାରିବେ ସେ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ସେ କହିଲେ ଯେ ଆମ ଦେଶର ସଂଘୀୟ ବ୍ୟବସ୍ଥା ଓ ସମ୍ବିଧାନଗତ ଢ଼ାଂଚା କ୍ଷେତ୍ରରେ ରାଜ୍ୟପାଳ ପଦବୀର ଏକ ପ୍ରମୁଖ ଭୂମିକା ରହିଛି ।

ସେ କହିଲେ ଯେ ଅଧିକ ତଫସିଲଭୁକ୍ତ ଉପଜାତି ବହୁଳ ରାଜ୍ୟର ରାଜ୍ୟପାଳମାନେ ଶିକ୍ଷା, କ୍ରୀଡ଼ା ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ଆଦି ସରକାରୀ ପଦକ୍ଷେପ ଦ୍ୱାରା ତଫସିଲଭୁକ୍ତ ଉପଜାତିମାନେ କିପରି ଅଧିକ ଲାଭ ଉଠାଇ ପାରିବେ ତାହା ସୁନିଶ୍ଚିତ କରିପାରିବେ । ସେ କହିଲେ ଯେ ଆଦିବାସୀ ସମ୍ପ୍ରଦାୟ ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହାକୁ ସ୍ୱୀକୃତି ପ୍ରଦାନ କରାଯିବା ଆବଶ୍ୟକ ଏବଂ ଡିଜିଟାଲ ସଂଗ୍ରହାଳୟ ଭଳି ବ୍ୟବସ୍ଥା ମାଧ୍ୟମରେ ଭବିଷ୍ୟତରେ ଏହାର ରେକର୍ଡ ରଖାଯିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ରାଜ୍ୟପାଳମାନେ ହେଉଛନ୍ତି ବିଶ୍ୱବିଦ୍ୟାଳୟର କୂଳପତି । ସେ କହିଲେ ଯେ ଯୁବବର୍ଗ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଉଥିବା ଜୁନ 21କୁ ଏକ ସୁଯୋଗ ଭାବେ ବ୍ୟବହାର କରାଯାଇପାରେ । ସେହିପରି ସେ ଗୁରୁତ୍ୱ ପ୍ରଦାନ କରି କହିଲେ ଯେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଉତ୍ସବକୁ ବିଶ୍ୱବିଦ୍ୟାଳୟମାନେ ପ୍ରମୁଖତାର ସହ ଧ୍ୟାନ ଦେଇ ପାଳନ କରିପାରିବେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଜାତୀୟ ପୋଷଣ ମିଶନ, ଗ୍ରାମ୍ୟ ବିଦ୍ୟୁତୀକରଣ ଏବଂ ଅଭିଳାଷୀ ଜିଲ୍ଲାଗୁଡ଼ିକର ବିକାଶ ପରିମାପକ ଆଦି ଉନ୍ନୟନର କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଦ୍ୟୁତୀକରଣର ସଫଳତାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ପାଇଁ ରାଜ୍ୟପାଳମାନେ ଏଇ ନିକଟରେ ବିଦ୍ୟୁତୀକରଣ ହୋଇଥିବା କେତେକ ଗ୍ରାମ ଗସ୍ତ କରିପାରିବେ ବୋଲି ସେ ପ୍ରସ୍ତାବ ଦେଇଥିଲେ ।

ସେ କହିଲେ ଯେ ଏପ୍ରିଲ 14ରୁ ସଦ୍ୟ ଆରମ୍ଭ ହୋଇଥିବା ଗ୍ରାମ ସ୍ୱରାଜ ଅଭିଯାନ ସମୟରେ 16,000 ରୁ ଉର୍ଦ୍ଧ୍ଵ ଗ୍ରାମରେ ସରକାରଙ୍କ 7ଟି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ସେ କହିଲେ ଯେ ଏହି ଗ୍ରାମଗୁଡ଼ିକ ଜନ ଭାଗିଦାରୀ ମାଧ୍ୟମରେ 7ଟି ସମସ୍ୟାରୁ ମୁକ୍ତ ହୋଇଛନ୍ତି । ସେ କହିଲେ କି ଗ୍ରାମ ସ୍ୱରାଜ ଅଭିଯାନକୁ ଏବେ ଅଧିକ 65,000 ଗ୍ରାମକୁ ସମ୍ପ୍ରସାରିତ କରାଯାଉଛି ଏବଂ ଏହାକୁ ଅଗଷ୍ଟ 16 ସୁଦ୍ଧା ସମ୍ପୁର୍ଣ୍ଣ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ ଆଗାମୀ ବର୍ଷ ଅନୁଷ୍ଠିତ ହେବାକୁ ଥିବା 50ତମ ରାଜ୍ୟପାଳ ସମ୍ମିଳନୀ ପାଇଁ ଏବେଠାରୁ ତୁରନ୍ତ ଯୋଜନା ପ୍ରସ୍ତୁତ କରାଯାଉ । ଚଳିତ ବାର୍ଷିକ ସମ୍ମିଳନୀକୁ ଅଧିକ ଫଳପ୍ରଦ କରିବା ପାଇଁ ଏହି ପ୍ରୟାସରେ ଧ୍ୟାନ ଦିଆଯାଉ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi