Bedrock of India’s development is ‘Sabka Sath, Sabka Vikas': PM Modi
India has a long tradition of partnerships with fellow developing countries, while pursuing our own aspirations for growth: PM
PM Modi in Xiamen: Calls for coordinated action & cooperation in areas such as counter terrorism, cyber security & disaster management
Our no strings attached model of cooperation is driven purely by the requirements and priorities of our partner countries: PM

  • ଚିରସ୍ଥାୟୀ ବିକାଶ ପାଇଁ 2030 ଏଜେଣ୍ଡା
  • ବ୍ରିକ୍ସ ମାଧ୍ୟମରେ ଉତ୍ତମ ବିଶ୍ୱ ଗଠନର ଯୋଜନା
  • ସୁରକ୍ଷିତ, ସବୁଜ, ସକ୍ଷମ, ସାମଗ୍ରି, ସମାନ, ସୁସ୍ଥ, ସଂଯୋଜିତ, ସାମର୍ଥ୍ୟବାନ, ସୌହାର୍ଦ୍ଦ୍ୟପୂର୍ଣ୍ଣ, ଡିଜିଟାଲ ବିଶ୍ୱ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ 10 ସୂତ୍ରୀ ପ୍ରସ୍ତାବ

 

ମହାମହିମ ରାଷ୍ଟ୍ରପତି ଜି ଜିନପିଙ୍ଗ, ମୋର ସମ୍ମାନିତ ବ୍ରିକ୍ସ ସହଯୋଗୀ, ବିଶିଷ୍ଟ ନେତାଗଣ,

ଆଜି ମୁଁ ଏଠି ଆପଣମାନଙ୍କ ସହ ସାମିଲ ହୋଇ ଆନନ୍ଦିତ । ଆପଣମାନଙ୍କ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ଓ ମହତ୍ୱପୂର୍ଣ୍ଣ ଭାଗିଦାରୀ ରହିଛି । ଆଉ ବ୍ୟାପକ ଚିରସ୍ଥାୟୀ ବିକାଶକୁ ହାସଲ କରିବାର ମିଳିତ ପ୍ରାଥମିକତା ଉପରେ ଆପଣମାନଙ୍କ ସହ ଦୃଷ୍ଟିଭଙ୍ଗୀର ଆଦାନ-ପ୍ରଦାନ କରି ଖୁସି ଲାଗୁଛି । ଏହି ଆଲୋଚନା ପାଇଁ ଆମ ସମସ୍ତଙ୍କୁ ଏକାଠି କରିଥିବାରୁ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଉଛି ।

ମହାମହିମ

2ବର୍ଷ ହେଲା ଯେବେଠୁ ଜାତିସଂଘର 2030 ଏଜେଣ୍ଡା ଓ ତା’ର 17ଟି ଚିରସ୍ଥାୟୀ ବିକାଶ ଲକ୍ଷ୍ୟକୁ ସ୍ୱୀକାର କରାଗଲାଣି, ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଜରୁରୀ ସହଭାଗିତା ପଦକ୍ଷେପ ଅଧିକ ସୁଦୃଢ଼ ହୋଇଛି । ନିକଟରେ ଜୁଲାଇ ମାସରେ ଭାରତ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି)ର ପ୍ରଥମ ସ୍ୱେଚ୍ଛାକୃତ ଜାତୀୟ ସମୀକ୍ଷା କରିଥିଲା । ଆମର ବିକାଶ ଏଜେଣ୍ଡାର ଆଧାର ହେଉଛି ସବକା ସାଥ, ସବକା ବିକାଶର ଚିନ୍ତାଧାରା । ତାହା ହେଉଛି ସାମୁହିକ ପ୍ରୟାସ, ସାମଗ୍ରିକ ବିକାଶ । ଆମେ ଉଭୟ ସଂଘୀୟ ଓ ରାଜ୍ୟସ୍ତରରେ ପ୍ରତ୍ୟେକ ବିକାଶ କାର୍ଯ୍ୟକ୍ରମ ଓ ଯୋଜନାର ଏସଡିଜି ରେଖାଙ୍କିତ କରିଛୁ । ଆମର ସଂସଦ ମଧ୍ୟ ଏସଡିଜି ଉପରେ ସଂସଦୀୟ ବିତର୍କ ଆୟୋଜନ କରିବା ଦିଗରେ ପଦକ୍ଷେପ ନେଇଛି । ଆମର କାର୍ଯ୍ୟକ୍ରମଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ଶୈଳୀରେ ଏହି ପ୍ରାଥମିକ ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରସ୍ତୁତ ଅଛି । କେବଳ ଗୋଟିଏ ଉଦାହରଣ ଦେଇ କହୁଛି କି ଆମର 3ଟି ବହୁମୁଖୀ ଆଭିମୁଖ୍ୟ ଯୋଗୁ ସମସ୍ତଙ୍କୁ ବ୍ୟାଙ୍କ ଏକାଉଣ୍ଟ ଉପଲବ୍ଧ କରିବା, ସମସ୍ତଙ୍କୁ ବାୟୋମେଟ୍ରିକ ପରିଚୟ ପ୍ରଦାନ ଓ ମୋବାଇଲ ପ୍ରଶାସନିକ ସମାଧାନର ଉପଯୋଗ ଯୋଗୁ ପ୍ରଥମଥର ପାଇଁ ପ୍ରାୟ 360 ନିୟୁତ ଲୋକଙ୍କୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର(ଡିବିଟି) ସମ୍ଭବପର ହୋଇପାରିଛି ।

ମହାମହିମ

ଆମେ ଏଭଳି ଘରୋଇ ପ୍ରୟାସ ମାଧ୍ୟମରେ ଠୋସ୍ ଆନ୍ତର୍ଜାତିକ ଭାଗିଦାରୀ ଦେଖିବାକୁ ଚାହୁଁ । ଆଉ ସେଇଥିପାଇଁ ଆମେ ଆମ ତରଫରୁ ଯାହା କିଛି କାର୍ଯ୍ୟ ସମ୍ପାଦନ ନିମନ୍ତେ ପ୍ରସ୍ତୁତ ଅଛୁ । ବିକାଶ ପାଇଁ ନିଜର ଆକାଂକ୍ଷାକୁ ପୂରଣ ନିମନ୍ତେ ସହଯୋଗୀ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସହ ଭାଗିଦାରୀର ଏକ ଲମ୍ବା ପରମ୍ପରା ଭାରତର ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଆମେ ନିଜର ଅଭିଜ୍ଞତା ଓ ସମ୍ବଳକୁ ଅନ୍ୟ ସହ ଭାଗ କରାଉଛୁ । ଗଣତାନ୍ତ୍ରିକ ସଂସ୍ଥାନକୁ ସୁଦୃଢ଼ କରିବାଠୁ ଆରମ୍ଭ କରି ଜନ ସେବା ପାଇଁ ହାଇଟେକ୍ ସମାଧାନ ପର୍ଯ୍ୟନ୍ତ । ଚଳିତବର୍ଷ ଆରମ୍ଭରେ ଆମେ ଦକ୍ଷିଣ-ଏସିଆ ସାଟେଲାଇଟ୍ ପ୍ରକ୍ଷେପଣ କରିଛୁ ଯାହା ଶିକ୍ଷା, ସ୍ୱାସ୍ଥ୍ୟସେବା, ଯୋଗାଯୋଗ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ବିକାଶ ଲକ୍ଷ୍ୟକୁ ହାସଲ କରିବାକୁ ଆଗ୍ରହୀ ଆଞ୍ଚଳିକ ସହଯୋଗୀଙ୍କୁ ଉପକୃତ କରାଇବ । ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଭାରତର ଅଗ୍ରଗାମୀ ପଦକ୍ଷେପ - ଭାରତୀୟ ଜ୍ଞାନକୌଶଳ ଓ ଆର୍ଥିକ ସହଯୋଗ(ଆଇଟିଇସି) ମାଧ୍ୟମରେ ଏସିଆ, ଆଫ୍ରିକା, ପୂର୍ବ-ୟୁରୋପ, ଲାଟିନ୍ ଆମେରିକା, କାରବିୟାନ୍ ଓ ପ୍ରଶାନ୍ତ ମହାଦ୍ୱୀପ ରାଷ୍ଟ୍ରର 161 ସହଯୋଗୀ ରାଷ୍ଟ୍ରଙ୍କୁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶର ପ୍ରସ୍ତାବ ଦେଇଛି । ଏକାକୀ ଆଫ୍ରିକାରେ ଗତ ଦଶନ୍ଧିରେ 25 ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆଇଟିଇସି ଛାତ୍ରବୃତ୍ତିରେ ଭାରତରେ ପ୍ରଶିକ୍ଷିତ ହୋଇଛନ୍ତି । 2015 ମସିହାରେ ତୃତୀୟ ଭାରତ-ଆଫ୍ରିକା ଶିଖର ସମ୍ମିଳନୀରେ ସମସ୍ତ 54ଟି ଆଫ୍ରିକୀୟ ରାଷ୍ଟ୍ର ସାମିଲ ହୋଇଥିଲେ । ସେହିଠାରେ ଆମେ 5ବର୍ଷ ମଧ୍ୟରେ ଆଇଟିଇସି ଛାତ୍ରବୃତ୍ତିର ସଂଖ୍ୟା 50ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛୁ । ଆଫ୍ରିକାର ସୋଲାର ମମ ବା ସୌର ମା’ଆମାନେ ଭାରତରେ ପ୍ରଶିକ୍ଷିତ ହୋଇ ଆଫ୍ରିକା ମହାଦ୍ୱୀପରେ ହଜାର ହଜାର ଘରକୁ ଆଲୋକିତ କରୁଛନ୍ତି । ଆଫ୍ରିକା ସହ ଆମର ବୃଦ୍ଧି ପାଉଥିବା ଭାଗିଦାରୀ ଯୋଗୁ ଆଫ୍ରିକୀୟ ବିକାଶ ବ୍ୟାଙ୍କ ତା’ର ବାର୍ଷିକ ବୈଠକ ପ୍ରଥମଥର ପାଇଁ ଆଫ୍ରିକା ବାହାରେ ଓ ଭାରତରେ ଚଳିତବର୍ଷ ଆରମ୍ଭରେ କରିଥିଲା । ଆମର ବିକାଶ ଭାଗିଦାରୀ ପରିଯୋଜନା ବିଶ୍ୱର ଅନେକ ରାଷ୍ଟ୍ରର ଲୋକଙ୍କୁ ପାଣି, ବିଜୁଳି, ସଡ଼କ, ସ୍ୱାସ୍ଥ୍ୟସେବା, ଟେଲି-ମେଡିସିନ୍ ଓ ମୌଳିକ ଭିତ୍ତିଭୂମି ପ୍ରଦାନ କରୁଛି । ଆଉ ଏସବୁ ଆମର ସହଯୋଗର ‘କୌଣସି ତାର ଜଡ଼ିତ ହୋଇଥିବା’ ମଡେଲ ନୁହେଁ । ଆମର ସହଯୋଗୀ ରାଷ୍ଟ୍ରଙ୍କ ଆବଶ୍ୟକତା ଓ ପ୍ରାଥମିକତା ଦ୍ୱାରା ଏହା ସମ୍ପୂର୍ଣ୍ଣ ଭାବେ ପ୍ରେରିତ ଅଟେ ।

ମହାମହିମ

ଏଠି ଉପସ୍ଥିତ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ମାନବତାର ପ୍ରାୟ ଅଧା ଭାଗ ପ୍ରତିନିଧିତ୍ୱ କରୁଛନ୍ତି । ଯାହାବି ଆମେ କରିବ ତାହାର ପ୍ରଭାବ ବିଶ୍ୱକୁ ଅଧିକ ପରିମାଣରେ ପ୍ରଭାବିତ କରିବ । ତେଣୁ  ବ୍ରିକରୁ ବ୍ରିକ ଦ୍ୱାରା ବା ବ୍ରିକ୍ସ ମାଧ୍ୟମରେ ଉତ୍ତମ ବିଶ୍ୱ ଗଠନ ହେଉଛି  ଆମର କର୍ତ୍ତବ୍ୟ । ଗତକାଲି ମୁଁ ବ୍ରିକ୍ସକୁ ଆସନ୍ତା 10ବର୍ଷ ମଧ୍ୟରେ ଆର୍ନ୍ତଜାତିକ ପରିବର୍ତ୍ତନ ସମ୍ପର୍କରେ କହିଥିଲି । କାରଣ ଏହା ସୁବର୍ଣ୍ଣ ଦଶନ୍ଧି ହେବାକୁ ଯାଉଛି । ମୋର ପ୍ରସ୍ତାବ ଥିଲା କି ଏହି ନିମ୍ନଲିଖିତ 10ଟି ମହତ ପ୍ରତିବଦ୍ଧତାକୁ ଆମର ସକ୍ରିୟ ଦୃଷ୍ଟିଭଙ୍ଗୀ, ନୀତି ଓ କାର୍ଯ୍ୟରେ ପରିଣତ କରାଯାଇପାରିବ ।

1- ଏକ ସୁରକ୍ଷିତ ବିଶ୍ୱ ଗଠନ : ଅତିକମରେ 3ଟି ପ୍ରସଙ୍ଗରେ ସଂଗଠିତ ଓ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା : ଯଥା ଆତଙ୍କବାଦର ମୁକାବିଲା, ସାଇବର ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା

2- ସବୁଜ ବିଶ୍ୱ ଗଠନ : ଆନ୍ତର୍ଜାତିକ ସୌର ମେଣ୍ଟ ପଦକ୍ଷେପ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ଦିଗରେ ଠୋସ୍ କାର୍ଯ୍ୟାନୁଷ୍ଠାନ କରିବା

3- ଏକ ସକ୍ଷମ ବିଶ୍ୱ ନିର୍ମାଣ : ଦକ୍ଷତା, ଅର୍ଥବ୍ୟବସ୍ଥା ଓ ପ୍ରଭାବଶୀଳତା ବୃଦ୍ଧି ପାଇଁ ଉପଯୁକ୍ତ ଜ୍ଞାନକୌଶଳର ଆଦାନପ୍ରଦାନ ଓ ଉପଯୋଗିତା

4-  ସାମଗ୍ରିକ ବିଶ୍ୱ ଗଠନ : ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ବ୍ୟବସ୍ଥାରେ ଆମର ଲୋକଙ୍କୁ ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା

5- ଡିଜିଟାଲ ବିଶ୍ୱ ଗଠନ : ଆମର ଅର୍ଥବ୍ୟବସ୍ଥା ଭିତରେ ଓ ବାହାରେ ଡିଜିଟାଲ ପ୍ରତିବନ୍ଧକକୁ ଭାଙ୍ଗିବା ।

6- କୁଶଳୀ ବିଶ୍ୱ ଗଠନ : ଆମର ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସାମର୍ଥ୍ୟ ପ୍ରଦାନ କରି ସେମାନଙ୍କ ଭବିଷ୍ୟତ ଗଢ଼ିବା

7- ସୁସ୍ଥ ବିଶ୍ୱ ଗଠନ : ରୋଗର ଉନ୍ମୁଳନ ପାଇଁ ଗବେଷଣା ଓ ବିକାଶରେ ସହଯୋଗ କରିବା ଓ ସମସ୍ତଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ନିମନ୍ତେ ସକ୍ଷମ କରାଇବା ।

8- ସମାନ ବିଶ୍ୱ ଗଠନ : ବିଶେଷକରି ଲିଙ୍ଗଗତ ସମାନତା ମାଧ୍ୟମରେ  ସମସ୍ତଙ୍କୁ ସୁଯୋଗର ସମାନତା ପ୍ରଦାନ କରିବା

9-  ସଂଯୋଜିତ ବିଶ୍ୱ ଗଠନ : ସାମଗ୍ରୀ, ବ୍ୟକ୍ତି ଓ ସେବାର ମୁକ୍ତ ପ୍ରବାହ ସକ୍ଷମ କରିବା ତଥା

10- ସୌହାର୍ଦ୍ଦ୍ୟପୂର୍ଣ୍ଣ ବିଶ୍ୱ ଗଠନ : ବିଚାରଧାରା, ପ୍ରଥା ଓ ପରମ୍ପରାକୁ ପ୍ରୋତ୍ସାହିତ କରିବା ଯାହା ଶାନ୍ତିପୂଣ୍ଣଁ ସହବସ୍ଥାନ ଉପରେ କେନ୍ଦ୍ରିତ ହେବ ଓ ପ୍ରକୃତି ସହ ସଦ୍ଭାବରେ ବଞ୍ଚିବା ।

ଏସବୁ ଏଜେଣ୍ଡା ମାଧ୍ୟମରେ ଓ ସେଗୁଡ଼ିକ ଉପରେ କାର୍ଯ୍ୟକରି ଆମେ ପ୍ରତ୍ୟକ୍ଷ ଭାବେ ବିଶ୍ୱ ସମ୍ପ୍ରଦାୟର କଲ୍ୟାଣ କରିପାରିବା । ଏହା ସହିତ ନିଜର ଲୋକଙ୍କ କଲ୍ୟାଣ ମଧ୍ୟ ହୋଇପାରିବ । ଏହି ସାମୁହିକ ପ୍ରୟାସରେ ପ୍ରତ୍ୟେକଙ୍କୁ ସହଯୋଗ ଓ ସମର୍ଥନ ପାଇଁ ଭାରତ ଭାଗିଦାର ହେବାକୁ ଇଚ୍ଛୁକ ଓ ପ୍ରତିଶ୍ରୁତିବଦ୍ଧ  । ଏ ଦିଗରେ ଆମେ ମିଳିତ ଭାବେ ପ୍ରୟାସ ପାଇଁ ତତ୍ପର । ଏହି ସୁନ୍ଦର ସହର ଜିୟାମେନରେ ହାର୍ଦ୍ଦିକ ସ୍ୱାଗତ ଓ ଆତିଥ୍ୟ ପାଇଁ ମୁଁ 2017 ମସିହା ପାଇଁ ବ୍ରିକ୍ସ ଅଧ୍ୟକ୍ଷତା କରୁଥିବା ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ପ୍ରଶଂସା କରୁଛି । ମୁଁ ରାଷ୍ଟ୍ରପତି ଜୁମାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ଓ ଆସନ୍ତାବର୍ଷ ଜୋହାନ୍ସବର୍ଗ ସମ୍ମିଳନୀ ପାଇଁ ଭାରତର ପୂର୍ଣ୍ଣ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଉଛି ।

ଧନ୍ୟବାଦ ।

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister praises efforts by Acharya Shri Kailasasagarsuri Gyanmandir towards preserving manuscripts
March 31, 2026

Prime Minister Shri Narendra Modi, appreciated the work being done by Acharya Shri Kailasasagarsuri Gyanmandir towards preserving manuscripts. “I am proud that our nation has many such passionate teams that are at the forefront of this, ensuring that the coming generations remain connected to our rich history”, Shri Modi remarked.

The Prime Minister posted on X;

“Saw a glimpse of the work being done by Acharya Shri Kailasasagarsuri Gyanmandir towards preserving manuscripts. I am proud that our nation has many such passionate teams that are at the forefront of this, ensuring that the coming generations remain connected to our rich history.”