ସଂସଦର ବଜେଟ ଅଧିବେଶନ ପାଇଁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ବୋଧନ ଦେଇଛନ୍ତି । ଏହି ଅବସରରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଉପଲକ୍ଷେ ତାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ ବାପୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ | ଆଜି ସକାଳେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅପବିତ୍ର କରିବା ପାଇଁ ହୋଇଥିବା ଉଦ୍ୟମକୁ ସେ ମଧ୍ୟ ନିନ୍ଦା କରିଥିଲେ | ସେ କହିଥିଲେ ଯେ ଏଭଳି ଘୃଣ୍ୟ ପରିବେଶ ପୃଥିବୀରେ ଗ୍ରହଣୀୟ ନୁହେଁ ।

ପ୍ରଧାନମନ୍ତ୍ରୀ ଉପସ୍ଥିତ ସବୁ ଦଳର ନେତାଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସରକାର କୃଷି ଆଇନକୁ ଏକ ମୁକ୍ତ ଦୃଷ୍ଟିରେ ଦେଖୁଛନ୍ତି | ଜାନୁୟାରୀ ୨୨ ତାରିଖରେ ଏହି ଆଇନ ସଂପର୍କରେ ସରକାରଙ୍କର ଯେଉଁ ଆଭିମୁଖ୍ୟ ଥିଲା ଏବଂ ଏ ନେଇ କୃଷିମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଥିଲେ ଏବେ ମଧ୍ୟ ତାହା ଅପରିବର୍ତ୍ତିତ ରହିଛି । ସେ ଆହୁରି କହିଥିଲେ ଯେ କଥାବାର୍ତ୍ତା ଆଗେଇ ନେବାକୁ କୃଷିମନ୍ତ୍ରୀ ଅପେକ୍ଷା କରି ରହିଛନ୍ତି ଏବଂ ଗୋଟିଏ ମାତ୍ର ଫୋନ ପାଇଲେ ଏହି ଆଲୋଚନା ଆରମ୍ଭ ହେବ । ଜାନୁୟାରୀ ୨୬ରେ ଯେଉଁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଲା ସେ ସଂପର୍କରେ ନେତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇନ ତା ବାଟରେ ଯିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଠକରେ ନେତାମାନେ ଯେଉଁସବୁ ପ୍ରଶ୍ନ ଉତ୍‍ଥାପନ କରିଛନ୍ତି ସରକାର ସେ ସବୁକୁ ସବିଶେଷ ଆଲୋଚନା କରିବାକୁ ପ୍ରସ୍ତୁତ । ସେ କହିଥିଲେ ଯେ ସଂସଦର ଅଧିବେଶନ ସୁରୁଖୁରୁ ଚାଲିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁ ପ୍ରସଙ୍ଗର ବିତର୍କ ପୂର୍ଣ୍ଣାଙ୍ଗଭାବେ ହେବା ସେ ଚାହାନ୍ତି । ସେ ଆହୁରି କହିଥିଲେ ଯେ ଗୃହର କାର୍ଯ୍ୟରେ ବାରମ୍ବାର ବିଘ୍ନ ଘଟିଲେ ଛୋଟ ଛୋଟ ଦଳଗୁଡିକ କ୍ଷତିଗ୍ରସ୍ତ ହୁଅନ୍ତି ଏବଂ ସେମାନେ ନିଜ ପକ୍ଷ ରଖିବାକୁ ଯଥେଷ୍ଟ ସୁଯୋଗ ପାଆନ୍ତି ନାହିଁ । ସେ କହିଛନ୍ତି ଯେ ପାର୍ଲାମେଣ୍ଟ କାର୍ଯ୍ୟ ସୁରୁଖୁରୁରେ ଚାଲୁ, ଏହା ବଡ଼ ବଡ଼ ଦଳମାନେ ନିଶ୍ଚିତ କରିବା ଆବଶ୍ୟକ । ଗୃହର କାର୍ଯ୍ୟ ବ୍ୟାହତ ନ ହେଲେ ସଂସଦର ଉଭୟ ଗୃହରେ ଛୋଟ ଛୋଟ ଦଳର ସାଂସଦମାନେ ସେମାନଙ୍କର ମତାମତ ଉପସ୍ଥାପନ କରିବାର ସୁଯୋଗ ପାଇବେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱର କଲ୍ୟାଣ ପାଇଁ ବିଭିନ୍ନ କ୍ଷେତ୍ରରେ ଭାରତ କିପରି ଉଲ୍ଲେଖନୀୟ ଭୂମିକା ନିର୍ବାହ କରିପାରିବ ସେ ସଂପର୍କରେ ଉଲ୍ଲେଖ କରିଥିଲେ ା ସେ କହିଥିଲେ ଯେ ଆମ ଜନତାଙ୍କର କୌଶଳ, ଦକ୍ଷତା ଓ ସାମର୍ଥ୍ୟ ବିଶ୍ୱର ସମୃଦ୍ଧି ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026 aims to build job-ready, formal talent base, say experts

Media Coverage

Budget 2026 aims to build job-ready, formal talent base, say experts
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 3, 2026
February 03, 2026

Modi Hai Toh Mumkin Hai: India Gains Competitive Boost in US Market, Slamming Doubters