ସେୟାର
 
Comments
For thousands of years, Indians have turned to the East. Not just to see the sunrise, but also to pray for its light to spread over the entire world: PM
Singapore shows that when nations stand on the side of principles, not behind one power or the other, they earn the respect of the world and a voice in international affairs: PM
The Indian Ocean has shaped much of India’s history. It now holds the key to our future: Prime Minister Modi
Southeast Asia is our neighbour by land and sea. With each Southeast Asian country, we have growing political, economic and defence ties, says PM Modi
Our ties with Japan – from economic to strategic – have been completely transformed. It is a partnership of great substance and purpose that is a cornerstone of India’s Act East Policy: PM
India’s global strategic partnership with the US continues to deepen across the extraordinary breadth of our relationship; Indo-Pacific Region an important pillar of this partnership: PM
India and China are the world’s two most populous countries and among the fastest growing major economies. Our cooperation is expanding, trade is growing: PM
Our principal mission is transforming India to a New India by 2022, when Independent India will be 75 years young: Prime Minister Modi
India does not see the Indo-Pacific Region as a strategy or as a club of limited members. Nor as a grouping that seeks to dominate: Prime Minister
Solutions cannot be found behind walls of protection, but in embracing change: Prime Minister
Asia of rivalry will hold us all back. Asia of cooperation will shape this century: PM Narendra Modi
Competition is normal. But, contests must not turn into conflicts; differences must not be allowed to become disputes: PM Modi

ଆପଣଙ୍କ ବନ୍ଧୁତା ପାଇଁ , ଭାରତ- ସିଙ୍ଗାପୁର ସହଭାଗୀତା ଏବଂ ଏହି କ୍ଷେତ୍ରର ଉତ୍ତମ ଭବିଷ୍ୟତ ସକାଶେ ଆପଣଙ୍କ ନେତୃତ୍ୱ ନିମନ୍ତେ ଆପଣଙ୍କୁ ଅଶେଷ ଧନ୍ୟବାଦ ।

ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ଜନ୍‌ ଚିପ୍‌ମେନ୍‌, ପ୍ରତିନିଧିଗଣ ଏବଂ ମହାନୁଭବଗଣ,

ନମସ୍କାର ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭସନ୍ଧ୍ୟା!

ଏ କ୍ଷେତ୍ରକୁ ପୁଣି ଥରେ ଫେରି ମୁଁ ଅତ୍ୟନ୍ତ ଆନନ୍ଦିତ । ଏହି କ୍ଷେତ୍ର ସହ ଭାରତ ଅତି ପ୍ରାଚୀନ କାଳରୁ ସୁପରିଚିତ ଏବଂ ଏହାକୁ ସୁବର୍ଣ୍ଣଭୂମି, ଅର୍ଥାତ୍‌ ସୁନାର କ୍ଷେତ୍ର ବୋଲି ଅଭିହିତ କରିଆସିଛି ।

ଏହି ସ୍ୱତନ୍ତ୍ର ବର୍ଷରେ ମୁଁ ଏଠାକୁ ଆସି ଅତ୍ୟନ୍ତ ଖୁସି । ଭାରତ ସହ ଆସିଆନର ସଂପର୍କ ସ୍ଥାପନର ଏହା ଏକ ଉଲ୍ଲେଖନୀୟ ବର୍ଷ ।

ଜାନୁଆରୀ ମାସରେ, ଆମେ ଆସିଆନ୍‌ ନେତୃବର୍ଗଙ୍କୁ ଆମର ଗଣତନ୍ତ୍ର ଦିବସ ଅବସରରେ ଏକ ବିଶେଷ ସମ୍ମାନ ପ୍ରଦର୍ଶନର ସୁଯୋଗ ପାଇଥିଲୁ । ଭାରତ-ଆସିଆନ୍‌ ଶିଖର ବୈଠକ ଏହାର ଜ୍ୱଳନ୍ତ ଉଦାହରଣ ଏବଂ ଆମର ଆସିଆନ୍‌ ଏବଂ ‘ଏକ୍ଟ ଇଷ୍ଟ ନୀତି ’ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରକଟ କରେ ।

ହଜାର ହଜାର ବର୍ଷ ଧରି, ଭାରତୀୟମାନେ ପୂର୍ବମୁହାଁ ହୋଇ ଆସିଛନ୍ତି । ଏହାର ଉଦ୍ଦେଶ୍ୟ କେବଳ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିବା ନୁହେଁ । ବରଂ ଏହାର କିରଣ ଯେଭଳି ସମଗ୍ର ବିଶ୍ୱରେ ବିଚ୍ଛୁରିତ ହେବ ସେଥିପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସକାଶେ । ମାନବ ସମାଜ ଏବେ ଉଦୟ ସୂର୍ଯ୍ୟଙ୍କ ଆଡ଼େ ଚାହୁଁଛି । ଏହାର ଉଦ୍ଦେଶ୍ୟ ହେଲା ଏଇଆ ଯେ ଏକବିଂଶ ଶତାବ୍ଦୀ ସମଗ୍ର ବିଶ୍ୱ ସକାଶେ ପ୍ରାଚ୍ୟମୁହାଁ ହେବା ଅବଶ୍ୟମ୍ଭାବୀ ।  କାରଣ ସମଗ୍ର ବିଶ୍ୱର ଭାଗ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଯେଉଁ ବିକାଶ ଘଟିବ ତାହା ସାରା ଦୁନିଆକୁ ଗଭୀର ଭାବେ ପ୍ରଭାବିତ କରିବ ।

କାରଣ, ପ୍ରତିଶ୍ରୁତିର ଏହି ନୂତନ ଯୁଗ ବିଶ୍ୱ ରାଜନୀତିରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ଉପରେ ନିର୍ଭରଶୀଳ । ପୁଣି ଇତିହାସର ଏହି ଫାଟରେଖା ଏହିଠାରେ ହିଁ ନିହିତ । ମୁଁ ଆଜି ଏଠାରେ ଦଣ୍ଡାୟମାନ ହୋଇ କହିବାକୁ ଚାହେଁ ଯେ ଆମେମାନେ ଯେଉଁ ଭବିଷ୍ୟତ କାମନା କରୁଛେ ତାହା ସାଙ୍ଗ୍ରି-ଲା ଭଳି ମରିଚିକା ହୋଇ ଆମପାଇଁ ରହିବନାହିଁ । ଆମେ ଆମର ସାମୂହିକ ଆଶା ଓ ଆକାଂକ୍ଷାକୁ ଏହି କ୍ଷେତ୍ରର ଭବିଷ୍ୟତ ମାଧ୍ୟମରେ ଆମେ ସାକାର କରିପାରିବା । ସିଙ୍ଗାପୁର ବ୍ୟତୀତ ଏହି ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସକାଶେ ଆଉ କୌଣସି ପ୍ରକୃଷ୍ଟ ସ୍ଥାନ ନାହିଁ । ଏହି ମହାନ ରାଷ୍ଟ୍ର ଆମକୁ ଦେଖାଇଦେଇଛି ଯେ ଯେତେବେଳେ ମହାସମୁଦ୍ର ମୁକ୍ତ ରହିଛି, ସମୁଦ୍ର ନିରାପଦ ରହିଛି,ରାଷ୍ଟ୍ରମାନେ ପରସ୍ପର ସହ ସଂଯୁକ୍ତ ରହିଛନ୍ତି, ସବୁଠାରେ ବିଧିବ୍ୟବସ୍ଥା ସୁପ୍ରତିଷ୍ଠିତ ରହିଛି ଏବଂ ଏହି କ୍ଷେତ୍ରରେ ସ୍ଥିରତା ବଜାୟ ରହିଛି, ସେତେବେଳେ ରାଷ୍ଟ୍ରମାନେ, ସେମାନେ କ୍ଷୁଦ୍ର ହୋଇଥାନ୍ତୁ ଅଥବା ବିଶାଳ ସେମାନେ ସାର୍ବଭୌମ ରାଷ୍ଟ୍ର ଭାବେ ପ୍ରଗତି କରିବାକୁ ବାଧ୍ୟ । ସେମାନଙ୍କର ରୁଚିରେ ସେମାନେ ଯେତିକି ମୁକ୍ତ ସେତିକି ନିର୍ଭୟ ।

ସିଙ୍ଗାପୁର ଆଉ ମଧ୍ୟ ଦର୍ଶାଇଛି ଯେ ଯେତେବେଳେ ରାଷ୍ଟ୍ରମାନେ ନୀତି ଉପରେ ଦଣ୍ଡାୟମାନ, ଯେତେବେଳେ ଗୋଟିଏ ଶକ୍ତି ଆଉ ଗୋଟିଏ ଶକ୍ତି ପଛରେ ଆଉ ଗୋଟିଏ ଶକ୍ତି ବିବାଦରେ ଲିପ୍ତ ନୁହେଁ, ସେତେବେଳେ ସେମାନେ ସାରା ବିଶ୍ୱର ସମ୍ମାନ ଲାଭ କରୁଛନ୍ତି । ପୁଣି ସକଳ ପ୍ରକାର ଅନ୍ତରାଷ୍ଟ୍ରୀୟ ବ୍ୟାପାରରେ ସେମାନଙ୍କର ସ୍ୱର ସମସ୍ତଙ୍କ ପାଇଁ ଶ୍ରାବ୍ୟ ହେଉଛି । ଏବଂ, ଯେତେବେଳେ ସ୍ୱଦେଶରେ ସେମାନେ ବିବିଧତାକୁ ଆପଣାଉଛନ୍ତି,ସେତେବେଳେ ସେମାନେ ବାହାରେ ଏକ ସମାବେଶୀ ଦୁନିଆକୁ ଆଲିଙ୍ଗନ କରୁଛନ୍ତି ।

ଭାରତ ପାଇଁ ଯଦିଚ, ସିଙ୍ଗାପୁରର ଅର୍ଥ ଏହାଠାରୁ ବଳି ଅଧିକ । ଏହା ସେଇ ମାନସିକତା ଓ ଭାବଧାରା ଯାହା ଏକ ସିଂହ ରାଷ୍ଟ୍ର ସହ ଏକ ସିଂହ ନଗରୀକୁ ସଂଯୋଗ କରିଥାଏ । ସିଙ୍ଗାପୁର ହେଉଛି ଆସିଆନ୍‌ ପାଇଁ ଆମର ସ୍ପ୍ରିଙ୍ଗବୋର୍ଡ଼ । ଶତାବ୍ଦୀ ଶତାବ୍ଦୀ ଧରି ଏହା ପ୍ରାଚ୍ୟ ଯାତ୍ରା ସକାଶେ ଭାରତ ପାଇଁ ଦ୍ୱାରର ଭୂମିକା ଗ୍ରହଣ କରିଆସିଛି । ପ୍ରାୟ ଦୁଇ ହଜାରରୁ ଅଧିକ ବର୍ଷ ଧରି ମୌସୁମୀ ବାୟୁର ପ୍ରବାହ, ସାମୁଦ୍ରିକ ସ୍ରୋତ ଏବଂ ମାନବୀୟ ଆକାଂକ୍ଷାଭାରତ ସହ ଏହି କ୍ଷେତ୍ରର ଏକ ସମୟାତୀତ ସଂପର୍କ ସ୍ଥାପନ କରିଛି । ପୁଣି ଏହା ଶାନ୍ତି ଓ ବନ୍ଧୁତାର ବାତାବରଣ ସୃଷ୍ଟି କରିଛି, ଧର୍ମ ଓ ସଂସ୍କୃତି, କଳା ଓ ବାଣିଜ୍ୟ, ଭାଷା ଓ ସାହିତ୍ୟ ସୃଷ୍ଟିରେ ସହାୟକ ହୋଇଛି । ପୁଣି ଏଭଳି ମାନବୀୟ ସଂଯୋଗ ଦୀର୍ଘ ବର୍ଷ ଧରି ବଜାୟ ରହିଛି । ରାଜନୀତିର ଢ଼େଉ ଓ ବାଣିଜ୍ୟ ସେମାନଙ୍କର ଅନେକ ଉତ୍ଥାନ ଓ ପତନ ଦେଖିଛନ୍ତି ।

ବିଗତ ତିନି ଦଶନ୍ଧିରୁ ଅଧିକ କାଳ ଧରି, ଆମେ ଏହି ଐତିହ୍ୟକୁ ପୁନରୁଦ୍ଧାର କରିଛୁ ଏବଂ ଏହାକୁ ପୁନଃ ଅବସ୍ଥାପିତ କରିଛୁ । ସେଥିରେ ଆମେମାନେ ନିଜ ନିଜର ଭୂମିକା ଓ ସଂପର୍କକୁ ଏହି କ୍ଷେତ୍ରର ସଂଯୋଗୀକରଣ ସକାଶେ ନିର୍ବାହ କରିଛୁ । ଭାରତ ପାଇଁ ଏହାକୁ ଛାଡ଼ି ଅନ୍ୟ କୌଣସି କ୍ଷେତ୍ର ଅଧିକ ମହତ୍ତ୍ୱ ବହନ କରେନାହିଁ  ଏବଂ,ଏହାର ମଧ୍ୟ ବିଶେଷ କାରଣ ରହିଛି ।

ଭାରତୀୟ ଚିନ୍ତନରେ ସମୁଦ୍ର ବିଶେଷ ସ୍ଥାନ ଅଧିକାର କରେ ଏବଂ ତାହା ପ୍ରାକ୍‌ ବୈଦିକ କାଳରୁ ବଜାୟ ରହିଆସିଛି । ହଜାର ହଜାର ବର୍ଷ ପୂର୍ବେ ତଥା ସିନ୍ଧୁ ସଭ୍ୟତା କାଳରୁ ଭାରତୀୟ ଉପଦ୍ୱୀପର ଏକ ମହାନ ନୌବାଣିଜ୍ୟ ପରମ୍ପରା ରହିଆସିଛି । ସମୁଦ୍ର ଏବଂ ବରୁଣ- ଜଳ ଦେବତା ବିଶ୍ୱର ସର୍ବପ୍ରାଚୀନ ଗ୍ରନ୍ଥରେ ବିଶେଷ ସ୍ଥାନ ଅଧିକାର କରନ୍ତି । ତାହା ହେଉଛି ବେଦରେ । ପ୍ରାଚୀନ ପୁରାଣଶାସ୍ତ୍ରମାନଙ୍କରେ, ଯାହାକି ହଜାର ହଜାର ବର୍ଷ ପୂର୍ବେ ରଚନା କରାଯାଇଥିଲା, ସେତେବେଳେ ଭାରତର ଭୌଗୋଳିକ ସଂଜ୍ଞା ସମୁଦ୍ରକୁ ନେଇ କରାଯାଇଥିଲା । ସେଥିରେ ଉଲ୍ଲେଖ ରହିଛି- ଉତ୍ତରୋଁ ଯତ ସମୁଦ୍ରସ୍ୟ… ଅର୍ଥାତ୍‌, ଯେଉଁ ଭୂମି ସମୁଦ୍ରର ଉତ୍ତର ଦିଗରେ ଅବସ୍ଥିତ ।

ମୋର ନିଜ ରାଜ୍ୟ ଗୁଜରାଟରେ ଅବସ୍ଥିତ ଲୋଥାଲ ହେଉଛି ବିଶ୍ୱର ପ୍ରାଚୀନତମ ବନ୍ଦରମାନଙ୍କ ମଧ୍ୟରୁ ଅନ୍ୟତମ । ଆଜି ସୁଦ୍ଧା ସେଠାରେ ପ୍ରାଚୀନ ବନ୍ଦରର ପୋତାଶ୍ରୟମାନଙ୍କର ଅଂଶବିଶେଷ ବିରାଜମାନ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଗୁଜରାଟୀମାନେ ବେଶ୍‌ ଉଦ୍‌ଯୋଗୀ ଏବଂ ସେମାନେ ଆଜି ସୁଦ୍ଧା ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରିଥାନ୍ତି । ଭାରତ ମହାସାଗର ଭାରତର ଇତିହାସକୁ ଅନେକ ଦୃଷ୍ଟିରୁ ସମୃଦ୍ଧ ଓ ବଳିଷ୍ଠ କରିଛି । ଏହା ଅଧୁନା ଆମର ଭବିଷ୍ୟତକୁ ମଧ୍ୟ ଧାରଣ କରିଛି । ଭାରତର ମୋଟ ବାଣିଜ୍ୟ କାରବାରର 90 ପ୍ରତିଶତ ସମୁଦ୍ର ପଥ ଦେଇ ହୋଇଥାଏ । ପୁଣି ଏହା ହେଉଛି ଆମର ଶକ୍ତି ଆମଦାନିର ଉତ୍ସ । ପୁଣି ଏହା ହେଉଛି ବିଶ୍ୱ ବାଣିଜ୍ୟର ଜୀବନ ସ୍ରୋତ । ଭାରତ ମହାସାଗର କେବଳ ବିଶ୍ୱର ନାନା ସଂସ୍କୃତିକୁ ପରସ୍ପର ସହ ସଂଯୋଗ କରେନାହିଁ ଅପର ପକ୍ଷରେ ଏହା ଶାନ୍ତି ଓ ସମୃଦ୍ଧିକୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ସ୍ଥାପନ କରିଥାଏ । ପୁଣି ଏବେ ଏହା ବିଶ୍ୱର ଅନେକ ମହାଶକ୍ତିଙ୍କ ଜାହାଜମାନଙ୍କୁ ନିଜ ବକ୍ଷରେ ଧାରଣ କରିରଖିଛି ।  ଉଭୟ ସ୍ଥିରତା ତଥା ପ୍ରତିଯୋଗିତା ସକାଶେ ଉଦ୍‌ବେଗର କାରଣ ।

ପୂର୍ବ ଦିଗରେ, ମାଲାକ୍କା ଷ୍ଟ୍ରେଟ୍‌ ଏବଂ ଦକ୍ଷିଣ ଚୀନ୍‌ ସାଗର ଭାରତକୁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସହ ସଂଯୁକ୍ତ କରେ । ପୁଣି ଆମର ପ୍ରମୁଖ ସହଯୋଗୀ- ଯଥା, ଆସିଆନ୍‌, ଜାପାନ, ଦକ୍ଷିଣ କୋରିଆ, ଚୀନ୍‌ ଏବଂ  ଦୁଇ ଆମେରିକା ସହ ଯୋଡ଼େ । ଏହି କ୍ଷେତ୍ରରେ ଆମର ବାଣିଜ୍ୟ କାରବାର ଦ୍ରୁତ ବେଗରେ ବୃଦ୍ଧି ପାଇଚାଲିଛି । ଏବଂ,ଆମର ଦରିଆପାରି ନିବେଶର ଏକ ପ୍ରମୁଖ ଭାଗ ଏହି ଦିଗରୁ ହିଁ ପ୍ରବାହିତ ହୋଇଥାଏ । ଏଥିରୁ କେବଳ ଆସିଆନ୍‌ର ଅଂଶ  20 ପ୍ରତିଶତରୁ ଅଧିକ ।

ଏହି କ୍ଷେତ୍ରରେ ଆମର ସ୍ୱାର୍ଥର ମାତ୍ରା ଢ଼େର୍‌ ଅଧିକ ତେଣୁ ଏହି କ୍ଷେତ୍ରରେ ଆମର ସଂପର୍କ ସେହି ଅନୁସାରେ ଗଭୀର ।  ଭାରତ ମହାସାଗର କ୍ଷେତ୍ରରେ, ଆମର ସଂପର୍କ ଦିନକୁ ଦିନ ମଜଭୁତ ହୋଇଚାଲିଛି । ଆମେ ଆମର ବନ୍ଧୁରାଷ୍ଟ୍ର ଓ ସହଯୋଗୀମାନଙ୍କୁ ସେମାନଙ୍କର ଆର୍ଥିକ କ୍ଷମତା ବୃଦ୍ଧିରେ ଯେତିକି ସହାୟକ ହୋଇଆସୁଛୁ ସେମାନଙ୍କର ସାମୁଦ୍ରିକ ନିରାପତ୍ତା ପ୍ରତି ସେତିକି ପରିମାଣରେ ସହାୟତା ପ୍ରଦାନ କରିଆସୁଛୁ ।  ଭୋତ ମହାସାଗର ନୌ ସଂପାନ ଭଳି ଫୋରମ ମାଧ୍ୟମରେ ଆମେ ସାମୂହିକ ନିରାପତ୍ତା ବୃଦ୍ଧି ଦିଗରେ ପ୍ରୟାସୀ ରହିଆସିଛୁ ।

ସେହିଭଳି  ଭାରତ ମହାସାଗର ରିମ୍‌ ସଂଗଠନ ମାଧ୍ୟମରେ ଆମେ ବ୍ୟାପକ କ୍ଷେତ୍ରୀୟ ସହଯୋଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ଅଗ୍ରସର ହେଉଛୁ । ଏବଂ , ଆମର ସହଭାଗୀମାନଙ୍କ ସହ ତଥା ଭାରତ ମହାସାଗର କ୍ଷେତ୍ର ବାହାରେ ଅବସ୍ଥିତ ରାଷ୍ଟ୍ରମାନଙ୍କ ସହ ବୈଶ୍ୱିକ ଟ୍ରାନଜିଟ୍‌ ରୁଟ୍‌ ଯେଭଳି ଶାନ୍ତିପୂର୍ଣ ରହେ ତଥା ସମସ୍ତଙ୍କ ସକାଶେ ଅବାଧ ରହେ ସେହି ଦିଗରେ କାର୍ଯ୍ୟ କରୁଛୁ ।

ତିନିବର୍ଷ  ପୂର୍ବେ, ମରିସସରେ, ମୁଁ ଆମର ଭିଜନକୁ ଗୋଟିଏ ଶବ୍ଦରେ ବର୍ଣ୍ଣନା କରିଥିଲି- ସାଗର, ଯାହାର ଅର୍ଥ ହିନ୍ଦୀରେ ହେଲା ସମୁଦ୍ର । ଏବଂ ସାଗର  ଏହି କ୍ଷେତ୍ରର ସମସ୍ତଙ୍କ ପାଇଁ ନିରାପତ୍ତା ଏବଂ ସମୃଦ୍ଧିର ପ୍ରତୀକ । ପୁଣି ଏହାକୁ ଆମେ ଆମର ପ୍ରାଚ୍ୟ ନୀତିର ମୂଳସୂତ୍ର ଭାବେ ଗ୍ରହଣ କରିଛୁ । ଆମର ‘ଏକ୍ଟ ଇଷ୍ଟ୍‌ ନୀତି’ରେ ଆମେ ଏହାକୁ ଗୁରୁତ୍ୱର ସହ ଅନୁସରଣ କରି ଆସୁଛୁ । ଭାରତ ସହ ପୂର୍ବକୁ ଯୋଡ଼ିବା ସକାଶେ, ବିଶେଷ କରି ଏହାର ପୂର୍ବ ତଥା ଉତ୍ତର ପୂର୍ବକୁ ଯୋଡ଼ିବା ନିମନ୍ତେ ପ୍ରୟାସ କରୁଛୁ ।  ପୂର୍ବ ଦିଗରେ ଥିବା ଆମର ଭୂ ତଥା ସାମୁଦ୍ରିକ ସହଯୋଗୀମାନଙ୍କ ସହ ନିବିଡ଼ତା ସ୍ଥାପନ ପାଇଁ ଉଦ୍ୟମ କରୁଛୁ ।

ଦକ୍ଷିଣ- ପୂର୍ବ ଏସିଆ ହେଲା ଆମର ପ୍ରତିବେଶୀ ଯାହାକି ଭୂଭାଗ ଏବଂ ଜଳରାଶିରେ ଭାରତ ସହ ସଂଯୁକ୍ତ ।  ପ୍ରତ୍ୟେକ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରଙ୍କ ସହ ଆମର ରାଜନୈତିକ, ଆର୍ଥିକ ତଥା ପ୍ରତିରକ୍ଷା ସଂପର୍କ ରହିଛି । ଆସିଆନ୍‌ ସହ ଆମେ ଆଲୋଚନା ସହଯୋଗୀ ହେବା ଠାରୁ ଆରମ୍ଭ କରି ଆମେ ପ୍ରାୟ 25 ବର୍ଷ ଧରି ଅନ୍ୟ ରାଷ୍ଟ୍ରମାନଙ୍କ ସହ ଷ୍ଟ୍ରାଟେଜିକ୍‌ ସହଭାଗୀ ହୋଇଆସିଛୁ । ବାର୍ଷିକ ଆଲୋଚନା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରାୟ 30ଟି ବ୍ୟବସ୍ଥା ମାଧ୍ୟମରେ ଏଭଳି ଆଲୋଚନା ଜାରି ରହିଛି । କିନ୍ତୁ , ସବୁଠାରୁ ବଡ଼ କଥାଟି ହେଲା, ଏହି କ୍ଷେତ୍ରର ସହଭାଗୀ ଦୂରଦୃଷ୍ଟି ମାଧ୍ୟମରେ ଏବଂ ଆମମାନଙ୍କ ମଧ୍ୟରେ ଥିବା ପୁରୁଣା ସଂପର୍କ ଆମକୁ ଅଧିକ ଆନନ୍ଦ ତଥା ନିବିଡ଼ତା ଯୋଗାଇଛି ।

ଆସିଆନ୍‌ ନେତୃତ୍ୱାଧୀନ ବିଭିନ୍ନ ଅନୁଷ୍ଠାନମାନଙ୍କରେ ଆମେ ସକ୍ରିୟ ଭାବେ ଅଂଶଗ୍ରହଣ କରିଆସିଛୁ । ସେଥି ମଧ୍ୟରେ ପୂର୍ବ ଏସିଆ ଶିଖର ସମ୍ମିଳନୀ, ଏଡ଼ିଏମ ଏମ ପ୍ଲସ୍‌ ଏବଂ ଏ ଆର ଏଫ ଅନ୍ୟତମ । ପୁନଶ୍ଚ ବିମଷ୍ଟେକ୍‌ ଏବଂ ମେକଙ୍ଗ- ଗଙ୍ଗା ଆର୍ଥିକ କରିଡ଼ର- ଯାହାକି ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରୁଛି ତାହାର ଆମେ ଅଂଶବିଶେଷ । ଜାପାନ ସହ ଆମର ସଂପର୍କ- ଆର୍ଥିକ ଠାରୁ ଆରମ୍ଭ କରି ଷ୍ଟ୍ରାଟେଜିକ୍‌ ପର୍ଯ୍ୟନ୍ତରେ ଆମୂଳଚୂଳ ପରିବର୍ତ୍ତନ ଘଟିସାରିଛି । ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉଦ୍ଦେଶ୍ୟସାଧନକାରୀ ସହଭାଗୀତା ବୋଲି ଅଭିହିତ କରାଯାଇପାରେ ଯାହାକି  ଭାରତର ଆକ୍ଟ ଇଷ୍ଟ୍‌ ନୀତିର ମୂଳ ଆଧାର ବୋଲି କହିଲେ ଅତ୍ୟୁକ୍ତ ହେବନାହିଁ । ସେହିଭଳି ଦକ୍ଷିଣ କୋରିଆ ସହ ଆମର ସହଯୋଗରେ ବ୍ୟାପକ ପ୍ରଗତି ଘଟିଛି । ଏବଂ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସହ ଆମର ସଂପର୍କ ତଥା ସହଭାଗୀତାରେ ଏକ ନୂତନ ପ୍ରାଣ ସଂଚାରକାରୀ ଶକ୍ତି ସୃଷ୍ଟି ହୋଇଛି । ଏଭଳି ଅନେକ ସହଭାଗୀଙ୍କ ସହ ଆମେ ତିନି ଅଥବା ତଦୁର୍ଦ୍ଧ୍ଵଫର୍ମାଟର ସର୍ତ୍ତାବଳୀ ପୂରଣ କରୁଛୁ । ତିନି ବର୍ଷରୁ ଅଧିକ କାଳ ହେଲା, ମୁଁ ଏକଦା ଏକ ପ୍ରତ୍ୟୁଷରେ ଯାଇ ଫିଜିଠାରେ ପହଞ୍ଚିଥିଲି । ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରମାନଙ୍କ ସହ ସଂପର୍କର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ଥିଲା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ । ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଅଥବା ଫିପିକ୍‌ ଫୋରମ ବୈଠକ ଭୂଗୋଳକୁ ସଂକୁଚିତ କରିଛି ଏବଂ ଆମର ସହଭାଗୀ ସ୍ୱାର୍ଥ ତଥା କାର୍ଯ୍ୟାବଳୀ ଆମ ସଂପର୍କକୁ ନିବିଡ଼ତର କରିପାରିଛି । ଏହି ସଂପର୍କ ଦିନକୁ ଦିନ ସୁଦୃଢ଼ ହେବା ସହ ବୃଦ୍ଧି ପାଇବାରେ ଲାଗିଛି । ଏହା ଭାରତରରଣନୈତିକ ସ୍ୱାୟତ୍ତତାର ପଦକ୍ଷେପ ବୋଲି କୁହାଯାଇପାରେ ଯାହାକି ରୁଷିଆ ସହ ଆମର ବିଶେଷ ସଂପର୍କକୁ ସୂଚୀତ କରେ ।

ଦଶ ଦିନ ପୂର୍ବେ, ସୋଚିଠାରେ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ଅନୌପଚାରିକ ସାକ୍ଷାତ ଆଲୋଚନା ବେଳେ ଆମେ ପରସ୍ପର ସହ ଭାବ ବିନିମୟ କରିଥିଲୁ । ସେଥିରେ ଆମେ ଏକ ବିବିଧ ଅକ୍ଷୀୟ ବିଶ୍ୱ ଶୃଙ୍ଖଳା ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲୁ ଯଦ୍ୱାରା ଆମେ ଅଧୁନା ସାମ୍ନା କରୁଥିବା ବିଭିନ୍ନ ପ୍ରକାର ଚାଲେଞ୍ଜକୁ ସହଜରେ ମୁକାବିଲା କରିପାରିବୁ ବୋଲି ସହମତ ହୋଇଥିଲୁ । ସେହିଭଳି, ଭାରତର ବୈଶ୍ୱିକ ଷ୍ଟ୍ରାଟେଜିକ୍‌ ସହଭାଗୀତା ଯାହାକି ଆମେରିକା ସହ ସୁପ୍ରତିଷ୍ଠିତ ହୋଇପାରିଛି ତାହା ଇତିହାସର ଅନୁଶୋଚନା ପର୍ଯ୍ୟାୟକୁ  ପାର କରିସାରିଛି । ଦିନକୁ ଦିନ ବିଭିନ୍ନ ସ୍ତରରେ ଏହା ଅଧିକ ନିବିଡ଼ ହେବାରେ ଲାଗିଛି ।  ଏହା ଆମ ସଂପର୍କର ଘନିଷ୍ଠତାକୁ ପ୍ରମାଣିତ କରୁଛି ।  ପରିବର୍ତ୍ତିତ ବିଶ୍ୱ ଶୃଙ୍ଖଳାରେ ଏହା ନୂତନ ମହତ୍ତ୍ୱ ବହନ କରିବାରେ ଲାଗିଛି । ଏବଂ ଏହି ସଂପର୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଲା ଏହା ଯେ ଆମର ସହଭାଗୀ ଲକ୍ଷ୍ୟ ଏକ ମୁକ୍ତ, ସ୍ଥିର,ନିରାପଦ ତଥା ସମୃଦ୍ଧ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସମ୍ବନ୍ଧ ପାଇଁ   ଅଭିପ୍ରେତ । ଚୀନ୍‌ ସହ ଆମର ସଂପର୍କ ଏତେ ମାତ୍ରାରେ ବିବିଧ ସ୍ତରର ଯେ ତାହା ଅନ୍ୟ କୌଣସି ରାଷ୍ଟ୍ର ସହ ଦେଖିବାକୁ ମିଳେନାହିଁ । ଆମେ ଦୁଇ ରାଷ୍ଟ୍ର କେବଳ ବିଶ୍ୱର ଦୁଇ ଜନବହୁଳ ରାଷ୍ଟ୍ର ଭାବେ ସୁପରିଚିତ ନୋହୁ, ଅପରନ୍ତୁ, ବିଶ୍ୱର ଦୁଇ ଦ୍ରୁତ ପ୍ରଗତିଶୀଳ ଅର୍ଥବ୍ୟବସ୍ଥା ଭାବେ ଏବେ ମୁଣ୍ଡ ଟେକିଛୁ । ଆମର ସହଭାଗୀତାର କ୍ଷେତ୍ର ଦିନକୁ ଦିନ ସଂପ୍ରସାରିତ ହେବାରେ ଲାଗିଛି । ବାଣିଜ୍ୟ କାରବାର ବୃଦ୍ଧି ପାଇଚାଲିଛି । ଏବଂ, ଆମେ ଏଥିରେ ଆମର ପରିପକ୍ୱତା ଓ ବିଜ୍ଞତା ପ୍ରଦର୍ଶନ କରିଛୁ ତଥା ପ୍ରତ୍ୟେକ ପ୍ରସଙ୍ଗ ଏବଂ ସୀମାନ୍ତରେ ଶାନ୍ତି ବଜାୟ ରଖିବା ସକାଶେ ସକଳ ପ୍ରକାର ପ୍ରୟାସରେ ସଫଳ ହୋଇଛୁ ।

ଗତ ଏପ୍ରିଲ ମାସରେ, ଚୀନ ରାଷ୍ଟ୍ରପତି ସି’ ଜିନପିଙ୍ଗଙ୍କ ସହ ଏକ ଅନୌପଚାରିକ ଶିଖର ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହା ଆମକୁ ଆମର ଚିନ୍ତାଧାରାକୁ ନିକଟତର କରିବା ତଥା ଦୁଇ ରାଷ୍ଟ୍ର ମଧ୍ୟରେ ସୁଦୃଢ଼ ଏବଂ ସ୍ଥାୟୀ ସମ୍ପର୍କ ବଜାୟ ରଖିବା ଦିଗରେ ବିଶେଷ ସହାୟକ ହୋଇଛି । ଆମ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରହିବା ବିଶ୍ୱ ଶାନ୍ତି ତଥା ପ୍ରଗତି ପାଇଁ ଶୁଭଙ୍କର । ମୋର ଦୃଢ଼ ବିଶ୍ୱାସ ଯେ ଏସିଆ ଏବଂ ସମଗ୍ର ବିଶ୍ୱ ପାଇଁ ଏହା ଏକ ଉତ୍ତମ ଭବିଷ୍ୟତର ସୂଚନା ଦେବ ଯେତେବେଳେ ଭାରତ ଏବଂ ଚୀନ୍‌ ଉଭୟେ ପରସ୍ପର ଉପରେ ଗଭୀର ଆସ୍ଥା ଓ ବିଶ୍ୱାସ ପ୍ରକଟ କରିବେ । ପରସ୍ପରର ସ୍ୱାର୍ଥ  ପ୍ରତି ସମ୍ବେଦନଶୀଳ ଅନୁଭବ କରିବେ । ଆଫ୍ରିକା ସହ ଭାରତର ସଂପର୍କ ଓ ସହଭାଗୀତା ବୃଦ୍ଧି ପାଇବାରେ ଲାଗିଛି ଯାହାକି ଭାରତ-ଆଫ୍ରିକା ଫୋରମ ଶିଖର ବୈଠକ ଦ୍ୱାରା ଆଗକୁ ବୃଦ୍ଧି ପାଇଚାଲିଛି । ଏହି ସଂପର୍କର ମୂଳ ଆଧାର ଆଫ୍ରିକାର ଆବଶ୍ୟକତା ଉପରେ ଆଧାରିତ ଏବଂ ଏହା ପାରସ୍ପରିକ ଉଷ୍ମ ସଂପର୍କ ଏବଂ ସମ୍ମାନବୋଧ ଉପରେ ପର୍ଯ୍ୟବସିତ ।

ବନ୍ଧୁଗଣ,

ଆମ କ୍ଷେତ୍ରକୁ ପୁଣି ଥରେ ଫେରିଆସି ମୁଁ ସୂଚାଇବାକୁ ଚାହେଁ ଯେ ଭାରତର ଏହି କ୍ଷେତ୍ରର ରାଷ୍ଟ୍ରମାନଙ୍କ ସହ ସଂପର୍କ ବୃଦ୍ଧି ଆର୍ଥିକ ଏବଂ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ହୋଇଆସୁଛି । ଆମେ ବିଶ୍ୱର ଏହି କ୍ଷେତ୍ରର ରାଷ୍ଟ୍ରମାନଙ୍କ ସହ ଅନେକ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଛୁ ଯାହାକି ଅନ୍ୟ ଯେକୌଣସି କ୍ଷେତ୍ର ଠାରୁ ଢ଼େର୍‌ ଅଧିକ ।  ସିଙ୍ଗାପୁର, ଜାପାନ ଏବଂ ଦକ୍ଷିଣ କୋରିଆ ସହ ଆମେ ବ୍ୟାପକ ଆର୍ଥିକ ସହଯୋଗ ରାଜିନାମା ସ୍ୱାକ୍ଷର କରିଛୁ ।

ଆସିଆନ୍‌ ଏବଂ ଥାଇଲାଣ୍ଡ ସହ ଆମେ ମୁକ୍ତ ବାଣିଜ୍ୟ କାରବାର ରାଜିନାମା ସ୍ୱାକ୍ଷର କରିଛୁ । ଏବଂ, ଏହି କ୍ଷେତ୍ର ସହ ଆମେ ଏବେ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ସହଭାଗୀତା ରାଜିନାମା ସ୍ୱାକ୍ଷର ସକାଶେ ସକ୍ରିୟତାର ସହ କାର୍ଯ୍ୟ କରୁଛୁ । ଏଇ ନିକଟରେ ମୁଁ ଇଣ୍ଡୋନେସିଆ ଗସ୍ତ କରିଥିଲି । ଭାରତ ଠାରୁ ଏହା ମାତ୍ର 90 ନଉଟିକାଲ୍‌ ମାଇଲ ଦୂରରେ ଅବସ୍ଥିତ କିନ୍ତୁ ଅନ୍ୟ ଦୃଷ୍ଟିରୁ କହିବାକୁ ଗଲେ ଏହା 90 ନଉଟିକାଲ ମାଇଲ ପୃଥକ୍‌ ନୁହେଁ ।

ମୋର ବନ୍ଧୁ ରାଷ୍ଟ୍ରପତି ୱିଡ଼ୋଡ଼ୋଙ୍କ ସହ ମିଶି ମୁଁ ଭାରତ- ଇଣ୍ଡୋନେସିଆ ସଂପର୍କକୁ ବ୍ୟାପକ ଷ୍ଟ୍ରାଟେଜିକ୍‌ ସହଭାଗୀତା ପର୍ଯ୍ୟାୟକୁ ଉନ୍ନୀତ କରିଛୁ । ଅନ୍ୟାନ୍ୟ ପ୍ରଦର୍ଶିତ ସ୍ୱାର୍ଥ ମଧ୍ୟରେ ଆମେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ସହଯୋଗ ପାଇଁ ସମାନ ସ୍ୱାର୍ଥ ଉପରେ ଆଧାରିତ ଏକ ଭିଜନ୍‌ ଦିଗରେ କାର୍ଯ୍ୟ କରୁଛୁ । ପୁନଶ୍ଚ ଆସିଆନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର ମାଲେସିଆରେ ମୁଁ ସ୍ୱଳ୍ପ ସମୟ ପାଇଁ ଅଟକିଥିଲି । ଏହାର ଶାସକ ପ୍ରଧାନମନ୍ତ୍ରୀ ମାହାଥିର ହେଲେ ଆସିଆନର ଜଣେ ସର୍ବ ବରିଷ୍ଠ ନେତା ।

ବନ୍ଧୁଗଣ,

ଭାରତର ସଶସ୍ତ୍ର ସେନା, ବିଶେଷ କରି ନୌସେନା, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଏବଂ ନିରାପତ୍ତା କାଏମ ରଖିବା ସକାଶେ ଅନ୍ୟାନ୍ୟ ରାଷ୍ଟ୍ରଙ୍କ ସହ ସେମାନଙ୍କର ସହଭାଗୀତା ପ୍ରତିଷ୍ଠା କରୁଛନ୍ତି । ପୁଣି ଆପାତ ସ୍ଥିତିରେ ସକଳ ପ୍ରକାର ମାନବୀୟ ସହାୟତା ଏବଂ ବିପର୍ଯ୍ୟୟକାଳନୀ ରିଲିଫ ଯୋଗାଇ ଦେବାକୁ ସଂକଳ୍ପବଦ୍ଧ । ସେମାନେ ଏହି କ୍ଷେତ୍ରର ରାଷ୍ଟ୍ରମାନଙ୍କୁ ସଦାବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଗସ୍ତ କରି ସେମାନଙ୍କୁ ତାଲିମ ତଥା ଅଭ୍ୟାସ ସହାୟତା ଯୋଗାଇ ଆସୁଛନ୍ତି । ଉଦାହରଣ ସ୍ୱରୂପ, ସିଙ୍ଗାପୁର ସହ ଆମର ସର୍ବାଧିକ ଅବଧିଯୁକ୍ତ ଅବ୍ୟାହତ ନୌଅଭ୍ୟାସର ଉଦାହରଣ ରହିଛି । ଦୀର୍ଘ ପଚିଶ ବର୍ଷ ଧରି ଏହି ଧାରା ଅବ୍ୟାହତ ରହିଆସିଛି ।

ଖୁବ୍‌ ଶୀଘ୍ର ଆମେ ସିଙ୍ଗାପୁର ସହ ମିଶି ଏକ ତ୍ରିପାକ୍ଷିକ ସମରାଭ୍ୟାସ ଆରମ୍ଭ କରିବାକୁ ଯାଉଛୁ ଯେଉଁଥିରେ ଆମେ ଆଶା କରୁଛୁ ଯେ ଅନ୍ୟ ଆସିଆନ୍‌ ରାଷ୍ଟ୍ରମାନେ ସହଯୋଗ କରିବେ । ଆମେ ଭିଏତନାମ ସହ ସହଭାଗୀତାରେ କାର୍ଯ୍ୟ କରୁଛୁ ଏବଂ ପାରସ୍ପରିକ ଦକ୍ଷତାବୃଦ୍ଧି ଜନିତ ଉପକ୍ରମ କରୁଛୁ । ଭାରତ ମାଲାବାର ସମରାଭ୍ୟାସ ପରିଚାଳନା କରିଆସୁଛି ଯେଉଁଥିରେ ଆମେରିକା ଏବଂ ଜାପାନ ସହଭାଗୀ ରହିଛନ୍ତି । ଭାରତ ମହାସାଗର କ୍ଷେତ୍ରରେ ଭାରତର ‘ମିଲନ୍‌’ ସମରାଭ୍ୟାସରେ ଏହି କ୍ଷେତ୍ରର ଅନେକଗୁଡ଼ିଏ ରାଷ୍ଟ୍ର ସହଭାଗୀ ଭାବେ ଯୋଗ ଦେଇଛନ୍ତି । ସେହିଭଳି ଭାରତ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଅନୁଷ୍ଠିତ ‘ରିମପେକ’ସମରାଭ୍ୟାସରେ ଅଂଶଗ୍ରହଣ କରୁଛି ।

ଆମେ ଏସୀୟ ଜାହାଜମାନେ ଏହି ସହରରେ ହିଁ ଜଳଦସ୍ୟୁ ତଥା ସଶସ୍ତ୍ର ଲୁଟ ରୋକିବା ସକାଶେ କ୍ଷେତ୍ରୀୟ ସହଯୋଗ ରାଜିନାମାରେ ସ୍ୱାକ୍ଷର କରିଛୁ । ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମହାନୁଭବ ସଦସ୍ୟଗଣ,ଯେତେବେଳେ ଆମେ ଆମର ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ପଛକୁ ଫେରି ଚାହୁଁଛୁ , ସେତେବେଳେ ଆମର ମୁଖ୍ୟ ଉଦ୍ଦେଶ୍ୟ 2022 ସୁଦ୍ଧା ଏକ ନୂତନ ଭାରତ ଗଠନ ସକାଶେ ଆମର ପ୍ରତିବଦ୍ଧତା କଥା ସ୍ମରଣ କରୁଛୁ । ଏହି ବର୍ଷ ଭାରତ ତାର ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି ।

ଆମେ ବାର୍ଷିକ 7.5 ରୁ 8 ପ୍ରତିଶତ ଅଭିବୃଦ୍ଧି ହାସଲ କରିଚାଲିଛୁ । ଯେତେବେଳେ ଆମର ଅର୍ଥବ୍ୟବସ୍ଥା ଆଗକୁ ବଢ଼ି ଚାଲିଛି, ଆମର ବୈଶ୍ୱିକ ତଥା କ୍ଷେତ୍ରୀୟ ସମାଯୋଜନ ବୃଦ୍ଧି ପାଇବା ସ୍ୱାଭାବିକ । 800 ନିୟୁତ ଯୁବଶକ୍ତି ସମ୍ପନ୍ନ ଏକ ରାଷ୍ଟ୍ର ଭାବେ ଆମର ଭବିଷ୍ୟତ କେବଳ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସହ ଆମର ଭବିଷ୍ୟତ ନିରାପଦ ହୋଇପାରିବନାହିଁ  । ଏଥିପାଇଁ ଆମର ବୈଶ୍ୱିକ ସହଯୋଗୀତା ଓ ସଂପର୍କ ବୃଦ୍ଧି ଏକାନ୍ତ ଜରୁରି । ଅନ୍ୟ ଯେକୌଣସି ସ୍ଥାନ ବ୍ୟତୀତ, ଆମର ସଂପର୍କ ନିବିଡ଼ତର ହେବ ଏବଂ ଆମର ଉପସ୍ଥିତି ଏହି କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଇବ । କିନ୍ତୁ ଆମେ ଯେଉଁ ଭବିଷ୍ୟତ କାମନା କରୁଛୁ ତାହା ସ୍ଥାୟୀ ଶାନ୍ତିର ପୃଷ୍ଠଭୂମି ହେବା ସୁନିଶ୍ଚିତ । ଏବଂ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

ବିଶ୍ୱ କ୍ଷମତା କେନ୍ଦ୍ରରେ ପରିବର୍ତ୍ତନ ଘଟିଚାଲିଛି, ପରିବର୍ତ୍ତନ ହେଲା ବିଶ୍ୱ ଅର୍ଥବ୍ୟବସ୍ଥାର ଚରିତ୍ର । ସେହିଭଳି ପ୍ରଯୁକ୍ତିରେ ପ୍ରାୟ ପ୍ରତିଦିନ ବାଧାବିଘ୍ନ ଉପୁଜୁଛି । ଏଥିଯୋଗୁ ବିଶ୍ୱ ଶୃଙ୍ଖଳାର ମୂଳଦୁଆ କମ୍ପନର ସମ୍ମୁଖୀନ ହେବା ପରି ପ୍ରତୀୟମାନ ହୁଏ । ଏବଂ, ଭବିଷ୍ୟତ ଅନିଶ୍ଚିତ ପରି ଆଶଙ୍କା ଉତ୍ପନ୍ନ ହୁଏ । ଆମର ସକଳ ପ୍ରକାର ପ୍ରଗତି ସକାଶେ, ଆମେ ଯେପରି ଏକ ଅନିଶ୍ଚିତତାର ଧାରରେ ଦଣ୍ଡାୟମାନ ହୋଇଛୁ । ଏଥିରେ ଅନେକ ଅନିଶ୍ଚିତତାର ପ୍ରଶ୍ନ ରହିଛି ଏବଂ ନାନା ପ୍ରକାର ଅସମାହିତ ବିବାଦ ମଧ୍ୟ ରହିଛି । ପ୍ରତିଯୋଗିତା ହେବା ସୁନିଶ୍ଚିତ ଏବଂ ଲକ୍ଷ୍ୟ ଲକ୍ଷ୍ୟ ମଧ୍ୟରେ ସଂଘାତ ହେବା ସ୍ୱାଭାବିକ ।  ତାହା ପୁଣି ଏକ ପ୍ରତିଯୋଗିତାମୂଳ ମଡ଼େଲ ମାଧ୍ୟମରେ ।

ଆମେ ସଭିଏଁ ଏକ କ୍ରମବର୍ଦ୍ଧିଷ୍ଣୁ ପାରସ୍ପରିକ ଅନିଶ୍ଚିତତା ଏବଂ ସାମରିକ ବ୍ୟୟବୃଦ୍ଧି ପରିସ୍ଥିତିରେ ଉପନୀତ । ଆଭ୍ୟନ୍ତରୀଣ ଅବ୍ୟବସ୍ଥା ବାହିକ୍ୟ ଉତ୍ତେଜନାର ରୂପ ଧାରଣ କରୁଛି । ବାଣିଜ୍ୟ କ୍ଷେତ୍ରରେ ନୂଆ ନୂଆ ଫାଟମାନ ସୃଷ୍ଟି ହେଉଛି । ବିଶ୍ୱ ସମାନତାରେ ପ୍ରତିଯୋଗିତା ବୃଦ୍ଧି ପାଉଛି । ସର୍ବୋପରି, ଆମେ ସଭିଏଁ, କ୍ଷମତା ଜାହିର ପଣକୁ ଆନ୍ତର୍ଜାତିକ ବ୍ୟବସ୍ଥା ଉପରେ ଜାହିର କରିଚାଲିଛୁ । ଏଭଳି ପରିସ୍ଥିତି ମଧ୍ୟରେ, ଏପରି ଚାଲେଞ୍ଜମାନ ଆମକୁ ସ୍ପର୍ଶ କରୁଛି ଯେଉଁଥିରେ ଆତଙ୍କବାଦ ଓ ଅତିବାଦର ବିପଦ ଆମକୁ ଚିରନ୍ତନ ଭାବେ ଭୟାର୍ତ୍ତ କରିପକାଉଛି । ଆମକୁ ସ୍ମରଣ ରଖିବାକୁ ହେବ ଯେ ଆମେ ଏକ ପାରସ୍ପରିକ ନିର୍ଭରଶୀଳ ସ୍ୱାର୍ଥ ତଥା ବିଫଳତାର ବିଶ୍ୱରେ ଅବସ୍ଥାନ କରୁଛୁ । ଏବଂ, କୌଣସି ରାଷ୍ଟ୍ର ଏକକ ଭାବେ ନିଜର ଭବିଷ୍ୟତକୁ ନିର୍ଦ୍ଧାରଣ କରିପାରିବ ନାହିଁ ଅଥବା ନିରାପଦ ରହିପାରିବ ନାହିଁ ।

ଆଜିର ବିଶ୍ୱ ଏପରି ପରିସ୍ଥିତିରେ ପହଞ୍ଚିଛି ଯେତେବେଳେ ଆମକୁ ଏହା ଆମର ବିବିଧତା ଓ ପ୍ରତିଯୋଗିତା ସତ୍ତ୍ୱେଏକତ୍ର ହେବାକୁ ଆହ୍ୱାନ ଜଣାଉଛି, ଏକତ୍ର ହାତକୁ ହାତ ମିଳାଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଉଛି । ଏହା କଣ ସମ୍ଭବପର ହେବନାହିଁ ?

ହଁ, ନିଶ୍ଚିତ ଭାବେ ଏହା ସମ୍ଭବପର । ଆସିଆନ୍‌ ଏହାର ଏକ ନିଚ୍ଛକ ଉଦାହରଣ ଏବଂ ଆକାଂକ୍ଷା ବୋଲି ମୁଁ ସ୍ପଷ୍ଟ ଦେଖିପାରୁଛି । ଆସିଆନ୍‌ ସର୍ବାଧିକ ସାଂସ୍କୃତିକ, ଧର୍ମୀୟ, ଭାଷା, ଶାସନ ଏବଂ ସମୃଦ୍ଧି ଜନିତ ବୈଷମ୍ୟକୁ ଏକତ୍ର ପ୍ରତିନିଧିତ୍ୱ କରେ । ବିଶ୍ୱରେ କୁତ୍ରାପି ଏଭଳି ବିବିଧତାପୂର୍ଣ୍ଣ ସଂଗଠନ ଦେଖିବାକୁ ମିଳିବନାହିଁ ।

ଏହା ସେତିକିବେଳେ ଜନ୍ମଲାଭ କରିଥିଲା ଯେତେବେଳେ ଦକ୍ଷିଣପୂର୍ବ ଏସିଆ ବିଶ୍ୱ ପ୍ରତିଯୋଗିତାର ସମ୍ମୁଖ ଭାଗରେ ରହିଥିଲା । ସେତେବେଳେ ଏହି କ୍ଷେତ୍ର ନିର୍ମମ ଯୁଦ୍ଧର ଚରାଭୂଇଁ ପାଲିଟିଥିଲା । ପୁଣି ଏହି କ୍ଷେତ୍ରର ରାଷ୍ଟ୍ରମାନଙ୍କରେ ଅନିଶ୍ଚିତତା ଭରି ରହିଥିଲା । ତଥାପି, ଆଜି, ଆସିଆନ୍‌ ଦଶଟି ରାଷ୍ଟ୍ରଙ୍କୁ ନିଜ ଛତା ତଳେ ଏକତ୍ର ବାନ୍ଧିରଖି ପାରିଛି ଯେଉଁମାନେ ଏକ ସମାନ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସାଧନ ସକାଶେ ଏକତ୍ର ହୋଇଛନ୍ତି । ଆସିଆନ୍‌ ଏକତା ଏକାନ୍ତ ଜରୁରି ଯାହାକି ଏହି କ୍ଷେତ୍ରରେ ଭବିଷ୍ୟତ ଶାନ୍ତି ପ୍ରତିଷ୍ଠା ସକାଶେ ଅତ୍ୟାବଶ୍ୟକ ।

ଏବଂ, ଆମ୍ଭେମାନେ ସମସ୍ତେ ଏହାକୁ ସମର୍ଥନ ଜ୍ଞାପନ କରିବା ଆବଶ୍ୟକ, ଏହାକୁ ଦୁର୍ବଳ ହେବାକୁ ଦେବା ଅନୁଚିତ । ମୁଁ ଏବେ ସୁଦ୍ଧା ଚାରିଟି ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେଇସାରିଛି । ମୋର ଗଭୀର ଭାବେ ହୃଦ୍‌ବୋଧ ହୋଇଛି ଯେ ଆସିଆନ୍‌ ସାମଗ୍ରିକ ଭାବେ ଏହି କ୍ଷେତ୍ରକୁ ପରସ୍ପର ସହ ଯୋଡ଼ିପାରିବ । ନାନା ଉପାୟରେ, ଆସିଆନ୍‌ ଏହି ଦିଗରେ ଯଥେଷ୍ଟ ପ୍ରଗତି ହାସଲ କରିସାରିଛି । ଏବଂ ଏପରି କରିବା ଦ୍ୱାରା, ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରୀୟ ସହଯୋଗ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି । ଆସିଆନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପକ୍ରମ ସ୍ୱରୂପ ପୂର୍ବ ଏସିଆ ସମ୍ମିଳନୀ ଏବଂ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ସହଭାଗୀତା ଏହି କ୍ଷେତ୍ରର ଭୂଗୋଳକୁ ଏକତା ସୂତ୍ରରେ ଯୋଡ଼ିପାରିଛି ।

ବନ୍ଧୁଗଣ,

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ମଧ୍ୟରେ ସହଯୋଗ ସ୍ଥାପନ ସକାଶେ ଏହା ହେଉଛି ପ୍ରାକୃତିକ ଦୃଷ୍ଟିକୋଣରୁ ଏକ ପ୍ରକୃଷ୍ଟ କ୍ଷେତ୍ର । ପୁଣି ବିଶ୍ୱର ବ୍ୟାପକ  ସୁଯୋଗ ତଥା ଚାଲେଞ୍ଜ ଏଠାରେ ଦେଖିବାକୁ ମିଳେ । ମୁଁ ଦୃଢ଼ ନିଶ୍ଚିତ ଯେ ପ୍ରତ୍ୟେକ ଅତିକ୍ରାନ୍ତ ଦିବସରେ ଆମମାନଙ୍କ ଭାଗ୍ୟ ଯେଉଁମାନେ କି ଏହି କ୍ଷେତ୍ରରେ ବସବାସ କରୁଛନ୍ତି ସେଥିରେ ପରିବର୍ତ୍ତନ ଘଟୁଛି ଏବଂ ସେମାନଙ୍କର ଭାଗ୍ୟ ପରସ୍ପର ସହ ସଂଯୁକ୍ତ । ଆଜି ଆମକୁ ଏଭଳି ବୈଷମ୍ୟ ଏବଂ ପ୍ରତିଯୋଗିତା ଠାରୁ ଉର୍ଦ୍ଧ୍ଵକୁ ଉଠି ଆମକୁ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବା ସକାଶେ ଆହ୍ୱାନର ଅବସର ଆସିଛି ।

ଦକ୍ଷିଣ ଏସିଆର ଦଶଟି ରାଷ୍ଟ୍ର ଦୁଇଟି ମହାସାଗର ଦ୍ୱାରା ଭୌଗୋଳିକ ଦୃଷ୍ଟିରୁ ତଥା ସଭ୍ୟତା ଦୃଷ୍ଟିକୋଣରୁ ପରସ୍ପରଠାରୁ ପୃଥକ୍‌ ହେଲେ ସୁଦ୍ଧା ଏବେ ଏକତା ସୂତ୍ରରେ ଆବଦ୍ଧ । ତେଣୁ ସେମାନଙ୍କ ମଧ୍ୟରେ ସମାଯୋଜନ,ମୁକ୍ତ ମନୋଭାବ, ଆସିଆନ୍‌ କେନ୍ଦ୍ରୀୟତା ତଥା ଏକତା ହେଉଛି ନୂତନ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଏକତାର ମୂଳପିଣ୍ଡ ।  ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ସଂଗଠନକୁ ଭାରତ କେବଳ କତିପୟ ରାଷ୍ଟ୍ରଙ୍କ ସୀମିତ ଆଭିମୁଖ୍ୟ ଅଥବା କ୍ଲବ୍‌ ବୋଲି ମନେ କରେନାହିଁ ।

ପୁଣି ଏହି ସଂଗଠନ ଉପରେ ନିଜର ପ୍ରାଧାନ୍ୟ ଆରୋପ କରିବା ଉଦ୍ଦେଶ୍ୟ ଭାରତର ନୁହେଁ । ଅଥବା କୌଣସି ରାଷ୍ଟ୍ର ବିପକ୍ଷରେ ଏହି ସଂଗଠନକୁ ଉପଯୋଗ କରିବା ଚିନ୍ତା ଭାରତର ନୁହେଁ । ଏପରି ଏକ ଭୌଗୋଳିକ ସଂଜ୍ଞା ନିରୂପଣ କରାଯାଇନପାରେ । ଭାରତର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହେଲା ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ସଂଗଠନକୁ ଏକ ସକାରାତ୍ମକ ସଂଗଠନରେ ପରିଣତ କରିବା । ଏବଂ, ସେହି ଲକ୍ଷ୍ୟକୁ ସାକାର କରିବାର ଅନେକ ସକାରାତ୍ମକ କାରଣ ରହିଛି ।

ପ୍ରଥମ,

ଭାରତ ଏକ ମୁକ୍ତ, ଅବାଧ, ସମାବେଶୀ କ୍ଷେତ୍ର ଗଠନରେ ବିଶ୍ୱାସୀ ଯାହା ଆମ ସମସ୍ତଙ୍କ ସମାନ ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ଦିଗରେ ସହାୟକ ହୋଇପାରିବ । ସେଥିରେ ସମସ୍ତ ରାଷ୍ଟ୍ର ସେମାନଙ୍କର ଭୌଗୋଳିକ ଅବସ୍ଥିତି ତଥା ଏହା ବାହାରେ ଥିବା ରାଷ୍ଟ୍ରମାନଙ୍କର ସମାନ ଅଧିକାର ରହିବ ।

ଦ୍ୱିତୀୟ,

ଦକ୍ଷିଣପୂର୍ବ ଏସିଆର ଏହା ହେଲା କେନ୍ଦ୍ରସ୍ଥଳ । ଏବଂ ଆସିଆନ୍‌ ଏହାର କେନ୍ଦ୍ରବିନ୍ଦୁ ହୋଇ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ ।  ଏହି ପରିକଳ୍ପନା ଓ ଲକ୍ଷ୍ୟ ଭାରତକୁ ସଦାବେଳେ ଅନୁପ୍ରେରିତ କରିବ । ଆମେ ଏହି ଲକ୍ଷ୍ୟ ନେଇ ଏହି କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାର ସୌଧ ନିର୍ମାଣ ସକାଶେ ପ୍ରୟାସୀ ।

ତୃତୀୟ,

ଆମେ ବିଶ୍ୱାସୀ ଯେ ଆମର ସମାନ ସମୃଦ୍ଧି ଓ ନିରାପତ୍ତା ସକାଶେ ଆମମାନଙ୍କୁ ଆଲୋଚନା ମାଧ୍ୟମରେ ଏପରି ଏକ ନୀତିଭିତ୍ତିକ କ୍ଷେତ୍ରୀୟ ଶୃଙ୍ଖଳାର ବିକାଶ ଘଟାଇବାକୁ ପଡ଼ିବ ଯେଉଁଥିରେ ସମସ୍ତେ ନିରାପଦ ଓ ସ୍ଥିରତା ଅନୁଭବ କରିପାରିବେ । ଏବଂ ଏହା ସମସ୍ତଙ୍କ ପାଇଁ ସମାନ ଭାବେ ପ୍ରଯୁଜ୍ୟ କାରଣ ବୈଶ୍ୱିକ ସମାନତା ଉପରେ ଏହି ଶୃଙ୍ଖଳା ଆଧାରିତ । ପୁନଶ୍ଚ ଏହି ଶୃଙ୍ଖଳା ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଉପରେ ପର୍ଯ୍ୟବସିତ ହେବା ବାଂଛନୀୟ ଯେଉଁଥିରେ ସେମାନଙ୍କର ଆକାର କିମ୍ବା ସାମର୍ଥ୍ୟ ନିର୍ବିଶେଷରେ ସବୁ ରାଷ୍ଟ୍ରଙ୍କର ସମାନ ଅଧିକାର ରହିବ । ସେଥିପାଇଁ ସମସ୍ତ ରାଷ୍ଟ୍ରଙ୍କ ସ୍ୱୀକୃତି ମଧ୍ୟ ରହିଥିବା ଜରୁରି । ଏଥିରେ କେହି କାହା ଉପରେ ନିର୍ଭରଶୀଳ ହେବେ ନାହିଁ କିମ୍ବା କତିପୟ ରାଷ୍ଟ୍ରଙ୍କ ପ୍ରଭାବରେ ରହିବ ନାହିଁ । ଏହାର ଅର୍ଥ ହେଲା ଯେ ଯେତେବେଳେ ରାଷ୍ଟ୍ରମାନେ କୌଣସି ପ୍ରକାର ଅନ୍ତରାଷ୍ଟ୍ରୀୟ ପ୍ରତିବଦ୍ଧତା ପ୍ରକଟ କରିବେ, ସେମାନେ ଏହାକୁ କାୟମନୋବାକ୍ୟର ସହ ପାଳନ କରିବେ । ଭାରତ ଚିନ୍ତାଧାରାଏଭଳି ଆସ୍ଥାର ଭିତ୍ତିଭୂମି  ଉପରେ ଆଧାରିତ । ଏଥିରେ ବିବିଧପକ୍ଷିତା ତଥା କ୍ଷେତ୍ରୀୟ ସ୍ୱାର୍ଥ ନିହିତ । ପୁଣି ଭାରତ ସଦାବେଳେ ସାର୍ବଜନୀନ ନୀତି ପ୍ରତି ନିଜର ପ୍ରତିବଦ୍ଧତା ପ୍ରକଟ କରିଆସିଛି ଏବଂ ତାହା ପାଳନ କରିଛି ମଧ୍ୟ ।

ଚତୁର୍ଥ,

ଅନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ ଆମମାନଙ୍କର ସମସ୍ତଙ୍କର ସବୁ କ୍ଷେତ୍ରରେ ସମାନ ଅଧିକାର ରହିବ ଯେଉଁଥିରେ ସାମୁଦ୍ରିକ ଓ ଆକାଶ ସାଧାରଣ କ୍ଷେତ୍ରର ଉପଯୋଗ ତଥା ଚଳାଚଳ, ଅବାଧ ବାଣିଜ୍ୟ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ତ ପ୍ରକାର ବିବାଦର ସମାଧାନ ଯାହାକି ଅନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ ହୋଇଥିବ, ତାହା ସାକାର କରାଯିବା ଆବଶ୍ୟକ । ଆମେ ସଭିଏଁ ଯେତେବେଳେ ଏଭଳି ସଂହିତା ମାଧ୍ୟମରେ ବଞ୍ଚିବାକୁ ପ୍ରତିଶ୍ରୁତିବଦ୍ଧ, ସେତେବେଳେ  ଆମର ସାମୁଦ୍ରିକ ପଥ ଆମ ସମୃଦ୍ଧି ତଥା ଶାନ୍ତର ମାର୍ଗ ଭାବେ ବିବେଚିତ ହେବ । ତେଣୁ ସମସ୍ତ ପ୍ରକାର ସାମୁଦ୍ରିକ ଅପରାଧର ନିରାକରଣ, ସାମୁଦ୍ରିକ ଜୀବଜଗତ ତଥା ପ୍ରାକୃତିକ ବୈଭବର ସୁରକ୍ଷା, ସମସ୍ତ ପ୍ରକାର ବିପର୍ଯ୍ୟୟର ମୁକାବିଲା ଓ ନୀଳ ଅର୍ଥବ୍ୟବସ୍ଥାର ବିକାଶ ଦିଗରେ ସାମୂହିକ ଭାବେ କାର୍ଯ୍ୟ କରିବା ଉଚିତ ।

ପଞ୍ଚମ,

ଏହି କ୍ଷେତ୍ର ଏବଂ ଆମେ ସଭିଏଁ ଜଗତୀକରଣ ଦ୍ୱାରା ଉପକୃତ ହୋଇପାରିଛେ । ଭାରତୀୟ ଖାଦ୍ୟ ଏହି ଉପକୃତ ଲାଭର ଶ୍ରେଷ୍ଠ ଉଦାହରଣ! କିନ୍ତୁ, ଏଥିରେ ମଧ୍ୟ ସଂରକ୍ଷଣବାଦ ରହିଛି ଯାହା ବସ୍ତୁ ଓ ସେବା କ୍ଷେତ୍ରରେ ଅନୁଭୂତ । ସଂରକ୍ଷଣବାଦର ପ୍ରାଚୀର ପଛପଟୁ କଦାପି ସମାଧାନର ସୂତ୍ର ବାହାରି ନପାରେ । ସେଥିପାଇଁ ଆମମାନଙ୍କୁ ପରିବର୍ତ୍ତନକୁ ଗ୍ରହଣ କରିବାକୁ ପଡ଼ିବ । ଆମେ ତେଣୁ ଯାହା କାମନା କରୁଛୁ ତାହା ହେଲା ସମସ୍ତଙ୍କ ସକାଶେ ସବୁକ୍ଷେତ୍ରରେ ସମାନତାର ଭୂମିକା । ଭାରତ ସଦାସର୍ବଦା ମୁକ୍ତ ତଥା ସ୍ଥିର ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସ୍ଥାରେ ବିଶ୍ୱାସୀ । ତେଣୁ ଆମେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରୀୟ ସହଯୋଗ ବ୍ୟବସ୍ଥାରେ ସଦାବେଳେ ଏକ ନୀତିଭିତ୍ତିକ, ମୁକ୍ତ, ସନ୍ତୁଳିତ ଏବଂ ସ୍ଥିର ବାଣିଜ୍ୟିକ ବାତାବରଣ କାଏମ ରହିବାକୁ ଚାହୁଁ । ଏହା ଦ୍ୱାରା ସମସ୍ତ ରାଷ୍ଟ୍ର ବାଣିଜ୍ୟ ଓ ନିବେଶ ଜୁଆରରେ ଉପରକୁ ଉଠିବା ସମ୍ଭବପର ହୋଇପାରିବ । ଆମେ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ସହଭାଗୀତା (RCEP)ରୁ ଏହାହିଁ କାମନା କରୁ ।  ତେଣୁ ଆରସିଇପିକୁ ଅଧିକ ବ୍ୟାପକ କରିବାକୁ ପଡ଼ିବ । ଏହାର ନାମ ଯାହା ସୂଚାଏ, ଏହାର ନୀତି ମଧ୍ୟ ଅନୁରୂପ ଘୋଷଣା କରେ । ତେଣୁ ବାଣିଜ୍ୟ, ନିବେଶ ଏବଂ ସେବା କ୍ଷେତ୍ରରେ ଏହାକୁ ଏକ ସନ୍ତୁଳିତ ବ୍ୟବସ୍ଥାରେ ପରିଣତ କରିବାକୁ ପଡ଼ିବ ।

ଷଷ୍ଠ,

ସଂଯୋଗ ହେଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ବାଣିଜ୍ୟ ଏବଂ ସମୃଦ୍ଧିଠାରୁ ଅଧିକ କିଛି ସୂଚାଏ । ଏହା ଗୋଟିଏ କ୍ଷେତ୍ରକୁ ଏକତା ସୂତ୍ରରେ ବାନ୍ଧିବାରେ ସହାୟକ ହୋଇଥାଏ । ଭାରତ ଶତାବ୍ଦୀ ଶତାବ୍ଦୀ ଧରି ଏଭଳି ଚଉଛକିରେ ଦଣ୍ଡାୟମାନ । ଏହି କ୍ଷେତ୍ରରେ ସଂଯୋଗର ଅନେକ ପ୍ରୟାସ କରାଯାଇସାରିଛି । ଯଦି ସେଗୁଡ଼ିକ ନିଜ ନିଜ ଉଦ୍ଦେଶ୍ୟରେ ସଫଳ ହୁଅନ୍ତି ତେବେ ଆମେ କେବଳ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିପାରିବା ନାହିଁ ପରନ୍ତୁ ପରସ୍ପର ମଧ୍ୟରେ ଆସ୍ଥାର ସେତୁ ମଧ୍ୟ ନିର୍ମାଣ କରାଯାଇପାରିବ । ଏବଂ ସେଥିପାଇଁ, ଏଭଳି ପ୍ରୟାସ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ ପ୍ରଦର୍ଶନ, ପାରସ୍ପରିକ ପରାମର୍ଶ, ସୁଶାସନ, ସ୍ୱଚ୍ଛତା,ସମ୍ଭାବ୍ୟତା ଓ ପୋଷଣୀୟତା ଉପରେ ଆଧାରିତ ହେବା ବାଂଛନୀୟ । ଏହା ରାଷ୍ଟ୍ରମାନଙ୍କୁ ସଶକ୍ତ କରାଇବ । ସେମାନଙ୍କୁ ଅସମ୍ଭବ ଋଣଭାରରେ ଚାପଗ୍ରସ୍ତ କରିବନାହିଁ । ସେମାନେ ଏହା ଫଳରେ ସେମାନଙ୍କ ବାଣିଜ୍ୟ କାରବାର ବୃଦ୍ଧି କରିପାରିବେ, କୌଣସି ପ୍ରକାର ସାମରିକ ପ୍ରତିଯୋଗିତାରେ ଲିପ୍ତ ହେବେନାହିଁ । ଏହି ନୀତିକୁ ନେଇ କାର୍ଯ୍ୟକଲେ, ଆମେ ପରସ୍ପର ସହ ଉତ୍ତର ଭାବନା ତଥା ସମନ୍ୱୟର ସହ କାର୍ଯ୍ୟ କରିପାରିବା । ଭାରତ ଏହି ଉଦ୍ଦେଶ୍ୟରେ ନିଜର ଭୂମିକା ନିର୍ବାହ କରିଆସୁଛି । ନିଜେ ଏହି କାର୍ଯ୍ୟ କରିବା ସହ ଅନ୍ୟାନ୍ୟ ରାଷ୍ଟ୍ର ଯଥା ଜାପାନ-ଦକ୍ଷିଣ ଏସିଆ ଓ ଦକ୍ଷିଣପୂର୍ବ ଏସିଆ, ଭାରତ ମହାସାଗରୀୟ କ୍ଷେତ୍ରର ରାଷ୍ଟ୍ର, ଆଫ୍ରିକା, ପଶ୍ଚମି ଏସିଆ ସହ ମିଶି ଏହି ଧାରାକୁ ଆଗକୁ ଆଗେଇ ନେବାରେ ଭୂମିକା ନିର୍ବାହ କରୁଛି । ପୁଣି ନିଉ ଡ଼େଭଲପମେଣ୍ଟ ବ୍ୟାଙ୍କ୍‌ ଏବଂ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ୍‌ ଗଠନ ଦିଗରେ ଆମେ ଗୁରୁତ୍ୱପୂର୍ଣ୍ଣ ପ୍ରତିଭାଗୀର ଭୂମିକା ଗ୍ରହଣ କରିଆସିଛୁ ।

ଶେଷରେ,

ଏସବୁ ସାକାର କରିବା ସମ୍ଭବପର । ଯଦି ଆମେ ପୁଣି ଥରେ ସେଇ କ୍ଷମତା ବିବାଦର ଯୁଗକୁ ଲେଉଟି ଯିବାନାହିଁ ତେବେ ମୁଁ ଯାହା ପୂର୍ବରୁ ସୂଚାଇଛି ଆମର ସବୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଆମେ ସହଜରେ ସାକାର କରିପାରିବା । ବିବାଦରେ ଲିପ୍ତ ଏସିଆ ଆମକୁ ଆଗକୁ ଅଗ୍ରସର ହେବାରେ ବାଧା ସୃଷ୍ଟି କରିବ । ସହଯୋଗର ଏସିଆ ଆମର ଶତାବ୍ଦୀକୁ ସଫଳତାରେ ପହଞ୍ଚାଇବ । ତେଣୁ ଏବେ ପ୍ରତ୍ୟେକ ରାଷ୍ଟ୍ର ନିଜକୁ ପଚାରିବା ଆବଶ୍ୟକ: ସେମାନଙ୍କର ଉଦ୍ଦେଶ୍ୟ ଚୟନ ଏକ ସଂଗଠିତ ବିଶ୍ୱ ଗଠନ ପାଇଁ ଉଦ୍ଦିଷ୍ଟ କି ?  ଅଥବା ତାହା ନୂତନ ବିଭାଜନ ସୃଷ୍ଟି କରିବା ସକାଶେ ବାଧ୍ୟ କରୁଛି ? ଏହା ଆମ ସମସ୍ତଙ୍କର ଦାୟିତ୍ୱ ଯେ ଆମକୁ ତିଷ୍ଠି ରହିବାକୁ ପଡ଼ିବ ଏବଂ ଏକ ନୂତନ ଶକ୍ତି ଭାବେ ମୁଣ୍ଡ ଟେକିବାକୁ ହେବ । ପ୍ରତିଯୋଗିତା ରହିବା ସ୍ୱାଭାବିକ । କିନ୍ତୁ, ପ୍ରତିଯୋଗିତା ଯେଭଳି ବିବାଦରେ ରୂପାନ୍ତରୀତ ନହୁଏ ସେଥିପ୍ରତି ସତର୍କ ରହିବା ଜରୁରି । ମତାନୈକ୍ୟ ଆମମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ନକରୁ । ଆଜି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସମ୍ମାନନୀୟ ସଦସ୍ୟବୃନ୍ଦ, ମିଳିତ ମୂଲ୍ୟବୋଧ ଏବଂ ସ୍ୱାର୍ଥ ଉପରେ ଆଧାରିତ ଭାବଧାରାରେ ପରସ୍ପର ମଧ୍ୟରେ ସହଭାଗୀତାରେ ମିଳିତ ହେବା ସ୍ୱାଭାବିକ । ଭାରତର ମଧ୍ୟ ଏହି କ୍ଷେତ୍ରରେ ଅନେକ ସ୍ୱାର୍ଥ ରହିଛି ।

ଆମେ ସେମାନଙ୍କ ସହ ଏକତ୍ର ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ । ଏହା ବ୍ୟକ୍ତିଗତ ଭାବେ ହୋଇଥାଉ ଅଥବା ତିନି ବା ତତୋଧିକ ରାଷ୍ଟ୍ରଙ୍କ ସହ ମିଳିତ ଭାବେ ହେଉ । କିନ୍ତୁ ଏହା ଏହି କ୍ଷେତ୍ରର ସ୍ଥିରତା ଏବଂ ଶାନ୍ତି ପାଇଁ ଉଦ୍ଦିଷ୍ଟ । କିନ୍ତୁ, ଆମର ବନ୍ଧୁତା କୌଣସି ପ୍ରକାର ରୋକ ଅଥବା ବାଧାବନ୍ଧନ ଆଧାରରେ ନୁହେଁ । ଆମେ ସଦାବେଳେ ନୀତିର ପକ୍ଷରେ ରହିଆସିଛୁ ଏବଂ ମୂଲ୍ୟବୋଧ ପ୍ରତି ସମ୍ମାନ ଦେଇଆସିଛୁ । ଶାନ୍ତି ଓ ପ୍ରଗତିରେ ଆମେ ସଦାବେଳେ ବିଶ୍ୱାସୀ । ବିଭାଜନ କିମ୍ବା ଅନ୍ୟ କୌଣସି ପ୍ରକାର ନିହିତ ସ୍ୱାର୍ଥରେ ଆମେ କଦାପି ବିଶ୍ୱାସୀ ନୋହୁ । ବିଶ୍ୱବ୍ୟାପୀ ଆମର ସଂପର୍କ ସ୍ଥାପନ ହେଉଛି ଏହାର ଉଦାହରଣ ।

ଏବଂ, ଆମେମାନେ ଯେତେବେଳେ ଏକତ୍ର ମିଶି କାର୍ଯ୍ୟ କରିବା, ସେତେବେଳେ ଆମେମାନେ ଆମ ସମୟର ସକଳ ପ୍ରକାର ଚାଲେଞ୍ଜର ମୁକାବିଲା କରିପାରିବା । ଆମେ ଆମର ବିଶ୍ୱକୁ ସୁରକ୍ଷିତ ରଖିପାରିବା । ଆମେ କୌଣସି ପ୍ରକାର ଅପଶକ୍ତିର ପ୍ରସାରକୁ ରୋକି ପାରିବା । ଆମେ ବିଶ୍ୱବାସୀଙ୍କୁ ଆତଙ୍କବାଦ ଏବଂ ସାଇବର ଅପରାଧର ବିପଦରୁ ସୁରକ୍ଷିତ ରଖିପାରିବା । ଶେଷରେ, ପୁଣି ଥରେ ମୁଁ କହିବାକୁ ଚାହେଁ: ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗର ସହ କାର୍ଯ୍ୟ କରିବାର ଏକମାତ୍ର ଉଦ୍ଦେଶ୍ୟ ହେଲା ସମାବେଶୀ ବିକାଶ ଏବଂ ସୁରକ୍ଷା । ତାହା ଆଫ୍ରିକା ଉପକୂଳରୁ ଆମେରିକାର ବେଳାଭୂମି ପର୍ଯ୍ୟନ୍ତ ବ୍ୟାପ୍ତ । ଆମେ ଆମର ପୂର୍ବଜଙ୍କ ଠାରୁ ଯେଉଁ ବେଦାନ୍ତ ଦର୍ଶନ ଉତ୍ତରାଧିକାରୀ ସୂତ୍ରେ ଆହରଣ କରିଛୁ, ତାହା ଏକତା ଉପରେ ଆଧାରିତ । ସମସ୍ତେ ଏକ ଏବଂ ବିବିଧ ଉପାୟରେ ତାହା ପ୍ରଦର୍ଶନ କରିଥାନ୍ତି । ତେଣୁ ବେଦାନ୍ତରେ କୁହାଯାଇଛି – ଏକମ୍‌ ସତ୍ୟମ୍‌, ବିପ୍ରାଃ ବହୁଦାବଦନ୍ତି । ସତ୍ୟ ଏକ, ବିଜ୍ଞଜନମାନେ ଏହାକୁ ନାନା ଭାବେ ତର୍ଜମା କରିଥାନ୍ତି । ଏହା ହେଉଛି ଆମର ସଭ୍ୟତାଗତ ଭାବଧାରା ଯାହା ବିବିଧତା, ସହାବସ୍ଥାନ, ମୁକ୍ତ ମନ ଏବଂ ଆଲୋଚନା ଉପରେ ଆଧାରିତ । ଗଣତନ୍ତ୍ରର ଆଦର୍ଶ ଆମକୁ ସଂଜ୍ଞା ଦର୍ଶାଏ ଯେ ଏକ ରାଷ୍ଟ୍ର ଭାବେ ଆମେ ଯେଉଁଭଳି ଭାବେ ବିଶ୍ୱ ସହ ସଂପର୍କ ରକ୍ଷାକରେ ସେହିଭଳି ଭାବେ ଆମେ ଏକ ରାଷ୍ଟ୍ର ଭାବେ ପରିଚିତ ହୋଇଥାଏ । 

ତେଣୁ, ଏହାକୁ ଆମେ ପାଞ୍ଚଟି “S” ଭାବେ ହିନ୍ଦୀରେ ରୂପାନ୍ତରୀତ କରିପାରିବା । ତାହା ହେଲା-  ସମ୍ମାନ, ସମ୍ବାଦ,ସହଯୋଗ, ଶାନ୍ତି ଏବଂ ସମୃଦ୍ଧି । ଏହି ପାଞ୍ଚଟି ଶବ୍ଦକୁ ଅଧ୍ୟୟନ କରିବା ସହଜ ! ତେଣୁ ଆମେ ବିଶ୍ୱ ସହ ଶାନ୍ତିରେ ସଂପର୍କ ସ୍ଥାପନ କରିବା ଆବଶ୍ୟକ, ସମ୍ମାନର ସହ, ଆଲୋଚନା ମାଧ୍ୟମରେ ଏବଂ ସଂପୂର୍ଣ୍ଣ ରୂପେ ସମର୍ପିତ ମନୋଭାବର ସହ ଆନ୍ତର୍ଜାତିକ ନିୟମାବଳୀ ପ୍ରତି ସମ୍ମାନ ରଖି କାର୍ଯ୍ୟ କରିବା ବିଧେୟ । ଆମେ ଗଣତାନ୍ତ୍ରିକ ତଥା ଆନ୍ତର୍ଜାତିକ ନୀତିଭିତ୍ତିକ ଶୃଙ୍ଖଳାକୁ ପ୍ରେତ୍ସାହିତ କରିବା ଆବଶ୍ୟକ । ଏହା ଦ୍ୱାରା ସମସ୍ତ ରାଷ୍ଟ୍ର କ୍ଷୁଦ୍ର ହୋଇଥାଉ କିମ୍ବା ବୃହତ୍‌, ସମାନତା ଭିତ୍ତିରେ ଏବଂ ସାର୍ବଭୌମତ୍ୱ ଆଧାରରେ ଅଗ୍ରସର ହୋଇପାରିବେ । ଆମେ ଅନ୍ୟମାନଙ୍କ ମିଳିତ ଭାବେ କାର୍ଯ୍ୟ କରି ଆମର ସମୁଦ୍ର, ଆକାଶପଥକୁ ମୁକ୍ତ ଓ ଅବାଧ କରିପାରିବା । ଆମର ରାଷ୍ଟ୍ରମାନେ ଆତଙ୍କବାଦ ଠାରୁ ମୁକ୍ତ ରହିପାରିବେ । ଆମର ସାଇବର ସ୍ପେସ୍‌ ମୁକ୍ତ ତଥା ଅବାଧ ଓ ବିବାଦମୁକ୍ତ ରହିପାରିବ । ତଦ୍ୱାରା ଆମର ଅର୍ଥବ୍ୟବସ୍ଥା ମୁକ୍ତ ଏବଂ ଆମର ପାରସ୍ପରିକ ସଂପର୍କ ସ୍ୱଚ୍ଛ ହୋଇପାରିବ । ଆମେ ପରସ୍ପର ସହ ସଂପଦ ବଣ୍ଟନ କରିପାରିବା, ସମୃଦ୍ଧି ଦିଗରେ ଅଗ୍ରସର ହୋଇପାରିବା, ବନ୍ଧୁରାଷ୍ଟ୍ର ଓ ସହଯୋଗୀମାନଙ୍କ ସକାଶେ ଆମର ବଜାରକୁ ଉନ୍ମୁକ୍ତ କରିପାରିବା । ଏକ ପୋଷଣୀୟ ଭବିଷ୍ୟତ ସକାଶେ ଆମେ ଅନ୍ତର୍ଜାତିକ ସୌର ସଂଗଠନ ଗଠନ କରିଛୁ ଏବଂ ଏଥିରେ ଫ୍ରାନ୍ସ ଏବଂ ଅନ୍ୟ ରାଷ୍ଟ୍ରମାନେ ସହଯୋଗର ହାତ ବଢ଼ାଇଛନ୍ତି ।

ଏହି ଭଳି ଭାବେ ଆମେ ଆମମାନଙ୍କ କଲ୍ୟାଣ କାମନା କରୁ ଏବଂ ଆମର ସହଭାଗୀମାନଙ୍କ ସହ ଏହି କ୍ଷେତ୍ର ତଥା ଏହାର ପରିସର ବାହାରେ ଆଗକୁ ପ୍ରଗତି ପଥରେ ଅଗ୍ରସର ହେବାକୁ ଚାହୁଁ । ଏହି କ୍ଷେତ୍ରର ପ୍ରାଚୀନ ପ୍ରଜ୍ଞା ହେଲା ଆମର ସମାନ ଐତିହ୍ୟ । ଭଗବାନ ବୁଦ୍ଧଙ୍କ ଶାନ୍ତି ଓ କରୁଣାର ବାର୍ତ୍ତା ଆମ ସମସ୍ତଙ୍କୁ ଉଦବୁଦ୍ଧ କରିଆସିଛି । ମିଳିତ ଭାବେ, ଆମେ ମାନବ ସଭ୍ୟତାକୁ ଢ଼େର୍‌ କିଛି ଦେଇଛୁ । ଏବଂ, ଆମେ ଯୁଦ୍ଧ  ଦ୍ୱାରା ଢ଼େରା ମାତ୍ରାରେ ଧ୍ୱସ୍ତ ବି ହୋଇସାରିଛୁ । ଏବେ ଆମେ ଶାନ୍ତିକାମୀ । ଆମେ ଶକ୍ତିର ସୀମିତତାକୁ ମଧ୍ୟ ଦେଖିଛୁ । ପୁଣି,ସହଯୋଗର ସୁଫଳକୁ ସୁଦ୍ଧା ପରଖିଛୁ ।

ଅଧୁନା ବିଶ୍ୱ ଏକ ଜଟିଳ ଚଉଛକୀରେ ଦଣ୍ଡାୟମାନ । ଇତିହାସ ଆମକୁ ସବୁଠାରୁ ହୀନ ଶିକ୍ଷା ମଧ୍ୟ ଦେଇଛି ଯାହା ଆମମାନଙ୍କ ପାଇଁ ଚେତାବନୀ । କିନ୍ତୁ, ପ୍ରଜ୍ଞାର ପଥ ଆମମାନଙ୍କ ପାଇଁ ଉନ୍ମୁକ୍ତ ରହିଛି । ଏହା ଆମକୁ ଏକ ଉନ୍ନତ ଓ ଉଚ୍ଚତର ଶିଖର ଆଡ଼କୁ ଇଙ୍ଗିତ କରେ । ତେଣୁ ଆମକୁ ସମସ୍ତଙ୍କୁ ଏହି ସଂକୀର୍ଣ୍ଣ ସ୍ୱାର୍ଥ ଲକ୍ଷ୍ୟରୁ ଉର୍ଦ୍ଧ୍ଵକୁଉଠି ସ୍ୱୀକାର କରିବାକୁ ପଡ଼ିବ ଯେ ଆମର ସ୍ୱାର୍ଥ ସେତିକିବେଳେ ସାଧନ ହୋଇପାରିବ ଯେତେବେଳେ ଆମେ ସଭିଏଁ ଏକତ୍ର ହାତକୁ ହାତ ମିଳାଇ କାର୍ଯ୍ୟ କରିବା ।ଏହା ଆମମାନଙ୍କ ରାଷ୍ଟ୍ରୀୟ ହିତ ସାଧନ କରିପାରିବ । ଏହି ପଥରେ ପରିଚାଳିତ ହେବାକୁ ଆପଣମାନଙ୍କୁ ଅନୁରୋଧ କରିବା ସକାଶେ ମୁଁ ଏଠାକୁ ଆସିଛି ।

ଆପଣମାନଙ୍କୁ ଧନ୍ୟବାଦ ।

ଅଶେଷ ଧନ୍ୟବାଦ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Modi govt's big boost for auto sector: Rs 26,000 crore PLI scheme approved; to create 7.5 lakh jobs

Media Coverage

Modi govt's big boost for auto sector: Rs 26,000 crore PLI scheme approved; to create 7.5 lakh jobs
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 16, 2021
September 16, 2021
ସେୟାର
 
Comments

Citizens rejoice the inauguration of Defence Offices Complexes in New Delhi by PM Modi

India shares their happy notes on the newly approved PLI Scheme for Auto & Drone Industry to enhance manufacturing capabilities

Citizens highlighted that India is moving forward towards development path through Modi Govt’s thrust on Good Governance