ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମ କମ୍ୟୁନିଷ୍ଟ ପାର୍ଟି ମହାସଚିବ ନ୍ୟୁଗ୍ୱେନ ଫୁ ଥ୍ରୋଙ୍ଗଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି ।

ଚଳିତ ବର୍ଷ ପାଳନ ହେଉଥିବା ଭାରତ ଓ ଭିଏତନାମ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ଅବସରରେ ଉଭୟ ନେତା ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ । ଦୁଇ ନେତା ଭାରତ- ଭିଏତନାମ ବ୍ୟାପକ ରଣନୈତିକ ଭାଗିଦାରୀ ଅନ୍ତର୍ଗତ ବ୍ୟାପକ ତ୍ୱରାନ୍ୱିତ ସହଯୋଗ ପାଇଁ ସନ୍ତୋଷବ୍ୟକ୍ତ କରିଥିଲେ । ଏହି ରଣନୈତିକ ଭାଗିଦାରୀ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଭିଏତନାମ ଗସ୍ତ ଅବସରରେ ଆରମ୍ଭ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଇଣ୍ଡୋ-ପାସିଫିକ ଭିଜନର ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଭିଏତନାମର ମହତ୍ୱକୁ ଦୋହରାଇବା ଓ ବର୍ତ୍ତମାନର ଉପକ୍ରମଗୁଡିକୁ ତ୍ୱରାନ୍ୱିତ କରିଦ୍ୱିପାକ୍ଷିକ ସମ୍ପର୍କର ପରିସର ବୃଦ୍ଧି କାମନା କରିଥିଲେ ।

ଭିଏତନାମ ବଜାରରେ ଭାରତର ଫାର୍ମା ଓ କୃଷି ଉତ୍ପାଦଗୁଡିକ ସହଜ ଲବ୍ଧ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । 

ପ୍ରଧାନମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ଭିଏତନାମର ଚାମ ସ୍ମାରକୀଗୁଡିକର ପୁନଃରୁଦ୍ଧାରରେ ଭାରତର ସଂପୃକ୍ତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି କରିବାକୁ ଏକମତ ହୋଇଥିଲେ ।

ଏହାସହିତ ସେମାନେ ୟୁକ୍ରେନ ସଙ୍କଟ ଓ ଦକ୍ଷିଣ ଚୀନ ସାଗରର ବର୍ତ୍ତମାନ ସ୍ଥିତି, ମିଳିତ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ବୈଶିକ ସମସ୍ୟା ସମ୍ପର୍କରେ ମତ ଆଦାନପ୍ରଦାନ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s cold-water fisheries emerge as key pillar of blue economy, with J&K leading production growth

Media Coverage

India’s cold-water fisheries emerge as key pillar of blue economy, with J&K leading production growth
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Keralam meets Prime Minister
May 26, 2026

Chief Minister of Keralam, Shri V D Satheesan met Prime Minister, Shri Narendra Modi in New Delhi today.

The Prime Minister’s Office posted on X;

“Chief Minister of Keralam, Shri @vdsatheesan met Prime Minister @narendramodi.”