ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହିତ ଫୋନରେ କଥା ହୋଇଛନ୍ତି ।

ଦୁଇ ନେତା ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ୟୁକ୍ରେନରେ ଯୁଦ୍ଧ ସ୍ଥିତି ଜାରି ରହିବା ଏବଂ ମାନବୀୟ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବା ନେଇ ଦୁଇ ନେତା ଚିନ୍ତା ବ୍ୟକ୍ତ କରିଥିଲେ ।

ତତ୍କାଳ ଯୁଦ୍ଧ ବନ୍ଦ କରିବା ସହିତ ଆଲୋଚନା ଓ କୁଟନୀତିର ମାର୍ଗକୁ ଫେରିବା ଲାଗି ଭାରତର ବାରମ୍ବାର ନିବେଦନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁଣିଥରେ ଦୋହରାଇଥିଲେ । ସାମ୍ପ୍ରତିକ ବିଶ୍ୱ ବ୍ୟବସ୍ଥା ପାଇଁ ଅନ୍ତର୍ଜାତୀୟ ଆଇନ, ମିଳିତ ଜାତିସଂଘ ଘୋଷଣାନାମା ଏବଂ ସବୁ ଦେଶର କ୍ଷେତ୍ରୀୟ ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ସମ୍ମାନ ଜଣାଇବାରେ ଭାରତ ବିଶ୍ୱାସ କରିଥାଏ ବୋଲି ସେ ଜୋର ଦେଇ କହିଥିଲେ ।

ଉଭୟ ପକ୍ଷ ମଧ୍ୟରେ ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହିତ ମୁକ୍ତ ଓ ଅବାଧ ମାନବୀୟ ସହାୟତା ଏବଂ ସବୁ ଲୋକମାନଙ୍କର ସୁଗମ ଯାତାୟାତ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସଙ୍କଟଗ୍ରସ୍ତ ଅଞ୍ଚଳରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ଏବଂ ପ୍ରଭାବିତ ଲୋକମାନଙ୍କୁ ଔଷଧପତ୍ର ସମେତ ଜରୁରି ରିଲିଫ ସହାୟତା ଯୋଗାଇ ଦେବା ପାଇଁ ଭାରତର ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରନଙ୍କୁ ସୂଚନା ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push