ପ୍ରଧାନମନ୍ତ୍ରୀ ଗୁଜରାଟରେ ୪୮,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ରାଷ୍ଟ୍ରକୁ ସମର୍ପଣ କରିବେ
ପ୍ରଧାନମନ୍ତ୍ରୀ କାକ୍ରାପାର ପରମାଣୁ ଶକ୍ତି ଷ୍ଟେସନରେ ଦୁଇଟି ନୂଆ ପ୍ରେସରାଇଜ୍‌ଡ ହେଭି ୱାଟର ରିଆକ୍ଟର, କେଏପିଏସ୍‌-୩ ଏବଂ କେଏପିଏସ୍‌-୪ ରାଷ୍ଟ୍ରକୁ ସମର୍ପିତ କରିବେ
ଗୁଜରାଟରେ ସଡ଼କ, ରେଳ, ଶକ୍ତି, ସ୍ୱାସ୍ଥ୍ୟ, ଇଣ୍ଟରନେଟ, ଯୋଗାଯୋଗ, ସହରୀ ବିକାଶ, ଜଳ ଯୋଗାଣ, ପର୍ଯ୍ୟଟନ ଆଦି କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ
ପ୍ରଧାନମନ୍ତ୍ରୀ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍‌ୱେ ଏବଂ ଭାରତ ନେଟ୍ ଫେଜ୍‌-୨ ପ୍ରକଳ୍ପର ପ୍ରମୁଖ ସେକ୍ସନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ
ପ୍ରଧାନମନ୍ତ୍ରୀ ନବସାରୀରେ ପିଏମ୍ ମିତ୍ର ପାର୍କର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ଅମ୍ବାଜୀରେ ରିଞ୍ଛଡିଆ ମହାଦେବ ମନ୍ଦିର ଏବଂ ହ୍ରଦର ବିକାଶର ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଅହମଦାବାଦରେ ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ମହାସଂଘର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗ ନେବେ
ପ୍ରଧାନମନ୍ତ୍ର ମହେସଣାର ବଳୀନାଥ ମହାଦେବ ମନ୍ଦିରରେ ପୂଜା ଏବଂ ଦର୍ଶନ କରିବେ
ବାରାଣସୀ ଏବଂ ଏହାର ଆଖପାଖ ଅଞ୍ଚଳର ରୂପାନ୍ତରୀକରଣ କରିବା ଲାଗି ଏକ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ୧୩,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶି
ପ୍ରଧାନମନ୍ତ୍ରୀ ୨୦୨୪ ଫେବୃଆରୀ ୨୨ ଏବଂ ୨୩ରେ ଗୁଜରାଟ ଏବଂ ଉତ୍ତରପ୍ରଦେଶ ଗସ୍ତ କରିବେ ।
ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ପ୍ରଧାନମନ୍ତ୍ରୀ କାକ୍ରାପାର ପରମାଣୁ ଶକ୍ତି ଷ୍ଟେସନ ଗସ୍ତ କରି ସେଠାରେ ଦୁଇ ନୂଆ ପ୍ରେସରାଇଜ୍‌ଡ ହେଭି ୱାଟର ରିଆକ୍ଟର୍ସ (ପିଏଚ୍‌ଡବ୍ଲ୍ୟୁଏସ୍‌)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
ଅପରାହ୍ନ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ବାରାଣସୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ୧୩,୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ୨୦୨୪ ଫେବୃଆରୀ ୨୨ ଏବଂ ୨୩ରେ ଗୁଜରାଟ ଏବଂ ଉତ୍ତରପ୍ରଦେଶ ଗସ୍ତ କରିବେ ।

 

ଫେବୃଆରୀ ୨୨ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଅହମଦାବାଦରେ ପ୍ରଧାନମନ୍ତ୍ରୀ ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍‌ଏମ୍‌ଏଫ୍‌)ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗ ନେବେ । ଅପରାହ୍ନ ପ୍ରାୟ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ମହେସଣା ପହଞ୍ଚିବେ ଏବଂ ବଲୀନାଥ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବେ । ଅପରାହ୍ନ ପ୍ରାୟ ୧ଟାରେ ପ୍ରଧାନମନ୍ତ୍ରୀ ତରଭ, ମହେସଣାରେ ଏକ ସାର୍ବଜନିକ ସମାରୋହରେ ଭାଗ ନେଇ ସେଠାରେ ୮,୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନବସାରୀ ପହଞ୍ଚିବେ । ସେଠାରେ ସେ ପ୍ରାୟ ୧୭,୫୦୦ କୋଟି ଟଙ୍କା ବ୍ୟୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ । ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ପ୍ରଧାନମନ୍ତ୍ରୀ କାକ୍ରାପାର ପରମାଣୁ ଶକ୍ତି ଷ୍ଟେସନ ଗସ୍ତ କରି ସେଠାରେ ଦୁଇ ନୂଆ ପ୍ରେସରାଇଜ୍‌ଡ ହେଭି ୱାଟର ରିଆକ୍ଟର୍ସ (ପିଏଚ୍‌ଡବ୍ଲ୍ୟୁଏସ୍‌)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

 

ଫେବ୍ରୁଆରୀ ୨୩ରେ ପ୍ରଧାନମନ୍ତ୍ରୀ ବାରାଣସୀର ବିଏଚ୍‌ୟୁରେ ସ୍ୱତନ୍ତ୍ର ସଭାଗାରରେ ସଂସଦ ସଂସ୍କୃତ ପ୍ରତିଯୋଗିତା ବିଜେତାଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ପ୍ରଧାନମନ୍ତ୍ରୀ ସନ୍ଥ ଗୁରୁ ରବିଦାସ ଜନ୍ମସ୍ଥଳୀରେ ପୂଜା ଓ ଦର୍ଶନ କରିବେ । ପୂର୍ବାହ୍ନ ୧୧ଟା ୩୦ରେ ପ୍ରଧାନମନ୍ତ୍ରୀ ସନ୍ଥ ଗୁରୁ ରବିଦାସଙ୍କ ୬୪୭ ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ ସାର୍ବଜନିକ ସମାରୋହରେ ଭାଗ ନେବେ । ଅପରାହ୍ନ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ବାରାଣସୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ୧୩,୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ।

 

ଗୁଜରାଟରେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଗୁଜରାଟରେ ସହକାରୀ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍‌ଏମ୍‌ଏଫ୍‌)ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗନେବେ । ଜିସିଏମ୍‌ଏମ୍‌ଏଫ୍‌ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅହମଦାବାଦର ମୋଟେରା ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧.୨୫ ଲକ୍ଷରୁ ଅଧିକ କୃଷକ ଯୋଗ ଦେବେ । ଜିସିଏମ୍‌ଏମ୍‌ଏଫ ହେଉଛି ସମବାୟ ସମିତିର ସ୍ଥିରତା, କୃଷକଙ୍କ ଉଦ୍ୟୋଗୀ ବିଚାରଧାରା ଏବଂ ଦୃଢ଼ ସଂକଳ୍ପର ପ୍ରମାଣ, ଯାହା କି ଅମୂଲକୁ ଦୁନିଆର ସବୁଠୁ ମଜଭୁତ ଡାଏରୀ ବ୍ରାଣ୍ଡ୍ ମଧ୍ୟରୁ ଗୋଟିଏ କରିପାରିଛି ।

 

ଗୁଜରାଟରେ ମହେସଣା ଏବଂ ନବସାରୀରେ ଦୁଇଟି ସମାରୋହରେ ପ୍ରଧାନମନ୍ତ୍ରୀ ୨୨,୮୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗାନ୍ଧୀନଗର, ଅହମଦାବାଦ, ବନାସକଣ୍ଠ, ଆନନ୍ଦ, ମହେସଣା, କଚ୍ଛ, ଖେଡା, ଭରୁଚ, ତାପି, ଭଦୋଦରା, ସୁରଟ, ନବସାରୀ, ପଞ୍ଚମହଲ, ବଲସାଦ୍‌, ନର୍ମଦା ଆଦି ଜିଲ୍ଲାରେ ସଡ଼କ, ରେଳ, ଶକ୍ତି, ସ୍ୱାସ୍ଥ୍ୟ, ଇଣ୍ଟରନେଟ, ଯୋଗାଯୋଗ, ସହରୀବିକାଶ, ଜଳ ଯୋଗାଣ, ପର୍ଯ୍ୟଟନ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସାମିଲ ରହିଛି ।

 

ତରଭା, ମହେସଣାରେ ସାର୍ବଜନିକ ସମାରୋହରେ ପ୍ରଧାନମନ୍ତ୍ରୀ ଭାରତ ନେଟ୍ ଫେଜ୍‌-୨-ଗୁଜରାଟ ଫାଇବର ଗ୍ରୀଡ୍ ନେଟୱର୍କ ଲିମିଟେଡ ରାଷ୍ଟ୍ରକୁ ସମର୍ପଣ କରିବେ, ଯାହା କି ୮ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ୍ ଇଣ୍ଟରନେଟ ପ୍ରଦାନ କରିବ । ସେହିପରି ମହେସଣା ଏବଂ ବନାସକଣ୍ଠ ଜିଲ୍ଲାରେ ରେଳ ଲାଇନ ଦୋହରୀକରଣ, ଗେଜ୍ ରୂପାନ୍ତରୀକରଣ, ନୂଆ ବ୍ରଡ୍‌-ଗେଜ୍ ଲାଇନ ଏବଂ ଖେଡ଼ା, ଗାନ୍ଧୀନଗର, ଅହମଦାବାଦ ଓ ମହେସଣାରେ ଏକାଧକ ସଡ଼କ ପ୍ରକଳ୍ପ, ଗାନ୍ଧୀନକରରେ ଗୁଜରାଟ ବାୟୋଟେକ୍ନୋଲୋଜି ୟୁନିଭର୍ସିଟିର ମୁଖ୍ୟ ଏକାଡେମିକ୍ ବିଲ୍ଡିଂ, ବନାସକଣ୍ଠ ସମେତ ଅନ୍ୟ ଅଞ୍ଚଳରେ ଏକାଧିକ ଜଳଯୋଗାଣ ପ୍ରୋଜେକ୍ଟର ମଧ୍ୟ  ଉଦ୍‌ଘାଟନ ତଥା ଶିଳାନ୍ୟାସ ହେବ ।

 

କାର୍ଯ୍ୟକ୍ରମ ବେଳେ ପ୍ରଧାନମନ୍ତ୍ରୀ ଆନନ୍ଦ ଜିଲ୍ଲାରେ ନୂଆ ଜିଲ୍ଲାସ୍ତରୟ ହସ୍ପିଟାଲ ଏବଂ ଆୟୁର୍ବେଦିକ ହସ୍ପିଟାଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ବନାସକଣ୍ଠରେ ଅମ୍ବାଜୀ କ୍ଷେତ୍ରରେ ରିଞ୍ଛାଡିଆ ମହାଦେବ ମନ୍ଦିର ଏବଂ ହ୍ରଦର ବିକାଶ, ଗାନ୍ଧୀନଗର, ଅହମଦାବାଦ, ବନାସକଣ୍ଠ ଏବଂ ମହେସଣାରେ ଅନେକ ସଡ଼କ ପ୍ରକଳ୍ପ, ଦିଶାରେ ବାୟୁସେନା ଷ୍ଟେସନର ରନ୍‌ୱେ, ଅହମଦାବାଦରେ ହ୍ୟୁମାନ ଆଣ୍ଡ୍ ବାୟୋଲୋଜିକାଲ ସାଇନ୍ସ ଗ୍ୟାଲେରୀ, ଗିଫ୍ଟ ସିଟିରେ ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର (ଜିବିଆର୍‌ସି)ର ନୂଆ କୋଠା, ଗାନ୍ଧୀନଗର, ଅହମଦାବାଦ, ବନାସକଣ୍ଠରେ ଜଳ ଯୋଗାଣ ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରୋଜେକ୍ଟର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରାଯିବ ।

 

ନବସାରୀରେ ସାର୍ବଜନିକ ସମାରୋହରେ ପ୍ରଧାନମନ୍ତ୍ରୀ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍‌ୱେର ଅନେକ ପ୍ୟାକେଜ ସମେତ କେତେକ ବିକାଶ ମୂଳକ ପ୍ରକଳ୍ପକୁ ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଏଥିସହ ଭରୁତ, ନବସାରୀ ବଲସାଡରେ ଅନେକ ସଡ଼କ ପ୍ରକଳ୍ପ, ତପିରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଭରୁଚରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପ୍ରୋଜେକ୍ଟ ସମେତ ଅନ୍ୟ ପ୍ରକଳ୍ପର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ନବସାରୀରେ ପିଏମ୍ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିଅନ ଆଣ୍ଡ ଆପରିଲ (ପିଏମ୍ ମିତ୍ର) ପାର୍କର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବେ ।

 

କାର୍ଯ୍ୟକ୍ରମଗୁଡ଼ିକରେ ପ୍ରଧାନମନ୍ତ୍ରୀ ଭରୁଚ-ଦହେଜ୍ ଆକ୍‌ସେସ୍ ନିୟନ୍ତ୍ରିତ ଏକ୍ସପ୍ରେସ୍‌ୱେର ନିର୍ମାଣ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବେ, ଭଦୋଦରା ଏସ୍‌ଏସ୍‌ଜି ହସ୍ପିଟାଲରେ ଏକାଧିକ ପ୍ରୋଜେକ୍ଟ, ଭଦୋଦରାରେ ରିଜିଓନାଲ ସାଇନ୍ସ ସେଣ୍ଟର, ସୁରଟ, ଭଦୋଦରା, ପଞ୍ଚମହଲରେ  ରେଲ୍‌ୱେ ଗେଜ୍ ରୂପାନ୍ତରଣ ପ୍ରକଳ୍ପ, ଭରୁଚ, ନବସାରୀ ଓ ସୁରଟରେ ଏକାଧିକ ସଡ଼କ ପ୍ରକଳ୍ପ, ବଲସାଦ୍‌ରେ ଅନେକ ଜଳ ଯୋଗାଣ ପ୍ରକଳ୍ପ, ସ୍କୁଲ ଏବଂ ଛାତ୍ରାବାସ ଭବନ ଏବଂ ନର୍ମଦା ଜିଲ୍ଲାରେ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ।

 

ପ୍ରଧାନମନ୍ତ୍ରୀ କାକ୍ରାପାର ଆଟମିକ୍ ପାୱାର ଷ୍ଟେସନ (କେଏପିଏସ୍‌) ୟୁନିଟ୍ ୩ ଏବଂ ୟୁନିଟ୍ ୪ରେ ଦୁଇ ନୂଆ ପ୍ରେସରାଇଜ୍‌ଡ ହେଭି ୱାଟର ରିଆକ୍ଟର୍ସ (ପିଏଚ୍‌ଡବ୍ଲ୍ୟୁଆର୍‌ଏସ୍‌)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

 

ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏନ୍‌ପିସିଆଇଏଲ୍‌) ଦ୍ୱାରା ୨୨,୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ କେଏପିଏସ-୩ ଏବଂ କେଏପିଏସ-୪ ପ୍ରକଳ୍ପର ମୋଟ କ୍ଷମତା ୧୪୦୦ (୭୦୦-୨) ମେଗାୱଟ ଏବଂ ଏଡା ସବୁଠୁ ବଡ଼ ସ୍ୱଦେଶୀ ପିଏଚ୍‌ଡବ୍ଲ୍ୟୁଆର୍ । ଏପରି ରିଆକ୍ଟର ପ୍ରଥମ ଏବଂ ଦୁନିଆର ସର୍ବଶ୍ରେଷ୍ଠ ରିଆକ୍ଟର ତୁଳନାରେ ଏଥିରେ ଉନ୍ନତ  ସୁରକ୍ଷା ସୁବିଧା ରହିଛି । ଏଥିସହ ଏହି ଦୁଇ ରିଆକ୍ଟର ବର୍ଷକୁ ୧୦.୪ ବିଲିୟନ ୟୁନିଟ୍ ସ୍ୱଚ୍ଛ ବିଜୁଳି ଉତ୍ପାଦନ କରିବ ଏବଂ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗର ହାବେଳି ଓ ଡାମନ ଏବଂ ଡିଉର ଉପଭୋକ୍ତା ଏଥିରୁ ଲାଭବାନ ହେବେ ।

 

ବାରାଣସୀରେ ପ୍ରଧାନମନ୍ତ୍ରୀ

 

୨୦୧୪ ପରେ ପ୍ରଧାନମନ୍ତ୍ରୀ ସଡ଼କ, ରେଳ, ବିମାନ ଚଳାଚଳ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସହରୀ ବିକାଶ, ସ୍ୱଚ୍ଛତା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଫୋକସ କରି ଅନେକ ବିକାଶମୂଳକ ଯୋଜନା ଆରମ୍ଭ କରିବା ଦ୍ୱାରା ବାରାଣସୀ ଏବଂ ଏହାର ଆଖପାଖ ଅଞ୍ଚଳର ରୂପାନ୍ତରୀକରଣ ଉପରେ ଧ୍ୟାନ କ୍ରେନ୍ଦୀଭୂତ କରିଛନ୍ତି । ଏହି ଦିଗରେ ଆଉ ଏକ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ବାରାଣସୀରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ।

 

ବାରାଣସୀରେ ସଡ଼କ ଯୋଗାଯୋଗକୁ ଆହୁରି ସୁବିଧାଜନକ କରିବା ଲାଗି ପ୍ରଧାନମନ୍ତ୍ରୀ ଏନ୍‌ଏଚ୍‌-୨୩୩ର ଘରଗରା-ବ୍ରିଜ୍‌-ବାରାଣସୀ ସେକ୍ସନକୁ ୪ ଲେନ୍‌, ଏନ୍‌ଏଚ୍‌-୫୬ ପ୍ୟାକଜେ-୧ର ସୁଲତାନପୁର-ବାରାଣସୀ ସେକ୍ସନକୁ ୪ ଲେନ୍‌, ଏନ୍‌ଏଚ୍‌-୧୯ର ବାରାଣସୀ-ଔରଙ୍ଗାବାଦ୍ ସେକ୍ସନର ଫେଜ୍‌-୧କୁ ୬ ଲେନ୍‌, ଏନ୍‌ଏ୍‌-୩୫ର ପ୍ୟାକେଜ-୧ ବାରାଣସୀ-ହନୁମାନ ସେକ୍ସନର ୪ ଲେନ୍ ଏବଂ ବାରାଣସୀ-ଜୌନପୁର ରେଳ ସେକ୍ସନ ବାବତପୁର ନିକଟରେ ଆରଓବି ସମେତ ଅନେକ ସଡ଼କ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ । ସେ ବାରାଣସୀ-ରାଞ୍ôଚ-କୋଲକାତା ଏକ୍ସପ୍ରେସ୍‌ୱେ ପ୍ୟାକେଜ-୧ର ନିର୍ମାଣର ଶିଳାନ୍ୟାସ ମଧ୍ୟ କରିବେ ।

 

ଏହି କ୍ଷେତ୍ରରେ ଔଦ୍ୟୋଗିକ ବିକାଶକୁ ଗତି ଦେବା ଲାଗି ପ୍ରଧାନମନ୍ତ୍ରୀ ସେବାପୁରିରେ ଏଚ୍‌ପିସିଏଲ୍ ଦ୍ୱାରା ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଉଦ୍‌ଘାଟନ କରିବେ । ଏଥିସହ ୟୁପିଏସ୍‌ଆଇଡିଏ ଆଗ୍ରୋ ପାର୍କ କର୍ôଖୟାନ୍‌ରେ ବନାସ କାଶୀ ସଙ୍କୁଲ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍‌, କର୍ôଖଆନ୍ ୟୁପିଏସ୍‌ଆଇଡିଏ ଆଗ୍ରୋ ପାର୍କରେ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଏବଂ ବୁଣାଳିଙ୍କ ପାଇଁ ରେଶମୀ କପଡ଼ା ଛପା ଲାଗି କମନ ଫାସିଲିଟି ସେଣ୍ଟର ଉଦ୍‌ଘାଟନ କରିବେ ।

 

ପ୍ରଧାନମନ୍ତ୍ରୀ ବାରାଣସୀରେ ଅନେକ ସହରୀବିକାଶ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏଥିମଧ୍ୟରେ ରମଣାଠାରେ ଏନ୍‌ଟିପିସି ଦ୍ୱାରା ସହରୀ ବର୍ଜ୍ୟରୁ ଚାର୍‌କୋଲ୍ ପ୍ଲାଣ୍ଟ୍ ପର୍ଯ୍ୟନ୍ତ, ସିସ୍‌-ବରୁଣ ଏରିଆରେ ଜଳ ଯୋଗାଣ ନେଟୱର୍କ, ଏସ୍‌ଟିପି ଏବଂ ସ୍ୱେରେଜ ପମ୍ପିଂ ଷ୍ଟେସନର ଅନ୍‌ଲାଇନ ପରିଚାଳନା ଏବଂ ଏସ୍‌ସିଏଡିଏ ସ୍ୱଚାଳନ ଆଦି ରହିଛି । ପ୍ରଧାନମନ୍ତ୍ରୀ ବାରାଣସୀର ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରେ ପୋଖରୀର କାୟାକଳ୍ପ ଏବଂ ପାର୍କ ଗୁଡ଼ିକର ପୁନର୍ବିକାଶ ଯୋଜନା ରହିଛି ଏବଂ ୩ଡି ଅର୍ବାନ ଡିଜିଟାଲ ମ୍ୟାପ୍ ଏବଂ ଡେଟାବେସ୍‌ର ଡିଜାଇନ୍ ଏବଂ ବିକାଶ କାର୍ଯ୍ୟ ମଧ୍ୟ ଅନ୍ତର୍ଭୂକ୍ତ ।

 

ପ୍ରଧାନମନ୍ତ୍ରୀ ବାରାଣସୀରେ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟନ ସମ୍ବନ୍ଧିତ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବେ । ପ୍ରକଳ୍ପଗୁଡ଼ିକରେ ୧୦ଟି ଆଧ୍ୟାତ୍ମିକ ଯାତ୍ରା ସହିତ ପଞ୍ଚକୋଶୀ ପରିକ୍ରମା ମାର୍ଗର ୫ ପଦଭ ଏବଂ ୧୦ ଆଧ୍ୟାତ୍ମିକ ଯାତ୍ର ସହ ପାବନ ପଥର ପୁନର୍ବିକାଶ ସାମିଲ । ବାରାଣସୀ ଏବଂ ଅଯୋଧ୍ୟା ପାଇଁ ଇନ୍‌ଲ୍ୟାଣ୍ଡ୍ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ) ଦ୍ୱାରା ପ୍ରଦାନ କରାଯାଇଥିବା ଇଲେକ୍ଟ୍ରିକ୍ କାଟାମାରନ୍ ଜାହାଜର ଶୁଭାରମ୍ଭ, ୭ଟି ପରିବର୍ତ୍ତନ ପ୍ରକୋଷ୍ଠ ବିଶିଷ୍ଟ ଭାସମାନ ଜାହାଜ ଏବଂ ୪ଟି କମ୍ୟୁନିଟି ଜାହାଜ ମଧ୍ୟ ରହିଛି ।

 

ଇଲେକ୍ଟ୍ରିକ୍ କାଟାମାରନ୍ ସବୁଜ ଶକ୍ତିର ଉପଯୋଗ ସହ ଗଙ୍ଗାରେ ପର୍ଯ୍ୟଟନର ଅନୁଭବ ବଢ଼ାଇବ । ପ୍ରଧାନମନ୍ତ୍ରୀ ବିଭିନ୍ନ ସହରରେ ଆଇଡବ୍ଲ୍ୟୁଏଆଇର ୧୩ କମ୍ୟୁନିଟି ଜେଟ୍ ଏବଂ ବାଲିଆରେ କୁଇକ୍ ପୋଣ୍ଟୁନ୍ ଓପନିଂ ମେକାନିଜମ୍‌ର ଶିଳାନ୍ୟାସ କରିବେ ।

 

ବାରାଣସୀର ପ୍ରସିଦ୍ଧ କପଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ପ୍ରଧାନମନ୍ତ୍ରୀ ବାରାଣସୀରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜି (ଏନ୍‌ଆଇଏଫ୍‌ଟି)ର ଶିଳାନ୍ୟାସ କରିବେ । ନୂଆ ସଂସ୍ଥା ଟେକ୍ସଟାଇଲ ବା କପଡ଼ା କ୍ଷେତ୍ରରେ ଶିକ୍ଷା ଏବଂ ଭିତ୍ତିଭୂମି ଢାଞ୍ଚାକୁ ମଜଭୁତ କରିବ ।

 

ବାରାଣସୀରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦିଗରେ ପ୍ରଧାନମନ୍ତ୍ରୀ ବାରାଣସୀରେ ଏକ ନୂଆ ମେଡିକାଲ କଲେଜର ଶିଳାନ୍ୟାସ କରିବେ । ସେ ବିଏଚ୍‌ୟୁରେ ନ୍ୟାସନାଲ ସେଣ୍ଟର ଅଫ୍ ଏଜେଇଂର ମଧ୍ୟ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ସିଗ୍‌ରା ସ୍ପୋର୍ଟ୍ସ ଷ୍ଟାଡିୟମ ଫେଜ୍‌-୧ ଏବଂ ଜିଲ୍ଲା ରାଇଫଲ ସୁଟିଂ ରେଞ୍ଜ୍‌ର ଉଦ୍‌ଘାଟନ କରିବେ, ଯାହା କି ସହରରେ କ୍ରୀଡ଼ା ଭିତ୍ତିଭୂମିକୁ ମଜଭୁତ କରିବା ଦିଗରେ ଏକ ପଦକ୍ଷେପ ।

 

ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ସ୍ୱତନ୍ତ୍ରତା ସଭାଗରରେ ପୁରସ୍କାର ବିତରଣ ସମାରୋହରେ ପ୍ରଧାନମନ୍ତ୍ରୀ କାଶୀ ସଂସଦ ଜ୍ଞାନ ପ୍ରତିଯୋଗିତା ଏବଂ କାଶୀ ସଂସଦ ସଂସ୍କୃତ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରିବେ । ସେ ବାରାଣସୀର ସଂସ୍କୃତ ଛାତ୍ରଛାତ୍ରୀଙ୍କୁ ପୁସ୍ତକ, ୟୁନିଫର୍ମ ସେଟ୍‌, ସଙ୍ଗୀତ ଉପକରଣ, ମେରିଟ୍ ସ୍କଲାରଶିପ୍ ମଧ୍ୟ ବିତରଣ କରିବେ । ସେ କାଶୀ ସଂସଦ ଫଟୋଗ୍ରାଫି ପ୍ରତିଯୋଗିତା ଗ୍ୟାଲେରି ପରିଦର୍ଶନ କରିବେ ଏବଂ ପ୍ରତିଯୋଗୀଙ୍କ ସହ ‘ସଂୱର୍ତ୍ତି କାଶୀ’ ବିଷୟରେ ସେମାନଙ୍କ ଫଟୋଗ୍ରାଫି ଉପରେ ଆଲୋଚନା କରିବେ ।

 

ପ୍ରଧାନମନ୍ତ୍ରୀ ବିଏଚ୍‌ୟୁ ନିକଟରେ ସିର ଗୋବର୍ଦ୍ଧନପୁରରେ ସନ୍ଥ ଗୁରୁ ରବିଦାର ଜନ୍ମସ୍ଥଳୀ ମନ୍ଦିରରେ ସ୍ଥାପନ ହୋଇଥିବା ସନ୍ଥ ରବିଦାସଙ୍କ ନୂତନ ପ୍ରତିମୂର୍ତ୍ତି ଅନାବରଣ କରିବେ । ସେ ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ନିକଟରେ ପ୍ରାୟ ୩୨ କୋଟି ଟଙ୍କାର ବିିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବେ ଏବଂ ପ୍ରାୟ ୬୨ କୋଟି ଟଙ୍କା ବ୍ୟୟ ଅଟକଳରେ ସନ୍ଥ ରବିଦାସ ସଂଗ୍ରହାଳୟ ଏବଂ ପାର୍କର ସୌନ୍ଦର୍ଯ୍ୟକରଣର ଶିଳାନ୍ୟାସ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”