“ଧ୍ୟାନ କେନ୍ଦ୍ରିତ ହୋଇ ରହିଲେ ପରୀକ୍ଷାରେ ଭଲ କରିବାର ଆଶାଜନିତ ଚାପକୁ ଦୂର କରିହେବ”
“ପରୀକ୍ଷାରେ ନକଲ ବା କପି କଲେ ଜୀବନରେ କେବେ ସଫଳତା ମିଳିବ ନାହିଁ”
“ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ବୁଦ୍ଧି ପ୍ରୟୋଗ ସହ କଠୋର ପରିଶ୍ରମ କରିବାକୁ ହେବ”
“ଅଧିକାଂଶ ଲୋକ ସାଧାରଣ ଶ୍ରେଣୀର; ଏହି ସାଧାରଣ ଲୋକ ଯେତେବେଳେ ଅସାଧାରଣ କାର୍ଯ୍ୟ କରନ୍ତି, ସେମାନେ ସଫଳତାର ନୂଆ ଶିଖର ହାସଲ କରନ୍ତି”
“ଏକ ସମୃଦ୍ଧିଶୀଳ ଗଣତନ୍ତ୍ରରେ ସମାଲୋଚନା ଏକ ବିଶୋଧନକାରୀ ଏବଂ ମୌଳିକ ଉପାଦାନ”
“ହାରାହାରି ସ୍କ୍ରିନ ଟାଇମ ବୃଦ୍ଧି ଏକ ଚିନ୍ତାଜନକ ଧାରା”
“ଗୋଟିଏ ପରୀକ୍ଷାରେ ଜୀବନର ଅବସାନ ଘଟେ ନାହିଁ; ତେଣୁ ଫଳାଫଳ ନେଇ ଅତି ଅଧିକ ଚିନ୍ତା କରିବା ଦୈନନ୍ଦିନ ଜୀବନର ଘଟଣା ହେବା ଅନାବଶ୍ୟକ”
“ଏକ ଆଞ୍ଚଳିକ ଭାଷା ଶିଖିବାର ଚେଷ୍ଟା ଦ୍ୱାରା କେବଳ ସେହି ଭାଷା ଶିଖି ହୁଏ ନାହିଁ, ଏହାଦ୍ୱାରା ଏକ ଅଞ୍ଚଳର ଇତିହାସ ଓ ଐତିହ୍ୟର ଦ୍ୱାର ଖୋଲିଯାଏ”
“ମୋ ମତରେ ଶୃଙ୍ଖଳା ଓ ଅନୁଶାସନ ପାଇଁ ଆମେ ଶାରୀରିକ ଦଣ୍ଡ ଦେବା ଅନୁଚିତ; ଆମକୁ ଏହା ପରିବର୍ତ୍ତେ କଥାବାର୍ତ୍ତା ଓ ସମ୍ପର୍କ ରକ୍ଷାକୁ ଗୁରୁତ୍ୱ ଦେବା ଉଚିତ”
ଆମେ ପରୀକ୍ଷାର ଚାପକୁ ହ୍ରାସ କରି ତାହାକୁ ଏକ ଉତ୍ସବରେ ପରିଣତ କରିବା ଆବଶ୍ୟକ
ଏହି ପ୍ରଦର୍ଶନୀରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟ ଆଧାରିତ ସାମଗ୍ରୀ ସ୍ଥାନିତ ହୋଇଛି ।
ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବିଶ୍ୱର ୧୫୫ ଦେଶରୁ ୩୮.୮୦ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିଲେ ।
“ଏସବୁ ପ୍ରଶ୍ନ ମୋ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଭଳି ।”
ତେଣୁ ପରୀକ୍ଷାର୍ଥୀ ଚାପକୁ ଦୂରେଇ ରହିବା ଉଚିତ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣରେ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ପରୀକ୍ଷାର୍ଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ସହିତ ମତ ବିନିମୟ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେହି ଷ୍ଟାଡିୟମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟ ଆଧାରିତ ସାମଗ୍ରୀ ସ୍ଥାନିତ ହୋଇଛି । ଏହି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ବିଚାର ପ୍ରସ୍ତୁତ ଏବଂ ଏଥିରେ ପରୀକ୍ଷାର୍ଥୀ, ଛାତ୍ରଛାତ୍ରୀ, ସେମାନଙ୍କର ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଜୀବନ ଓ ଶିକ୍ଷା ସଂକ୍ରାନ୍ତ ବିଷୟବସ୍ତୁ ଉପରେ ଶ୍ରୀ ମୋଦୀ ବିଗତ ଛ’ ବର୍ଷ ଧରି ଆଲୋଚନା, ମତ ବିନିମୟ କରି ଆସୁଛନ୍ତି । ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବିଶ୍ୱର ୧୫୫ ଦେଶରୁ ୩୮.୮୦ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥର ପ୍ରଥମ କରି ‘ପରୀକ୍ଷା ପେ ଚର୍ଚ୍ଚା’ ଗଣତନ୍ତ୍ର ଦିବସ ଉତ୍ସବ ପାଳନ ଅବସରରେ ଆୟୋଜିତ ହୋଇଛି । ତେଣୁ ଯେଉଁମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ନୂଆଦିଲ୍ଲୀକୁ ଆସିଛନ୍ତି ସେମାନେ ସାଧାରଣତନ୍ତ୍ର ଦିବସ ଉତ୍ସବ ଦେଖିବାର ସୁଯୋଗ ପାଇଛନ୍ତି । ପରୀକ୍ଷା ପେ ଚର୍ଚ୍ଚାର ଗୁରୁତ୍ୱ ସର୍ବୋପରି ପ୍ରଧାନମନ୍ତ୍ରୀ ତାଙ୍କ ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ ଏଥିପାଇଁ ତାଙ୍କୁ ଲକ୍ଷ ଲକ୍ଷ ପ୍ରଶ୍ନ ଏହି କାର୍ଯ୍ୟକ୍ରମ ଅବସରରେ ପଚରା ଯାଇଥାଏ । ଏହିସବୁ ପ୍ରଶ୍ନରୁ ସେ ପ୍ରଶ୍ନକର୍ତ୍ତାମାନଙ୍କର ବିଶେଷକରି ଦେଶର ଯୁବ ଛାତ୍ରବର୍ଗର ମନୋଭାବ ଓ ବିଚାର ଜାଣିବାର ସୁଯୋଗ ପାଆନ୍ତି । “ଏସବୁ ପ୍ରଶ୍ନ ମୋ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଭଳି ।” ପଚରାଯାଉଥିବା ସବୁ ପ୍ରଶ୍ନକୁ ଏକାଠି କରି ସାମାଜିକ ବିଜ୍ଞାନୀମାନେ ତାହକୁ ଅନୁଶୀଳନ କଲେ ତାହା ଆନନ୍ଦଦାୟକ ହେବ; କାରଣ ଯୁବ ଛାତ୍ରଛାତ୍ରୀଙ୍କ ମନୋଭାବ ଓ ଚିନ୍ତନ ଏହି ପରିବର୍ତ୍ତନଶୀଳ ସମୟରେ କ’ଣ ତାହା ଉପରେ ଏକ ସୁନ୍ଦର ସନ୍ଦର୍ଭ ପ୍ରସ୍ତୁତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ନୈରାଶ୍ୟର ମୁକାବିଲା କିପରି କରାଯିବ

ଖରାପ ନମ୍ବର ମିଳିଲେ ପରିବାରରେ ଯେଉଁ ନୈରାଶ୍ୟ ପ୍ରକାଶ ପାଏ ତାହାକୁ କିପରି ମୁକାବିଲା କରାଯିବ ଏ ନେଇ ମଦୁରାଇ କେନ୍ଦ୍ରୀୟ ବିଦ୍ୟାଳୟର ସୁଶ୍ରୀ ଅଶ୍ୱିନୀ, ନୂଆଦିଲ୍ଲୀ ପ୍ରୀତମପୁରାର କେନ୍ଦ୍ରୀୟ ବିଦ୍ୟାଳୟର ନବତେଜ ଓ ପାଟନାର ନବୀନ ବାଳିକା ସ୍କୁଲର ପ୍ରିୟଙ୍କା କୁମାରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷାରେ ପିଲାଏ ଭଲ କରିବା ପରିବାର ଆଶା ରଖିବାରେ କିଛି ଭୁଲ ନାହିଁ । ତେବେ ଏହି ଆଶା ଯଦି ସାମାଜିକ ସ୍ଥିତିଜନକ ଆଶା ତେବେ ତାହା ଉଦବେଗଜନକ । କିଏ କ’ଣ ଆଶା ରଖୁଛି ସେଥିପ୍ରତି ବିଶେଷ ଗୁରୁତ୍ୱ ନ ଦେଇ ପରୀକ୍ଷାର୍ଥୀ ନିଜର ସାମର୍ଥ୍ୟ, ଆବଶ୍ୟକ ଓ ଅଗ୍ରାଧିକାର ଅନୁସାରେ କାମ କରିବା ଉଚିତ ଏବଂ ତଦନୁସାରେ ଫଳାଫଳକୁ ନେଇ ସନ୍ତୁଷ୍ଟ ହେବା ଆବଶ୍ୟକ । ସବୁବେଳେ ପରୀକ୍ଷାରେ ବହୁତ ଭଲ କରିବା ଏବଂ ସମସ୍ତଙ୍କ ଉଚ୍ଚ ଆଶାକୁ ପୂରଣ କରିବା ପରୀକ୍ଷାର୍ଥୀ ପକ୍ଷେ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କ୍ରିକେଟ ଖେଳର ଉଦାହରଣ ଦେଇ କହିଥିଲେ ଯେ ଜଣେ ଖେଳାଳି ଦର୍ଶକଙ୍କ ଇଚ୍ଛା ଅନୁସାରେ ଛକା, ଚୌକା ସର୍ବଦା ମାରି ନଥାନ୍ତି; ସେ ଦଳର ଆବଶ୍ୟକତା ପୂରଣ ପାଇଁ ନିଜର ସାମର୍ଥ୍ୟ ଓ କୌଶଳ ମୁତାବକ ଖେଳିଥାନ୍ତି । କ୍ରିକେଟର ହୁଅନ୍ତୁ କିମ୍ବା ପରୀକ୍ଷାର୍ଥୀ ନିଜର ଦାୟିତ୍ୱ ଓ ଶିକ୍ଷା ପ୍ରତି ଧ୍ୟାନ କେନ୍ଦ୍ରିତ କରି କାର୍ଯ୍ୟ କଲେ ତାହାକୁ ସହଜରେ ଦୂରେଇ ଦେଇହୁଏ । ଚାପରୁ ସର୍ବଦା ଦୂରେଇ ରହି ନିଜର ସାମର୍ଥ୍ୟ ଅନୁସାରେ କାମ କଲେ ଉତ୍ତମ ଫଳାଫଳ ମିଳିଥାଏ । ତେଣୁ ପରୀକ୍ଷାର୍ଥୀ ଚାପକୁ ଦୂରେଇ ରହିବା ଉଚିତ । ତେବେ ଯାଇ ସେମାନଙ୍କର ପ୍ରଦର୍ଶନ ଭଲ ହେବ ।

ଆରୁଷି ଠାକୁର, କେଭି ଡେଲହାଉସି, ଅଜିତ ଦିୱାନ, କୃଷ୍ଣା ପବ୍ଲିକ ସ୍କୁଲ ରାୟପୁର ପରୀକ୍ଷା ପାଇଁ ପ୍ରସ୍ତୁତି କେଉଁଠୁ ଆରମ୍ଭ କରାଯିବ ଏବଂ ଚାପ ଯୋଗୁ ପାଠ ଭୁଲିଯିବାର ପରିସ୍ଥିତିରୁ କିପରି ମୁକୁଳିହେବ ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ହେଉ ବା ଅନ୍ୟ କିଛି ସମୟର ସୁପରିଚାଳନା ଜୀବନରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ । କାମ କଲେ ମଣିଷ କ୍ଲାନ୍ତ ହୁଏ ନାହିଁ, ବାସ୍ତବରେ କାମ ନ କଲେ ମଣିଷ କର୍ମକ୍ଲାନ୍ତ ହୋଇଥାଏ । ଛାତ୍ରଛାତ୍ରୀମାନେ ସେମାନଙ୍କୁ କିପରି କାମ ପାଇଁ ଯେଉଁ ସମୟ ଦିଆଯାଉଛି ତାହାକୁ ଭଲ ଭାବେ ମନେରଖିବା ଉଚିତ । ଯାହାକୁ ଯାହା ଭଲଲାଗେ ସେଥିପାଇଁ ଲୋକ ଅଧିକ ସମୟ ଦେଇଥାନ୍ତି ଓ ଏହା ଏକ ସାଧାରଣ କଥା । ତେଣୁ ଯେତେବେଳେ ଏକାଧିକ କାମ ଏକ ନିର୍ଦ୍ଦିଷ୍ଟ ସମୟରେ କରିବାକୁ ପଡ଼େ ସେତେବେଳେ କଠିନ ଓ ଅନାବଶ୍ୟକୀୟ କାମକୁ ଆଗ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତରତର ବା ଉତ୍ତେଜିତ ନ ହୋଇ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଶାନ୍ତ, ଅବିଚଳିତ ମନରେ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ସହିତ କହିଥିଲେ, ପରୀକ୍ଷାର୍ଥୀମାନେ ସମୟ ପରିଚାଳନା ବିଦ୍ୟା ଓ କୌଶଳ ଓ ନିଜର ମା’ମାନଙ୍କ ଠାରୁ ଶିଖିବା ଉଚିତ । ମା’ମାନେ ପରିବାରର ଯାବତୀୟ କାମ ଅତି ସହଜରେ ଗୋଟିଏ ପରେ ଗୋଟିଏ କରିପାରିଥାନ୍ତି । କାମରେ ଅଧିକ ଲାଭ ପାଇବା ପାଇଁ ସମୟର ବଣ୍ଟନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପରୀକ୍ଷାରେ ଅସତ ଉପାୟ ଅବଲମ୍ବନ ସମ୍ପର୍କରେ

ବସ୍ତରର ସ୍ୱାମୀ ଆତ୍ମାନନ୍ଦ ସରକାରୀ ସ୍କୁଲ ଛାତ୍ର ରୂପେଶ କାଶ୍ୟପ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ଅବସାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହିଁଥିଲେ । ସେହିଭଳି ପୁରୀ ଜିଲ୍ଲାର କୋଣାର୍କର ତନ୍ମୟ ବିଶ୍ୱାଳ କପିର ଅବସାଦ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ପ୍ରଶ୍ନରେ ଖୁସିବ୍ୟକ୍ତ କରି ଅସାଧୁ ଉପାୟ ପ୍ରତି ପିଲାଙ୍କ ସଚେତନତା ବୃଦ୍ଧି ଏକ ଭଲ କଥା ବୋଲି ମତ ଦେଇଥିଲେ । ସେ କହିଥିଲେ ପରୀକ୍ଷାରେ କପି କରିବା ଓ ଅସାଧୁ ଉପାୟ ଅବଲମ୍ବନ କରି ଅନ୍ୟକୁ ଠକିବା ଏକ ବିପଜ୍ଜନକ ବିଷୟ । ପରୀକ୍ଷାରେ କପି କରିବା ଏବଂ ଅସାଧୁ ଉପାୟ ଅବଲମ୍ବନ କରିବା ଦ୍ୱାରା ଜୀବନରେ କେବେ ସଫଳତା ମିଳେ ନାହିଁ । ଏହା ଦ୍ୱାରା ପରୀକ୍ଷାର୍ଥୀ କେବଳ ନିଜକୁ ନିଜେ ଠକେ ଓ ତା’ର ଅଧ୍ୟୟନ ଓ ଶିକ୍ଷା ମୂଲ୍ୟହୀନ ପ୍ରମାଣିତ ହୁଏ । ଏଭଳି କାର୍ଯ୍ୟ ଯେଉଁମାନେ କରନ୍ତି ସେମାନେ ଜୀବନରେ କେବେ ସଫଳ ହୋଇପାରନ୍ତି ନାହିଁ । ପରିବର୍ତ୍ତିତ ସମୟରେ ଯେତେବେଳେ ଆମ ଚାରିପଟର ଜୀବନ ବଦଳୁଛି, ସେତେବେଳେ ଆମକୁ ପ୍ରତି କ୍ଷଣରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଜୀବନରେ ‘ସର୍ଟକଟ’ ମାର୍ଗ ସଫଳତା ଦିଏ ନାହିଁ । ରେଳ ଷ୍ଟେସନ ଅତିକ୍ରମ କରିବାକୁ ହେଲେ ସିଧା ଟ୍ରାକ ଅତିକ୍ରମ କଲେ ବିପଦ ରହିଛି; ତେଣୁ ଓଭରବ୍ରିଜ ଦେଇ ଯିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ପରୀକ୍ଷା ଆସିବ ଓ ଯିବ; କିନ୍ତୁ ଜୀବନକୁ ପୂର୍ଣ୍ଣାଙ୍ଗ ଭାବେ ବଞ୍ଚିବାକୁ ହେବ । ସର୍ଟକଟ ନୀତି ଜୀବନକୁ ଛୋଟ କରିଦେବାର ଆଶଙ୍କା ଅଧିକ ।

କଠୋର ପରିଶ୍ରମ ବନାମ ବୁଦ୍ଧିମାନ କାମ

କେରଳର କୋଝିକୋଡ଼ରୁ ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କୁ କଠୋର ପରିଶ୍ରମ ଓ ବୁଦ୍ଧିମାନ କାମ ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ଅଧା ପାଣିଥିବା କଳସୀରୁ ଏକ ଚତୁର କାଉ ଗୋଡ଼ି ପକାଇ କିପରି ସହଜରେ ପାଣି ପିଇ ପାରିଲା ସେ କାହାଣୀର ଉଦାହରଣ ଦେଇଥିଲେ । କଠୋର ପରିଶ୍ରମ ସହିତ ବୁଦ୍ଧିମତାର ମିଶ୍ରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । କେବଳ କଠୋର ପରିଶ୍ରମ ଦ୍ୱାରା ସଫଳତା ମିଳି ନ ଥାଏ, ଏଥିପାଇଁ ବୁଦ୍ଧି, ବିବେକ, ଶକ୍ତି, ସାମର୍ଥ୍ୟ, କଳ୍ପନା ଓ ତାଲିମ, ଶିକ୍ଷା ଓ ଦୀକ୍ଷାର ଆବଶ୍ୟକତା ରହିଛି । ଯେଉଁ ବିଷୟ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ କଠୋର ପରିଶ୍ରମ କରିବାକୁ ପଡ଼ିବ ଏବଂ ଏଥିରେ ବୁଦ୍ଧି ପ୍ରୟୋଗ ଜରୁରୀ ବୋଲି ସେ କହିଥିଲେ ।

ନିଜର ସାମର୍ଥ୍ୟ ଚିହ୍ନଟ କରିବା

ଗୁରୁଗ୍ରାମ ନବୋଦୟ ବିଦ୍ୟାଳୟର ଜଣେ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣେ ସାଧାରଣ ମେଧାଶକ୍ତିର ପିଲା ପରୀକ୍ଷାରେ କେମିତି ଭଲ କରିପାରିବ ସେ ବିଷୟରେ ପଚାରିଥିଲେ । ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ସାମର୍ଥ୍ୟ ଓ ଶକ୍ତିର ଉପଯୁକ୍ତ ଆକଳନ କରି ତଦନୁସାରେ ପରୀକ୍ଷାରେ ଫଳାଫଳ ଆଶା କରିବା ଉଚିତ । ପିତାମାତାମାନେ ମଧ୍ୟ ପିଲାର ସାମର୍ଥ୍ୟ ଓ ଦକ୍ଷତା ଦେଖି ଫଳାଫଳ ଆଶା କରିବା ଉଚିତ । ସାମର୍ଥ୍ୟ ଓ ଯୋଗ୍ୟତା ଠାରୁ ଅଧିକ ଫଳାଫଳ ଆଶା କରିବା ଠିକ ନୁହେଁ, ଏହା ମଧ୍ୟ ମିଳି ନ ଥାଏ । ସେଥିପାଇଁ ଦୁଃଖିତ ହେବାର କିଛି ନାହିଁ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଅଧିକାଂଶ ସାଧାରଣ ଶ୍ରେଣୀର । ଏହି ସାଧାରଣ ଲୋକ ଯେତେବେଳେ ଅସାଧାରଣ କାର୍ଯ୍ୟ କରନ୍ତି, ସେମାନେ ସେତେବେଳେ ସଫଳତାର ନୂଆ ଶିଖର ହାସଲ କରନ୍ତି । ତେଣୁ ବୁଦ୍ଧି ପ୍ରୟୋଗ କରି କଠୋର ପରିଶ୍ରମ କଲେ ସଫଳତା ଅବଶ୍ୟ ମିଳିବ ।

ସମାଲୋଚନାର ମୁକାବିଲା

ଚଣ୍ଡିଗଡ଼, ଅହମଦାବାଦ ଓ ବାଙ୍ଗାଲୋରର ତିନିଜଣ ବିଦ୍ୟାର୍ଥୀ ସମାଲୋଚନାର ମୁକାବିଲା କିପରି କରାଯାଇ ପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁଥିଲେ । ପ୍ରଧାନମନ୍ତ୍ରୀ ବିଭିନ୍ନ ଉଦାହରଣ ଦେଇ କହିଥିଲେ ଯେ ସେ ସମାଲୋଚନାକୁ ଏକ ସଂସ୍କାର ବା ବିଶୋଧନ ଯଜ୍ଞ ଭାବେ ବିଚାର କରନ୍ତି । ଏକ ସମୃଦ୍ଧିଶୀଳ ଗଣତନ୍ତ୍ରରେ ସମାଲୋଚନା ଏକ ବିଶୋଧନକାରୀ ମୌଳିକ ଉପାଦାନ ସଦୃଶ । ପ୍ରତ୍ୟେକ ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ସଚେତନତା ରହିବା ଉଚିତ ଏବଂ ସମାଲୋଚନା ରହିଲେ ମଣିଷ ନିଜର କାମ ପ୍ରତି ସତର୍କ ରହିବ । ପିତାମାତାମାନେ ନିଜ ପିଲାଙ୍କ କାମ ଓ ଦୋଷ ଦୁର୍ବଳତାକୁ ନ ଲୁଚାଇ ସେମାନଙ୍କ ଦୁର୍ବଳତା ବିଷୟରେ ସେମାନଙ୍କୁ ଅବଗତ କରାଇବା ଉଚିତ । ଏହା ଦ୍ୱାରା ପିଲାଏ ଭଲ ମଣିଷ ହୋଇଥାନ୍ତି । ସଂସଦରେ ବିତର୍କବେଳର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିକାଲି ଅଧିକାଂଶ ଲୋକ ବିଭିନ୍ନ କଥାରେ ନାନା ଅଭିଯୋଗ ଆଣୁଛନ୍ତି । ଅଭିଯୋଗ ଏବଂ ସମାଲୋଚନା ସମାନ ନୁହେଁ । ଦୁଇଟି ଭିତରେ ବିରାଟ ପାର୍ଥକ୍ୟ ରହିଛି ।

ଗେମିଂ ଓ ଅନଲାଇନ ଆଡିକସନ ସମ୍ପର୍କରେ

କେତେକ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ଇଲେକଟ୍ରୋନିକ୍ସ ସାମଗ୍ରୀ ପ୍ରତି ଯୁବ ସମାଜର ମାତ୍ରାଧିକ ଦୁର୍ବଳତା, ଗେମିଂ ଓ ଅନଲାଇନ ଆଡିକ୍ସନ ବିଷୟରେ ପ୍ରଶ୍ନ କରି ଏହାର ଉତ୍ତର ଲୋଡ଼ିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମକୁ ପ୍ରଥମେ ସ୍ପଷ୍ଟ କରିବାକୁ ପଡ଼ିବ ଆମେ ସ୍ମାର୍ଟ ଓ ବୁଦ୍ଧିମାନ ନା ଆମ ଗ୍ୟାଜେକ୍ଟ (ଯାନ୍ତ୍ରିକ ଉପକରଣ) । ଆମେ ଆମ ସ୍ମାର୍ଟନେସ ଦ୍ୱାରା ଆମ ସ୍ମାର୍ଟ ଗ୍ୟାଜେଟକୁ ଉପଯୋଗ କରିପାରିବା । ଆମେ ଯଦି ଯନ୍ତ୍ରର ଗୋଲାମ ହୋଇଯିବା, ତା’ହେଲେ କଥା ସରିଲା । ଭଗବାନ ଆମକୁ ମୁକ୍ତ ଇଚ୍ଛା ଓ ସ୍ୱାଧୀନ ବ୍ୟକ୍ତିତ୍ୱ ଦେଇଛନ୍ତି । ତେଣୁ ଆମେ କାହିଁକି ଯନ୍ତ୍ରର ଗୋଲାମ ହେବା? ଏଥିପାଇଁ ଆମେ ସଚେତନ ରହିବା ଆବଶ୍ୟକ । ହାରାହାରି ସ୍କ୍ରିନ ଟାଇମ ବୃଦ୍ଧି ଏକ ଚିନ୍ତାଜନକ ଧାରା ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ନୂଆ ଆଞ୍ଚଳିକ ଭାଷା ଶିକ୍ଷା, ଛାତ୍ରଛାତ୍ରୀଙ୍କୁ ଉଦବୁଦ୍ଧ କରିବାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ସମ୍ପର୍କରେ ପିଲାମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ପରୀକ୍ଷାରେ ଜୀବନର ଅବସାନ ଘଟେ ନାହିଁ, କିମ୍ବା ତାହା ଏକମାତ୍ର ପରୀକ୍ଷା ନୁହେଁ । ତେଣୁ ଫଳାଫଳ ଘେନି ଅତି ଅଧିକ ଚିନ୍ତା କରିବା ଦୈନନ୍ଦିନ ଜୀବନର ଘଟଣା ହେବା ଅନାବଶ୍ୟକ । ଏକ ଆଞ୍ଚଳିକ ଭାଷା ଶିଖିବା ଦ୍ୱାରା କେବଳ ସେହି ଭାଷା ଶିଖି ହୁଏନାହିଁ, ଏହା ଦ୍ୱାରା ଏକ ଅଞ୍ଚଳର ଇତିହାସ ଓ ଐତିହ୍ୟର ଦ୍ୱାର ଖୋଲିଯାଏ ବୋଲି ସେ କହିଥିଲେ ।

ପିଲାମାନଙ୍କୁ ସ୍କୁଲରେ ଶାରିରୀକ ଦଣ୍ଡ ଦେବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମୋ ମତରେ ଶୃଙ୍ଖଳା ଓ ଅନୁଶାସନ ପାଇଁ ଶାରିରୀକ ଦଣ୍ଡ ପ୍ରଦାନ ଠିକ ନୁହେଁ । ଏହା ପରିବର୍ତ୍ତେ ଆମକୁ ନୂଆ ବାର୍ତ୍ତା ଓ ସମ୍ପର୍କ ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।”

ପରୀକ୍ଷାକୁ ଏକ ଭୟ ଓ ଆତଙ୍କ ଭାବେ ଗ୍ରହଣ ନ କରି ଏହାକୁ ସ୍ୱାଭାବିକତା ସହିତ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଆମେ ପରୀକ୍ଷାର ଚାପକୁ ହ୍ରାସ କରି ତାହାକୁ ଏକ ଉତ୍ସବରେ ପରିଣତ କରିବା ଉଚିତ । ଏହା ଦ୍ୱାରା ଆମର ଭୟ ଓ ଚାପ ହ୍ରାସ ପାଇବ ଏବଂ ଆମେ ସ୍ୱାଭାବିକ ଭାବେ ପରୀକ୍ଷାର ସମ୍ମୁଖୀନ ହୋଇପାରିବା ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership