-ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ପରଲୋକକୁ ଭାରତୀୟ ସଙ୍ଗୀତ ଜଗତର ଅପୂରଣୀୟ କ୍ଷତି କହିଲେ ପ୍ରଧାନମନ୍ତ୍ରୀ
-ପଣ୍ଡିତ ଛନ୍ନୁଲାଲ ମିଶ୍ର ବନାରସ ଘରାନାର ସଙ୍ଗୀତର ପରମ୍ପରାକୁ ନୂତନ ଶୀର୍ଷକୁ ନେଇଥିଲେ: ପ୍ରଧାନମନ୍ତ୍ରୀ
-କାଶୀର ପ୍ରତ୍ୟେକ ଉତ୍ସବକୁ ସେ ନିଜ ସ୍ୱର ଓ ଗୀତରେ ସମୃଦ୍ଧ କରିଥିଲେ: ପ୍ରଧାନମନ୍ତ୍ରୀ
-ଭାରତର ପ୍ରତ୍ୟେକ ସଙ୍ଗୀତ ପ୍ରେମୀ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ଜୀବନରୁ ପ୍ରେରଣା ନେବେ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ପରଲୋକ ଭାରତର ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ସେ କହିଛନ୍ତି, ପଣ୍ଡିତ ଛନ୍ନୁଲାଲ ମିଶ୍ର ଜୀବନବ୍ୟାପୀ କଳା ଓ ସଂସ୍କୃତି ପ୍ରତି ସମର୍ପିତ ଥିଲେ ଏବଂ ସେ ବନାରସ ଘରାନାର ସଙ୍ଗୀତ ପରମ୍ପରାକୁ ନୂତନ ଶୀର୍ଷରେ ପହଞ୍ଚାଇବା ଦିଗରେ କାମ କରିଥିଲେ ।

ସେ କହିଛନ୍ତି କି, କାଶୀର ପରମ୍ପରା ଏବଂ ଉତ୍ସବକୁ ପଣ୍ଡିତ ମିଶ୍ର ନିଜ ସ୍ୱର ଏବଂ ଗୀତରେ ସମୃଦ୍ଧ କରିଥିଲେ । ମଣିକର୍ଣ୍ଣିକା ଘାଟରେ ହୋଲି ହେଉ କିମ୍ବା ବର୍ଷା ଦିନର କାଜରୀ ପରମ୍ପରା ହେଉ ତାଙ୍କ ସଙ୍ଗୀତରେ କାଶୀ ସର୍ବଦା ଗୁଞ୍ଜରିତ ହେଉଥିବ । ଲୋକଗୀତର ମହତ୍ୱପୂର୍ଣ୍ଣ ବିଦ୍ୟାକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠିତ କରିବାରେ ପଣ୍ଡିତ ମିଶ୍ରଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ବ୍ୟକ୍ତିଗତ ଅନୁଭବ ସେୟାର କରି କହିଛନ୍ତି, ଅନେକ ଥର ପଣ୍ଡିତ ମିଶ୍ରଙ୍କୁ ସାକ୍ଷାତ କରିବା ଏବଂ ତାଙ୍କ ସ୍ନେହ ପାଇବାର ଅବସର ମିଳିଛି । ୨୦୧୪ ନିର୍ବାଚନରେ ପଣ୍ଡିତ ଛନ୍ନୁଲାଲ ମିଶ୍ର ତାଙ୍କ ପ୍ରସ୍ତାବକ ହୋଇଥିଲେ- ଏହି କଥାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି, କାଶୀ ପ୍ରତି ପଣ୍ଡିତ ମିଶ୍ରଙ୍କ ଆତ୍ମୀୟ ଭାବ ଅଦ୍ୱିତୀୟ ଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, କାଶୀ ବିକାଶ ଏବଂ ପରମ୍ପରା ଉପରେ ପଣ୍ଡିତ ମିଶ୍ର ତାଙ୍କୁ ଅନେକ ଥର ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ କିପରି ସେ ତାଙ୍କ ବାସଭବନକୁ ଯାଇଥିଲେ, ଯାହାକି ଆଜି ଗାନ୍ଧୀ ଜୟନ୍ତୀରେ ଏହି ବାର୍ତ୍ତା ଲେଖିବା ବେଳେ ତାଙ୍କ ପାଇଁ ଜୀବନ୍ତ ହୋଇଉଠୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ଯଦିଓ ପଣ୍ଡିତ ମିଶ୍ର ଆଜି ସଶରୀରେ ଆମ ଗହଣରେ ନାହାନ୍ତି, କିନ୍ତୁ ଭାରତର ପ୍ରତ୍ୟେକ ସଙ୍ଗୀତ ପ୍ରେମୀ ତାଙ୍କ ଜୀବନରୁ ପ୍ରେରଣା ନେଇ ଚାଲିଥିବେ ଏବଂ କାଶୀ ତାଙ୍କ ଭଜନ ଦ୍ୱାରା ତାଙ୍କୁ ପ୍ରତ୍ୟେକ ଉତ୍ସବରେ ସ୍ମରଣ କରୁଥିବ ।

ପ୍ରଧାନମନ୍ତ୍ରୀ ପଣ୍ଡିତ ମିଶ୍ରଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ତାଙ୍କର ସମବେଦନା ବ୍ୟକ୍ତି କରି କହିଛନ୍ତି, ତାଙ୍କ ପରିଜନଙ୍କ ପୀଡ଼ା ତାଙ୍କପାଇଁ ବ୍ୟକ୍ତିଗତ ପୀଡ଼ା । ବାବା ବିଶ୍ୱନାଥ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଏହି ଦୁଃଖର ସମୟରେ ତାଙ୍କ ପ୍ରଶଂସକଙ୍କୁ ଧୈର୍ଯ୍ୟ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 15, 2026
September 15, 2026

A Mandate of Performance: Civic Wins, IPO Surge and Neighbourly Power Reflect Faith in PM Modi’s Leadership