ଆପଣଙ୍କୁ ସାକ୍ଷାତ କରି ବହୁତ ଖୁସି ଲାଗୁଛି ଏବଂ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ ଯେ, ଆପଣଙ୍କୁ ସାକ୍ଷାତ କରିବା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇଥାଏ । ଆମକୁ ଅନେକ ପ୍ରସଙ୍ଗରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ମଧ୍ୟ ମିଳିଥାଏ ।

 

ଆମେ ନିରନ୍ତର ଯୋଗାଯୋଗରେ ରହିଛୁ । ନିୟମିତ ଭାବରେ ଉଭୟ ପକ୍ଷ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଚଳିତ ବର୍ଷ ଡିସେମ୍ବରରେ ଆମର ୨୩ତମ ଶିଖର ସମ୍ମିଳନୀ ପାଇଁ ୧.୪ କୋଟି ଭାରତୀୟ ଆପଣଙ୍କୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ।

 

ମହାମହିମ,

ଏହା ଆମର ସ୍ୱତନ୍ତ୍ର ଏବଂ ସୁବିଧାସମ୍ପନ୍ନ ରଣନୈତିକ ସହଭାଗୀର ଗଭୀରତା ଏବଂ ବ୍ୟାପକତାର ପ୍ରତୀକ । ଭାରତ ଏବଂ ରୁଷ ସର୍ବଦା ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି । ଆମର ଘନିଷ୍ଠ ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ପାଇଁ ନୁହେଁ, ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ।

 

ମହାମହିମ,

ଆମେ ୟୁକ୍ରେନରେ ଚାଲିଥିବା ସଂଘର୍ଷ ବିଷୟରେ ନିରନ୍ତର ଆଲୋଚନା କରିଆସୁଛୁ । ଆମେ ସମସ୍ତ ସାମ୍ପ୍ରତିକ ଶାନ୍ତି ପ୍ରୟାସକୁ ସ୍ୱାଗତ କରୁଛୁ । ଆମେ ଆଶା କରୁଛୁ ଯେ, ସମସ୍ତ ପକ୍ଷ ଗଠନମୂଳକ ଭାବରେ ଆଗକୁ ବଢ଼ିବେ । ଯଥାଶୀଘ୍ର ସମ୍ଭବ ସଂଘର୍ଷର ଅନ୍ତ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଉପାୟ ଖୋଜାଯିବା ଆବଶ୍ୟକ। ଏହା ସମଗ୍ର ମାନବତାର ଆହ୍ୱାନ ।

 

ମହାମହିମ,

ପୁଣି ଥରେ ମୁଁ ଆପଣଙ୍କୁ ହୃଦୟରୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond