ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ସହ ସ୍ପଷ୍ଟ ଏବଂ ଖୋଲାଖୋଲି ଆଲୋଚନା କଲେ
ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନର ବିଭିନ୍ନ ଦିଗ ଏବଂ ତାଙ୍କଠାରୁ ଆମେ କ’ଣ ଶିକ୍ଷା କରିପାରିବା, ତାହା ଉପରେ ଚର୍ଚ୍ଚା କଲେ
ଐତିହାସିକ ବ୍ୟକ୍ତିତ୍ୱମାନେ କେଉଁଭଳି ଆହ୍ୱାନଗୁଡ଼ିକର ସାମ୍ନା କରୁଥିଲେ ଏବଂ ସେହି ଆହ୍ୱାନଗୁଡ଼ିକରୁ କିଭଳି ମୁକୁଳି ପାରୁଥିଲେ, ତାହା ଶିଖିବା ପାଇଁ ସେମାନଙ୍କ ଜୀବନୀଗୁଡ଼ିକୁ ପଢ଼ିବା ଲାଗି ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ପରାମର୍ଶ ଦେଲେ
ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଏବଂ ସଂସଦର ସେଣ୍ଟ୍ରାଲ ହଲରେ ବସିବାର ଅନନ୍ୟ ସୁଯୋଗ ମିଳିଥିବାରୁ ଯୁବପିଢ଼ି ସେ ବାବଦରେ ନିଜ ଉତ୍ସହ ବିନିମୟ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ସେଣ୍ଟ୍ରାଲ ହଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ମାନ ସମାରୋହରେ ଭାଗନେବା ପାଇଁ ‘ନିଜ ନେତାଙ୍କୁ ଜାଣନ୍ତୁ’ କାର୍ଯ୍ୟକ୍ରମ ଦ୍ୱାରା ମନୋନୀତ ହୋଇଥିବା ଯୁବ ବର୍ଗର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏହି ଆଲୋଚନା ତାଙ୍କ ବାସଭବନ ୭, ଲୋକ କଲ୍ୟାଣ ମାର୍ଗରେ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ସହ ସ୍ପଷ୍ଟ ଭାବେ ତଥା ଖୋଲାଖୋଲି ଭାବେ ଆଲୋଚନା କରିଥିଲେ । ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନର ବିଭିନ୍ନ ଦିଗ ଏବଂ ସେଥିରୁ କ’ଣ ଶିଖିବାକୁ ମିଳିଥାଏ, ତାହା ଉପରେ ଚର୍ଚ୍ଚା କରିଥିଲେ । ସେ ଏହା ବି ଦର୍ଶାଇଥିଲେ ଯେ ଐତିହାସିକ ବ୍ୟକ୍ତିତ୍ୱମାନଙ୍କୁ ନିଜ ଜୀବନରେ କିଭଳି ଆହ୍ୱାନର ସାମ୍ନା କରିବାକୁ ପଡ଼ିଥିଲା ଏବଂ ସେମାନେ ଏହି ଆହ୍ୱାନଗୁଡ଼ିକରୁ କିଭଳି ମୁକୁଳିଥିଲେ, ତାହା ଜାଣିବା ପାଇଁ ସେମାନଙ୍କ ଜୀବନୀ ପଢ଼ିବା ଉଚିତ ।

ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଏବଂ ସଂସଦର ସେଣ୍ଟ୍ରାଲ ହଲରେ ବସିବାର ଅନନ୍ୟ ସୁଯୋଗ ମିଳିବାରେ ଯୁବକଯୁବତୀମାନେ ନିଜ ଉତ୍ସାହ ବାବଦରେ ମତ ବିନିମୟ କରିଥିଲେ । ସେମାନେ କହିଲେ କି ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ଏତେ ଲୋକଙ୍କ ଗହଣରେ ଆସିବା ଏବଂ ସେମାନଙ୍କୁ ଏହା ବି ଜାଣିବାକୁ ସୁଯୋଗ ମିଳିଲା ଯେ ବିବିଧତାରେ ଏକତା କେମିତି ହୋଇଥାଏ । 

ବିଗତ ଦିନରେ ଏକ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ଭାବେ, ଯେଉଁଥିରେ କେବଳ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କୁ ସଂସଦର ରାଷ୍ଟ୍ରୀୟ ପ୍ରତୀକକୁ ପୁଷ୍ପାଞ୍ଜଳି ଅର୍ପଣ ପାଇଁ ଆମନ୍ତ୍ରିତ କରାଯାଉଥିଲା, ଏହି ୮୦ ଯୁବକଯୁବତୀଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ମାନ କାର୍ଯ୍ୟକ୍ରମରେ ସଂସଦରେ ପୁଷ୍ପାଞ୍ଜଳି ସମାରୋହରେ ଭାଗନେବା ଲାଗି ସମଗ୍ର ଦେଶରୁ ମନୋନୀତ କରାଯାଇଛି । ସେମାନଙ୍କ ମନୋନୟନ ‘ନିଜ ନେତାଙ୍କୁ ଜାଣନ୍ତୁ’ କାର୍ଯ୍ୟକ୍ରମ ଅନୁସାରେ କରାଯାଇଥିଲା, ଯଦ୍ଦ୍ୱାରା ସଂସଦରେ ହେଉଥିବା ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମଗୁଡ଼ିକର ଉପଯୋଗ କରି ଭାରତର ଯୁବପିଢ଼ିଙ୍କ ମଧ୍ୟରେ ରାଷ୍ଟ୍ରୀୟ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ବାବଦରେ ଦେଶରେ ଅଧିକ ଜ୍ଞାନ ତଥା ସଚେତନତା ପ୍ରସାର ନିମନ୍ତେ ଏକ ପ୍ରଭାବୀ ମାଧ୍ୟମ ଭାବେ ଶୁଭାରମ୍ଭ କରାଯାଇଛି । ଦୀକ୍ଷା ପୋର୍ଟାଲ ଏବଂ ମାଇଁଗଭରେ କ୍ୱିଜକୁ ସାମିଲ କରି ଏକ ବିସ୍ତୃତ, ଉଦେ୍ଦଶ୍ୟପୂର୍ଣ୍ଣ ଏବଂ ଯୋଗ୍ୟତା ଆଧାରିତ ପ୍ରକ୍ରିୟା, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ବକ୍ତୃତା/ଭାଷଣ ପ୍ରତିଯୋଗିତା; ଏବଂ ନେତାଜୀଙ୍କ ଜୀବନ ଓ ଅବଦାନ ଉପରେ ପ୍ରତିଯୋଗିତା ମାଧ୍ୟମରେ ବିଶ୍ୱବିଦ୍ୟାଳୟରୁ ଚୟନ ଜରିଆରେ ସେମାନଙ୍କୁ ମନୋନୟନ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୧ ଜଣଙ୍କୁ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ପୁଷ୍ପାଞ୍ଜଳି ସମାରୋହରେ ନେତାଜୀଙ୍କ ଅବଦାନ ସଂକ୍ରାନ୍ତରେ କହିବାକୁ ସୁଯୋଗ ମଧ୍ୟ ମିଳିଥିଲା । ସେମାନେ ୫ଟି ଭାଷା: ହିନ୍ଦୀ, ଇଂରାଜୀ, ସଂସ୍କୃତ, ମରାଠୀ ଏବଂ ବଙ୍ଗଳାରେ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2026
April 30, 2026

Investment Magnet India: PLI Triumphs, FTA Deals & Defence Milestones — How PM Modi’s Vision is Reshaping the Nation