ନୌସେରାର ବୀର, ବ୍ରିଗେଡିୟର ଉସମାନ, ନାୟକ ଯଦୁନାଥ ସିଂହ, ଲେଫ୍ଟନାଣ୍ଟ ଆର. ଆର. ରାଣେ ଓ ଅନ୍ୟମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
‘‘ମୁଁ ଆପଣମାନଙ୍କ ପାଇଁ ୧୩୦ କୋଟି ଭାରତୀୟଙ୍କ ଶୁଭକାମନା ନେଇ ଆସିଛି’’
‘‘ସ୍ୱାଧୀନତାର ‘ଅମୃତ କାଳ’ରେ ଆଜି ଭାରତ ନିଜର କ୍ଷମତା ଓ ସମ୍ବଳଗୁଡ଼ିକୁ ନେଇ ସମ୍ପୂର୍ଣ୍ଣ ଭାବେ ସତର୍କ ରହିଛି’’
ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଏବଂ ଜୈସଲମେରରୁ ଆଣ୍ଡାମାନ ନିକୋବର ପର୍ଯ୍ୟନ୍ତ; ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆଧୁନିକ ଭିତ୍ତିଭୂମି ସହ ଆବଶ୍ୟକ ସଂଯୋଗ ସ୍ଥାପନ କରାଯାଇଛି, ଯଦ୍ଦ୍ୱାରା ଭିତ୍ତିଭୂମି ଓ ସୈନିକମାନଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧାରେ ଅଭୂତପୂର୍ବ ସୁଧାର ଆସିଛି’’
‘‘ଦେଶର ପ୍ରତିରକ୍ଷା କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରି ନୂଆ ଉଚ୍ଚତା ସ୍ପର୍ଶ କରୁଛି’’
‘‘ଭାରତୀୟ ସଶସ୍ତ୍ର ବାହିନୀ ବିଶ୍ୱର ଶୀର୍ଷ ସଶସ୍ତ୍ର ବଳଗୁଡ଼ିକ ଭଳି କାର୍ଯ୍ୟକୁଶଳ ଅଟେ, କିନ୍ତୁ ଏହାର ମାନବୀୟ ମୂଲ୍ୟବୋଧ, ଏହାକୁ ସ୍ୱତନ୍ତ୍ର ଓ ଅସାଧାରଣ ଭାବେ ପ୍ରତିପାଦନ କରିଛି’’
‘‘ଆମେ ଦେଶକୁ ସରକାର, କ୍ଷମତା ଅଥବା ସାମ୍ରାଜ୍ୟ ରୂପରେ ଦେଖୁନାହୁଁ, ଆମ ପାଇଁ ଏହା ଜୀବନ୍ତ ଅଟେ, ଆମ ବର୍ତ୍ତମାନର ଆତ୍ମା ଅଟେ, ଏହାର ସୁରକ୍ଷା କରିବା କେବଳ ଭୌଗୋଳିକ ସୀମାଗୁଡ଼ିକର ରକ୍ଷା କରିବା ପର୍ଯ୍ୟନ୍ତ ସୀମିତ ନୁହେଁ; ଆମ ପାଇଁ ରାଷ୍ଟ୍ରୀୟ ପ୍ରତିରକ୍ଷାର ଅର୍ଥ ଏହି ଜୀବନ୍ତ ଜାତୀୟ ସ୍ପନ୍ଦନ

ସାମ୍ବିଧାନିକ ପଦରେ ରହିବା ବେଳେ ବିଗତ ସବୁ ବର୍ଷ ଭଳି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ମଧ୍ୟ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ କରିଛନ୍ତି । ସେ ଆଜି ଜମ୍ମୁ-କଶ୍ମୀରର ନୌସେରା ଜିଲ୍ଲା ଗସ୍ତ କରି ଭାରତୀୟ ସଶସ୍ତ୍ର ବାହିନୀକୁ ସାକ୍ଷାତ କରିଛନ୍ତି ।

 

 

 

 

 

ଯବାନମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସଶସ୍ତ୍ର ବାହିନୀ ସହ ସେହି ସମାନ ଭାବନା ରଖି ଦୀପାବଳି ପାଳନ କରନ୍ତି, ଯେମିତି ସେ ନିଜ ପରିବାର ସହ ଦୀପାବଳି ପାଳନ କରନ୍ତି । ସାମ୍ବିଧାନିକ ପଦ ସମ୍ଭାଳିବା ପରଠାରୁ ସେ ନିଜର ସମସ୍ତ ଦୀପାବଳି ଦେଶର ସୀମା ଅଞ୍ଚଳରେ ସଶସ୍ତ୍ର ବାହିନୀ ସହ ପାଳନ କରୁଛନ୍ତି । ସେ କହିଛନ୍ତି ଯେ ସେ ଏଠାକୁ ଏକାକୀ ଆସିନାହାନ୍ତି, ବରଂ ୧୩୦ କୋଟି ଭାରତୀୟଙ୍କ ଶୁଭକାମନାକୁ ନିଜ ସହ ଆଣି ଆସିଛନ୍ତି । ସେ କହିଛନ୍ତି ଯେ ଆଜି ସନ୍ଧ୍ୟାରେ ପ୍ରତ୍ୟେକ ଭାରତୀୟ ଦେଶର ସାହସୀ ଯବାନମାନଙ୍କ ପ୍ରତି ନିଜର ଶୁଭକାମନା ବ୍ୟକ୍ତ କରିବା ପାଇଁ ଏକ ଦୀପ ଜଳାଇବେ । ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ କହିଛନ୍ତି ଯେ ସେମାନେ ଦେଶ ପାଇଁ ଜୀବନ୍ତ ସୁରକ୍ଷା କବଚ ସମାନ । ସେ କହିଛନ୍ତି ଯେ ଦେଶର ବୀର ପୁତ୍ର ଓ କନ୍ୟାମାନଙ୍କ ଦ୍ୱାରା ଦେଶର ସେବା କରାଯାଉଛି, ଏହା ଏଭଳି ଏକ ସୌଭାଗ୍ୟ ଯାହା ସମସ୍ତଙ୍କୁ ମିଳି ନ ଥାଏ ।

ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ କହିଛନ୍ତି ଯେ ସେମାନେ ଦେଶ ପାଇଁ ଜୀବନ୍ତ ସୁରକ୍ଷା କବଚ ସମାନ । ସେ କହିଛନ୍ତି ଯେ ଦେଶର ବୀର ପୁତ୍ର ଓ କନ୍ୟାମାନଙ୍କ ଦ୍ୱାରା ଦେଶର ସେବା କରାଯାଉଛି, ଏହା ଏଭଳି ଏକ ସୌଭାଗ୍ୟ ଯାହା ସମସ୍ତଙ୍କୁ ମିଳି ନ ଥାଏ ।

ଶ୍ରୀ ମୋଦୀ ନୌସେରାରୁ ଦେଶବାସୀଙ୍କୁ ଦୀପାବଳି ଓ ଆଗାମୀ ଅନ୍ୟ ପାର୍ବଣ ଯେମିତି କି ଗୋବର୍ଦ୍ଧନ ପୂଜା, ଭାଇ ଦୁଜ, ଛଠ ପାଇଁ ଶୁଭକାମନା ଜଣାଇଛନ୍ତି । ସେ ଗୁଜରାଟର ଲୋକମାନଙ୍କୁ ମଧ୍ୟ ସେମାନଙ୍କ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ନୌସେରାର ଇତିହାସ ଭାରତର ପରାକ୍ରମର ପ୍ରମାଣ ଅଟେ ଓ ଏହାର ବର୍ତ୍ତମାନ ଯବାନମାନଙ୍କର ପରାକ୍ରମ ଓ ଦୃଢ଼ ସଂକଳ୍ପର ପ୍ରତୀକ । ଏହି କ୍ଷେତ୍ର ସର୍ବଦା ଆକ୍ରମଣକାରୀ ଓ ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ତାର ସହ ଛିଡ଼ା ହୋଇଛି । ଶ୍ରୀ ମୋଦୀ ମାତୃଭୂମିର ସୁରକ୍ଷା ନିମନ୍ତେ ସର୍ବୋଚ୍ଚ ବଳିଦାନ ଦେଇଥିବା ନୌସେରାର ବୀର, ବ୍ରିଗେଡିୟର ଉସମାନ ଓ ନାୟକ ଯଦୁନାଥ ସିଂହଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ପରାକ୍ରମ ଓ ଦେଶଭକ୍ତିର ଅଭୂତପୂର୍ବ ଦୃଷ୍ଟାନ୍ତ ପ୍ରଦାନ କରିଥିବା ଲେଫ୍ଟନାଣ୍ଟ ଆର. ଆର. ରାଣେ ଓ ଅନ୍ୟ ବୀରମାନଙ୍କୁ ଅଭିବାଦନ ଜଣାଇଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ସଶସ୍ତ୍ର ବାହିନୀର ଦୃଢ଼ ସମର୍ଥନ କରିଥିବା ଶ୍ରୀ ବଳଦେବ ସିଂହ ଓ ଶ୍ରୀ ବସନ୍ତ ସିଂହଙ୍କ ଆଶୀର୍ବାଦ ନେବା ନିମନ୍ତେ ନିଜର ଭାବନାକୁ ମଧ୍ୟ ବ୍ୟକ୍ତ କରିଛନ୍ତି । ସେ ସର୍ଜିକାଲ ଷ୍ଟ୍ରାଇକରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିମନ୍ତେ ସେଠାରେ ନିୟୋଜିତ ବ୍ରିଗେଡ୍ର ମଧ୍ୟ ପ୍ରଶଂସା କରିଛନ୍ତି । ସେ ଆଶ୍ୱସ୍ତିର ସେଇ ମୁହୂର୍ତ୍ତକୁ ମଧ୍ୟ ସ୍ମରଣ କରିଛନ୍ତି ଯେତେବେଳେ ସମସ୍ତ ବୀର ଯବାନ ସର୍ଜିକାଲ ଷ୍ଟ୍ରାଇକ କରି ସୁରକ୍ଷିତ ଭାବେ ଫେରିଆସିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ସ୍ୱାଧୀନତାର ସୁରକ୍ଷା କରିବା ଦାୟିତ୍ୱ ସମସ୍ତଙ୍କର ଏବଂ ସ୍ୱାଧୀନତାର ‘ଅମୃତ କାଳ’ରେ ଆଜିର ଭାରତ ନିଜ କ୍ଷମତା ଓ ସମ୍ବଳଗୁଡ଼ିକୁ ନେଇ ସମ୍ପୂର୍ଣ୍ଣ ଭାବେ ସତର୍କ ରହିଛି । ସେ ବିଦେଶ ଉପରେ ନିର୍ଭରତା ଅବଧିର ବିପରୀତ ଭାବେ ଆଜି ପ୍ରତିରକ୍ଷା ସମ୍ବଳଗୁଡ଼ିକରେ ବଢୁଥିବା ଆତ୍ମନିର୍ଭରତା ବାବଦରେ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ପ୍ରତିରକ୍ଷା ବଜେଟ୍ର ୬୫% ବ୍ୟବହାର ଦେଶ ମଧ୍ୟରେ ହେଉଛି । ଏଭଳି ୨୦୦ ଉତ୍ପାଦର ଏକ ସକାରାତ୍ମକ ତାଲିକା ପ୍ରସ୍ତୁତ କରାଯାଇଛି, ଯାହା କେବଳ ଦେଶ ମଧ୍ୟରେ ହିଁ କ୍ରୟ କରାଯିବ । ସେ କହିଛନ୍ତି ଯେ ଖୁବଶୀଘ୍ର ଏହି ତାଲିକାର ସମ୍ପ୍ରସାରଣ କରାଯିବ । ସେ ବିଜୟାଦଶମୀରେ ଆରମ୍ଭ କରାଯାଇଥିବା ୭ ନୂଆ ପ୍ରତିରକ୍ଷା କମ୍ପାନି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଛନ୍ତି କାରଣ ପୁରୁଣା ଗୋଳାବାରୁଦ କାରଖାନା ଏବେ ବିଶେଷ କ୍ଷେତ୍ରର ସ୍ୱତନ୍ତ୍ର ଉପକରଣ ଓ ଗୋଳାବାରୁଦ ନିର୍ମାଣ କରିବ । ଏଥିସହ ପ୍ରତିରକ୍ଷା କରିଡର ମଧ୍ୟ ପ୍ରସ୍ତୁତ କରାଯାଉଛି । ଭାରତର ଯୁବା ବର୍ଗ ମଜଭୁତ ପ୍ରତିରକ୍ଷା ସଂକ୍ରାନ୍ତ ଷ୍ଟାର୍ଟଅପ୍ ସହ ଯୋଡ଼ି ହୋଇଛନ୍ତି । ସେ କହିଛନ୍ତି ଯେ ଏହିସବୁ ଦ୍ୱାରା ଏକ ରପ୍ତାନିକାରୀ ଭାବେ ଭାରତର ସ୍ଥିତି ସୁଦୃଢ଼ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଏହା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ ପରିବର୍ତ୍ତିତ ଆବଶ୍ୟକତା ଅନୁସାରେ ଭାରତୀୟ ସୈନ୍ୟ ଶକ୍ତିର ସମ୍ପ୍ରସାରଣ କରିବା ଓ ଏଥିରେ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି ନିହାତି ଜରୁରି । ସେ କହିଛନ୍ତି ଯେ ଦ୍ରୁତ ପରିବର୍ତ୍ତିତ ପ୍ରଯୁକ୍ତି ଦୃଶ୍ୟପଟରେ ନୂଆ ପରିବର୍ତ୍ତନ ଆବଶ୍ୟକ ହୋଇଯାଇଛି, ତେଣୁ ଏକୀକୃତ ସେନ୍ୟ ନେତୃତ୍ୱରେ ସମନ୍ୱୟ ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରି । ସିଡିଏସ ଓ ସୈନ୍ୟ କାର୍ଯ୍ୟ ବିଭାଗ ଏହି ଦିଗରେ ଉଚିତ ପଦକ୍ଷେପ । ସେ କହିଛନ୍ତି ଯେ ଠିକ ଏହିଭଳି ଭାବେ ଆଧୁନିକ ସୀମା ଭିତ୍ତିଭୂମି ଦ୍ୱାରା ଦେଶର ସେନା ଶକ୍ତି ଆହୁରି ଅଧିକ ସୁଦୃଢ଼ ହୋଇଯିବ । ସେ କହିଛନ୍ତି ଯେ ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଓ ଜୈସଲମେରରୁ ଆଣ୍ଡାମାନ ନିକୋବର ପର୍ଯ୍ୟନ୍ତ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆଧୁନିକ ଭିତ୍ତିଭୂମି ସହ ଆବଶ୍ୟକ ସଂଯୋଗ ସ୍ଥାପନ କରାଯାଇଛି, ଯାହାଦ୍ୱାରା ଭିତ୍ତିଭୂମି ଓ ସୈନିକଙ୍କ ପାଇଁ ସୁବିଧାରେ ଅଭୂତପୂର୍ବ ସୁଧାର ଆସିଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଦେଶର ପ୍ରତିରକ୍ଷାରେ ମହିଳାମାନଙ୍କ ଭାଗୀଦାରି ନୂଆ ଉଚ୍ଚତା ସ୍ପର୍ଶ କରୁଛି । ନୌସେନା ଓ ବାୟୁସେନାରେ ସମ୍ମୁଖ ମୋର୍ଚ୍ଚାରେ ମୁତୟନ ହେବା ପରେ ଏବେ ସ୍ଥଳ ସେନାରେ ମଧ୍ୟ ମହିଳାମାନଙ୍କର ଭୂମିକା ବୃଦ୍ଧି ପାଇବାରେ ଲାଗିଛି । ପ୍ରଧାନମନ୍ତ୍ରୀ ସ୍ଥାୟୀ ସମିତି (ପରମାନେଣ୍ଟ କମିଶନ), ଏନଡିଏ, ରାଷ୍ଟ୍ରୀୟ ସୈନିକ ସ୍କୁଲ, ରାଷ୍ଟ୍ରୀୟ ଭାରତୀୟ ସୈନିକ କଲେଜର ଦ୍ୱାର ମହିଳାମାନଙ୍କ ପାଇଁ ଉନ୍ମୁକ୍ତ କରାଯିବା ସହ ସ୍ୱାଧୀନତା ଦିବସ ଅବସରରେ ଝିଅମାନଙ୍କ ନିମନ୍ତେ ସୈନିକ ସ୍କୁଲ ଖୋଲାଯିବା ନେଇ ନିଜ ଘୋଷଣାର ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଶସ୍ତ୍ର ବାହିନୀରେ ତାଙ୍କୁ କେବଳ ଅସୀମ କ୍ଷମତା ନୁହେଁ, ବରଂ ଅତୁଟ ସେବା ଭାବନା, ଦୃଢ଼ ସଂକଳ୍ପ ଏବଂ ଅତୁଳନୀୟ ସମ୍ବେଦନଶୀଳତା ମଧ୍ୟ ଦେଖିବାକୁ ମିଳୁଛି । ଏହା ଭାରତୀୟ ସଶସ୍ତ୍ର ବାହିନକୁ ବିଶ୍ୱର ସମସ୍ତ ସଶସ୍ତ୍ର ବାହିନୀଗୁଡ଼ିକ ମଧ୍ୟରେ ଅନନ୍ୟ ଗଢ଼ିତୋଳିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀ ବିଶ୍ୱର ଶୀର୍ଷ ସଶସ୍ତ୍ର ବାହିନୀ ଭଳି କାର୍ଯ୍ୟକୁଶଳ ଅଟେ, କିନ୍ତୁ ମାନବୀୟ ମୂଲ୍ୟବୋଧ ଏହାକୁ ସ୍ୱତନ୍ତ୍ର ଓ ଅସାଧାରଣ ବନାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆପଣଙ୍କ ପାଇଁ, ଏହା କେବଳ ବେତନ ପାଇଁ ଚାକିରି ନୁହେଁ । ଆପଣମାନଙ୍କ ନିମନ୍ତେ ଏହା ଏକ ଆହ୍ୱାନ ଓ ପୂଜା ଅଟେ । ଏଭଳି ଏକ ପୂଜା, ଯେଉଁଥିରେ ଆପଣମାନେ ୧୩୦ କୋଟି ଲୋକଙ୍କ ଭାବନାକୁ ସମାହିତ କରୁଛନ୍ତି ।’’ ସେ ଆହୁରି କହିଛନ୍ତି, ‘‘ସାମ୍ରାଜ୍ୟ ଆସୁଛି ଓ ଯାଉଛି, କିନ୍ତୁ ଭାରତ ହଜାର ହଜାର ବର୍ଷ ପୂର୍ବେ ଶାଶ୍ୱତ ଓ ଆଜି ମଧ୍ୟ ରହିଛି ଏବଂ ହଜାର ହଜାର ବର୍ଷ ପରେ ମଧ୍ୟ ଶାଶ୍ୱତ ରହିବ । ଆମେ ରାଷ୍ଟ୍ରକୁ ସରକାର, କ୍ଷମତା ଅଥବା ସାମ୍ରାଜ୍ୟ ରୂପରେ ଦେଖୁନାହୁଁ । ଆମ ପାଇଁ ତ ଏହା ଜୀବନ୍ତ ଅଟେ, ଆମ ବର୍ତ୍ତମାନର ଆତ୍ମା ଅଟେ ଏବଂ ଏହାର ସୁରକ୍ଷା କରିବା କେବଳ ଭୌଗୋଳିକ ସୀମାଗୁଡ଼ିକର ସୁରକ୍ଷା ପର୍ଯ୍ୟନ୍ତ ସୀମିତ ନୁହେଁ । ଆମ ପାଇଁ ରାଷ୍ଟ୍ରୀୟ ପ୍ରତିରକ୍ଷାର ଅର୍ଥ ଏହି ଜୀବନ୍ତ ଜାତୀୟ ସ୍ପନ୍ଦନ, ଜାତୀୟ ଏକତା ଓ ଜାତୀୟ ଅଖଣ୍ଡତାର ରକ୍ଷା କରିବା ।’’

 

 

 

ନିଜ ସମ୍ବୋଧନକୁ ସମାପନ କରି ପ୍ର୍ରଧାନମନ୍ତ୍ରୀ କହିଛନ୍ତି, ‘‘ଯଦି ଆମ ସଶସ୍ତ୍ର ବାହିନୀ ଆକାଶକୁ ଛୁଇଁବା ଭଳି ବୀରତାରେ ଭରି ରହିଛି, ତେବେ ସେମାନଙ୍କ ହୃଦୟ ମାନବୀୟ ଦୟାର ସାଗର ମଧ୍ୟ ଅଟେ । ଏହି କାରଣରୁ ଆମ ସଶସ୍ତ୍ର ବାହିନୀ କେବଳ ସୀମାଗୁଡ଼ିକର ସୁରକ୍ଷା କରୁନାହାନ୍ତି, ବରଂ ବିପତ୍ତି ଓ ପ୍ରାକୃତିକ ଦୁର୍ବିପାକ ସମୟରେ ମଧ୍ୟ ସହାୟତା ନିମନ୍ତେ ସଦାସର୍ବଦା ପ୍ରସ୍ତୁତ ରହୁଛନ୍ତି । ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଏକ ମଜଭୁତ ଭରସା ରୂପରେ ବିକଶିତ ହୋଇଛି । ଆପଣମାନେ ଭାରତର ଏକତା ଓ ଅଖଣ୍ଡତା ଏବଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାର ପ୍ରହରୀ ଏବଂ ରକ୍ଷକ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣଙ୍କ ସାହସର ପ୍ରେରଣା ଦ୍ୱାରା ଆମେ ଭାରତକୁ ବିକାଶ ଓ ପ୍ରଗତିର ଶିଖରକୁ ନେଇଯିବା ।’’

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From conflict to progress: Remote Irpanar village in Chhattisgarh gets electricity

Media Coverage

From conflict to progress: Remote Irpanar village in Chhattisgarh gets electricity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 27, 2026
April 27, 2026

Sabka Saath, Sabka Vikas 2.0: PM Modi Delivers Self-Reliance, Global Trade & National Pride