ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ନୃପେନ୍ଦ୍ର ମିଶ୍ର ତାଙ୍କ ଦାୟିତ୍ୱରୁ ଅବ୍ୟାହିତ ନେବା ଲାଗି ଇଚ୍ଛା ବ୍ୟକ୍ତ କରିଛନ୍ତି । ଦୁଇ ସପ୍ତାହ ପାଇଁ ପଦବୀରେ ରହିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ 1977 ବ୍ୟାଚର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପି.କେ ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି ।

ଏକ ବିବୃତ୍ତିରେ ଶ୍ରୀ ନୃପେନ୍ଦ୍ର ମିଶ୍ର କହିଛନ୍ତି :

“ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଦେଶ ସେବା କରିବାର ସୁଯୋଗ ପାଇବା ଗୌରବର ବିଷୟ । ଏହି ଅବସର ପାଇଁ ମୁଁ ତାଙ୍କ ନିକଟରେ ଚିରକୃତଜ୍ଞ ତଥା ସେ ସବୁବେଳେ ମୋ ହୃଦୟରେ ରହିବେ ।

ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ନିଜର ପ୍ରତ୍ୟେକଟି ମୁହୂର୍ତ୍ତ ଓ ଚିନ୍ତାଧାରାକୁ ନିୟୋଜିତ କରି କାର୍ଯ୍ୟ କରିବାକୁ ମୁଁ ଉପଭୋଗ କରିଛି । ଏହା ଏକ ସନ୍ତୋଷଜନକ ଯାତ୍ରା ଥିଲା । ଏବେ ଆଗକୁ ଯିବା ଲାଗି ମୋ ପାଇଁ ସମୟ ଆସିଛି, ମୁଁ ଆଗକୁ ମଧ୍ୟ ଜନସାଧାରଣଙ୍କ କଲ୍ୟାଣ ଓ ଜାତୀୟ ସ୍ୱାର୍ଥ ପାଇଁ କାମ କରିବା ଜାରି ରଖିବି । ସରକାରରେ ଏବଂ ବାହାରେ ଥିବା ମୋର ସହକର୍ମୀ, ବନ୍ଧୁ ଓ ମୋ ପରିବାର ସଦସ୍ୟମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆମ ଦେଶକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ବାଟ କଢ଼େଇ ନେଉଥିବା ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସଫଳତା ପାଇଁ ମୁଁ କାମନା କରୁଛି ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s march towards self-reliance in med-tech

Media Coverage

India’s march towards self-reliance in med-tech
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch