ଯେଉଁ ଦେଶମାନେ ମୂଳ ସହ ଜଡିତ ରହିଥାନ୍ତି, ସେମାନେ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ ଆଗକୁ ଅଗ୍ରସର ହୋଇଥାନ୍ତି : ପ୍ରଧାନମନ୍ତ୍ରୀ

ଆମ ଦେଶର ସାହସୀ ହିରୋମାନଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବାରରେ ଥିବା ଦ୍ୱୀପପୁଞ୍ଜଗୁଡିକର ନାମକରଣ କରିବା ହେଉଛି ଦେଶ ପ୍ରତି ସେମାନଙ୍କର ସେବାକୁ ଅନେକ ପୀଢ଼ି ଯାଏଁ ସ୍ମରଣୀୟ କରିବା ପାଇଁ ସୁନିଶ୍ଚିତ କରିବାର ଏକ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ରାଷ୍ଟ୍ରମାନେ ସେମାନଙ୍କର ମୂଳ ସହିତ ଜଡିତ ସେମାନେ ବିକାଶ ଓ ରାଷ୍ଟ୍ର ନିର୍ମାଣରେ ଆଗକୁ ଅଗ୍ରଗତି କରନ୍ତି।

ଏକ୍ସରେ ଶିବ ଅରୁରଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :

“ଆମର ହିରୋମାନଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବାରରେ ଥିବା ଦ୍ୱୀପପୁଞ୍ଜଗୁଡିକର ନାମକରଣ କରିବା ହେଉଛି ଦେଶ ପ୍ରତି ସେମାନଙ୍କର ସେବାକୁ ଆଗାମୀ ପୀଢ଼ି ପାଇଁ ସ୍ମରଣୀୟ କରିବାର ଏକ ମାଧ୍ୟମ । ଆମର ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କର ସ୍ମୃତିକୁ ସଂରକ୍ଷଣ ତଥା ସ୍ମରଣ କରିବା ପାଇଁ ଏହା ଆମର ବୃହତ ପ୍ରୟାସର ଏକ ଅଂଶ, ଯେଉଁମାନେ ଆମ ଦେଶରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି ।

ସର୍ବୋପରି ଯେଉଁ ଦେଶଗୁଡିକ ସେମାନଙ୍କର ମୂଳ ସହ ଜଡିତ ରହିଥାନ୍ତି, ସେମାନେ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ ଆଗକୁ ଅଗ୍ରସର ହୋଇଥାନ୍ତି ।

ଏଠାରେ ନାମକରଣ ସମାରୋହରୁ ମୋର ଅଭିଭାଷଣ ମଧ୍ୟ ଅଛି । https://www.youtube.com/watch?v=-8WT0FHaSdU

ଆହୁରି ମଧ୍ୟ, ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପପୁଞ୍ଜକୁ ଉପଭୋଗ କରନ୍ତୁ । ସେଲ୍ୟୁଲାର ଜେଲ୍ ମଧ୍ୟ ନିଶ୍ଚୟ ବୁଲିବାକୁ ଯାଆନ୍ତୁ ଏବଂ ମହାନ ବୀର ସଭରକରଙ୍କ ସାହସ ଦ୍ୱାରା ଅନୁପ୍ରାଣିତ ହୁଅନ୍ତୁ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen