Ms. Julie Bishop MP, Foreign Minister of Australia meets PM Modi
Prime Minister Modi welcomes Australia’s joining of the International Solar Alliance

ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ସୁଶ୍ରୀ ଜୁଲି ବିଶପ, ଏମପି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଏପ୍ରିଲ 2017ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟର୍ଣ୍ଣବୁଲଙ୍କ ସଫଳ ଭାରତୀୟ ଗସ୍ତର ସ୍ମୃତିଚାରଣ କରିଥିଲେ । ସେ କହିଥିଲେ 2014ରେ ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢିବାରେ ଲାଗିଛି ।

ସୁଶ୍ରୀ ବିଶପ ଆଲୋଚନା କାଳରେ କହିଥିଲେ ଯେ, ଏପ୍ରିଲ 2017ରେ ପ୍ରଧାନମନ୍ତ୍ରୀ ମାଲକମ ଟର୍ଣ୍ଣବୁଲଙ୍କର ଭାରତ ଗସ୍ତ ପରଠାରୁ ଦ୍ଵିପାକ୍ଷିକ ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି ।


ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ସୁଶ୍ରୀ ବିଶପ ଦ୍ଵିପାକ୍ଷିକ ସ୍ଵାର୍ଥ ଜଡିତ ଆଞ୍ଚଳିକ ଓ ବୈଶ୍ଵିକ ପ୍ରସଙ୍ଗଗୁଡିକ ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆନ୍ତର୍ଜାତିକ ସୌର ମେଣ୍ଟରେ ଅଷ୍ଟ୍ରେଲିଆର ଯୋଗଦାନକୁ ସ୍ଵାଗତ କରିଥିଲେ ଏବଂ ଅଷ୍ଟ୍ରେଲିଆର ସଦସ୍ୟତା ସୌର ସଙ୍ଗଠନକୁ ମଜବୁତ କରିବା ବୋଲି କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond