Mr. Salahuddin Rabbani, Minister of Foreign Affairs of Afghanistan meets Prime Minister Narendra Modi
PM Modi reiterates India's strong support to Afghanistan in fighting terrorism

ଆଫଗାନିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଷ୍ଟର ସଲାହୁଦ୍ଦିନ ରବ୍ବାନୀ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।  

ଆଫଗାନିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ସର୍ବୋଚ୍ଚ ପ୍ରାଥମିକତା ଦିଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆତଙ୍କବାଦ ବିରୋଧି ସଂଗ୍ରାମରେ ଆଫଗାନିସ୍ତାନ ଏବଂ ଏହାର ଲୋକମାନଙ୍କୁ ଭାରତ ପୂର୍ଣ୍ଣ ସମର୍ଥନ ଦେଇ ଚାଲିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଥିଲେ । ସେହିପରି ଏକ ଶାନ୍ତିପୂର୍ଣ୍ଣ, ଐକ୍ୟବଦ୍ଧ, ଗଣତାନ୍ତ୍ରୀକ ଏବଂ ସମୃଦ୍ଧ ଆଫଗାନିସ୍ତାନ ଗଠନ ଦିଗରେ ଭାରତ ସମସ୍ତ ପ୍ରକାର ମାନବୀୟ ଓ ବିକାଶମୂଳକ ସହାୟତା ଜାରି ରଖିବ ।

ଆଲୋଚନା କାଳରେ ବୈଦେଶିକ ମନ୍ତ୍ରୀ ରବ୍ବାନୀ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଦୁଇ ନେତା ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଲାଗି ଚାଲିଥିବା ପ୍ରୟାସ ନିଶ୍ଚିତ ରୂପେ ଆଫଗାନ-ନେତୃତ୍ୱ, ଆଫଗାନ-ଅଧିକୃତ ଏବଂ ଆଫଗାନ-ପରିଚାଳିତ ହେବା ଆବଶ୍ୟକ ବୋଲି ସହମତି ପ୍ରକାଶ କରିଥିଲେ ।

ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଭାରତ-ଆଫଗାନିସ୍ତାନ ରଣନୀତିକ ସହଭାଗୀତା ପରିଷଦର ଦ୍ୱିତୀୟ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ମିଷ୍ଟର ରବ୍ବାନୀ ମିଳିତଭାବେ ଅଧ୍ୟକ୍ଷତା କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect