Mr. Goh Chok Tong, Emeritus Senior Minister of Singapore calls on PM

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ମିଷ୍ଟର ଗୋ ଚୋକ ତୋଂ | ଭାରତର ପ୍ରଧାନମନ୍ତ୍ରୀ

ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ମିଷ୍ଟର ଗୋ ଚୋକ ତୋଂ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଦୁହିଙ୍କ ମଧ୍ୟରେ ରହିଥିବା ପୁରୁଣା ଓ ଦୀର୍ଘ ସମ୍ବନ୍ଧକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ସମ୍ପ୍ରତି ମିଷ୍ଟର ଗୋ ଚୋକ ତୋଂ ସିଙ୍ଗାପୁରର ଲୀ କ୍ଵାନ ୟେ ସ୍କୁଲ ଅଫ ପବ୍ଲିକ ପଲିସିର ପରିଚାଳନା ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ମିଷ୍ଟର ଗୋ ଚୋକ ତୋଂ | ଭାରତର ପ୍ରଧାନମନ୍ତ୍ରୀ

ସମ୍ପ୍ରତି ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରରେ ଆଲୋଚନା ଓ ମତ ବିନିମୟର ଧାରା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ଵାଗତ କରିଥିଲେ । ନିରାପତ୍ତା, ପ୍ରତିରକ୍ଷା, ସଂଯୋଗୀକରଣ, ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ବୃଦ୍ଧି ପାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ମିଷ୍ଟର ଗୋ ଚୋକ ତୋଂ | ଭାରତର ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଥିଲେ ଭାରତର ଏକ୍ଟ ଇଷ୍ଟ ନୀତି ମଧ୍ୟରେ ସିଙ୍ଗାପୁରର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି । ଭାରତ-ଆସିଆନ ସମ୍ପର୍କର ମଜଭୁତ ଭିତ୍ତି ଉପରେ ଏହି ନୀତି ଆଧାରିତ । ଭାରତ ସହିତ ଆସିଆନ ଗୋଷ୍ଠୀର ସଂପର୍କକୁ ସୁଦୃଢ କରିବା କ୍ଷେତ୍ରରେ ଗୋ ଚୋକ ତୋଂଙ୍କ ଭୂମିକା ବେଶ ପ୍ରଭାବଶାଳୀ ଓ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦୁଇ ନେତା ଏହି ଆଲୋଚନା କାଳରେ ପାରସ୍ପରିକ ସ୍ଵାର୍ଥ ଜଡିତ ଆଞ୍ଚଳିକ ଓ ବୈଶ୍ଵିକ ପ୍ରସଙ୍ଗଗୁଡିକ ଉପରେ ମତ ବିନିମୟ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Short trip, big results: 7 crucial deals inked by PM Modi in UAE

Media Coverage

Short trip, big results: 7 crucial deals inked by PM Modi in UAE
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 15, 2026
May 15, 2026

Viksit Bharat Unleashed: PM Modi's Blueprint Delivers Energy Independence, Tech Boom, and Diplomatic Dominance