Mr. Akio Toyoda, President Toyota, and Mr. O. Suzuki, Chairman Suzuki meet PM Modi

ଟୟୋଟା ଅଧ୍ୟକ୍ଷ ଶ୍ରୀ ଆକିଓ ଟୟୋଟା ଏବଂ ସୁଜୁକି ଅଧ୍ୟକ୍ଷ ଶ୍ରୀ ଓ ସୁଜୁକି ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ଟୟୋଟା-ସୁଜୁକି ସହଭାଗୀତା ଏବଂ ଭବିଷ୍ୟତରେ ହେବାକୁ ଥିବା ପ୍ରଯୁକ୍ତିଗତ ବିକାଶ ସଂପର୍କରେ କଥାବାର୍ତ୍ତା ହୋଇଥିଲା । ଏହି ସହଭାଗୀତା ହେଲେ ଟୟୋଟା ପ୍ରଯୁକ୍ତି ଓ ଉତ୍ପାଦନ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ଗ୍ରହଣ କରିବ । ସୁଜୁକିର ଉତ୍ପାଦନ ଦକ୍ଷତାକୁ ଉପଯୋଗ କରି ଟୟୋଟା ବିଶେଷ କରି ଭାରତରେ କ୍ଷୁଦ୍ର କାର ଉତ୍ପାଦନ କରିବ । ଏହାଫଳରେ ଭାରତର ବୈଷୟିକ ବିକାଶ କ୍ଷେତ୍ରରେ ବୈପ୍ଳବିକ ପ୍ରଗତି ଘଟିବ । ସେମାନଙ୍କ ପାଇଁ ସ୍ଥାନୀୟ ଉତ୍ପାଦକମାନେ ଯନ୍ତ୍ରାଂଶ ଯୋଗାଇ ପ୍ରଯୁକ୍ତି କ୍ଷେତ୍ରରେ ଉକôର୍ଷ ହାସଲ କରିପାରିବେ । ଏହି ସହଭାଗୀତା ମେକ୍ ଇନ୍ ଇଣ୍ଡିଆକୁ ଆଗେଇ ନେବାରେ ସହାୟକ ହେବ ଓ ଦେଶରେ ଯଥେଷ୍ଟ କର୍ମନିଯୁକ୍ତି ସୃଷ୍ଟି କରିବା ସହିତ ଭାରତରୁ ନୂଆ କାରିଗରୀଯୁକ୍ତ କାର ବିଦେଶକୁ ରପ୍ତାନି ହେବାର ନୂତନ ମାର୍ଗ ଉନ୍ମୋଚିତ ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 16, 2026
April 16, 2026

From Bullet Trains to Billion-Dollar Apple Exports: How PM Modi is Scripting India’s Golden Chapter