ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନ ଅଲ ସାଉଦଙ୍କୁ ଭେଟିଛନ୍ତି ।

ଦୁଇ ଦେଶ ମଧ୍ୟରେ ପ୍ରତିଷ୍ଠିତ ଷ୍ଟ୍ରାଟେଜିକ୍‍ ପାର୍ଟନରସିପ୍‍ କାଉନସିଲର ତତ୍ତ୍ୱାବଧାନରେ ନିଆଯାଇଥିବା ବିଭିନ୍ନ ଦ୍ୱିପାକ୍ଷିକ ପଦକ୍ଷେପଗୁଡ଼ିକର ଅଗ୍ରଗତି ଉପରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଶକ୍ତି, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ଉତ୍ପାଦନ ସମେତ ସାଉଦି ଆରବରୁ ଭାରତରେ ଅଧିକ ପୁଞ୍ଜି ବିନିଯୋଗ ପାଇଁ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ଏହି ବୈଠକରେ ଆଫଗାନିସ୍ତାନର ପରିସ୍ଥିତି ସହିତ ଆଞ୍ଚଳିକ ବିକାଶ ଦୃଷ୍ଟିକୋଣ ଉପରେ ମଧ୍ୟ ମତ ବିନିମୟ ହୋଇଥିଲା । 

କୋଭିଡ-୧୯ ମହାମାରୀ ସମୟରେ ପ୍ରବାସୀଙ୍କ କଲ୍ୟାଣ ଉପରେ ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ଦେଇଥିବାରୁ ସାଉଦି ଆରବକୁ ପ୍ରଧାନମନ୍ତ୍ରୀ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।

ସାଉଦି ଆରବର ମହାମହିମ ସମ୍ରାଟ ଏବଂ ଯୁବରାଜଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FinMin confident of coping with West Asia crisis with adequate fiscal room

Media Coverage

FinMin confident of coping with West Asia crisis with adequate fiscal room
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India