ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୨୭, ୨୦୨୨ ରେ ଜର୍ମାନୀର ସ୍ଲୋସ୍‍ ଏଲାମୁ ଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ସିରିଲ୍ ରାମାଫୋସାଙ୍କୁ ଭେଟିଛନ୍ତି ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ବିଶେଷକରି ୨୦୧୯ ରେ ସହଯୋଗ ରଣନୀତିକ କାର୍ଯ୍ୟକ୍ରମ ସ୍ୱାକ୍ଷରିତ ହେବା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ । ସେମାନେ ପ୍ରତିରକ୍ଷା, ଶିକ୍ଷା ଏବଂ କୃଷି କ୍ଷେତ୍ରରେ ହାସଲ କରିଥିବା ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଯଥା ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଖାଦ୍ୟ ନିରାପତ୍ତା, ପ୍ରତିରକ୍ଷା, ଔଷଧ, ଡିଜିଟାଲ ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଦକ୍ଷତା ବିକାଶ, ବୀମା, ସ୍ୱାସ୍ଥ୍ୟ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ ଭଳି କ୍ଷେତ୍ରରେ ସହଯୋଗର ଆବଶ୍ୟକତାକୁ ଦୋହରାଇଥିଲେ ।

ଉଭୟ ନେତା ଜୁନ୍ ୨୦୨୨ ରେ ଡବ୍ଲ୍ୟୁଟିଓ ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି ଯାହା ବିକାଶଶୀଳ ଦେଶମାନଙ୍କରେ କୋଭିଡ-୧୯ ଟିକା ଉତ୍ପାଦନକୁ ସମର୍ଥନ କରେ । କୋଭିଡ-୧୯ ର ନିରାକରଣ, ପ୍ରତିରୋଧ କିମ୍ବା ଚିକିତ୍ସା ସମ୍ବନ୍ଧରେ ଟିଆରଆଇପିଏସ୍‍ ଚୁକ୍ତିନାମାର କେତେକ ନିୟମାବଳୀ କାର୍ଯ୍ୟକାରୀ ହେବା ଉପରେ ସମସ୍ତ ଡବ୍ଲ୍ୟୁଟିଓ ସଦସ୍ୟଙ୍କ ପାଇଁ ଛାଡ ପ୍ରସ୍ତାବ ଦେଇ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ପ୍ରସ୍ତାବ ଦାଖଲ କରିଥିଲେ ।

ବହୁପକ୍ଷୀୟ ସଂସ୍ଥାଗୁଡ଼ିକରେ ନିରନ୍ତର ସମନ୍ୱୟ ଏବଂ ସେମାନଙ୍କର ସଂସ୍କାରର ଆବଶ୍ୟକତା ବିଶେଷ ଭାବରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Middle Class Story: How governance reforms are powering India’s next growth engine

Media Coverage

The Middle Class Story: How governance reforms are powering India’s next growth engine
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance