Agreement for Cooperation in Peaceful Uses of Nuclear Energy marks historic step in our engagement to build a clean energy partnership: PM
India and its economy are pursuing many transformations. Our aim is to become a major centre for manufacturing, investments: PM
We see Japan as a natural partner. We believe there is vast scope to combine our relative advantages: PM Modi
Our strategic partnership brings peace, stability and balance to the region: PM Modi in Japan
We will continue to work together for reforms of the United Nations and strive together for our rightful place in the UNSC: PM Modi
Thank Prime Minister Abe for the support extended for India’s membership of the Nuclear Suppliers Group: PM Modi

ମହାମାନ୍ୟ ପ୍ରଧାନମନ୍ତ୍ରୀ ଆବେ

 

ବନ୍ଧୁଗଣ,

ମିନା ସାମା, କୋମ୍ବାନ-ୱା!

ଜଣେ ବୌଦ୍ଧଗୁରୁ ଜାପାନୀରେ କହିଥିଲେ – ଇଚିଗୋ ଇଚି, ଯାହାର ଅର୍ଥ ଆମର ପ୍ରତି ଭୋଟ ସ୍ୱତନ୍ତ୍ର ଏବଂ ଆମେ ପ୍ରତିଟି ମୁହୂର୍ତ୍ତକୁ ସାଇତି ରଖିବା ଉଚିତ ।

 

ମୁଁ ଜାପାନ ଅନେକ ଥର ଆସିଛି, ପ୍ରଧାନମନ୍ତ୍ରୀ ଭାବେ ଏହା ମୋର ଦ୍ୱିତୀୟ ଗସ୍ତ । ଏବଂ ପ୍ରତିଟି ଗସ୍ତ ସ୍ୱତନ୍ତ୍ର, ବିଶେଷ ଧରଣର, ଶିକ୍ଷଣୀୟ ଏବଂ ଅତ୍ୟନ୍ତ ଫଳପ୍ରଦ ।

 

ମୁଁ ମହାମାନ୍ୟ ଆବେଙ୍କୁ ଜାପାନରେ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ଥର ଭେଟିଛି । ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ଜାପାନର ରାଜନୀତି ଏବଂ ବ୍ୟବସାୟ ଜଗତର ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ସ୍ୱାଗତ କରିବାର ସୌଭାଗ୍ୟ ପାଇଛି ।

ଆମର ନିୟମିତ ଭାବ ବିନିମୟ, ଆମ ବନ୍ଧୁତ୍ୱର ଗତିଶୀଳତା ଓ ପ୍ରଗାଢ଼ତାକୁ ପ୍ରଦର୍ଶନ କରୁଛି । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଓ ବିଶ୍ୱସ୍ତରୀୟ ଭାଗୀଦାରିତାର ପ୍ରତିବଦ୍ଧତାକୁ ଅନୁଭବ କରାଉଛି ।

 

ବନ୍ଧୁଗଣ, ଗତ ଶିଖର ସମ୍ମିଳନୀ ପରେ ଆମର ବନ୍ଧୁତ୍ୱରେ କେତେ ଅଗ୍ରଗତି ହୋଇଛି ସେ ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ଆବେ ଏବଂ ମୁଁ ଆଲୋଚନା କରିଛୁ । ଆମେ ଉଭୟ ଜାଣିପାରିଛୁ ଯେ ଆମର ଭାଗୀଦାରିତା ବିଭିନ୍ନ କ୍ଷେତ୍ରରେ ବେଶ୍ ଅଗ୍ରଗତି କରିଛି ।

ବ୍ୟାପକ ଅର୍ଥନୈତିକ ଚୁକ୍ତି, ବ୍ୟବସାୟିକ ଅଭିବୃଦ୍ଧି, ନିର୍ମାଣ ଏବଂ ନିବେଶ ବନ୍ଧୁତ୍ୱ, ସ୍ୱଚ୍ଛ ଶକ୍ତିକୁ ଗୁରୁତ୍ୱ, ଆମ ନାଗରିକଙ୍କ ନିରାପତ୍ତାରେ ସହଯୋଗିତା, ଆନୁସଙ୍ଗିକ କ୍ଷେତ୍ର ଏବଂ ଦକ୍ଷତା ବିକାଶର ଉତ୍କର୍ଷକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ ।

 

ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର କ୍ଷେତ୍ରରେ ଆଜି ଆମେ କରିଥିବା ବୁଝାମଣା ସ୍ୱଚ୍ଛ ଶକ୍ତି ସହଯୋଗିତା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ।

ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନର ସମ୍ମୁଖିନ ହେବାରେ ଏହା ଆମକୁ ସହାୟକ ହେବ । ଜାପାନ ପାଇଁ ଏହି ବୁଝାମଣାର ଗୁରୁତ୍ୱ ଥିବା ମଧ୍ୟ ମୁଁ ସ୍ୱୀକାର କରୁଛି ।

 

ଏହି ବୁଝାମଣାକୁ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଆବେ, ଜାପାନ ସରକାର ଏବଂ ସଂସଦକୁ ମୁଁ ଧନ୍ୟବାଦ ଜଣାଉଛି ।


ବନ୍ଧୁଗଣ,

ଭାରତ ଏବଂ ଏହାର ଅର୍ଥବ୍ୟବସ୍ଥା ଏବେ ଅନେକ ପରିବର୍ତ୍ତନକୁ ଅନୁଧାବନ କରୁଛି । ନିର୍ମାଣ, ନିବେଶ ଏବଂ ଏକବିଂଶ ଶତାବ୍ଦୀର ଜ୍ଞାନଭିତ୍ତିକ ଉଦ୍ୟୋଗରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରସ୍ଥଳ ହେବା ଆମଲକ୍ଷ୍ୟ । ଏବଂ ଏହି ଯାତ୍ରାରେ ଜାପାନକୁ ଆମେ ଆମର ସହଯୋଗୀ ଭାବେ ଗଣ୍ୟ କରୁଛୁ । ପୁଞ୍ଜି, ପ୍ରଯୁକ୍ତିବିଦ୍ୟା କିମ୍ବା ମାନବ ସମ୍ବଳ ପ୍ରତି କ୍ଷେତ୍ରରେ ଉଭୟ ରାଷ୍ଟ୍ରର ଫାଇଦା ପାଇଁ ଅନେକ ସୁଯୋଗ ଥିବା ଆମେ ବିଶ୍ୱାସ କରୁଛୁ ।

 

ନିର୍ଦ୍ଦିଷ୍ଟ ପ୍ରକଳ୍ପ ହିସାବରେ, ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ ପ୍ରକଳ୍ପ(Bullet Train)କୁ ଆମେ ଗୁରୁତ୍ୱ ଦେଉଛୁ । ଆର୍ଥିକ କ୍ଷେତ୍ରରେ ଆମର ସହଯୋଗିତା ଏବଂ ବୁଝାମଣା ଆନୁସଙ୍ଗିକ ବିକାଶ କ୍ଷେତ୍ରରେ ଏକ ବଡ଼ ସମ୍ବଳ ହୋଇପାରିବ ।

 

ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ଆମର ଆଲୋଚନା ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ଏକ ବୃହତର ଦିଗ । ମହାକାଶ ବିଜ୍ଞାନ, ସାମୁଦ୍ରିକ ଏବଂ ଭୂବିଜ୍ଞାନ, ବୟନ, କ୍ରୀଡ଼ା, କୃଷି ଏବଂ ପୋଷ୍ଟାଲ ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ନୂତନ ସହଯୋଗ ପାଇଁ ଆମେ ଲକ୍ଷ୍ୟ ରଖିଛୁ ।

ବନ୍ଧୁଗଣ,

ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗିତା କେବଳ ଆମ ସମାଜର ମଙ୍ଗଳ ଓ ନିରାପତ୍ତା ପାଇଁ ନୁହେଁ, ଏହା ମଧ୍ୟ ସମଗ୍ର ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସନ୍ତୁଳନ ଆଣିବ । ଏସିଆ ପ୍ରଶାନ୍ତ-ମହାସାଗର କ୍ଷେତ୍ରରେ ସୃଷ୍ଟି ହେଉଥିବା ସୁଯୋଗ ଓ ଆହ୍ୱାନ ପ୍ରତି ଏହା ମଧ୍ୟ ତତ୍ପର ଓ ସଜାଗ ରହିଛି ।

 

ଦେଶ ସମୂହର ସମଷ୍ଟିଗତ ଦୃଷ୍ଟିଭଙ୍ଗୀକୁ ଲକ୍ଷ୍ୟ କରି ଆମ ଅଞ୍ଚଳରେ ଯୋଗାଯୋଗ, ଆନୁସଙ୍ଗିକ ବ୍ୟବସ୍ଥା ଏବଂ ଦକ୍ଷତା ନିର୍ମାଣରେ ସହଯୋଗ ପାଇଁ ଆମେ ସମ୍ମତ ହୋଇଛୁ, ଯାହାକି ଭାରତ-ପ୍ରଶାନ୍ତ ମହାସାଗର ଜଳପଥକୁ ସଂଯୋଜତି କରୁଛି ।

 

ଭାରତ-ପ୍ରଶାନ୍ତ ମହାସାଗର ଜଳପଥର ସମ୍ପ୍ରସାରଣକୁ ଆମେ କେତେ ଗୁରୁତ୍ୱ ଦେଉଛୁ ତାହା ନିକଟରେ ସଫଳତାର ସହ ଶେଷ ହୋଇଥିବା ମାଲାବାର ନୌ-ଅଭ୍ୟାସର ଗୁରୁତ୍ୱରୁ ଜଣାପଡ଼ୁଛି ।

 

ଗଣତନ୍ତ୍ର ଭାବେ ଆମେ ମୁକ୍ତ ବ୍ୟବସ୍ଥା, ସ୍ୱଚ୍ଛତା ଏବଂ ଆଇନର ଅନୁଶାସନକୁ ସମର୍ଥନ ଜଣାଉଛୁ । ଆତଙ୍କବାଦ, ବିଶେଷ କରି ସୀମାପାର ଆତଙ୍କବାଦର ମୁକାବିଲା ପାଇଁ ଆମେ ମଧ୍ୟ ଏକତ୍ର ହୋଇଛୁ ।


ବନ୍ଧୁଗଣ

ଜନ-ଜନ ମଧ୍ୟରେ ବନ୍ଧୁତା ଏବଂ ଦୃଢ ସାଂସ୍କୃତିକ ସମ୍ବନ୍ଧ ଆମ ଦୁଇ ଦେଶର ସମ୍ପର୍କକୁ ନିବିଡ କରିଛି । ଏହାର ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ ଆବେ ଗତ ବର୍ଷ ଡିସେମ୍ବରରେ ଭାରତ ଗସ୍ତରେ ଯାଇଥିବା ବେଳେ ମୁଁ ପ୍ରତିଶ୍ରୁତି ଦେଇଥିଲି ।

 

ଏହାର ଫଳସ୍ୱରୂପ, ୨୦୧୬ ମାର୍ଚ୍ଚରୁ ଭାରତରେ ଜାପାନୀ ନାଗରିକଙ୍କ ପାଇଁ ‘ପହଞ୍ଚିବା କ୍ଷଣି ଭିସା’ ଯୋଜନା ଆରମ୍ଭ କରାଯାଇଛି । ସର୍ତ୍ତ ପୂରଣ କରୁଥିବା ଜାପାନୀ ବ୍ୟବସାୟୀମାନଙ୍କୁ ମଧ୍ୟ ୧୦ ବର୍ଷର ଦୀର୍ଘକାଳୀନ ଭିସା ଦେବା ଆରମ୍ଭ କରିଛୁ ।


ବନ୍ଧୁଗଣ

ଆଞ୍ଚଳିକ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟ ନିଜ ମଧ୍ୟରେ ସହଭାଗିତା ରକ୍ଷା କରିଆସିଛନ୍ତି । ଜାତିସଂଘ ନିରାପତ୍ତା ପରିଷଦରେ ଆମ ସ୍ଥାନ ନିଶ୍ଚିତ କରିବା ଏବଂ ଜାତିସଂଘର ସଂସ୍କାର ଦିଗରେ ମଧ୍ୟ ଆମେ ମିଳିତ ଭାବେ କାମ କରିବୁ ।

 

ପରମାଣୁ ଯୋଗାଣକାରୀ ଗୋଷ୍ଠୀ(NSG)ରେ ଭାରତର ସଦସ୍ୟତା ପ୍ରତି ସମର୍ଥନ ଜଣାଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଆବେଙ୍କୁ ଧନ୍ୟବାଦ ଜଣାଉଛି ।

 

ମହାମାନ୍ୟ ଆବେ

ଆମ ସମ୍ପର୍କର ଭବିଷ୍ୟତ ସମୃଦ୍ଧ ଏବଂ ବଳିଷ୍ଠ ବୋଲି ଆମେ ସ୍ଵୀକାର କରୁ । ଆମ ପାଇଁ ତଥା ଆମ ଅଞ୍ଚଳର ବିକାଶ ପାଇ ଆମେ କ’ଣ କରିପାରିବୁ ତାହାର କୌଣସି ସୀମା ନାହିଁ ।

 

ଏହାର ଅନ୍ୟତମ ମୂଳ କାରଣ ଆପଣଙ୍କ ପ୍ରଭାବୀ ଏବଂ ଦୃଢ଼ ନେତୃତ୍ୱ । ଆପଣଙ୍କ ସହଯୋଗୀ ଓ ବନ୍ଧୁ ହେବା ମୋ ପାଇଁ ସମ୍ମାନର ବିଷୟ । ଏହି ଶିଖର ସମ୍ମିଳନୀର ସଫଳତା ତଥା ଆପଣଙ୍କ ବଦାନ୍ୟ ଆତିଥେୟତା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

 

ଅନାତା ନୋ ଓ ମୋତେନାସି ଓ ଆରିଗାତୋ ଗୋଜାଇମାସିତା

(ଆପଣଙ୍କ ବଦାନ୍ୟ ଆତିଥେୟତା ପାଇଁ ଧନ୍ୟବାଦ)

ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”