ସେୟାର
 
Comments
#MannKiBaat: India is the land to many great scientists, says PM Modi
Day by day machines are becoming smarter and more intelligent through self-learning: PM Modi #MannKiBaat
Technology and artificial intelligence can be used widely to enhance the lives of poor and underprivileged, says PM Modi #MannKiBaat
PM remembers Sri Aurobindo, says as a sage he challenged every aspect of life to find answers and show the right way to humanity #MannKiBaat
To know the facts, one has to be curious, says PM Narendra Modi during #MannKiBaat
Important to remain vigilant, follow rules to avert accidents due to human negligence: PM during #MannKiBaat
#MannKiBaat: PM Modi lauds anonymous heroes who reach out for rescue and relief operations soon after any disaster
We must become a risk conscious society, understand values ​​of safety: PM Modi during #MannKiBaat
PM Modi speaks about ‘Gobar-Dhan Yojana’ during #MannKiBaat, says it will generate revenue as well as clean energy
Farmers must see animal dung and garbage not just as waste, but as a source of income, says PM Modi #MannKiBaat
PM Modi appreciates first of a kind ‘Trash Mahotsav’ in Chhattisgarh during #MannKiBaat #MyCleanIndia
India is heading towards women-led development from only women development: PM Modi during #MannKiBaat
India’s Nari Shakti, through their self-confidence has shown their potential: PM Modi during #MannKiBaat
PM Modi congratulates people of Elephanta Islands as three villages get electricity for first time, says it is a new development phase #MannKiBaat
#MannKiBaat: PM Modi conveys Holi greetings to the nation, says the festival is about spreading peace, unity and brotherhood

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର “ମନ୍ କି ବାତ୍” ଗୋଟିଏ ଫୋନକଲ୍ ରୁ ହିଁ ଆରମ୍ଭ କରିବା –

“ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ମିରଟରୁ କୋମଲ ତ୍ରିପାଠୀ କହୁଛି … 28 ତାରିଖ ଦିନ ଜାତୀୟ ବିଜ୍ଞାନ ଦିବସ । ଭାରତର ଉନ୍ନତି ଏବଂ ଏହାର ବିକାଶ ବିଜ୍ଞାନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଆମେ ଯେତେ ଅଧିକ ଗବେଷଣା ଏବଂ ନବସୃଜନ କରିବା, ଆମେ ସେତିକି ଆଗକୁ ବଢ଼ିବା ଏବଂ ସମୃଦ୍ଧି ଲାଭକରିବା । ଆମ ଯୁବବର୍ଗଙ୍କୁ ପ୍ରେରିତ କରିବା ପାଇଁ ଆପଣ ଏମିତି କିଛି କହିବେ କି ଯାହାଦ୍ୱାରା ସେମାନେ ନିଜ ଚିନ୍ତାଧାରାକୁ ବୈଜ୍ଞାନିକ ଢଙ୍ଗରେ ଆଗକୁ ବଢ଼ାଇବେ ଏବଂ ଆମ ଦେଶକୁ ମଧ୍ୟ ଆଗକୁ ବଢ଼ାଇପାରିବେ … ଧନ୍ୟବାଦ” ।

ଆପଣଙ୍କ ଫୋନକଲ ପାଇଁ ଅନେକ ଅନେକ ଧନ୍ୟବାଦ । ବିଜ୍ଞାନକୁ ନେଇ ଅନେକଗୁଡ଼ିଏ ପ୍ରଶ୍ନ ମୋର ଯୁବବନ୍ଧୁମାନେ ମୋତେ ପଚାରିଛନ୍ତି । କିଛି ନା କିଛି ଲେଖିଚାଲିଛନ୍ତି । ଆମେ ଦେଖିଛୁ ଯେ, ସମୁଦ୍ର ନୀଳରଙ୍ଗର ଦେଖାଯାଏ କିନ୍ତୁ ଆମ ଦୈନନ୍ଦିନ ଅନୁଭବରୁ ଆମେ ଜାଣୁ ଯେ ଜଳ ବର୍ଣ୍ଣହୀନ । ଆମେ କ’ଣ କେବେ ଚିନ୍ତା କରିଛୁ ଯେ ନଦୀ ହେଉ ବା ସମୁଦ୍ର ହେଉ, ସେଥିରେ ଜଳ ରଙ୍ଗିନ କାହିଁକି ଦେଖାଯାଉଛି? ଏହି ପ୍ରଶ୍ନ 1920 ଦଶକରେ ଗୋଟିଏ ଯୁବକର ମନରେ ଉଠିଥିଲା । ଏହି ପ୍ରଶ୍ନ ଆଧୁନିକ ଭାରତର ଜଣେ ମହାନ ବୈଜ୍ଞାନିକକୁ ଜନ୍ମଦେଲା । ବିଜ୍ଞାନ କଥା କହିଲେ ସର୍ବପ୍ରଥମେ ଭାରତରତ୍ନ ସାର୍ ସି.ଭି. ରମଣଙ୍କ ନାମ ଆମ ସମ୍ମୁଖକୁ ଆସିଥାଏ । Light Scattering ଅର୍ଥାତ୍ ଆଲୋକ ବିଚ୍ଛୁରଣ ସମ୍ପର୍କରେ ଉତ୍କୃଷ୍ଟ ଗବେଷଣା ପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ଆବିଷ୍କାର “Raman Effect” ନାମରେ ପ୍ରସିଦ୍ଧ । ଫେବୃଆରୀ 28 ତାରିଖ ଦିନ ସେ ଏହି ଆବିଷ୍କାର କରିଥିବା କୁହାଯାଏ ଯାହାପାଇଁ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା । ସେଥିପାଇଁ ସେହିଦିନଟିକୁ ଆମେ “ଜାତୀୟ ବିଜ୍ଞାନ ଦିବସ” ଭାବେ ପାଳନ କରୁଛୁ । ବିଜ୍ଞାନ କ୍ଷେତ୍ରରେ ଏହି ଦେଶ ଅନେକ ମହାନ ବୈଜ୍ଞାନିକମାନଙ୍କୁ ଜନ୍ମ ଦେଇଛି । ଏକପକ୍ଷରେ ମହାନ ଗଣିତଜ୍ଞ ବୋଧାୟନ, ଭାସ୍କର ବ୍ରହ୍ମଗୁପ୍ତ ଏବଂ ଆର୍ଯ୍ୟଭଟ୍ଟଙ୍କ ପରମ୍ପରା ରହିଛି ତ ଅନ୍ୟପକ୍ଷରେ ଚିକିତ୍ସା କ୍ଷେତ୍ରରେ ସୁଶ୍ରୁତ ଏବଂ ଚରକ ଆମ ଗୌରବ । ସାର୍ ଜଗଦୀଶ ଚନ୍ଦ୍ର ବୋଷ ଏବଂ ହରଗୋବିନ୍ଦ ଖୁରାନାଙ୍କଠାରୁ ଆରମ୍ଭ କରି ସତ୍ୟେନ୍ଦ୍ରନାଥ ବୋଷଙ୍କ ଭଳି ବୈଜ୍ଞାନିକ – ଏମାନେ ଭାରତର ଗୌରବ । ସତ୍ୟେନ୍ଦ୍ରନାଥ ବୋଷଙ୍କ ନାମାନୁସାରେ ତ ପ୍ରସିଦ୍ଧ କଣିକା “BOSON” ର ନାମକରଣ ମଧ୍ୟ ହୋଇଛି । ବିଗତ ଦିନରେ ମୋତେ ମୁମ୍ବାଇରେ ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଲା । ୱାଧୱାନୀ Institute of Artificial Intelligence ର ଉଦ୍ଘାଟନର ଅବସର ଥିଲା । ବିଜ୍ଞାନ କ୍ଷେତ୍ରରେ ହେଉଥିବା ଚମତ୍କାର ସମ୍ପର୍କରେ ଜାଣିବା ବେଶ କୌତୁଳହପ୍ରଦ ଥିଲା । Artificial Intelligence ମାଧ୍ୟମରେ ରୋବୋଟ, ବଟ୍ସ ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟ କରୁଥିବା ଯନ୍ତ୍ର ତିଆରି କରିବାରେ ସହାୟତା ମିଳିଥାଏ । ଆଜିକାଲି ମେସିନ୍ ଆତ୍ମ-ଅଧ୍ୟୟନ ଦ୍ୱାରା ନିଜକୁ ବୁଦ୍ଧିମାନ ଏବଂ ସ୍ମାର୍ଟ କରିଚାଲିଛନ୍ତି । ଏହି ଜ୍ଞାନକୌଶଳର ଉପଯୋଗ ଗରିବ, ବଂଚିତ ଏବଂ ଅଭାବୀ ଲୋକମାନଙ୍କ ଜୀବନକୁ ଉନ୍ନତ କରିବାରେ ସହାୟକ ହୋଇପାରିବ । Artificial Intelligence ବା କୃତ୍ରିମ ଧୀଶକ୍ତିର ସେହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଭାଇ-ଭଉଣୀମାନଙ୍କ ଜୀବନକୁ ସୁଗମ କରିବାରେ ଏହି ଧୀଶକ୍ତି କିଭଳି ସହାୟକ ହୋଇପାରିବ ସେ ସମ୍ପର୍କରେ ମୁଁ ବୈଜ୍ଞାନିକମାନଙ୍କୁ ଅନୁରୋଧ କଲି । କୃତ୍ରିମ ଧୀଶକ୍ତି ବଳରେ ଆମେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆହୁରି ସଠିକ ଅନୁମାନ କରିପାରିବା କି? ଚାଷୀମାନଙ୍କ ଫସଲ ଉତ୍ପାଦନରେ କିଛି ସହାୟତା କରିପାରିବା କି? ସ୍ୱାସ୍ଥ୍ୟସେବା ସହଜରେ ଉପଲବ୍ଧ କରାଇବା ଏବଂ ଆଧୁନିକ ଉପାୟରେ ରୋଗର ଚିକିତ୍ସା କରିବାରେ ଏହି କୃତ୍ରିମ ଧୀଶକ୍ତି ସହାୟକ ହୋଇପାରିବ କି?

ବିଗତ ଦିନରେ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ସହିତ ଗୁଜରାଟର ଅହମ୍ମଦାବାଦରେ “iCreate” ର ଉଦ୍ଘାଟନ ପାଇଁ ଯିବାର ସୁଯୋଗ ମିଳିଥିଲା । ସେଠାରେ ଜଣେ ଯୁବକ ଏଭଳି ଗୋଟିଏ ଡିଜିଟାଲ ଉପକରଣ ତିଆରି କରିଛନ୍ତି, ଯାହାକୁ ଜଣେ ମୂକବ୍ୟକ୍ତି ବ୍ୟବହାର କରି ସେଥିରେ ନିଜ କଥା ଲେଖିବା ମାତ୍ରେ ତାହା ଧ୍ୱନିରେ ପରିବର୍ତ୍ତିତ ହୋଇଯାଉଛି । ଏହାଦ୍ୱାରା ଆପଣ ଠିକ୍ ସେହିଭଳି କଥାବାର୍ତ୍ତା  କରିପାରିବେ ଯେମିତି ଜଣେ କଥା କହିପାରୁଥିବା ବ୍ୟକ୍ତି ସହ ଆପଣ କଥାବାର୍ତ୍ତା  କରିପାରନ୍ତି । ମୋ ମତରେ କୃତ୍ରିମ ଧୀଶକ୍ତିର ଉପଯୋଗ ଏଭଳି ଅନେକ କ୍ଷେତ୍ରରେ ଆମେ କରିପାରିବା ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମୂଲ୍ୟ ନିରପେକ୍ଷ ଅଟେ । ଏହା ସ୍ୱୟଂକ୍ରିୟ ଭାବେ ମୂଲ୍ୟଯୁକ୍ତ ହୋଇନଥାଏ । ଯେକୌଣସି ମେସିନ ସେଭଳି କାର୍ଯ୍ୟ କରିବ ଯେଉଁଭଳି ଆମେ ଚାହିଁବା । କିନ୍ତୁ ସେହି ମେସିନ ଦ୍ୱାରା ଆମେ କେଉଁଭଳି କାର୍ଯ୍ୟ କରାଇବାକୁ ଚାହୁଁଛୁ ତାହା ଆମ ଉପରେ ନିର୍ଭର କରେ । ଏଠାରେ ମାନବୀୟ ଉଦ୍ଦେଶ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ବିଜ୍ଞାନର ଉପଯୋଗ ଜନକଲ୍ୟାଣ ପାଇଁ, ମାନବ ଜୀବନର ସର୍ବୋଚ୍ଚ ଶିଖରକୁ ସ୍ପର୍ଶ କରିବା ପାଇଁ ହେବା ଦରକାର ।

ବିଜୁଳି ବଲ୍ବର ଆବିଷ୍କାରକ ଥୋମାସ୍ ଆଲ୍ଭା ଏଡିସନ୍ ନିଜର ପ୍ରୟୋଗରେ ଅନେକ ଥର ବିଫଳ ହୋଇଥିଲେ । ଥରେ ଏ ବିଷୟରେ ତାଙ୍କୁ ପ୍ରଶ୍ନ କରାଯିବାରେ ସେ ଉତ୍ତର ଦେଇଥିଲେ – “ମୁଁ ବିଜୁଳି ବଲ୍ବ ତିଆରି ନ କରିବାର 10 ହଜାର ବାଟ ଆବିଷ୍କାର କରିଛି” ଅର୍ଥାତ୍ ଏଡିସନ୍ ନିଜ ବିଫଳତାକୁ ମଧ୍ୟ ନିଜର ଶକ୍ତି କରିନେଇଥିଲେ । ଏହା ସଂଯୋଗ ଏବଂ ସୌଭାଗ୍ୟର କଥା ଯେ ଆଜି ମୁଁ ମହର୍ଷି ଅରବିନ୍ଦଙ୍କ କର୍ମଭୂମି Auroville ଠାରେ ଅଛି । ଜଣେ କ୍ରାନ୍ତିକାରୀ ରୂପରେ ସେ ବ୍ରିଟିଶ ପ୍ରଶାସନକୁ ଆହ୍ୱାନ ଦେଇଥିଲେ । ତାଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ତାଙ୍କ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସେହିଭଳି, ଜଣେ ମହାନ ଋଷି ରୂପରେ ଜୀବନର ପ୍ରତ୍ୟେକ ଦିଗ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ଉତ୍ତର ଖୋଜି ବାହାର କଲେ ଏବଂ ମାନବତାକୁ ବାଟ ଦେଖାଇଲେ । ସତ୍ୟକୁ ଜାଣିବା ପାଇଁ ବାରମ୍ବାର ପ୍ରଶ୍ନ କରିବାର ଭାବନା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାହିଁ ତ ହେଉଛି ବୈଜ୍ଞାନିକ ଆବିଷ୍କାର ପଛରେ ରହିଥିବା ପ୍ରକୃତ ପ୍ରେରଣା । “କ’ଣ”, “କାହିଁକି” ଓ “କେମିତି” ଭଳି ପ୍ରଶ୍ନର ଉତ୍ତର ନ ମିଳିବା ପର୍ଯ୍ୟନ୍ତ ଶାନ୍ତିରେ ବସିବା ଉଚିତ ନୁହେଁ । ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଁ ଆମର ବୈଜ୍ଞାନିକ ଏବଂ ବିଜ୍ଞାନ ସହ ଜଡ଼ିତ ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଉଛି । ଆମର ଯୁବପିଢ଼ି, ସତ୍ୟ ଏବଂ ଜ୍ଞାନର ଆବିଷ୍କାର ପାଇଁ ପ୍ରେରିତ ହେଉ, ବିଜ୍ଞାନର ସହାୟତାରେ ସମାଜର ସେବା କରିବା ପାଇଁ ପ୍ରେରିତ ହେଉ ଏଥିପାଇଁ ମୋର ଅନେକ ଅନେକ ଶୁଭକାମନା ।

ବନ୍ଧୁଗଣ, ବିପଦ ସମୟରେ ନିରାପତ୍ତା, ବିପର୍ଯ୍ୟୟ ଏସବୁ ବିଷୟରେ ମୋ ପାଖକୁ ଅନେକ ଥର ବହୁତଗୁଡ଼ିଏ ବାର୍ତ୍ତା ଆସୁଥାଏ । ଲୋକେ ମୋତେ ଅନେକ କଥା ଲେଖିଥାନ୍ତି । ପୁଣେର ଶ୍ରୀଯୁକ୍ତ ରବୀନ୍ଦ୍ର ସିଂ Narendra Modi Mobile Appରେ ନିଜ ଟିପ୍ପଣୀରେ ବୃତିଗତ ସୁରକ୍ଷା ସମ୍ପର୍କରେ ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ଆମ ଦେଶରେ କାରଖାନା ଏବଂ ନିର୍ମାଣସ୍ଥଳଗୁଡ଼ିକରେ ସୁରକ୍ଷାର ମାନ ସେତେ ଭଲ ନାହିଁ । ଆସନ୍ତା ମାର୍ଚ୍ଚ 4 ତାରିଖ ଦିନ ଜାତୀୟ ସୁରକ୍ଷା ଦିବସ । ତେଣୁ ପ୍ରଧାନମନ୍ତ୍ରୀ ମହାଶୟ ଆପଣ ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସୁରକ୍ଷା କଥା କହନ୍ତୁ ଯାହାଫଳରେ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ସଚେତନତା ବୃଦ୍ଧି ପାଇବ । ଆମେ ଯେତେବେଳେ ସାଧାରଣ ସୁରକ୍ଷା କଥା କହୁଁ ସେତେବେଳେ ଦୁଇଟି କଥା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପ୍ରଥମଟି ପୂର୍ବ ସକ୍ରିୟତା ଏବଂ ଦ୍ୱିତୀୟଟି ପ୍ରସ୍ତୁତି । ସୁରକ୍ଷା ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ଯାହା ବିପଦ ସମୟରେ ଜରୁରୀ, Safety during disaster ଏବଂ ଅନ୍ୟଟି ହେଲା – ଯାହା ଦୈନନ୍ଦିନ ଜୀବନରେ ଆବଶ୍ୟକ ହୋଇଥାଏ, Safety in Everyday Life. ଯଦି ଆମେ ଦୈନନ୍ଦିନ ଜୀବନରେ ସୁରକ୍ଷାକୁ ନେଇ ସଚେତନ ନୁହେଁ, ତାହାକୁ ହାସିଲ କରିପାରୁନାହୁଁ – ତେବେ ବିପର୍ଯ୍ୟୟ ସମୟରେ ତାହା ପାଇବା କଷ୍ଟକର ହୋଇପଡ଼େ । ଆମେ ଅନେକ ଥର ରାସ୍ତାରେ ଲେଖାଯାଇଥିବା ବୋର୍ଡ ପଢ଼ିଥାଉଁ । ସେଥିରେ ଲେଖା ହୋଇଥାଏ : –

– “ସତର୍କତା ହଟିଲା, ତ ଦୁର୍ଘଟଣା ଘଟିଲା ।”

– “ଭୁଲଟିଏ କ୍ଷତି କରାଇଦିଏ, ହସ ଆଉ ଖୁସି ଛଡ଼ାଇନିଏ ।”

– “ଏତେ ଶୀଘ୍ର ଦୁନିଆ ନ ଛାଡ଼, ସୁରକ୍ଷା ସହ ସମ୍ପର୍କ ଯୋଡ଼ ।”

– “ସୁରକ୍ଷା ସହିତ ନ କର ଖେଳ, ଜୀବନ ପାଇଁ ହୋଇବ କାଳ ।”

ଏହାବ୍ୟତୀତ ସେ ବାକ୍ୟଗୁଡ଼ିକର ଅନ୍ୟ କୌଣସି ଉପଯୋଗିତା ଆମ ଜୀବନରେ ନ ଥାଏ । ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକୁ ଯଦି ବାଦ୍ ଦିଆଯାଏ, ତେବେ ଅଧିକାଂଶ ଦୁର୍ଘଟଣା ଆମର କୌଣସି ନା କୌଣସି ଭୁଲର ପରିଣାମ ଅଟେ । ଯଦି ଆମେ ସାବଧାନ ରହିବା ଏବଂ ଆବଶ୍ୟକ ନିୟମଗୁଡ଼ିକୁ ମାନିବା, ତା’ହେଲେ ଆମେ ନିଜ ଜୀବନର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ବଡ଼ ବଡ଼ ଦୁର୍ଘଟଣାଗୁଡ଼ିକରୁ ସମାଜକୁ ରକ୍ଷା କରିପାରିବା । କେବେ କେବେ ଆମେ ଦେଖୁଁ ଯେ କର୍ମକ୍ଷେତ୍ରରେ ନିରାପତ୍ତା ସମ୍ପର୍କରେ ଅନେକ ନିୟମ ଲେଖାହୋଇଥାଏ, କିନ୍ତୁ ସେଗୁଡ଼ିକୁ ଅନୁସରଣ କରିବାର ଉଦାହରଣ ଦେଖିବାକୁ ମିଳିନଥାଏ । ମୋର ଅନୁରୋଧ ଯେ ଯେଉଁ ମହାନଗର ପାଳିକା ଏବଂ ନଗରପାଳିକା ନିକଟରେ ଅଗ୍ନିଶମ ସେବା ରହିଛି, ସେମାନେ ସପ୍ତାହରେ କିମ୍ବା ମାସରେ ଗୋଟିଏ ଦିନ ଭିନ୍ନ ଭିନ୍ନ ବିଦ୍ୟାଳୟଗୁଡ଼ିକୁ ଯାଇ ବିଦ୍ୟାଳୟର ପିଲାମାନଙ୍କ ସମ୍ମୁଖରେ ଅଭ୍ୟାସ କାର୍ଯ୍ୟ (mock drillପ୍ରଦର୍ଶିତ କରନ୍ତୁ । ଏହାଦ୍ୱାରା ଦୁଇଗୋଟି ଉପକାରିତା ପ୍ରାପ୍ତ ହେବ, ଗୋଟିଏ ହେଲା ଅଗ୍ନିଶମ ସେବାକୁ ସାବଧାନ ରହିବାର ଅଭ୍ୟାସ ତଥା ଅନ୍ୟଟି ହେଲା ନୂତନ ବଂଶଧରମାନଙ୍କୁ ସମୁଚିତ ଶିକ୍ଷାପ୍ରାପ୍ତି । ଏଥିପାଇଁ କୌଣସି ପ୍ରକାର ଅତିରିକ୍ତ ବ୍ୟୟ ଦରକାର ପଡ଼ିନଥାଏ । ଏକପ୍ରକାରେ ଶିକ୍ଷାର ଗୋଟିଏ ଧାରା ସୃଷ୍ଟିହୁଏ ଯାହାକୁ ମୁଁ ସର୍ବଦା ମହତ୍ୱ ଦେଇଆସିଛି । ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିକୋଣରୁ ଦେଖିଲେ ଭାରତ ଭୌଗୋଳିକ ଓ ଜଳବାୟୁ ଦୃଷ୍ଟିରୁ ବିଭିନ୍ନତାରେ ପରିପୂର୍ଣ୍ଣ ଦେଶ । ଏହି ଦେଶ ଅନେକଗୁଡ଼ିଏ ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟ, ଯେପରିକି ରସାୟନିକ ଏବଂ ଶିଳ୍ପଜନିତ ଦୁର୍ଘଟଣାଗୁଡ଼ିକୁ ସହିଆସିଛି । ଆଜି ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ଆମ ଦେଶରେ ବିପର୍ଯ୍ୟୟ ପ୍ରବନ୍ଧନର ନେତୃତ୍ୱ ନେଉଅଛି । ଭୂମିକମ୍ପ ହେଉ, କି ବନ୍ୟା, ବାତ୍ୟା ହେଉ କି ଭୂସ୍ଖଳନ, ବିଭିନ୍ନ ପ୍ରକାରର ବିପର୍ଯ୍ୟୟରେ ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ଅବିଳମ୍ବେ ପହଂଚି ଉଦ୍ଧାରକାର୍ଯ୍ୟ କରେ । ଏହା ନିର୍ଦ୍ଦେଶିକା ମଧ୍ୟ ଜାରି କରିଛି ତା’ସହିତ ଦକ୍ଷତା ଅଭିବୃଦ୍ଧି ପାଇଁ ସବୁବେଳେ ପ୍ରଶିକ୍ଷଣ କାର୍ଯ୍ୟ ବି କରୁଛି । ବନ୍ୟା ଓ ବାତ୍ୟାର ସଂକଟରେ ଥିବା ଜିଲ୍ଲାଗୁଡ଼ିକରେ ସ୍ୱେଚ୍ଛାସେବୀମାନଙ୍କର ପ୍ରଶିକ୍ଷଣ ନିମନ୍ତେ ମଧ୍ୟ ବିପର୍ଯ୍ୟୟ ମିତ୍ର ନାମର ଅୟମାରମ୍ଭ କରାଯାଇଛି । ପ୍ରଶିକ୍ଷଣ ଓ ସତର୍କତାର ବିଶେଷ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଦୁଇ-ତିନି ବର୍ଷ ପୂର୍ବେ ପ୍ରତିବର୍ଷ ଅଂଶୁଘାତରେ ହଜାର ହଜାର ସଂଖ୍ୟାରେ ଲୋକମାନେ ମୃତ୍ୟୁବରଣ କରୁଥିଲେ ।

ଏହାପରେ ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ କର୍ମଶାଳାର ଆୟୋଜନ କଲା ତଥା ଲୋକମାନଙ୍କ ମଧ୍ୟରେ ସଚେତନତା ପାଇଁ ଅଭିଯାନ ଆରମ୍ଭ କଲା । ପାଣିପାଗ ବିଭାଗ ସଠିକ୍ ପୂର୍ବାନୁମାନ କଲା । ସମସ୍ତଙ୍କର ସହଯୋଗ ଦ୍ୱାରା ଗୋଟିଏ ସୁପରିଣାମ ପ୍ରାପ୍ତ ହେଲା । 2017 ମସିହାରେ ଅପ୍ରତ୍ୟାଶିତ ଭାବେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା କମ୍ ହୋଇ ପ୍ରାୟ 220ରେ ପହଂଚିଲା । ଏଥିରୁ ଜଣାଯାଏ ଯେ ଯଦି ଆମେ ସୁରକ୍ଷାକୁ ପ୍ରାଧାନ୍ୟ ଦେବା, ତେବେ ଆମେ ସୁରକ୍ଷା ପାଇପାରିବା । ସମାଜରେ ଏ ପ୍ରକାର କାମ କରୁଥିବା ଲୋକମାନଙ୍କର ସଂଖ୍ୟା ଅସୀମ । ସାମାଜିକ ସଂଗଠନ ହେଉ କି ସଚେତନ ନାଗରିକ ହୁଅନ୍ତୁ, ମୁଁ ସେହିମାନଙ୍କର ପ୍ରଶଂସା କରିବାକୁ ଚାହେଁ, ଯେଉଁମାନେ ଯେକୌଣସି ସ୍ଥାନରେ ଘଟୁଥିବା ବିପର୍ଯ୍ୟୟର ସମ୍ମୁଖୀନ କରିବା ପାଇଁ କେଇକ୍ଷଣ ମଧ୍ୟରେ ପହଂଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୁଅନ୍ତି । ଏହିପରି ଅନାମଧ୍ୟେୟ ନାୟକମାନଙ୍କର ସଂଖ୍ୟା ମଧ୍ୟ କମ୍ ନୁହେଁ । ଆମର ଅଗ୍ନି ପ୍ରଶମନ ସେବା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ସଶସ୍ତ୍ର ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ ମଧ୍ୟ ଏ ପ୍ରକାରର ବିପତି ସମୟରେ ଉପସ୍ଥିତ ରହି ନିଜ ଜୀବନକୁ ବେଖାତିର କରି ଲୋକମାନଙ୍କର ସହାୟତା କରନ୍ତି । NCC, Scout ଆଦି ସଂଗଠନଗୁଡ଼ିକ ମଧ୍ୟ ଏପରି କାମରେ ସହଯୋଗ କରୁଛନ୍ତି ତଥା ପ୍ରଶିକ୍ଷଣ ଦେଉଛନ୍ତି ।

ବିଗତ ଦିନରେ ଆମେ ଗୋଟିଏ ପ୍ରୟାସ ଆରମ୍ଭ କରିଛୁ ଯେ ଯେପରି ବିଶ୍ୱର ବିଭିନ୍ନ ଦେଶମାନଙ୍କରେ ମିଳିତ ସାମରିକ ଅଭ୍ୟାସ ଚାଲୁଅଛି, ତା’ହେଲେ ବିଶ୍ୱର ଦେଶଗୁଡ଼ିକ କାହିଁକି ବିପର୍ଯ୍ୟୟ ପ୍ରବନ୍ଧନ ନିମନ୍ତେ ମିଳିତ ଅଭ୍ୟାସ ନ କରିବେ? ଭାରତ ଏହାର ନେତୃତ୍ୱ ନେଇଛି । BIMSTEC, ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଭୂଟାନ ଏବଂ ନେପାଳ – ଏହି ଦେଶମାନଙ୍କର ଗୋଟିଏ ମିଳିତ ବିପର୍ଯ୍ୟୟ ପ୍ରବନ୍ଧନ ଅଭ୍ୟାସ ମଧ୍ୟ କରାଯାଇଅଛି, ଏହା ଏହି ଧରଣର ପ୍ରଥମ ମାନବୀୟ ପ୍ରୟୋଗ । ଆମକୁ ଏକ ସଂକଟ ସଚେତନ ସମାଜ ହେବାକୁ ପଡ଼ିବ । ଆମ ସଂସ୍କୃତିରେ ଆମେ ମୂଲ୍ୟରକ୍ଷା ସମ୍ପର୍କରେ ତ ପ୍ରାୟଃ ଚର୍ଚ୍ଚା କରୁ, କିନ୍ତୁ ଆମକୁ ସୁରକ୍ଷାର ମୂଲ୍ୟ କଥା ବି ବୁଝିବାକୁ ହେବ । ଏହାକୁ ଆମ ଜୀବନର ଅଙ୍ଗ ରୂପେ ଗ୍ରହଣ କରିବାକୁ ହେବ । ସାଧାରଣ ଜୀବନରେ ଆମେ ଦେଖୁଛୁ ଯେ ଶତାଧିକ ଥର ଆମେ ଯେତେବେଳେ ବିମାନଯାତ୍ରା କରୁ, ବିମାନ ମଧ୍ୟରେ ବିମାନ ପରିଚାରିକା ପ୍ରାରମ୍ଭରେ ନିରାପତ୍ତା ସମ୍ପର୍କରେ ସୂଚନା ପ୍ରଦାନ କରନ୍ତି । ଆମେ ସବୁ ଶହେଥର ଏହା ଶୁଣିଥିବା କିନ୍ତୁ ଯଦି ଆଜି କେହି ଆମକୁ ଉଡ଼ାଜାହାଜରେ ଛିଡ଼ା କରାଇ ପଚାରେ ଯେ କୁହ, କେଉଁ ଜିନିଷ କେଉଁଠାରେ ଅଛି? Life Jacket  ବା ଜୀବନ ରକ୍ଷାକାରୀ ଜାକେଟ କେଉଁଠି ଅଛି? ତା’ର ବ୍ୟବହାର କେମିତି କରିବା ଦରକାର? ମୁଁ ଦୃଢ଼ତାର ସହିତ କହିବି ଯେ ଆମମାନଙ୍କ ମଧ୍ୟରୁ କେହି ବି ସଠିକ ଉତ୍ତର ଦେଇପାରିବେନି । ଏହାର ଅର୍ଥ ହେଲା ଯେ ସୂଚନା ପ୍ରଦାନର ବ୍ୟବସ୍ଥା ଥିଲା କି? ହଁ, ଥିଲା । ପ୍ରତ୍ୟକ୍ଷ ଭାବେ ସେ ଆଡ଼କୁ ଦୃଷ୍ଟି ଦେବାର ସମ୍ଭାବନା ଥିଲା କି? ହଁ, ଥିଲା । କିନ୍ତୁ ତାହା ଆମେ କଲେନାହିଁ । କାହିଁକି? କାରଣ, ଆମେ ସ୍ୱାଭାବିକ ରୂପେ ସଚେତନ ନୁହଁନ୍ତି । ଏଥିପାଇଁ ଉଡ଼ାଜାହାଜରେ ବସିବା ପରେ ଆମ କାନ ଏସବୁ କଥା ଅବଶ୍ୟ ଶୁଣିଥାଏ, କିନ୍ତୁ ‘ଏହି ସୂଚନା ମୋ’ ପାଇଁ’ – ଏହା ଆମମାନଙ୍କ ମଧ୍ୟରୁ କାହାରିକୁ ବି ଅନୁଭବ ହୁଏନାହିଁ । ଏହିପରି ଜୀବନର ପ୍ରତିଟି କ୍ଷେତ୍ରରେ ଆମର ଅନୁଭୂତି ରହିଛି । ଆମକୁ ଏହା ନ ଭାବିବା ଦରକାର ଯେ ନିରାପତ୍ତା  ଅନ୍ୟ କାହାରି ପାଇଁ ଅଟେ । ଯଦି ଆମେ ସବୁ ନିଜର ନିରାପତ୍ତା  ପାଇଁ ସଚେତନ ହୋଇପାରିବା, ତା’ହେଲେ ସମାଜର ନିରାପତ୍ତା  ମଧ୍ୟ ସେଥିରେ ଅନ୍ତର୍ନିହିତ ହେବ ।

ମୋ ପ୍ରିୟ ଦେଶବାସୀଗଣ, ଏଥର ବଜେଟରେ ‘ସ୍ୱଚ୍ଛ ଭାରତ’ ଅଭିଯାନରେ ଗ୍ରାମଗୁଡ଼ିକ ନିମନ୍ତେ ବାୟୋଗ୍ୟାସ ମାଧ୍ୟମରେ Waste to Wealth  ଏବଂ Waste to Energy ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ଉଦ୍ୟମ କରାଯାଇଅଛି ଏବଂ ଏହାର ନାମକରଣ କରାଯାଇଛି – ‘GOBAR-Dhan’ – Galvanising Organic Bio-Agro Resources. ଏହି GOBAR-Dhan ଯୋଜନାର ଲକ୍ଷ୍ୟ ଗ୍ରାମଗୁଡ଼ିକୁ ସ୍ୱଚ୍ଛ ରଖିବା ସଙ୍ଗେ ସଙ୍ଗେ ପଶୁମାନଙ୍କର ଗୋବର ଓ ଚାଷଜମିର କଠିନ ଅବଶିଷ୍ଟ ପଦାର୍ଥଗୁଡ଼ିକୁ କମ୍ପୋଷ୍ଟ ଓ ବାୟୋଗ୍ୟାସରେ ପରିବର୍ତ୍ତିତ କରି ସେଥିରୁ ଧନ ଓ ଶକ୍ତି ଉତ୍ପାଦନ କରିବା । ଭାରତରେ ଗୃହପାଳିତ ପଶୁମାନଙ୍କର ସଂଖ୍ୟା ସମଗ୍ର ବିଶ୍ୱରେ ସର୍ବାଧିକ । ଭାରତରେ ଗୃହପାଳିତ ପଶୁମାନଙ୍କର ସଂଖ୍ୟା ପ୍ରାୟ 30 କୋଟି ଏବଂ ପ୍ରତିଦିନ ଗୋବରର ଉତ୍ପାଦନ ପ୍ରାୟ 30 ଲକ୍ଷ ଟନ୍ । କେତେଗୋଟି ୟୁରୋପୀୟ ଦେଶ ଓ ଚୀନ, ପଶୁମାନଙ୍କର ଗୋବର ଓ ଅନ୍ୟାନ୍ୟ ଜୈବିକ ଅବଶିଷ୍ଟର ବିନିଯୋଗ ଶକ୍ତି ଉତ୍ପାଦନ ନିମନ୍ତେ କରନ୍ତି କିନ୍ତୁ ଭାରତରେ ଏହାର ସମ୍ପୂର୍ଣ୍ଣ ଶକ୍ତିର ବ୍ୟବହାର ହେଉନଥିଲା । ‘ସ୍ୱଚ୍ଛ ଭାରତ ମିଶନ୍ ଗ୍ରାମୀଣ’ ଅଧିନରେ ଏବେ ଏ ଦିଗରେ ଆମେମାନେ ଆଗକୁ ବଢ଼ୁଛୁ ।

ଗୃହପାଳିତ ପଶୁମାନଙ୍କର ଗୋବର, କୃଷିରୁ ବାହାରୁଥିବା ବର୍ଜ୍ୟବସ୍ତୁ, ରୋଷେଇଘରୁ ବାହାରୁଥିବା ବର୍ଜ୍ୟବସ୍ତୁ – ଏସବୁକୁ ବାୟୋଗ୍ୟାସ୍ ଆଧାରିତ ଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବହାର କରିବାର ଲକ୍ଷ୍ୟ ରଖାଯାଇଛି । ‘ଗୋବର ଧନ ଯୋଜନା’ ଦ୍ୱାରା ଗ୍ରାମୀଣ ଭାରତର କୃଷକମାନଙ୍କୁ, ଭାଇ-ଭଉଣୀମାନଙ୍କୁ ପ୍ରୋତ୍ସାହିତ କରାଯିବ ଯେ ସେମାନେ ଗୋବର ଓ ବର୍ଜ୍ୟବସ୍ତୁକୁ କେବଳ Waste ଭାବରେ ଗ୍ରହଣ ନ କରି ଆୟର ସ୍ରୋତ ଭାବରେ ଗ୍ରହଣ କରନ୍ତୁ । ଗୋବର ଧନ ଯୋଜନା ଦ୍ୱାରା ଗ୍ରାମୀଣ ଅଂଚଳକୁ କେତେଗୁଡ଼ିଏ ଉପକାର ମିଳିବ । ଗ୍ରାମକୁ ସ୍ୱଚ୍ଛ ରଖିବାରେ ସହାୟତା ପ୍ରାପ୍ତ ହେବ । ପଶୁର ସ୍ୱାସ୍ଥ୍ୟ ଭଲ ତଥା ଉତ୍ପାଦନ ବୃଦ୍ଧିହେବ । ବାୟୋଗ୍ୟାସ ଦ୍ୱାରା ଖାଦ୍ୟ ରାନ୍ଧିବା ଓ ଆଲୋକ ନିମନ୍ତେ ଶକ୍ତିକ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବଢ଼ିବ । କୃଷକ ଓ ପଶୁପାଳକମାନଙ୍କର ରୋଜଗାର ବଢ଼ାଇବାରେ ସହାୟତା ମିଳିବ । ବର୍ଜ୍ୟବସ୍ତୁ ସଂଗ୍ରହ, ପରିବହନ, ବାୟୋଗ୍ୟାସର ବିକ୍ରି ଆଦି ନିମନ୍ତେ ନୂତନ ଚାକିରିର ସୁଯୋଗ ସୃଷ୍ଟିହେବ । ଗୋବର ଧନ ଯୋଜନା ସୁଚାରୁ ବ୍ୟବସ୍ଥା ନିମନ୍ତେ ଗୋଟିଏ ଅନଲାଇନ ବେପାର ମଞ୍ଚ (Online Trading Platform) ମଧ୍ୟ ସୃଷ୍ଟି କରାଯିବ ଯାହାକି କୃଷକମାନଙ୍କୁ କ୍ରେତାମାନଙ୍କ ସହିତ ସଂଯୋଗ କରିବ ଯଦ୍ଦ୍ୱାରା କୃଷକମାନଙ୍କୁ ଗୋବର ଏବଂ କୃଷି ବର୍ଜ୍ୟର ଉଚିତ ଦାମ୍ ମିଳିପାରିବ । ମୁଁ ଉଦ୍ୟୋଗୀମାନଙ୍କୁ ବିଶେଷ ଭାବରେ ଗ୍ରାମୀଣ ଭାରତରେ ରହୁଥିବା ନିଜର ଭଉଣୀମାନଙ୍କୁ ନିବେଦନ କରୁଛି ଯେ ଆପଣମାନେ ଆଗକୁ ଆସନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀ ତିଆରି କରି, ସହକାରୀ ସମିତି ସୃଷ୍ଟିକରି ଏହି ସୁଯୋଗର ସମ୍ପୂର୍ଣ୍ଣ ଲାଭ ପାଆନ୍ତୁ । ମୁଁ ଆପଣମାନଙ୍କୁ ଆମନ୍ତ୍ରିତ କରୁଛି ଯେ Clean Energy and Green Jobs ର ଏହି ଆନ୍ଦୋଳନରେ ଅଂଶୀଦାର ହୁଅନ୍ତୁ । ନିଜ ଗ୍ରାମର ବର୍ଜ୍ୟକୁ ସମ୍ପଦରେ ପରିବର୍ତ୍ତନ କରିବାରେ ଏବଂ ଗୋବରରୁ ଗୋବର-ଧନ ସୃଷ୍ଟି କରିବା ଦିଗରେ ପ୍ରୟାସ କରନ୍ତୁ ।

ମୋ ପ୍ରିୟ ଦେଶବାସୀଗଣ, ଆଜି ପର୍ଯ୍ୟନ୍ତ ଆମେ ସଙ୍ଗୀତ ମହୋତ୍ସବ, ଖାଦ୍ୟ ମହୋତ୍ସବ, ଚଳଚିତ୍ର ମହୋତ୍ସବ, ଏହିପରି ଅନେକ ପ୍ରକାରର ମହୋତ୍ସବ ସମ୍ପର୍କରେ ଶୁଣିଆସିଛେ । କିନ୍ତୁ ଛତିଶଗଡ଼ର ରାୟପୁରରେ ଗୋଟିଏ ନୂତନ ପ୍ରୟାସ କରାଯାଇ ରାଜ୍ୟର ପ୍ରଥମ ‘ଆବର୍ଜନା ମହୋତ୍ସବ’ ଆୟୋଜିତ କରାଗଲା । ରାୟପୁର ନଗର ନିଗମ ଦ୍ୱାରା ଆୟୋଜିତ ଏହି ମହୋତ୍ସବର ପୃଷ୍ଠଭୂମିରେ ଯେଉଁ ଉଦ୍ଦେଶ୍ୟ ଥିଲା ତାହାହେଲା ସ୍ୱଚ୍ଛତାକୁ ନେଇ ସଚେତନତା । ସହରର ବର୍ଜ୍ୟବସ୍ତୁଗୁଡ଼ିକୁ ଗଠନମୂଳକ ବ୍ୟବହାରରେ ଲଗାଇବା ଏବଂ ଆବର୍ଜନାର ପୁନଃବ୍ୟବହାର କରିବାର ବିଭିନ୍ନ ଉପାୟଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଏ ମହୋତ୍ସବ ସମୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଗଲା ଯେଉଁଥିରେ ଛାତ୍ରମାନଙ୍କଠାରୁ ଆରମ୍ଭକରି ବୟୋଜ୍ୟେଷ୍ଠମାନଙ୍କ ପର୍ଯ୍ୟନ୍ତ, ସମସ୍ତେ ଅଂଶଗ୍ରହଣ କଲେ । ଆବର୍ଜନାର ବ୍ୟବହାର ଦ୍ୱାରା ଭିନ୍ନ-ଭିନ୍ନ ପ୍ରକାରର କଳାକୃତି ନିର୍ମାଣ କରାଗଲା । ବର୍ଜ୍ୟବସ୍ତୁ ପରିଚାଳନାର ସମସ୍ତ ଦିଗଗୁଡ଼ିକ ଉପରେ ଲୋକମାନଙ୍କୁ ସଚେତନ କରିବା ପାଇଁ କର୍ମଶାଳାର ଆୟୋଜନ କରାଗଲା । ସ୍ୱଚ୍ଛତା ବିଷୟ ଉପରେ ସଂଗୀତ କାର୍ଯ୍ୟକ୍ରମ ମଧ୍ୟ ହେଲା । କଳାକୃତି ନିର୍ମିତ ହେଲା । ରାୟପୁରରୁ ଅନୁପ୍ରେରିତ ହୋଇ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଭିନ୍ନ-ଭିନ୍ନ ଆବର୍ଜନା ଉତ୍ସବ ଅନୁଷ୍ଠିତ ହେଲା । ସମସ୍ତେ ନିଜଆଡ଼ୁ ପ୍ରୟାସ କରି ସ୍ୱଚ୍ଛତା ସମ୍ପର୍କରେ ସୃଜନାତ୍ମକ ଚିନ୍ତା ତଥା Idea ବଣ୍ଟନ କଲେ, ବିଚାର ବିମର୍ଷ କଲେ । କବିତା ପାଠ ମଧ୍ୟ ହେଲା । ସ୍ୱଚ୍ଛତାକୁ ଆଧାର କରି ଗୋଟିଏ ଉତ୍ସବର ପରିବେଶ ସୃଷ୍ଟି ହେଲା । ବିଶେଷକରି ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଯେଭଳି ଭାବେ ବହୁସଂଖ୍ୟାରେ ଆଗ୍ରହ ସହକାରେ ଅଂଶଗ୍ରହଣ କଲେ, ତାହା ଦର୍ଶନୀୟ ଥିଲା । ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତାର ମହତ୍ୱକୁ ଯେଉଁ ଅଭିନବ ଉପାୟରେ ଏ ମହୋତ୍ସବରେ ପ୍ରଦର୍ଶିତ କରାଗଲା, ଏଥିପାଇଁ ମୁଁ ରାୟପୁର ନଗର ନିଗମ, ସମ୍ପୂର୍ଣ୍ଣ ଛତିଶଗଡ଼ର ଜନତା ଏବଂ ସେଠାକାର ସରକାର ଓ ପ୍ରଶାସନକୁ ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରୁଛି ।

ପ୍ରତିବର୍ଷ ମାର୍ଚ୍ଚ 8 ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏହିଦିନ ଭିନ୍ନ ଭିନ୍ନ କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ନାରୀଶକ୍ତି ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଏ । ଆଜି ଦେଶ ମହିଳା ବିକାଶ ଠାରୁ ଗୋଟିଏ ପାଦ ଆଗକୁ ମହିଳା ନେତୃତ୍ୱ ବିକାଶକୁ ଗୁରୁତ୍ୱ ଦେଉଛି । ଆଜି ମହିଳା ବିକାଶର ପରବର୍ତ୍ତୀ ମହିଳା ନେତୃତ୍ୱ କ୍ଷେତ୍ରରେ ବିକାଶ ବିଷୟରେ ଚର୍ଚ୍ଚା କରୁଛୁ । ଏ ଅବସରରେ ମୋର ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ମନେ ପଡ଼ିଯାଉଛି । ସେ କହିଥିଲେ The idea of perfect womanhood is perfect independence”. ଆଜିକୁ ଶହେ ପଚିଶ ବର୍ଷ ପୂର୍ବେ ସ୍ୱାମୀଜୀଙ୍କର ଏହି ବାଣୀ ଭାରତୀୟ ସଂସ୍କୃତିରେ ନାରୀଶକ୍ତିର ପରିକଳ୍ପନାକୁ ବ୍ୟକ୍ତ କରିଥାଏ । ଆଜି ସାମାଜିକ, ଆର୍ଥିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କର ସମାନ ସହଭାଗିତାକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱ ଅଟେ । ଆମେ ସେହି ପରମ୍ପରାର ଦାୟାଦ ଯେଉଁଠି ପୁରୁଷମାନଙ୍କର ପରିଚୟ ନାରୀମାନଙ୍କର ଦ୍ୱାରା ହୋଇଥାଏ । ଯଶୋଦାନନ୍ଦନ, କୌଶଲ୍ୟାନନ୍ଦନ, ଗାନ୍ଧାରୀସୁତ – ଏହିଭଳି ଭାବେ ପୁଅମାନଙ୍କୁ ପରିଚିତ କରାଇଯାଇଥାଏ । ଆଜି ଆମର ନାରୀଶକ୍ତି ନିଜର କାର୍ଯ୍ୟ ଦ୍ୱାରା ଆତ୍ମବିଶ୍ୱାସ ଏବଂ ଆତ୍ମବଳର ପରିଚୟ ଦେଇଛି । ନିଜକୁ ଆତ୍ମନିର୍ଭରଶୀଳ କରିପାରିଛି । ସେ ନିଜେ ଉନ୍ନତି କରିବା ସଙ୍ଗେ ସଙ୍ଗେ ଦେଶ ଓ ସମାଜକୁ ମଧ୍ୟ ଏକ ନୂତନ ସ୍ତରକୁ ଆଗେଇନେବାର କାର୍ଯ୍ୟ କରିଛନ୍ତି । ଏହାହିଁ ତ ଆମ ନିଉ ଇଣ୍ଡିଆ ବା ନୂଆ ଭାରତର ସ୍ୱପ୍ନ । ଯେଉଁଠି ନାରୀ ସଶକ୍ତ, ସବଳ ଏବଂ ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ସମପରିମାଣରେ ସହଭାଗୀ ହୋଇପାରିବ । କିଛିଦିନ ତଳେ କେହିଜଣେ ଭଦ୍ରବ୍ୟକ୍ତି ଗୋଟିଏ ଭଲ ପରାମର୍ଶ ଦେଇଥିଲେ । ସେ ମହାଶୟ ପରାମର୍ଶ ଦେଇଥିଲେ ଯେ ମାର୍ଚ୍ଚ 8 ତାରିଖରେ ମହିଳା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ପ୍ରତି ଗାଁ ଆଉ ସହରରେ ଯେଉଁ ମାଆମାନେ ଶହେ ବର୍ଷ ପୂର୍ଣ୍ଣ କଲେଣି – ଏହିଭଳି ମାଆ ଏବଂ ଭଉଣୀମାନଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ଆୟୋଜନ ହୋଇପାରନ୍ତା କି? ଏବଂ ସେଥିରେ ଗୋଟିଏ ଦୀର୍ଘଜୀବନର କଥା କୁହାଯାଇପାରିବ କି? କଥାଟି ମୋତେ ଭଲ ଲାଗିଲା । ମୁଁ ଆପଣମାନଙ୍କ ସାମନାରେ ରଖୁଛି । ନାରୀଶକ୍ତି କ’ଣ କରିପାରେ ତା’ର ଅନେକ ଉଦାହରଣ ମିଳିବ । ଯଦି ଆପଣମାନେ ନିଜର ଆଖପାଖରେ ଖୋଜି ଦେଖିବେ ତ ଏମିତି ଅନେକ କଥା ଆପଣମାନଙ୍କୁ ପ୍ରେରିତ କରିବ । ଏହି କିଛିଦିନ ତଳେ ମତେ ଝାଡ଼ଖଣ୍ଡରୁ ଗୋଟିଏ ଖବର ମିଳିଲା । ପ୍ରାୟ 15 ଲକ୍ଷ ମହିଳା 15ଲକ୍ଷ କିଛି ଛୋଟମୋଟ ସଂଖ୍ୟା ନୁହେଁ । ସ୍ୱଚ୍ଛ ଭାରତ ଅଭିଯାନରେ ପ୍ରାୟ 15ଲକ୍ଷ ମହିଳା ସଂଗଠିତ ଭାବରେ ଏକମାସ ପର୍ଯ୍ୟନ୍ତ ସ୍ୱଚ୍ଛତା ଅଭିଯାନ ଆୟୋଜିତ କଲେ । 2018 ମସିହା ଜାନୁୟାରୀ 26 ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ଏହି ମହିଳାମାନେ ମାତ୍ର 20 ଦିନରେ 1 ଲକ୍ଷ 70 ହଜାର ଶୌଚାଳୟ ନିର୍ମାଣ କରି ଗୋଟିଏ ନୂଆ ଉଦାହରଣ ସୃଷ୍ଟି କଲେ । ଏହି କାମରେ ପ୍ରାୟ 1 ଲକ୍ଷ ସଖିମଣ୍ଡଳ ସମ୍ମିଳିତ ହୋଇଥିଲେ । 14 ଲକ୍ଷ ମହିଳା, 2ହଜାର ମହିଳା ପଂଚାୟତ ପ୍ରତିନିଧି, 29 ହଜାର ଜଳ ସହୀ, 10 ହଜାର ମହିଳା ସ୍ୱଚ୍ଛାଗ୍ରହୀ, ଆଉ 50 ହଜାର ମହିଳା ରାଜମିସ୍ତ୍ରୀ । ଆପଣ କଳ୍ପନା କରିପାରୁଥିବେ ଯେ ଏଇଟା କେତେବଡ଼ ଘଟଣା । ଝାଡ଼ଖଣ୍ଡର ଏହି ମହିଳାମାନେ ଦେଖାଇଦେଲେ ଯେ ନାରୀଶକ୍ତି ସ୍ୱଚ୍ଛଭାରତ ଅଭିଯାନର ଏକ ଏଭଳି ଶକ୍ତି ଯାହା ସାଧାରଣ ଜୀବନରେ ସ୍ୱଚ୍ଛତାର ଅଭିଯାନ ଆଉ ସ୍ୱଚ୍ଛତାର ସଂସ୍କାରକୁ ଜନସ୍ୱଭାବରେ ପରିଣତ କରିବ ହିଁ କରିବ ।

ଭାଇ ଓ ଭଉଣୀମାନେ, ଏଇ ଦୁଇଦିନ ପୂର୍ବରୁ ମୁଁ ସମାଚାରରେ ଦେଖୁଥିଲି ଯେ ଏଲିଫାଣ୍ଟା ଦ୍ୱୀପର ତିନୋଟି ଗ୍ରାମରେ ସ୍ୱାଧୀନତାର 70 ବର୍ଷ ପରେ ବିଜୁଳିଶକ୍ତି ପହଂଚିଛି । ଆଉ ଏଥିପାଇଁ ସେଠାକାର ଲୋକମାନଙ୍କ ମଧ୍ୟରେ ଖୁବ୍ ଆନନ୍ଦ ଉତ୍ସାହ ଖେଳିଯାଇଛି । ଆପଣମାନେ ଭଲଭାବେ ଜାଣନ୍ତି ଯେ ଏଲିଫାଣ୍ଟା ଦ୍ୱୀପ ସମୁଦ୍ର ଭିତରେ ମୁମ୍ବାଇଠାରୁ 10 କିଲୋମିଟର ଦୂରରେ ଅବସ୍ଥିତ । ଏହା ପର୍ଯ୍ୟଟନ ପାଇଁ ଏକ ବଡ଼ ଓ ଆକର୍ଷକ ସ୍ଥାନ । ଏଲିଫାଣ୍ଟାର ଗୁମ୍ଫାଗୁଡ଼ିକୁ ୟୁନେସ୍କୋ ଦ୍ୱାରା ବିଶ୍ୱଐତିହ୍ୟର ମାନ୍ୟତା ଦିଆଯାଇଛି । ସେଠାକୁ ପ୍ରତିଦିନ ଦେଶବିଦେଶରୁ ବହୁତ ପର୍ଯ୍ୟଟକ ଆସନ୍ତି । ଏହା ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳ । ମୁଁ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେ ମୁମ୍ବାଇ ପାଖରେ ଥିବା ଏତେବଡ଼ ଗୋଟିଏ ପର୍ଯ୍ୟଟନ କେନ୍ଦ୍ରକୁ ସ୍ୱାଧୀନତାର ଏତେବର୍ଷ ପରେ ମଧ୍ୟ ବିଜୁଳିଶକ୍ତି ଯାଇପାରି ନ ଥିଲା ।

ସତୁରୀ ବର୍ଷ ଧରି ଏଲିଫାଣ୍ଟା ଦ୍ୱୀପର ଏହି ତିନୋଟି ଗାଁ ରାଜବନ୍ଦର, ମୋର୍ ବନ୍ଦର ଓ ସେତ୍ ବନ୍ଦରର ଅଧିବାସୀମାନଙ୍କ ଜୀବନରେ ଅନ୍ଧକାର ଘେରି ରହିଥିଲା – ଏବେଯାଇ ଅନ୍ଧକାର ଦୂରହେଲା ଆଉ ସେମାନଙ୍କ ଜୀବନ ଆଲୋକିତ ହେଲା । ମୁଁ ସେଠାକାର ପ୍ରଶାସନ ଆଉ ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଖୁସି ଯେ ଏବେ ଏଲିଫାଣ୍ଟାର ଗାଁ ଆଉ ଗୁମ୍ଫାଗୁଡିକ ବିଜୁଳି ଆଲୁଅରେ ଆଲୋକିତ ହେବ । ଏହା ଖାଲି ବିଜୁଳି ନୁହେଁ ବରଂ ବିକାଶଯାତ୍ରାର ଏକ ନୂତନ ଶୁଭାରମ୍ଭ । ଦେଶବାସୀମାନଙ୍କର ଜୀବନ ଆଲୋକିତ ହେଉ, ତାଙ୍କ ଜୀବନରେ ଖୁସିଭରିଯାଉ ୟାଠାରୁ ବଳି ସନ୍ତୋଷ ଓ ଆନନ୍ଦର କ୍ଷଣ ଆଉ କ’ଣ ହୋଇପାରେ?

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏଇ ନିକଟରେ ଆମେ ଶିବରାତ୍ରୀ ମହୋତ୍ସବ ପାଳନ କଲେ । ଏବେ ଆସୁଛି ମାର୍ଚ୍ଚ ମାସ, ଲହଡି ଭାଙ୍ଗୁଥିବା ଫସଲରେ ସଜେଇ ହୋଇଥିବ କ୍ଷେତ, କ୍ଷେତରେ ଲହ ଲହ ହେଉଥିବା ସୁନେଲି ଗହମ କେଣ୍ଡା – ମନକୁ ପୁଲକିତ କରୁଥିବା ଆମ୍ବ ବଉଳର ଶୋଭା – ଏସବୁ ତ ଏ ମାସର ବିଶେଷତ୍ୱ । କିନ୍ତୁ ହୋଲି ଉତ୍ସବ ପାଇଁ ଏ ମାସ ଆମମାନଙ୍କର ବିଶେଷ ପ୍ରିୟ । ମାର୍ଚ୍ଚ 2 ତାରିଖରେ ସାରା ଦେଶ ହର୍ଷୋଲ୍ଲାସର ସହିତ ହୋଲି ଉତ୍ସବ ପାଳନ କରିବ । ହୋଲିରେ ରଙ୍ଗର ଯେତିକି ମହତ୍ୱ ଅଛି ‘ହୋଲିକା ଦହନ’ର ମଧ୍ୟ ସେତିକି ମହତ୍ୱ ରହିଛି । କାରଣ ଏହି ଦିନଟି ଦୁର୍ଭାବନାଗୁଡ଼ିକ ଅଗ୍ନିରେ ଜଳାଇ ନଷ୍ଟ କରିବାର ଦିନ । ହୋଲି ହେଉଛି ସମସ୍ତ ମନୋମାଳିନ୍ୟକୁ ଦୂରକରି ଏକାଠି ମିଳିମିଶି ବସିବାର ଦିନ – ସମସ୍ତଙ୍କ ସୁଖ ଦୁଃଖରେ ସହଭାଗୀ ହେବାର ଏକ ଅବସର । ଏହା ପ୍ରେମ, ଏକତା ଓ ଭ୍ରାତୃଭାବର ବାର୍ତ୍ତା ଦେଇଥାଏ । ଆପଣ ସମସ୍ତ ଦେଶବାସୀମାନଙ୍କୁ ରଙ୍ଗର ଉତ୍ସବ ହୋଲି ପାଇଁ ଅନେକ ଅନେକ ରଙ୍ଗଭରା ଶୁଭକାମନା । ଏହି ଉତ୍ସବ ଆମ ଦେଶବାସୀମାନଙ୍କ ଜୀବନରେ ରଙ୍ଗଭରା ଆନନ୍ଦ ଭରିଦେଉ – ଏହି ଶୁଭକାମନା ଜଣାଉଛି । ମୋର ଦେଶବାସୀଗଣ, ବହୁତ ବହୁତ ଧନ୍ୟବାଦ । ନମସ୍କାର ।

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Forex reserves surge by $58.38 bn in first half of FY22: RBI report

Media Coverage

Forex reserves surge by $58.38 bn in first half of FY22: RBI report
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 28, 2021
October 28, 2021
ସେୟାର
 
Comments

Citizens cheer in pride as PM Modi addresses the India-ASEAN Summit.

India appreciates the various initiatives under the visionary leadership of PM Modi.