ବରିଷ୍ଠ ନେତା ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଏକ୍ସ ପୋଷ୍ଟ ମାଧ୍ୟମରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।

ଶ୍ରୀ ମୋଦୀ ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସହ ମଧ୍ୟ ଏ ସମ୍ପର୍କରେ କଥା ହୋଇଛନ୍ତି ଏବଂ ଏହି ସମ୍ମାନରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ସୂଚନା ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ ତାଙ୍କ ସହ କଥା ହୋଇଥିଲି ଏବଂ ଏହି ସମ୍ମାନରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲି । ଆମ ସମୟର ଅନ୍ୟତମ ସମ୍ମାନିତ ରାଜନେତା ମାନଙ୍କ ମଧ୍ୟରୁ ଜଣେ ଶ୍ରୀ ଆଡଭାନୀ ଜୀ’ଙ୍କର ଅବଦାନ ଭାରତର ବିକାଶ ପାଇଁ ଅତୁଳନୀୟ । ତାଙ୍କ ଜୀବନର ବ୍ୟାପକତା ହେଉଛି ତୃଣମୂଳ ସ୍ତରରେ କାମ କରିବା ଠାରୁ ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ଭାବେ ଦେଶ ସେବା କରିବା ପର୍ଯ୍ୟନ୍ତ ।  ସେ ଆମ ଦେଶର ଗୃହ ମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରାଇଥିଲେ । ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଅନୁକରଣୀୟ, ସମୃଦ୍ଧ ଅର୍ନ୍ତଦୃଷ୍ଟିରେ ପରିପୂର୍ଣ୍ଣ ।

ସାର୍ବଜନୀନ ଜୀବନରେ ଆଡଭାନୀ ଜୀ’ ଙ୍କର ଦୀର୍ଘ ଦଶନ୍ଧି ଧରି ସେବା , ସ୍ୱଚ୍ଛତା ଏବଂ ସଚ୍ଚୋଟତା ପ୍ରତି ଏକ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରିଛିି, ଯାହା ରାଜନୈତିକ ନୈତିକତାରେ ଏକ ଉଦାହରଣୀୟ ଆଦର୍ଶ  ସ୍ଥାପନ କରିଛି । ଜାତୀୟ ଏକତା ଓ ସାଂସ୍କୃତିକ ପୁନରୁଦ୍ଧାର ଦିଗରେ ସେ ଅତୁଳନୀୟ ପ୍ରୟାସ କରିଛନ୍ତି । ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା  ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ମୁଁ ସବୁବେଳେ ଏହାକୁ ମୋର ସୌଭାଗ୍ୟ ବୋଲି ବିବେଚନା କରିବି ଯେ ମୁଁ ତାଙ୍କ ସହ କଥାବାର୍ତ୍ତା କରିବା ଏବଂ ତାଙ୍କ ଠାରୁ ଶିଖିବାର ଅନେକ ସୁଯୋଗ ପାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure