ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା

- ନିକଟତମ ଆର୍ଥିକ ଏବଂ ବାଣିଜ୍ୟିକ ସମନ୍ୱୟକୁ ସୁଦୃଢ଼ ଏବଂ ଆହୁରି ବିକଶିତ କରିବା ।

- ବାଣିଜ୍ୟ ପ୍ରତିବନ୍ଧକ ହ୍ରାସ ସହ ଏକ ସ୍ଥିର ଢ଼ାଞ୍ଚା ସୃଷ୍ଟି କରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି।

- ଅର୍ଥନୀତିର ସମସ୍ତ ପ୍ରମୁଖ କ୍ଷେତ୍ରରେ ସୁଯୋଗ ସୃଷ୍ଟି, ଆର୍ଥିକ ଅଭିବୃଦ୍ଧି ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ଉଭୟ ଦେଶ ମଧ୍ୟରେ ନିବେଶ ପ୍ରବାହକୁ ବୃଦ୍ଧି କରିବା ।

ସାମୁଦ୍ରିକ ଐତିହ୍ୟ ଏବଂ ସଂଗ୍ରହାଳୟ କ୍ଷେତ୍ରରେ ବୁଝାମଣା

- ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ  ସମେତ ସାମୁଦ୍ରିକ ସଂଗ୍ରହାଳୟଗୁଡିକୁ ସମର୍ଥନ କରିବା ପାଇଁ ସହଯୋଗୀ ସହଭାଗୀତା ସ୍ଥାପନ ।

- ସହଭାଗୀ ସାମୁଦ୍ରିକ ଐତିହ୍ୟକୁ ପ୍ରୋତ୍ସାହିତ, ପର୍ଯ୍ୟଟନ ବୃଦ୍ଧି ଏବଂ ଦ୍ୱିପାକ୍ଷିକ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ କଳାକୃତି ଏବଂ ବିଶେଷଜ୍ଞର ଆଦାନ ପ୍ରଦାନ, ମିଳିତ ପ୍ରଦର୍ଶନୀ, ଗବେଷଣା ଏବଂ କ୍ଷମତା ନିର୍ମାଣର ସୁବିଧା ।

କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବୁଝାମଣା

- କୃଷି କ୍ଷେତ୍ର ସହିତ ପଶୁପାଳନ ଏବଂ ମତ୍ସ୍ୟପାଳନର ଆନୁସଙ୍ଗିକ କ୍ଷେତ୍ରରେ ଫ୍ରେମୱାର୍କ ଅମ୍ବ୍ରେଲା ଡକ୍ୟୁମେଣ୍ଟ ।

- କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି, ଉଦ୍ୟାନ କୃଷିର ଉନ୍ନତି, ସମନ୍ୱିତ କୃଷି ପ୍ରଣାଳୀ ଏବଂ ସୁକ୍ଷ୍ମ-ଜଳସେଚନରେ ସହଯୋଗ ।

ଉଚ୍ଚଶିକ୍ଷା କ୍ଷେତ୍ରରେ ବୁଝାମଣା

- ମାନବ ଏବଂ ସାମାଜିକ-ଆର୍ଥିକ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ ନୂତନ ଜ୍ଞାନ ଏବଂ ଅଭିନବ ଅଭ୍ୟାସ ତଥା ନୂତନ ପ୍ରଣାଳୀ ପ୍ରସ୍ତୁତ କରିବା ନିମନ୍ତେ ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ମିଳିତ ଗବେଷଣା, ବିଶେଷକରି ପ୍ରୟୋଗିକ ଗବେଷଣା କରିବା ସହିତ ଅଧ୍ୟାପକ, ଗବେଷକ ଏବଂ ବିଦ୍ୱାନମାନଙ୍କର ଆଦାନପ୍ରଦାନ ସୁବିଧା ।

ବାଜରା ଚାଷ ଏବଂ କୃଷି-ଖାଦ୍ୟ ନବାଚାରରେ ସହଯୋଗ ପାଇଁ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ

- ବାଜରା ଉତ୍ପାଦନ, ଗବେଷଣା ଏବଂ ପ୍ରୋତ୍ସାହନକୁ ଆଗକୁ ବଢ଼ାଇବାକୁ ଭାରତର ବୈଜ୍ଞାନିକ ବିଶେଷଜ୍ଞତା ଏବଂ ଓମାନର ଅନୁକୂଳ କୃଷି-ଜଳବାୟୁ ପରିସ୍ଥିତିରେ ସହଯୋଗ ପାଇଁ ଢ଼ାଞ୍ଚା ସ୍ଥାପନ।

ସାମୁଦ୍ରିକ ସହଯୋଗ ଉପରେ ଜଏଣ୍ଟ ଭିଜନ ଡକ୍ୟୁମେଣ୍ଟ ଗ୍ରହଣ

- ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷା, ନୀଳ ଅର୍ଥନୀତି ଏବଂ ସାମୁଦ୍ରିକ ସମ୍ପଦର ସ୍ଥାୟୀ ବ୍ୟବହାର କ୍ଷେତ୍ରେରେ ସହଯୋଗକୁ ସୁଦୃଢ଼ କରିବା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi