କ୍ର.ନଂ.

ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ବୁଝାମଣାପତ୍ରର ପରିସର

1.

ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

ଏହି ପ୍ରସଙ୍ଗରେ ସହଯୋଗ ମଧ୍ୟରେ ଅଶୋଧିତ ତୈଳ ଉତ୍ପାଦନ, ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ସହଯୋଗ, ଭିତ୍ତିଭୂମିର ବିକାଶ, ଦକ୍ଷତା ବୃଦ୍ଧି ଏବଂ ସମଗ୍ର ହାଇଡ୍ରୋକାର୍ବନ ମୂଲ୍ୟ ଶୃଙ୍ଖଳାରେ ଦକ୍ଷତା ଆଦାନପ୍ରଦାନ ଅନ୍ତର୍ଭୁକ୍ତ ।

2.

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ବୁଝାମଣାପତ୍ର

ମିଳିତ କାର୍ଯ୍ୟକଳାପ, ବୈଜ୍ଞାନିକ ସାମଗ୍ରୀ, ସୂଚନା ଏବଂ କର୍ମଚାରୀ ଙ୍କ ଆଦାନ ପ୍ରଦାନ ମାଧ୍ୟମରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ।

3.

ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ (୨୦୨୪-୨୭)

ଭାରତ ଏବଂ ଗୁୟାନା ମଧ୍ୟରେ ସାଂସ୍କୃତିକ ସହଯୋଗକୁ ସୁଦୃଢ଼ କରିବା ସହିତ ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ଏବଂ ଥିଏଟର, ସଙ୍ଗୀତ, ଫାଇନ ଆର୍ଟ, ସାହିତ୍ୟ, ପାଠାଗାର ଏବଂ ସଂଗ୍ରହାଳୟ ବ୍ୟାପାର କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି

4.

ଭାରତୀୟ ଫାର୍ମାକୋପିଆ କମିଶନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଗୁୟାନା ମଧ୍ୟରେ ଭାରତୀୟ ଫାର୍ମାକୋପିଆ ମାନ୍ୟତା ପାଇଁ ଭାରତୀୟ ଫାର୍ମାକୋପିଆ ନିୟନ୍ତ୍ରଣ ବୁଝାମଣାପତ୍ର

ନିଜ ନିଜ ଆଇନ ଓ ନିୟମାବଳୀ ଅନୁଯାୟୀ ଔଷଧ ନିୟନ୍ତ୍ରଣ କ୍ଷେତ୍ରରେ ଘନିଷ୍ଠ ସହଯୋଗ ବିକାଶ ଏବଂ ସୂଚନା ଆଦାନ ପ୍ରଦାନର ଗୁରୁତ୍ୱକୁ ସ୍ୱୀକାର କରିବା

5.

ଜନଔଷଧୀ ଯୋଜନା (ପିଏମବିଜେପି) କାର୍ଯ୍ୟକାରୀ କରିବା ପାଇଁ ମେସର୍ସ ଏଚଏଲଏଲ ଲାଇଫକେୟାର ଲିମିଟେଡ ଏବଂ ଗୟାନାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର

ପିଏମବିଜେପି କାର୍ଯ୍ୟକ୍ରମ ଅଧୀନରେ କାରିକମ୍ ଦେଶଗୁଡ଼ିକର ସର୍ବସାଧାରଣ କ୍ରୟ ଏଜେନ୍ସିଗୁଡ଼ିକୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଣ

6.

ଡାକ୍ତରୀ ଉତ୍ପାଦ କ୍ଷେତ୍ରରେ ସହଯୋଗ ପାଇଁ ସିଡିଏସସିଓ ଏବଂ ଗୁୟାନାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର

ଫାର୍ମାସ୍ୟୁଟିକାଲ ବ୍ୟବହାର ପାଇଁ କଞ୍ଚାମାଲ, ଜୈବିକ ଉତ୍ପାଦ, ଚିକିତ୍ସା ଉପକରଣ ଏବଂ କସ୍ମେଟିକ୍ ଉତ୍ପାଦ ସମେତ ଔଷଧ ସମ୍ବନ୍ଧରେ ମେଡିକାଲ ଉତ୍ପାଦ ନିୟନ୍ତ୍ରଣ ଆଲୋଚନା ଏବଂ ସହଯୋଗ ଢାଞ୍ଚା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି

7.

ଡିଜିଟାଲ ପରିବର୍ତ୍ତନ ପାଇଁ ଜନସଂଖ୍ୟା ସ୍ତରରେ କାର୍ଯ୍ୟକାରୀ ହୋଇଥିବା ସଫଳ ଡିଜିଟାଲ ସମାଧାନ ର ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ବୁଝାମଣାପତ୍ର ସ୍ୱାକ୍ଷରିତ

ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସର୍ବୋତ୍ତମ ଅଭ୍ୟାସର ଆଦାନ ପ୍ରଦାନ, ସରକାରୀ ଅଧିକାରୀ ଓ ବିଶେଷଜ୍ଞଙ୍କ ଆଦାନ ପ୍ରଦାନ, ପାଇଲଟ୍ ବା ଡେମୋ ସମାଧାନର ବିକାଶ ଇତ୍ୟାଦି ମାଧ୍ୟମରେ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗ ପ୍ରତିଷ୍ଠା କରିବା

8.

ଗୁୟାନାରେ ୟୁପିଆଇ ଭଳି ସିଷ୍ଟମ ମୁତୟନକୁ ସକ୍ଷମ କରିବା ପାଇଁ ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟ ଲିମିଟେଡ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଗୁୟାନା ମଧ୍ୟରେ ବୁଝାମଣାପତ୍ର

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଗୁୟାନାରେ ରିୟଲ ଟାଇମ୍ ପେମେଣ୍ଟ ସିଷ୍ଟମ ପରି ୟୁପିଆଇର ପ୍ରୟୋଗର ସମ୍ଭାବନା ପାଇଁ ପରସ୍ପରରେ ପ୍ରବେଶ କରିବାର ଆଗ୍ରହକୁ ବୁଝିବା |

9.

ପ୍ରସାର ଭାରତୀ ଏବଂ ଗୁୟାନାସ୍ଥିତ ନ୍ୟାସନାଲ କମ୍ୟୁନିକେସନ ନେଟୱର୍କ ମଧ୍ୟରେ ପ୍ରସାରଣ କ୍ଷେତ୍ରରେ ସହଯୋଗ ଓ ସହଭାଗୀତା ପାଇଁ ବୁଝାମଣାପତ୍ର

ସଂସ୍କୃତି, ଶିକ୍ଷା, ବିଜ୍ଞାନ, ମନୋରଞ୍ଜନ, କ୍ରୀଡ଼ା, ଖବର ଆଦି କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥର କ୍ଷେତ୍ର ଭାବେ କାର୍ଯ୍ୟକ୍ରମ ଆଦାନପ୍ରଦାନ କରିବା

10.

ଏନଡିଆଇ (ନ୍ୟାସନାଲ ଡିଫେନ୍ସ ଇନଷ୍ଟିଚ୍ୟୁଟ, ଗୁୟାନା) ଏବଂ ଆରଆରୟୁ (ରାଷ୍ଟ୍ରୀୟ ରକ୍ଷା ୟୁନିଭର୍ସିଟି, ଗୁଜରାଟ) ମଧ୍ୟରେ ବୁଝାମଣାପତ୍ର

ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ଅଧ୍ୟୟନ କ୍ଷେତ୍ରରେ ଗବେଷଣା, ଶିକ୍ଷା ଏବଂ ପ୍ରଶିକ୍ଷଣ ବୃଦ୍ଧି ପାଇଁ ଦୁଇ ଅନୁଷ୍ଠାନ ମଧ୍ୟରେ ସହଯୋଗୀ ଢାଞ୍ଚା ସ୍ଥାପନ କରିବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Scan, withdraw, done: EPFO 3.0 plans instant PF access via ATMs and UPI

Media Coverage

Scan, withdraw, done: EPFO 3.0 plans instant PF access via ATMs and UPI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 28, 2026
May 28, 2026

A Stronger, Greener, Prouder India: 12 Years of PM Modi’s Bold Reforms Driving Growth, Innovation & Inclusive Progress