People are making new efforts for water conservation with full awareness and responsibility: PM Modi
PM Modi praises Pakaria village residents for innovative water recharge systems
The month of 'Sawan' has been very important from the spiritual as well as cultural point of view: PM Modi
Now more than 10 crore tourists are reaching Kashi every year. The number of devotees visiting pilgrimages like Ayodhya, Mathura, Ujjain is also increasing rapidly: PM
America has returned to us more than a hundred rare and ancient artefacts which are from 2500 to 250 years old: PM
The changes that have been made in the Haj Policy in the last few years are being highly appreciated: PM Modi
Increasing participation of youth in the campaign against drug abuse is very encouraging: PM Modi
'Meri Mati Mera Desh' campaign will be started to honour the martyred heroes: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’ରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଜୁଲାଇ ମାସ ଅର୍ଥାତ୍ ମୌସୁମୀର ମାସ, ବର୍ଷାର ମାସ । ଗତ କିଛିଦିନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉଦ୍‌ବେଗ ଏବଂ ଅସୁବିଧାରେ ପରିପୂର୍ଣ୍ଣ ଥିଲା । ଯମୁନା ସମେତ ଅନେକ ନଦୀରେ ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପାର୍ବତ୍ୟ ଅଞ୍ଚଳରେ କିଛି ଭୂସ୍ଖଳନର ଘଟଣା ମଧ୍ୟ ଘଟିଛି । ଏହି ସମୟ ମଧ୍ୟରେ ଦେଶର ପଶ୍ଚିମାଞ୍ଚଳ, ବିଶେଷକରି ଗୁଜରାଟର ପୂର୍ବ ଭାଗରେ କିଛିଦିନ ପୂର୍ବରୁ ବାତ୍ୟା ବିପର୍ଯ୍ୟୟ ମଧ୍ୟ ଆସିଥିଲା । କିନ୍ତୁ ବନ୍ଧୁଗଣ, ସାମୁହିକ ପ୍ରଚେଷ୍ଟାର ଶକ୍ତି କ’ଣ, ଏଭଳି ବିପର୍ଯ୍ୟୟଗୁଡ଼ିକ ସମୟରେ ମଧ୍ୟ ଦେଶବାସୀମାନେ ତାହା ପୁଣିଥରେ ଦେଖାଇଦେଇଛନ୍ତି । ସ୍ଥାନୀୟ ଲୋକେ, ଆମ ଏନ୍‌ଡିଆର୍‌ଏଫ୍‌ର ଯବାନ୍‌ମାନେ, ସ୍ଥାନୀୟ ପ୍ରଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦିନ ରାତି ପରିଶ୍ରମ କରି ଏଭଳି ବିପର୍ଯ୍ୟୟଗୁଡ଼ିକର ମୁକାବିଲା କରିଛନ୍ତି । ଯେକୌଣସି ବିପତ୍ତିର ମୁକାବିଲା କରିବାରେ ଆମର ସାମର୍ଥ୍ୟ ଏବଂ ସମ୍ବଳର ବିଶେଷ ଭୂମିକା ରହିଥାଏ । କିନ୍ତୁ ଏହାସହିତ ଆମ ସମ୍ବେଦନଶୀଳତା ଏବଂ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବାର ମନୋଭାବ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସର୍ବଜନ ହିତାୟର ଏହି ଭାବନା ଭାରତର ପରିଚୟ ଆଉ ଭାରତର ଶକ୍ତି ମଧ୍ୟ ଅଟେ ।

ବନ୍ଧୁଗଣ, ବର୍ଷାଦିନର ଏହି ସମୟ ବୃକ୍ଷରୋପଣ ଏବଂ ଜଳ ସଂରକ୍ଷଣ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ସୃଷ୍ଟି କରାଯାଇଥିବା ୬୦ ହଜାରରୁ ଅଧିକ ଅମୃତ ସରୋବରର ଶୋଭା ମଧ୍ୟ ବୃଦ୍ଧି ପାଇଛି । ଆହୁରି ୫୦ ହଜାରରୁ ଅଧିକ ଅମୃତ ସରୋବର ସୃଷ୍ଟି କରିବାର କାର୍ଯ୍ୟ ଜାରି ରହିଛି। ଆମ ଦେଶବାସୀ ସମ୍ପୂର୍ଣ୍ଣ ସଚେତନତା ଏବଂ ଦାୟିତ୍ୱ ସହ ଜଳ ସଂରକ୍ଷଣ ପାଇଁ ନୂଆ ନୂଆ ପ୍ରଚେଷ୍ଟା କରୁଛନ୍ତି । ଆପଣମାନଙ୍କର ମନେଥିବ, କିଛିଦିନ ପୂର୍ବେ ମୁଁ ମଧ୍ୟପ୍ରଦେଶର ଶେହେଡଲ୍‌କୁ ଯାଇଥିଲି । ସେଠାରେ ପକରିୟା ଗାଁର ଆଦିବାସୀ ଭାଇ-ଭଉଣୀମାନଙ୍କ ସହିତ ମୋର ସାକ୍ଷାତ ହୋଇଥିଲା । ପ୍ରକୃତି ଏବଂ ଜଳ ସଂରକ୍ଷଣକୁ ନେଇ ମଧ୍ୟ ମୋର ସେମାନଙ୍କ ସହିତ ଆଲୋଚନା ହୋଇଥିଲା । ଏବେ ମୋତେ ଖବର ମିଳିଛି ଯେ, ପକରିୟା ଗାଁର ଆଦିବାସୀ ଭାଇ-ଭଉଣୀମାନେ ଏ ଦିଗରେ କାମ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏଠାରେ, ପ୍ରଶାସନ ସହଯୋଗରେ, ଲୋକମାନେ ପ୍ରାୟଃ ଶହେଟି କୁଅଁକୁ ୱାଟର୍ ରିଚାର୍ଜ ସିଷ୍ଟମ୍‌ରେ ପରିବର୍ତିତ କରିଦେଇଛନ୍ତି । ବର୍ଷାଜଳ ଏବେ ଏହି କୁଅଁମାନଙ୍କ ମଧ୍ୟକୁ ଯାଉଛି ଆଉ କୁଅଁ ମଧ୍ୟ ଦେଇ ଏହା ଭୂମି ମଧ୍ୟକୁ ପ୍ରବେଶ କରୁଛି । ଏହାଦ୍ୱାରା ଏହି ଅଞ୍ଚଳର ଭୂତଳ ଜଳସ୍ତର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବ । ଗ୍ରାମବାସୀମାନେ ଏହି ସମ୍ପୂର୍ଣ୍ଣ ଅଂଚଳର ପ୍ରାୟଃ ୮୦୦ କୁଅଁକୁ ରିଚାର୍ଜ ପାଇଁ ବ୍ୟବହାର କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି । ଏହିଭଳି ଏକ ଉତ୍ସାହବର୍ଦ୍ଧକ ଖବର ଉତରପ୍ରଦେଶରୁ ଆସିଛି । କିଛିଦିନ ପୂର୍ବେ, ଉତରପ୍ରଦେଶରେ ମାତ୍ର ଗୋଟିଏ ଦିନରେ ୩୦ କୋଟି ବୃକ୍ଷରୋପଣର ରେକର୍ଡ଼ ସୃଷ୍ଟି କରାଯାଇଛି । ଏହି ଅଭିଯାନର ଶୁଭାରମ୍ଭ ରାଜ୍ୟ ସରକାର କରିଥିଲେ, ଏବଂ ସେଠାକାର ଜନସାଧାରଣ ଏହାକୁ ସମ୍ପୂର୍ଣ୍ଣ କଲେ । ଏଭଳି ପ୍ରଚେଷ୍ଟା ଜନ-ସହଭାଗିତା ସହ ଜନ-ଜାଗୃତିର ମଧ୍ୟ ବଡ଼ ଉଦାହରଣ । ମୁଁ ଚାହୁଁଛି ଯେ, ଆମେ ସମସ୍ତେ ମଧ୍ୟ ବୃକ୍ଷରୋପଣ ଓ ଜଳ ସଂରକ୍ଷଣର ଏହି ପ୍ରଚେଷ୍ଟାରେ ଅଂଶଗ୍ରହଣ କରିବା ।

ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ ଚାଲିଛି । ସଦାଶିବ ମହାଦେବଙ୍କ ସାଧନା-ଆରାଧନା ସହିତ ଶ୍ରାବଣ ମାସଟି ସବୁଜିମା ଓ ଖୁସିର ଅବସର ହୋଇଥାଏ । ତେଣୁ, ଶ୍ରାବଣ ମାସର ଅଧ୍ୟାତ୍ମିକ ଗୁରୁତ୍ୱ ରହିଥିବା ବେଳେ ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ ଏହାର ବହୁତ ଗୁରୁତ୍ୱ ରହିଛି । ଶ୍ରାବଣର ଦୋଳିଖେଳ, ଶ୍ରାବଣର ମେହେନ୍ଦି, ଶ୍ରାବଣ ମାସରେ ପାଳନ କରାଯାଉଥିବା ପର୍ବପର୍ବାଣୀ – ମାନେ, କହିବାକୁ ଗଲେ ଶ୍ରାବଣର ଅର୍ଥ ହିଁ ହେଉଛି ଆନନ୍ଦ ଓ ଉଲ୍ଲାସ ।

ବନ୍ଧୁଗଣ, ଆମର ଏହି ଆସ୍ଥା ଏବଂ ଏହି ପରମ୍ପରାଗୁଡ଼ିକର ଆଉ ଗୋଟିଏ ଦିଗ ମଧ୍ୟ ରହିଛି । ଆମର ଏହି ପର୍ବପର୍ବାଣୀ ଏବଂ ପରମ୍ପରାଗୁଡ଼ିକ ଆମକୁ ଗତିଶୀଳ କରାଇଥାଏ । ଶ୍ରାବଣରେ ଶିବ ଆରାଧନା ପାଇଁ କେତେ କେତେ ଭକ୍ତ ଜଳାଭିଷେକ ପାଇଁ କାଉଡ଼ି ଧରି ଯାତ୍ରା କରିଥାନ୍ତି । ଶ୍ରାବଣ ମାସ ଯୋଗୁଁ ଏହି ଦିନମାନଙ୍କରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ଏ କଥା ଶୁଣି ଆପଣମାନେ ମଧ୍ୟ ଖୁସି ହେବେ ଯେ, ବାରାଣସୀ ପହଞ୍ଚୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ରେକର୍ଡ଼ ଭଙ୍ଗ କରିବାକୁ ବସିଲାଣି । ଏବେ କାଶୀରେ ପ୍ରତି ବର୍ଷ ୧୦ କୋଟିରୁ ଅଧିକ ପର୍ଯ୍ୟଟକ ପହଞ୍ଚୁଛନ୍ତି । ଅଯୋଧ୍ୟା, ମଥୁରା, ଉଜ୍ଜୟିନୀ ଭଳି ତୀର୍ଥ କ୍ଷେତ୍ରମାନଙ୍କରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବୃଦ୍ଧି ପାଉଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଗରିବମାନଙ୍କୁ ରୋଜଗାର ମିଳୁଛି ଏବଂ ସେମାନେ ଜୀବିକା ଉପାର୍ଜନ କରିପାରୁଛନ୍ତି । ଏସବୁ ଆମ ସାଂସ୍କୃତିକ ଜନଜାଗରଣର ପରିଣାମ । ଏହା ଦେଖିବା ପାଇଁ ଏବେ ତ ସାରା ଦୁନିଆରୁ ଲୋକେ ଆମ ତୀର୍ଥକ୍ଷେତ୍ରଗୁଡ଼ିକୁ ଆସୁଛନ୍ତି । ଏହିଭଳି ଦୁଇଜଣ ଆମେରିକୀୟ ବନ୍ଧୁମାନଙ୍କ ବିଷୟରେ ମୁଁ ଜାଣିବାକୁ ପାଇଛି, ଯିଏ କାଲିଫର୍ଣ୍ଣିଆରୁ ଅମରନାଥ ଯାତ୍ରା ପାଇଁ ଆସିଥିଲେ । ଏହି ବିଦେଶୀ ଅତିଥିମାନେ ଅମରନାଥ ଯାତ୍ରା ସମ୍ପର୍କରେ ସ୍ୱାମୀ ବିବେକାନନ୍ଦଙ୍କ ଅନୁଭୂତି ବିଷୟରେ କେଉଁଠି ଶୁଣିଥିଲେ । ଏଥିରୁ ସେମାନେ ଏତେ ପ୍ରେରିତ ହେଲେ ଯେ, ସ୍ୱୟଂ ଅମରନାଥ ଯାତ୍ରା ପାଇଁ ଚାଲିଆସିଲେ । ସେମାନେ ଏହାକୁ ଭଗବାନ ଭୋଳାନାଥଙ୍କ ଆଶୀର୍ବାଦ ବୋଲି ମନେ କରୁଛନ୍ତି । ଏହାହିଁ ଭାରତର ବିଶେଷତ୍ୱ ଯେ, ଇଏ ସମସ୍ତଙ୍କୁ ସ୍ୱୀକାର କରିଥାଏ, ସମସ୍ତଙ୍କୁ କିଛି ନା କିଛି ଦେଇଥାଏ । ଏହିଭଳି ଜଣେ ଫ୍ରାନ୍ସର ମୂଳବାସିନ୍ଦା ମହିଳା ହେଉଛନ୍ତି ଶାର୍ଲୋଟ୍ ସୋପାଁ । ବିଗତ ଦିନରେ ମୋର ଫ୍ରାନ୍ସ ଗସ୍ତ ସମୟରେ ତାଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଶାର୍ଲୋଟ୍ ସୋପାଁ ଜଣେ ଯୋଗାଭ୍ୟାସୀ, ଜଣେ ଯୋଗ ଶିକ୍ଷୟିତ୍ରୀ ଆଉ ତାଙ୍କ ବୟସ ୧୦୦ ବର୍ଷରୁ ବି ଅଧିକ । ସେ ଜୀବନର ଶତକ ପାର କରିସାରିଛନ୍ତି । ସେ ବିଗତ ୪୦ ବର୍ଷ ଧରି ଯୋଗାଭ୍ୟାସ କରୁଛନ୍ତି । ସେ ନିଜ ସ୍ୱାସ୍ଥ୍ୟ ଏବଂ ନିଜର ଶତାୟୂ ହେବାର ଶ୍ରେୟ ଯୋଗାଭ୍ୟାସକୁ ହିଁ ଦେଉଛନ୍ତି । ସେ ବିଶ୍ୱରେ ଭାରତର ଯୋଗ ବିଜ୍ଞାନ ଏବଂ ଏହାର ଶକ୍ତିର ଏକ ପ୍ରମୁଖ କେନ୍ଦ୍ର ପାଲଟିଯାଇଛନ୍ତି । ତାଙ୍କଠାରୁ ପ୍ରତ୍ୟେକ ଲୋକ ପ୍ରେରଣା ଗ୍ରହଣ କରିବା ଉଚିତ । ଆମେ କେବଳ ନିଜର ଐତିହ୍ୟକୁ ଅଙ୍ଗୀକାର କରିବା ତାହା ନୁହେଁ ବରଂ ଦାୟିତ୍ୱର ସହିତ ଏହାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରିବା । ମୋତେ ଖୁସି ଲାଗୁଛି ଯେ, ଏହିଭଳି ଏକ ପ୍ରୟାସ ଏବେ ଉଜ୍ଜୟିନୀରେ ଚାଲିଛି । ଏଠାରେ ଦେଶର ୧୮ ଜଣ ଚିତ୍ରଶିଳ୍ପୀ ପୁରାଣ ଉପରେ ଆଧାରିତ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି । ଏହି ଚିତ୍ରଗୁଡ଼ିକ ବୁନ୍ଦି ଶୈଳୀ, ନାଥ୍‌‌ଦ୍ୱାରା ଶୈଳୀ, ପାହାଡ଼ି ଶୈଳୀ ଏବଂ ଅପଭ୍ରଂଶ ଶୈଳୀ ଭଳି ଅନେକ ବିଶିଷ୍ଟ ଶୈଳୀରେ ଅଙ୍କାଯାଉଛି । ଏଗୁଡ଼ିକୁ ଉଜ୍ଜୟିନୀର ତ୍ରିବେଣୀ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯିବ । ଅର୍ଥାତ, କିଛିଦିନ ପରେ ଆପଣ ଯେତେବେଳେ ଉଜ୍ଜୟିନୀ ଯିବେ, ସେତେବେଳେ ମହାକାଳଙ୍କ ମହାଲୋକ ସହିତ ଆପଣ ଆଉ ଗୋଟିଏ ଦିବ୍ୟ ସ୍ଥାନର ଦର୍ଶନ ଲାଭ କରିପାରିବେ।

ବନ୍ଧୁଗଣ, ଉଜ୍ଜୟିନୀରେ ଅଙ୍କିତ ହେଉଥିବା ଏହି ଚିତ୍ରକଳା କଥା କହିବା ପ୍ରସଙ୍ଗରେ ମୋତେ ଆଉ ଗୋଟିଏ ନିଆରା ଚିତ୍ରକଳା କଥା ମନେପଡ଼ୁଛି । ଏହି ଚିତ୍ରକଳାକୁ ରାଜ୍‌କୋଟ୍‌ର ଜଣେ ଚିତ୍ରଶିଳ୍ପୀ ପ୍ରଭାତ ସିଂ ମୋଡ୍‌ଭାଇ ବାରହାଟ୍ ପ୍ରସ୍ତୁତ କରିଥିଲେ । ଏହି ଚିତ୍ରକଳା ଛତ୍ରପତି ବୀର ଶିବାଜୀ ମହାରାଜଙ୍କ ଜୀବନର ଗୋଟିଏ ପ୍ରସଙ୍ଗ ଉପରେ ଆଧାରିତ । ଛତ୍ରପତି ଶିବାଜୀ ମହାରାଜ ରାଜ୍ୟାଭିଷେକ ପରେ ନିଜ କୁଳଦେବୀ ତୁଳଜା ମାତାଙ୍କ ଦର୍ଶନ କରିବାକୁ ଯିବା ସମୟରେ କିଭଳି ପରିସ୍ଥିତି ଥିଲା, ତାହା ଶିଳ୍ପୀ ପ୍ରଭାତ ଭାଇ ଏଥିରେ ଦର୍ଶାଇଛନ୍ତି । ନିଜ ପରମ୍ପରା, ନିଜର ସନ୍ତକଗୁଡ଼ିକୁ ଜୀବନ୍ତ ରଖିବାକୁ ହେଲେ ସେଗୁଡ଼ିକର ଯତ୍ନ ନେବାକୁ ହୋଇଥାଏ, ସେଗୁଡ଼ିକ ପାଳନ କରିବାକୁ ପଡ଼ିଥାଏ, ପରବର୍ତ୍ତୀ ପିଢ଼ିକୁ ଶିଖାଇବାକୁ ହୋଇଥାଏ । ଆଜିକାଲି ଏ ଦିଗରେ ଅନେକ ପ୍ରୟାସ ହେଉଥିବାରୁ ମୁଁ ଖୁସି ଅନୁଭବ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ପ୍ରାୟତଃ ଯେତେବେଳେ ଇକୋଲଜି, ଫ୍ଲୋରା-ଫୌନା, ବାୟୋ-ଡାଇଭର୍ସିଟି ଭଳି ଶବ୍ଦ ଶୁଣାଯାଏ, ସେତେବେଳେ ସେତେବେଳେ ଅନେକ ଲୋକ ଭାବନ୍ତି ଯେ ଏଗୁଡ଼ିକ କିଛି ବିଶେଷ ବିଷୟ, ଏସବୁ ଏଥିସହିତ ଜଡ଼ିତ ବିଶେଷଜ୍ଞମାନଙ୍କ ବିଷୟ । କିନ୍ତୁ ସେଭଳି କିଛି ନାହିଁ । ଯଦି ପ୍ରକୃତରେ ଆମେ ପ୍ରକୃତିକୁ ଭଲ ପାଉଁଛୁ, ତାହେଲେ ଆମେ ନିଜର ଛୋଟ ପ୍ରଚେଷ୍ଟା ମାଧ୍ୟମରେ ବି ବହୁତ କିଛି କରିପାରିବା । ତାମିଲନାଡ଼ୁର ୱାଡାୱଲ୍ଲୀର ଜଣେ ସାଥୀ ହେଉଛନ୍ତି ସୁରେଶ ରାଘବନ୍ । ରାଘବନ୍ ଚିତ୍ର ଆଙ୍କିବାକୁ ଭଲ ପାଆନ୍ତି । ଆପଣମାନେ ଜାଣନ୍ତି ଯେ ଏହା କଳା ଓ କ୍ୟାନ୍‌ଭାସ୍ ସହ ଜଡ଼ିତ କାମ । କିନ୍ତୁ ରାଘବନ୍ ସ୍ଥିର କଲେ ଯେ ସେ ନିଜ ଚିତ୍ରକଳା ମାଧ୍ୟମରେ ଗଛଲତା ଏବଂ ଜୀବଜନ୍ତୁମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ରଖିବେ । ସେ ବିଭିନ୍ନ ବୃକ୍ଷଲତାର ଚିତ୍ର ଆଙ୍କି ଏହା ସମ୍ପର୍କରେ ତଥ୍ୟର ଡକ୍ୟୁମେଣ୍ଟେସନ୍ କରୁଛନ୍ତି । ଏଯାବତ୍ ସେ ଅନେକ ପଶୁ-ପକ୍ଷୀ ଓ ଗଛଲତାର ଚିତ୍ର ଆଙ୍କିସାରିଲେଣି, ଯେଉଁମାନଙ୍କ ପ୍ରଜାତି ବିଲୁପ୍ତ ହେବାକୁ ବସିଲାଣି । କଳା ମାଧ୍ୟମରେ ପ୍ରକୃତିର ସେବା କରିବାର ଏହି ଅନନ୍ୟ ଉଦାହରଣ ପ୍ରକୃତରେ ଅତି ଅଦ୍ଭୁତ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ ଆପଣଙ୍କୁ ଆଉ ଗୋଟିଏ ମଜାଦାର କଥା କହିବାକୁ ଚାହୁଁଛି । କିଛିଦିନ ତଳେ ସାମାଜିକ ଗଣମାଧ୍ୟମରେ ଏକ ଅଦ୍ଭୁତ ଉନ୍ମାଦନା ଦେଖାଗଲା । ଆମେରିକା ଆମକୁ ଶହେରୁ ଅଧିକ ଦୁର୍ଲଭ ଓ ପ୍ରାଚୀନ କଳାକୃତି ଫେରାଇ ଦେଇଛି । ଏହି ଖବର ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଏସବୁ କଳାକୃତିକୁ ନେଇ ବହୁତ ଚର୍ଚ୍ଚା ହେଲା । ଯୁବପିଢ଼ି ଭିତରେ ଏହି ଐତିହ୍ୟ ପାଇଁ ଗର୍ବ ଭାବ ଦେଖାଗଲା । ଭାରତକୁ ଫେରିଥିବା ଏହି କଳାକୃତିସବୁ ଅଢ଼େଇ ହଜାର ବର୍ଷଠୁ ନେଇ ଅଢ଼େଇ ଶହ ବର୍ଷ ଯାଏଁ ପୁରୁଣା । ଆପଣଙ୍କୁ ଏହା ମଧ୍ୟ ଜାଣି ଖୁସି ଲାଗିବ ଯେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳ ସହିତ ଏସବୁ ଦୁର୍ଲଭ ଜିନିଷର ସମ୍ପର୍କ ରହିଛି । ଏସବୁକୁ ଟେରାକୋଟା, ପଥର, ଧାତୁ ଓ କାଠ ବ୍ୟବହାର କରି ତିଆରି କରାଯାଇଛି । ଏଥିମଧ୍ୟରୁ ତ ଏପରି କେତୋଟି ଜିନିଷ ଅଛି, ଯାହା ଆପଣଙ୍କୁ ବିସ୍ମିତ କରିଦେବ । ଆପଣ ସେଗୁଡ଼ିକୁ ଦେଖିଲେ ଦେଖିକି ରହିଯିବେ । ଏଥିରେ ଏକାଦଶ ଶତାବ୍ଦୀର ଗୋଟିଏ ସୁନ୍ଦର ସ୍ୟାଣ୍ଡ୍‍ଷ୍ଟୋନ୍‍ ସ୍ଥାପତ୍ୟ ମଧ୍ୟ ଆପଣଙ୍କୁ ଦେଖିବାକୁ ମିଳିବ । ଏହା ନୃତ୍ୟ କରୁଥିବା ଏକ ଅପ୍‍ସରାର କଳାକୃତି, ଯାହାର ସମ୍ବନ୍ଧ ମଧ୍ୟପ୍ରଦେଶ ସହିତ ରହିଛି । ଚୋଳଯୁଗର ଅନେକ ମୂର୍ତ୍ତି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଦେବୀ ଓ ଭଗବାନ ମୁର୍ଗନଙ୍କ ପ୍ରତିମା ତ ଦ୍ୱାଦଶ ଶତାବ୍ଦୀର ଏବଂ ତାମିଲନାଡୁର ବିଭବଶାଳୀ ସଂସ୍କୃତି ସହିତ ଏହା ସଂପୃକ୍ତ । ଭଗବାନ ଗଣେଶଙ୍କର ପ୍ରାୟ ଏକ ହଜାର ବର୍ଷ ପୁରୁଣା କାଂସ୍ୟ ପ୍ରତିମା ମଧ୍ୟ ଭାରତକୁ ଫେରାଇ ଦିଆଯାଇଛି । ଲଳିତାସନରେ ଉପବେଶନ କରିଥିବା ଉମା-ମହେଶ୍ୱରଙ୍କ ଏକ ମୂର୍ତ୍ତି ଏକାଦଶ ଶତାବ୍ଦୀର ବୋଲି କୁହାଯାଏ, ଯେଉଁଥିରେ ସେମାନେ ଦୁହେଁ ନନ୍ଦୀ ଉପରେ ବସିଛନ୍ତି । ପଥରରେ ନିର୍ମିତ ଜୈନ ତୀର୍ଥଙ୍କରଙ୍କର ଦୁଇଟି ମୂର୍ତ୍ତି ମଧ୍ୟ ଭାରତକୁ ଫେରିଆସିଛି । ଭଗବାନ ସୂର୍ଯ୍ୟଦେବଙ୍କ ଦୁଇଟି ପ୍ରତିମା ମଧ୍ୟ ଆପଣଙ୍କର ମନ ମୋହିନେବ । ଏଥିମଧ୍ୟରୁ ଗୋଟିଏ ବାଲୁକାପଥରରେ ତିଆରି ହୋଇଛି । ଫେରାଇ ଦିଆଯାଇଥିବା ଜିନିଷ ମଧ୍ୟରେ କାଠରେ ତଆରି ଏକ ପ୍ୟାନେଲ୍‍ ରହିଛି ଯାହା ସମୁଦ୍ର ମନ୍ଥନ କାହାଣୀକୁ ଦର୍ଶାଇଥାଏ । ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ଏହି ପ୍ୟାନେଲର ସମ୍ବନ୍ଧ ଦକ୍ଷିଣ ଭାରତ ସହିତ ରହିଛି ।

ବନ୍ଧୁଗଣ, ଏଠାରେ ମୁଁ ବହୁତ କମ୍‍ ନାଁ ହିଁ ନେଇଛି, କିନ୍ତୁ ଯଦି ଦେଖିବେ ଏହି ତାଲିକା ବହୁତ ଲମ୍ବା । ମୁଁ ଆମେରିକା ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯିଏ ଆମର ଏହି ବହୁମୂଲ୍ୟ ଐତିହ୍ୟକୁ ଫେରାଇଛନ୍ତି । ୨୦୧୬ ଓ ୨୦୨୧ରେ ମଧ୍ୟ ମୁଁ ଯେତେବେଳେ ଆମେରିକା ଗସ୍ତ କରିଥିଲି, ସେତେବେଳେ ମଧ୍ୟ ଅନେକ କଳାକୃତି ଭାରତକୁ ଫେରାଇ ଦିଆଯାଇଥିଲା । ମୋର ବିଶ୍ୱାସ ଯେ ଏଭଳି ପ୍ରୟାସ ଦ୍ୱାରା ଆମର ସାଂସ୍କୃତିକ ଐତିହ୍ୟର ଚୋରି ରୋକିବାର ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ସଚେତନତା ବଢ଼ିବ । ଏହାଦ୍ୱାରା ଆମର ସମୃଦ୍ଧ ଐତିହ୍ୟ ସହିତ ଦେଶବାସୀଙ୍କର ସଂପୃକ୍ତି ଆହୁରି ଗଭୀର ହେବ ।

ମୋର ପ୍ରିୟ ଦେଶବାସୀଗଣ, ଦେବଭୂମି ଉତ୍ତରାଖଣ୍ଡର କେତେଜଣ ମାଆଭଉଣୀ ମୋତେ ଯେଉଁ ପତ୍ର ଲେଖିଛନ୍ତି, ତାହା ଭାବୁକ କରିଦେବା ଭଳି । ସେମାନେ ନିଜର ପୁଅକୁ, ନିଜର ଭାଇକୁ, ବହୁତ ଆଶୀର୍ବାଦ ଦେଇଛନ୍ତି । ସେମାନେ ଲେଖିଛନ୍ତି ଯେ ସେମାନେ କେବେ କଳ୍ପନା କରିନଥିଲେ ଯେ ଆମର ସାଂସ୍କୃତିକ ଐତିହ୍ୟ ଥିବା ଭୋଜପତ୍ର ତାଙ୍କର ଜୀବିକାର୍ଜନର ସାଧନ ହୋଇପାରିବ । ଆପଣ ଭାବୁଥିବେ ଯେ ଘଟଣାଟା କ'ଣ?

ବନ୍ଧୁଗଣ, ମୋତେ ଏହି ପତ୍ର ଲେଖିଛନ୍ତି ଚମୋଲି ଜିଲାର ନୀତୀ-ମାଣା ଘାଟିର ମହିଳାମାନେ । ଏହି ମହିଳାମାନେ ଗତବର୍ଷ ଅକ୍ଟୋବର ମାସରେ ମୋତେ ଭୋଜପତ୍ରରେ ଏକ ନିଆରା କଳାକୃତି ଉପହାର ଦେଇଥିଲେ । ଏହି ଉପହାର ପାଇ ମୁଁ ମଧ୍ୟ ବହୁତ ଅଭିଭୂତ ହୋଇଥିଲି । ଅନ୍ତତଃ ଆମର ଏଇଠି ପ୍ରାଚୀନ କାଳରୁ ଆମ ଶାସ୍ତ୍ର ଓ ଗ୍ରନ୍ଥମାନ ଏହି ଭୋଜପତ୍ରରେ ହିଁ ଲେଖାଯାଉଥିଲା । ମହାଭାରତ ମଧ୍ୟ ଏହି ଭୋଜପତ୍ରରେ ଲେଖାଯାଇଥିଲା । ଆଜି, ଦେବଭୂମିର ଏହି ମହିଳାମାନେ ଏହି ଭୋଜପତ୍ରରେ ଖୁବ୍‍ ସୁନ୍ଦର ସୁନ୍ଦର କଳାକୃତି ଓ ସ୍ମୃତିଚିହ୍ନ ତିଆରି କରୁଛନ୍ତି । ମାଣା ଗାଁକୁ ଗସ୍ତ ସମୟରେ ମୁଁ ସେମାନଙ୍କର ଏହି ନିଆରା ପ୍ରୟାସର ପ୍ରଶଂସା କରିଥିଲି । ମୁଁ ଦେବଭୂମିକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଯାତ୍ରା ସମୟରେ ଅଧିକରୁ ଅଧିକ ସ୍ଥାନୀୟ ଜିନିଷ କିଣନ୍ତୁ । ସେଠାରେ ଏହାର ବହୁତ ପ୍ରଭାବ ପଡ଼ିଛି । ଆଜି ଭୋଜପତ୍ରର ଉତ୍ପାଦକୁ ଏଠାକୁ ଆସୁଥିବା ତୀର୍ଥଯାତ୍ରୀ ବହୁତ ପସନ୍ଦ କରୁଛନ୍ତି ଏବଂ ଏହାକୁ ଭଲ ଦାମ୍‍ଦେଇ ମଧ୍ୟ କିଣୁଛନ୍ତି । ଭୋଜପତ୍ରର ଏହି ପ୍ରାଚୀନ ଐତିହ୍ୟ ଉତ୍ତରାଖଣ୍ଡର ମହିଳାମାନଙ୍କ ଜୀବନରେ ଖୁସିର ନୂଆ ନୂଆ ରଂଗ ଭରିଦେଉଛି । ମୁଁ ଏହା ଜାଣି ମଧ୍ୟ ଖୁସି ହେଲି ଯେ ଭୋଜପତ୍ରରେ ନୂଆ ନୂଆ ଜିନିଷ ତିଆରି କରିବା ପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ତାଲିମ ଦେଉଛି ।

ରାଜ୍ୟ ସରକାର ଭୋଜପତ୍ରର ଦୁର୍ଲଭ ପ୍ରଜାତିଗୁଡ଼ିକର ସଂରକ୍ଷଣ ପାଇଁ ମଧ୍ୟ ଅଭିଯାନ ଆରମ୍ଭ କରିଛି । ଯେଉଁ ଅଞ୍ଚଳଗୁଡ଼ିକୁ କେବେ ଦେଶର ଶେଷସୀମା ବୋଲି ଧରାଯାଉଥିଲା, ସେଗୁଡ଼ିକୁ ଏବେ ଦେଶର ପ୍ରଥମ ଗାଁ ବୋଲି ଧରାଯାଇ ବିକାଶ ହେଉଛି । ଏହି ପ୍ରୟାସ ନିଜର ପରମ୍ପରା ଓ ସଂସ୍କୃତିର ସୁରକ୍ଷା ସହିତ ଆର୍ଥିକ ସମୃଦ୍ଧିର ମାଧ୍ୟମ ମଧ୍ୟ ପାଲଟୁଛି ।

ମୋର ପ୍ରିୟ ଦେଶବାସୀଗଣ, "ମନ କୀ ବାତ୍‍”ରେ ମୋତେ ଏଥର ଏପରି ବହୁତ ପତ୍ର ମିଳିଛି, ଯାହା ମନକୁ ବହୁତ ସନ୍ତୋଷ ଦେଇଥାଏ । ଏହି ଚିଠିକୁ ସେହି ମୁସଲମାନ ମହିଳାମାନେ ଲେଖିଛନ୍ତି, ଯେଉଁମାନେ ନିକଟରେ ହଜ୍‍ ଯାତ୍ରା ଶେଷକରି ଫେରିଛନ୍ତି । ସେମାନଙ୍କର ଏହି ଯାତ୍ରା ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର । ଏମାନେ ସେହି ମହିଳା, ଯେଉଁମାନେ ହଜ୍‍ ଯାତ୍ରା କୌଣସି ପୁରୁଷ ସହଯୋଗୀ ବା ମେହରମ୍‍ଙ୍କ ବିନା ପୂର୍ଣ୍ଣ କରିଛନ୍ତି ଏବଂ ଏହି ସଂଖ୍ୟା ପଚାଶ ଶହେ ନୁହେଁ, ବରଂ ୪ ହଜାରରୁ ଅଧିକ । ଏହା ଏକ ବଡ଼ ପରିବର୍ତ୍ତନ । ପ୍ରଥମେ ମୁସଲମାନ ମହିଳାମାନଙ୍କୁ ବିନା ମେହରମ୍‍ରେ “ହଜ୍‍”' କରିବାକୁ ଅନୁମତି ନ ଥିଲା । ମୁଁ “ମନ୍‍ କୀ ବାତ୍‍” ମାଧ୍ୟମରେ ସାଉଦି ଆରବ ସରକାରଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଦେଉଛି । ବିନା ମେହରମ୍‍ ହଜ୍‍ରେ ଯାଉଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମହିଳା ସଂଯୋଜିକା ନିଯୁକ୍ତ କରାଯାଇଥିଲା ।

ବନ୍ଧୁଗଣ, ବିଗତ କିଛି ବର୍ଷରେ ହଜ ନୀତିରେ ଯେଉଁ ପରିବର୍ତ୍ତନ କରାଯାଇଛି, ତା'ର ବହୁତ ପ୍ରଶଂସା କରାଯାଉଛି । ଆମର ମୁସଲମାନ ମାଆଭଉଣୀମାନେ ଏ ସମ୍ପର୍କରେ ମୋତେ ବହୁତ କିଛି ଲେଖିଛନ୍ତି । ଏବେ ଅଧିକରୁ ଅଧିକ ଲୋକଙ୍କୁ ହଜ୍‍ରେ ଯିବାକୁ ସୁଯୋଗ ମିଳୁଛି । ହଜ୍‍ ଯାତ୍ରାରୁ ଫେରିଥିବା ଲୋକେ, ବିଶେଷକରି ଆମର ମାଆଭଉଣୀମାନେ ଚିଠି ଲେଖି ଯେଉଁ ଆଶୀର୍ବାଦ ଦେଇଛନ୍ତି, ତାହା ସ୍ୱୟଂ ବହୁତ ପ୍ରେରଣାଦାୟକ ।

ମୋର ପ୍ରିୟ ଦେଶବାସୀଗଣ, ଜାମ୍ମୁକାଶ୍ମୀରରେ ମ୍ୟୁଜିକାଲ୍‍ ନାଇଟ୍‍ ହେଉ, ଅଧିକ ଉଚ୍ଚରେ ବାଇକ୍‍ ର‌୍ୟାଲି ହେଉ, ଚଣ୍ଡିଗଡ଼ର ସ୍ଥାନୀୟ କ୍ଲବ୍‍ ହେଉ ଅଥବା ପଞ୍ଜାବର ବହୁତଗୁଡ଼ିଏ କ୍ରୀଡ଼ା ସଂଘ ହୁଅନ୍ତୁ, ଏହା ଶୁଣି ମନେହୁଏ ଯେ ମନୋରଞ୍ଜନର କଥା କୁହାଯାଉଛି, ରୋମାଞ୍ଚକ କଥା କୁହାଯାଉଛି । କିନ୍ତୁ କଥାଟା କିଛି ଅଲଗା, ଏହି ଆୟୋଜନ ଗୋଟିଏ “ସାଧାରଣ କାରଣ” ସହିତ ସଂପୃକ୍ତ ଏବଂ ଏହି ସାଧାରଣ କାରଣଟି ହେଉଛି Drugs ବିରୋଧରେ ସଚେତନତା ଅଭିଯାନ । ଜାମ୍ମୁକାଶ୍ମୀରର ଯୁବକଯୁବତୀମାନଙ୍କୁ Drugsରୁ ରକ୍ଷା କରିବା ପାଇଁ ଅନେକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଏଠାରେ, ମ୍ୟୁଜିକାଲ୍‍ ନାଇଟ୍‍, ବାଇକ୍‍ ର‌୍ୟାଲି ଭଳି କାର୍ଯ୍ୟକ୍ରମ ହେଉଛି । ଚଣ୍ଡିଗଡ଼ରେ ଏହି ବାର୍ତ୍ତାକୁ ପ୍ରଚାର କରିବା ପାଇଁ ସ୍ଥାନୀୟ କ୍ଲବ୍‍ଗୁଡ଼ିକୁ ଏଥିସହ ଯୋଡ଼ାଯାଇଛି । ସେମାନେ ଏହାକୁ “ଭାଦା” କ୍ଲବ୍‍ କହୁଛନ୍ତି । ଭାଦା ଅର୍ଥାତ ଭିକ୍ଟରି ଏଗେନ୍‍ଷ୍ଟ ଡ୍ରଗ୍ସ ଏବ୍ୟୁଜ୍‍ । ପଞ୍ଜାବରେ ଅନେକ କ୍ରୀଡ଼ା ସଂଘ ପ୍ରତିଷ୍ଠା କରାଯାଇଛି, ଯେଉଁମାନେ ଫିଟ୍‍ନେସ୍‍ ଉପରେ ଦୃଷ୍ଟି ଦେଉଛନ୍ତି ଏବଂ ନିଶାମୁକ୍ତି ପାଇଁ ସଚେତନତା ଅଭିଯାନ ଚଳାଉଛନ୍ତି । ନିଶା ବିରୋଧୀ ଅଭିଯାନରେ ଯୁବକଯୁବତୀମାନଙ୍କର କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ବହୁତ ଉତ୍ସାହଜନକ । ଏହି ପ୍ରୟାସ, ଭାରତରେ ନିଶା ବିରୋଧରେ ଅଭିଯାନକୁ ବହୁତ ଶକ୍ତି ଦେଇଛି । ଆମକୁ ଦେଶର ଭାବୀ ପିଢ଼ିକୁ ରକ୍ଷା କରିବାର ଅଛି, ତ ସେମାନଙ୍କୁ Drugs ଠାରୁ ଦୂରରେ ରଖିବାକୁ ହିଁ ହେବ । ଏହି ଭାବନା ସହ ୧୫ ଅଗଷ୍ଟ ୨୦୨୦ରେ “ନିଶାମୁକ୍ତ ଭାରତ ଅଭିଯାନ” ଆରମ୍ଭ କରାଯାଇଥିଲା । ଏହି ଅଭିଯାନ ସହିତ ୧୧ କୋଟିରୁ ଅଧିକ ଲୋକଙ୍କୁ ଯୋଡ଼ାଯାଇଥିଲା । ଦୁଇ ସପ୍ତାହ ତଳେ ହିଁ ଭାରତ ଊକ୍ସଙ୍କଶଗ୍ଦ ବିରୋଧରେ ବହୁତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରାୟ ଦେଢ଼ ଲକ୍ଷ କିଲୋ ନିଶାଦ୍ରବ୍ୟକୁ ଜବତ କରିବା ପରେ ସେଗୁଡ଼ିକୁ ନଷ୍ଟ କରିଦିଆଯାଇଛି । ଭାରତ ୧୦ ଲକ୍ଷ କିଲୋ ନିଶାଦ୍ରବ୍ୟକୁ ନଷ୍ଟ କରିବାର ନିଆରା ରେକର୍ଡ ମଧ୍ୟ କରିଛି । ଏହି ନିଶାଦ୍ରବ୍ୟର ମୂଲ୍ୟ ୧୨୦୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ଥିଲା । ମୁଁ ସେହି ସମସ୍ତଙ୍କୁ ପ୍ରଶଂସା କରିବାକୁ ଚାହୁଁଛି ଯେଉଁମାନେ ନିଶାମୁକ୍ତିର ଏହି ମହତ୍‍ ଅଭିଯାନରେ ସାମିଲ ହୋଇଛନ୍ତି । ନିଶା ପ୍ରତି ଆସକ୍ତି କେବଳ ପରିବାର ନୁହେଁ, ବରଂ ସମଗ୍ର ସମାଜ ପାଇଁ ବଡ଼ ସମସ୍ୟା ପାଲଟିଯାଏ । ଏପରି ସ୍ଥଳେ ଏହି ବିପଦ ଯେପରି ସବୁଦିନ ପାଇଁ ଶେଷ ହୋଇଯିବ ସେଥିପାଇଁ ଜରୁରୀ ହେଉଛି ଆମେ ସମସ୍ତେ ଏକଜୁଟ ହୋଇ ଏ ଦିଗରେ ଅଗ୍ରସର ହେବା ।

ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ Drugs ଏବଂ ଯୁବପୀଢ଼ୀ ସମ୍ପର୍କରେ ଚର୍ଚ୍ଚା ହେଉଛି ସେଇଠି ମୁଁ ଆପଣମାନଙ୍କୁ ମଧ୍ୟପ୍ରଦେଶର ଗୋଟିଏ ପ୍ରେରଣାଦାୟୀ ଯାତ୍ରା ବିଷୟରେ କହିବାକୁ ଚାହେଁ । ଏଇ ପ୍ରେରଣାଦାୟୀ ଯାତ୍ରା ହେଲା ମିନି ବ୍ରାଜିଲ୍‌ର । ଆପଣମାନେ ଭାବୁଥିବେ ମଧ୍ୟପ୍ରଦେଶରେ ମିନି ବ୍ରାଜିଲ୍ କୁଆଡ଼ୁ ଆସିଗଲା, ସେଇତ ହେଉଛି କଥା । ମଧ୍ୟପ୍ରଦେଶର ସହଡୋଲ୍‌ର ଗୋଟିଏ ଗାଁ ହେଉଛି ବିଚାରପୁର । ସେହି ବିଚାରପୁରକୁ ମିନି ବ୍ରାଜିଲ୍ ବୋଲି କୁହାଯାଏ । ମିନି ବ୍ରାଜିଲ୍ ଏଥିପାଇଁ କାରଣ ଏଇ ଗାଁଟି ଏବେ ଉଦୀୟମାନ ଫୁଟବଲ ଖେଳାଳିମାନଙ୍କର ଗଡ଼ ପାଲଟିଯାଇଛି । ଏଇ କିଛି ସପ୍ତାହ ପୂର୍ବରୁ ମୁଁ ଯେବେ ସହଡୋଲ୍ ଯାଇଥିଲି, ସେଠାରେ ଏହିଭଳି ଅନେକ ଫୁଟବଲ ଖେଳାଳିମାନଙ୍କ ସହିତ ସାକ୍ଷାତ ହୋଇଥିଲା । ମୁଁ ଭାବିଲି ଏ ବିଷୟରେ ଆମର ଦେଶବାସୀ ବିଶେଷକରି ଯୁବକ ବନ୍ଧୁମାନେ ଜାଣିବା ଉଚିତ ।

ବନ୍ଧୁଗଣ, ବିଚାରପୁର ଗାଁ ମିନି ବ୍ରାଜିଲରେ ପରିଣତ ହେବାର ଏଇ ଯାତ୍ରା ଦୁଇ ବା ଅଢ଼େଇ ଦଶକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ବିଚାରପୁର ଗାଁ ଚୋରାମଦ କାରବାର ପାଇଁ ବଦନାମ ଥିଲା । ନିଶାର କବଳରେ କବଳିତ ହୋଇଥିଲା । ଏଭଳି ବାତାବରଣ ସେଠାକାର ଯୁବକମାନଙ୍କ ପାଇଁ ବହୁତ କ୍ଷତିକାରକ ହେଉଥିଲା । ଜଣେ ପୂର୍ବତନ ଜାତୀୟ ସ୍ତରର ଖେଳାଳି ତଥା କୋଚ୍ ରଇସ୍ ଅହମ୍ମଦ ଏଇ ଯୁବକମାନଙ୍କର ପ୍ରତିଭାକୁ ଚିହ୍ନିଲେ । ରଇସ୍‌ଙ୍କ ପାଖରେ ସେମିତି ବିଶେଷ କିଛି ସଂସାଧନ ନ ଥିଲା । ତଥାପି ସେ ଖୁବ୍ ଆଗ୍ରହର ସହିତ ଯୁବକମାନଙ୍କୁ ଫୁଟବଲ ଶିଖାଇବା ଆରମ୍ଭ କଲେ । କିଛିବର୍ଷ ଭିତରେ ଏଠାରେ ଫୁଟବଲ ଏତେ ପ୍ରସିଦ୍ଧ ହୋଇଗଲା ଯେ ଫୁଟବଲ ହିଁ ଏଇ ଗାଁର ପରିଚୟ ହୋଇଗଲା । ଏବେ ଏଠାରେ ‘ଫୁଟବଲ ବିପ୍ଳବ’ ନାମରେ ଗୋଟିଏ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ଫୁଟବଲ ଖେଳ ପ୍ରତି ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଏତେ ସଫଳ ହେଲା ଯେ ବିଚାରପୁରରୁ ରାଜ୍ୟ ଏବଂ ଜାତୀୟ ସ୍ତରର ପ୍ରାୟ ଚାଳିଶରୁ ଅଧିକ ଖେଳାଳି ବାହାରିପାରିଛନ୍ତି । ଏଇ ‘ଫୁଟବଲ ବିପ୍ଳବ’ ଏବେ ଧିରେ ଧିରେ ସମଗ୍ର ଅଞ୍ଚଳରେ ବ୍ୟାପିବାରେ ଲାଗିଛି । ସହଡୋଲ୍ ଏବଂ ତା’ ଆଖପାଖ ଏକ ବଡ଼ ଅଞ୍ଚଳରେ ପ୍ରାୟ ବାରଶହ ଫୁଟବଲ କ୍ଲବ ଗଢ଼ିଉଠିଛି । ଏଠାରେ ବହୁ ସଂଖ୍ୟାରେ ଖେଳାଳି ବାହାରିଛନ୍ତି ଯେଉଁମାନେ ଏବେ ଜାତୀୟ ସ୍ତରରେ ଖେଳୁଛନ୍ତି । ଫୁଟବଲର ଅନେକ ବଡ଼ ବଡ଼ ପୂର୍ବ ଖେଳାଳି ଏବଂ କୋଚ୍‌ମାନେ ଏଠାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଆପଣ ଭାବନ୍ତୁ ତ, ଗୋଟିଏ ଆଦିବାସୀ ଅଞ୍ଚଳ ଯାହା ଦିନେ ଚୋରା ମଦ ପାଇଁ ପ୍ରସିଦ୍ଧ ଥିଲା, ନିଶା ପାଇଁ ବଦନାମ୍ ଥିଲା, ଆଜି ତାହା ଦେଶର ଫୁଟବଲ ନର୍ସରୀ ଭାବରେ ପରିଚିତ ହୋଇପାରିଛି । ସେଥିପାଇଁ କୁହାଯାଏ ଜହାଁ ଚାହ, ୱହାଁ ରାହ ଅର୍ଥାତ ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଯାଏ । ଆମ ଦେଶରେ ପ୍ରତିଭାର ଅଭାବ ନାହିଁ । ଆବଶ୍ୟକତା ହେଉଛି ତାଙ୍କୁ ଖୋଜିବା ଆଉ ମାଜିବା । ତା’ପରେ ହିଁ ସେହି ଯୁବକମାନେ ଦେଶର ନାଁ ଉଜ୍ଜ୍ୱଳ କରନ୍ତି ଏବଂ ବିକାଶକୁ ଦିଗଦର୍ଶନ ଦେଇଥାନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ସମସ୍ତେ ପୂର୍ଣ୍ଣ ଉତ୍ସାହର ସହିତ ‘ଅମୃତ ମହୋତ୍ସବ’ ପାଳନ କରୁଛନ୍ତି । ଅମୃତ ମହୋତ୍ସବ କାଳରେ ଦେଶରେ ପାଖାପାଖି ଦୁଇଲକ୍ଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକ ଏକୁ ଆରେକ ସୁନ୍ଦର ରଙ୍ଗରେ ରଙ୍ଗୀନ ଏବଂ ବିବିଧତାରେ ପରିପୂର୍ଣ୍ଣ ଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକର ଗୋଟିଏ ବିଶେଷ ସୁନ୍ଦର କଥା ହେଲା – ଏସବୁରେ ରେକର୍ଡ଼ ସଂଖ୍ୟକ ଯୁବବର୍ଗ ଭାଗ ନେଇଥିଲେ । ଏହା ମାଧ୍ୟମରେ ଆମ ଯୁବପୀଢ଼ୀକୁ ଆମର ମହାନ ବିଭୂତିମାନଙ୍କ ବିଷୟରେ ବହୁତ କିଛି ଜାଣିବାକୁ ମିଳିଲା । ଦେଖିବାକୁ ଗଲେ ଏହି କାର୍ଯ୍ୟକ୍ରମର ପ୍ରଥମ କେତେମାସ ମଧ୍ୟରେ ଜନଭାଗିଦାରୀର ଅନେକ ହୃଦୟସ୍ପର୍ଶୀ କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା । ସେହିଭଳି ଗୋଟିଏ କାର୍ଯ୍ୟକ୍ରମ ଥିଲା - ଦିବ୍ୟାଙ୍ଗ ଲେଖକମାନଙ୍କ ପାଇଁ “Writer’s meet”ର ଆୟୋଜନ । ଏଥିରେ ରେକର୍ଡସଂଖ୍ୟକ ଲୋକଙ୍କ ସହଭାଗିତା ଦେଖିବାକୁ ମିଳିଲା । ସେହିଭଳି ଆନ୍ଧ୍ରପ୍ରଦେଶର ତିରୁପତିଠାରେ “ଜାତୀୟ ସଂସ୍କୃତ ସମ୍ମିଳନୀ” ଆୟୋଜିତ ହୋଇଥିଲା । ଆମ ଇତିହାସରେ ଦୁର୍ଗ ବା Fortଗୁଡ଼ିକର କେତେ ମହତ୍ତ୍ୱ ରହିଛି ତାହା ଆମେ ସମସ୍ତେ ଜାଣନ୍ତି । ଏହାକୁ ଦର୍ଶାଇବାର ଗୋଟିଏ ଅଭିଯାନ “ଦୁର୍ଗ ଏବଂ କାହାଣୀ” ଅର୍ଥାତ୍ ଦୁର୍ଗ ସହିତ ଜଡ଼ିତ କାହାଣୀଗୁଡ଼ିକ ମଧ୍ୟ ଲୋକମାନେ ଖୁବ୍ ପସନ୍ଦ କରିଥିଲେ ।

ବନ୍ଧୁଗଣ, ଆଜି ଯେତେବେଳେ ଦେଶର ଚାରିଆଡ଼େ ଅମୃତ ମହୋତ୍ସବର ଗୁଞ୍ଜରଣ ହେଉଛି ଏବଂ ୧୫ ଅଗଷ୍ଟ ମଧ୍ୟ ପାଖେଇ ଆସୁଛି, ଏବେ ଦେଶରେ ଆହୁରି ଗୋଟିଏ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଶହୀଦ୍ ବୀର ଏବଂ ବୀରାଙ୍ଗନାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଅଭିଯାନ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ସାରା ଦେଶର ଅମର ବଳିଦାନୀଙ୍କର ସ୍ମୃତିରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ବିଭୂତିମାନଙ୍କ ସ୍ମୃତିରେ ଦେଶର ଲକ୍ଷ ଲକ୍ଷ ଗ୍ରାମପଞ୍ଚାୟତରେ ବିଶେଷ ଶିଳାଲେଖ ସ୍ଥାପନ କରାଯିବ । ଏଇ ଅଭିଯାନ ମଧ୍ୟରେ ସାରାଦେଶରେ ଅମୃତ କଳଶ ଯାତ୍ରା ମଧ୍ୟ ଆୟୋଜିତ ହେବ । ଦେଶର ଗାଁ ଗାଁ ଏବଂ କୋଣ ଅନୁକୋଣରୁ ୭୫୦୦ କଳସରେ ମାଟି ନେଇ ଏ ଯାତ୍ରା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପହଞ୍ôଚବ । ୭୫୦୦ କଳସରେ ଆସିଥିବା ମାଟି ଓ ଗଛର ଚାରାକୁ ମିଶାଇ War Memorial ସମ୍ମୁଖରେ ଅମୃତ ବାଟିକାର ନିର୍ମାଣ କରାଯିବ । ଏହି ଅମୃତ ବାଟିକା, ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ଭବ୍ୟ ପ୍ରତୀକ ହୋଇପାରିବ । ମୁଁ ଗତବର୍ଷ ଲାଲକିଲ୍ଲା ଉପରୁ ଆଗାମୀ ୨୫ ବର୍ଷର ଅମୃତକାଳ ପାଇଁ ‘ପଞ୍ଚପ୍ରାଣ’ କଥା କହିଥିଲି । ‘ମୋ ମାଟି ମୋ ଦେଶ’ ଅଭିଯାନରେ ଅଂଶଗ୍ରହଣ କରି ଆମେ ଏଇ ପଞ୍ଚପ୍ରାଣକୁ ପୂର୍ଣ୍ଣ କରିବାର ଶପଥ ମଧ୍ୟ ଗ୍ରହଣ କରିବା । ଆପଣମାନେ ସମସ୍ତେ ଦେଶର ପବିତ୍ର ମାଟିକୁ ହାତମୁଠାରେ ଧରି ଶପଥ ନେବାର ସେଲଫିକୁ yuva.gov.inରେ ନିଶ୍ଚିତ ଭାବେ ଅପଲୋଡ କରନ୍ତୁ । ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ଯେମିତି ‘ହର୍ ଘର ତ୍ରିରଙ୍ଗା’ ଅଭିଯାନ ପାଇଁ ପୁରା ଦେଶ ଏକତ୍ର ହୋଇଥିଲା, ସେହିଭଳି ଏ ବର୍ଷ ମଧ୍ୟ ଆମକୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ପଡ଼ିବ ଏବଂ ଏହି ପରମ୍ପରାକୁ ନିୟମିତ ଆଗକୁ ବଢ଼ାଇବାକୁ ହେବ । ଏହି ପ୍ରୟାସଗୁଡ଼ିକରୁ ଆମେ ନିଜର କର୍ତ୍ତବ୍ୟବୋଧକୁ ନିଜେ ଜାଣିପାରିବା । ଦେଶର ସ୍ୱାଧୀନତା ପାଇଁ ଦିଆଯାଇଥିବା ଅସଂଖ୍ୟ ବଳିଦାନକୁ ହୃଦ୍‌ବୋଧ କରିବା ଏବଂ ସ୍ୱାଧୀନତାର ମୂଲ୍ୟକୁ ଅନୁଭବ କରିବା । ସେଥିପାଇଁ ପ୍ରତ୍ୟେକ ଦେଶବାସୀ ଏହି ପ୍ରୟାସରେ ଯୋଗଦେବା ଉଚିତ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍‌’ରେ ଆଜି ଏତିକି । ଏଇ କିଛିଦିନ ପରେ ଆମେମାନେ ୧୫ ଅଗଷ୍ଟ, ସ୍ୱାଧୀନତାର ଏହି ମହାନ ପର୍ବରେ ଅଂଶଗ୍ରହଣ କରିବା । ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ସମସ୍ତଙ୍କୁ ସର୍ବଦା ମନେରଖିବା । ସେମାନଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ଆମକୁ ଦିନରାତି ପରିଶ୍ରମ କରିବାକୁ ପଡ଼ିବ । ‘ମନ୍ କି ବାତ୍‌’ ଦେଶବାସୀଙ୍କର ଏହି ପରିଶ୍ରମ ଓ ସେମାନଙ୍କ ସାମୂହିକ ପ୍ରୟାସକୁ ସାମନାକୁ ଆଣିବାର ଏକ ମାଧ୍ୟମ ମାତ୍ର । ଆସନ୍ତା ମାସରେ କିଛି ନୂଆ ବିଷୟକୁ ନେଇ ଆପଣମାନଙ୍କ ସହ ସାକ୍ଷାତ ହେବ । ବହୁତ ବହୁତ ଧନ୍ୟବାଦ୍ ନମସ୍କାର |

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Our collective goal is a developed Tamil Nadu for developed India: PM Modi in Madurai
March 01, 2026
Building high-quality infrastructure is about empowering people: PM
Over the past 12 years, the Central Government has invested heavily in Tamil Nadu’s highways, improving pilgrim travel and easing farm and marine produce transport: PM
Over the last decade, Indian Railways has transformed into a modern, efficient and people-centric transport system, and this transformation is visible in Tamil Nadu: PM
It is a matter of pride that our vision of ‘Make in India’ is boosting self-reliance and creating jobs for our youth: PM
The Union budget positions Tamil Nadu as part of the Rare Earth Corridors, promoting advanced manufacturing, research and technology development: PM
Our collective goal is a developed Tamil Nadu for developed India: PM

Shri R. N. Ravi, L. Murugan, Edappadi K. Palaniswami, Nainar Nagendran, E. V. Velu, and my dear brothers and sisters of Tamil Nadu, Vanakkam!

I feel honoured to be in the sacred and historic city of Madurai. I bow to Meenakshi Amman and Bhagwan Sundareswarar. Today’s event marks a proud chapter in Tamil Nadu’s development journey. We have laid foundation stones, inaugurated and dedicated to the nation, projects worth over Four Thousand Four Hundred Crore Rupees. These projects will transform connectivity, boost the economy, create jobs and transform lakhs of people’s lives. Better roads for farmers to reach markets. Easier travel for pilgrims and tourists. Faster transport for businesses. Building high-quality infrastructure is about empowering people.

Friends,

Over the past twelve years, the Government of India has made huge investments in Tamil Nadu’s highway network. Over Four Thousand Kilometres of highways have been built here since 2014. Today, I am happy to lay the foundation stone for two major national highway projects. First, the four-laning of the Marakkanam–Puducherry section, with an investment of over Two Thousand One Hundred Crore Rupees. This will strengthen coastal tourism, trade and economy in both Tamil Nadu and Puducherry. Second, the four-laning of the Paramakudi–Ramanathapuram stretch. In this project, we are investing over One Thousand Eight Hundred Crore Rupees. It will significantly enhance access to places like Rameswaram and Dhanushkodi. This ensures ease of travel for pilgrims and smoother movement of agricultural produce and marine products.

Friends,

Over the last decade, Indian Railways has undergone a historic transformation. It is emerging as a modern, efficient and people-centric transport system. This transformation is particularly visible in Tamil Nadu. The railway budget allocation for Tamil Nadu has increased nearly nine-fold since our government came in. During 2009 to 2014, the average yearly railway allocation was Eight Hundred and Eighty Crore Rupees. In 2026–27, the allocation has increased to Seven Thousand Six Hundred Crore Rupees.

In Tamil Nadu, more than One Thousand Three Hundred Kilometres of new tracks have been laid. 97% electrification has been achieved. Hundreds of flyovers and underpasses have improved safety and efficiency. Last year, I had the privilege of inaugurating the new Pamban Bridge in Tamil Nadu. It is India’s first vertical lift sea bridge, a symbol of engineering excellence. This bridge in itself has become a major tourist attraction in Tamil Nadu.

Friends,

Right now, 9 Vande Bharat trains and 9 Amrit Bharat trains are benefitting the people of Tamil Nadu. The coaches of such high-speed trains are being manufactured at the Integral Coach Factory in Chennai. It is a matter of pride that our vision of ‘Make in India’ is boosting self-reliance and creating jobs for our youth. Under the Amrit Bharat Station Scheme, Seventy-Seven railway stations are being modernised. These stations blend comfort, accessibility and local identity. Today, we are inaugurating Eight redeveloped stations across Tamil Nadu. The dedication of the Chennai Beach–Chennai Egmore fourth line will benefit thousands of daily commuters in Chennai. I am also pleased to inaugurate Akashvani’s new FM relay transmitters in Kumbakonam, Yercaud and Vellore. These radio stations will be dedicated to your service from today.

Friends,

Infrastructure funding to Tamil Nadu has now tripled, compared to the previous decade. And the Budget of 2026 continues the trend with a strong focus on Tamil Nadu. In this budget, we have proposed Bengaluru–Chennai and Chennai–Hyderabad bullet train corridors. They will revolutionise the economy of this whole region. The budget positions Tamil Nadu as part of the Rare Earth Corridors. Rare Earth Corridors will promote advanced manufacturing, research and technology development.

Friends,

Tamil Nadu has a rich history and heritage. Historic sites such as Adichanallur will be developed into global heritage destinations. Ecotourism initiatives around Lake Pulicat and Podhigai Malai will create new job opportunities while preserving natural ecosystems. Across the nation, around Two Hundred industrial clusters will be identified and supported, to boost manufacturing. We all know that Tamil Nadu is home to many industries and therefore, this scheme will benefit the youth here.

Friends,

Every Indian is inspired to build a developed nation by 2047. Tamil Nadu will play a decisive role in shaping the nation’s destiny. Our collective goal is a developed Tamil Nadu for developed India. The Centre remains fully committed to enabling inclusive development and the state’s progress.

Nandri!