ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି, ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ 19 ଜାନୁଆରୀ 2026 ରେ ଭାରତକୁ ସରକାରୀ ଗସ୍ତ କରିଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଏହା ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ପଞ୍ଚମ ଭାରତ ଗସ୍ତ ଏବଂ ୟୁଏଇର ରାଷ୍ଟ୍ରପତି ଭାବରେ ଭାରତକୁ ତାଙ୍କର ତୃତୀୟ ସରକାରୀ ଗସ୍ତ ଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ସମ୍ପୂର୍ଣ୍ଣ ପରିସରକୁ ସମୀକ୍ଷା କରିଥିଲେ। ଗତ ଏକ ଦଶନ୍ଧି ଧରି ଭାରତ-ୟୁଏଇ ବ୍ୟାପକ ରଣନୀତିକ ସହଭାଗୀତା ଦୃଢ଼ ହେବାରେ ଲାଗିଛି ବୋଲି ସେମାନେ ସେମାନେ ସହମତ ହୋଇଥିଲେ ।
ଦୁଇ ନେତା ଗତ ଦୁଇ ବର୍ଷ ମଧ୍ୟରେ ଆବୁଧାବିର ଯୁବରାଜ ମହାମହିମ ଶେଖ ଖାଲେଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ଏବଂ ଦୁବାଇର ଯୁବରାଜ, ଉପପ୍ରଧାନମନ୍ତ୍ରୀ ଏବଂ ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ ମହାମହିମ ଶେଖ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମଙ୍କ ଭାରତ ଗସ୍ତକୁ ସ୍ୱାଗତ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କରେ ପିଢ଼ିଗତ ନିରନ୍ତରତାକୁ ଦର୍ଶାଉଛି ।
ଦୁଇ ନେତା ସେପ୍ଟେମ୍ବର 2025ରେ ଅନୁଷ୍ଠିତ ତ୍ରୟୋଦଶ ଉଚ୍ଚସ୍ତରୀୟ ନିବେଶ ଟାସ୍କଫୋର୍ସ ଏବଂ ଡିସେମ୍ବର 2025ରେ ଅନୁଷ୍ଠିତ ଷୋଡ଼ଶ ଭାରତ-ୟୁଏଇ ମିଳିତ ଆୟୋଗ ବୈଠକ ଓ ପଞ୍ଚମ ରଣନୀତିକ ଆଲୋଚନାର ଫଳାଫଳକୁ ସମର୍ଥନ କରିଥିଲେ।
2022 ମସିହାରେ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା (ସିଇପିଏ) ସ୍ୱାକ୍ଷର ହେବା ପରଠାରୁ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗରେ ଦୃଢ଼ ଅଭିବୃଦ୍ଧିକୁ ଦୁଇ ନେତା ସ୍ୱାଗତ କରିଥିଲେ । ଏହାସହିତ 2024-25 ଆର୍ଥିକ ବର୍ଷରେ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ଦ୍ୱିପାକ୍ଷିକ ବାଣିଜ୍ୟର ଦ୍ରୁତ ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ଉଭୟ ପକ୍ଷର ବ୍ୟବସାୟ ଗୋଷ୍ଠୀର ଉତ୍ସାହରେ ଅନୁପ୍ରାଣିତ ହୋଇ ସେମାନେ 2032 ସୁଦ୍ଧା 200 ବିଲିୟନ ଆମେରିକୀୟ ଡଲାର ଲକ୍ଷ୍ୟ ହାସଲ ପାଇଁ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାକୁ ନିଷ୍ପତ୍ତି ନେଇଥିଲେ।
ସେମାନେ ଉଭୟ ପକ୍ଷର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ କ୍ଷେତ୍ର ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକୁ ଯୋଡ଼ିବା ଲାଗି କାର୍ଯ୍ୟ କରିବାକୁ ସେମାନଙ୍କର ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ମଧ୍ୟପ୍ରାଚ୍ୟ, ପଶ୍ଚିମ ଏସିଆ, ଆଫ୍ରିକା ଏବଂ ୟୁରେସିଆ ଅଞ୍ଚଳରେ ଏମଏସଏମଇ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ‘ଭାରତ ମାର୍ଟ’, ‘ଭର୍ଚୁଆଲ୍ ଟ୍ରେଡ୍ କରିଡର’ ଏବଂ ‘ଭାରତ-ଆଫ୍ରିକା ସେତୁ’ ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ଲାଗି ଆହ୍ୱାନ କରିଥିଲେ।
2024 ମସିହାରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ଉଭୟ ଦେଶର ବିଭିନ୍ନ କ୍ଷେତ୍ରରେ ନିବେଶ ପ୍ରବାହକୁ ଆହୁରି ସୁଦୃଢ଼ କରିବାକୁ ନେଇ ନେତାମାନେ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଗୁଜରାଟର ଧୋଲେରାରେ ସ୍ୱତନ୍ତ୍ର ନିବେଶ କ୍ଷେତ୍ରର ବିକାଶ ପାଇଁ ଏକ ସମ୍ଭାବ୍ୟ ୟୁଏଇ ସହଭାଗିତା ଉପରେ ଆଲୋଚନାକୁ ସ୍ୱାଗତ କରିଥିଲେ। ଏହି ପରିକଳ୍ପିତ ସହଭାଗିତାରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର, ଏକ ପାଇଲଟ୍ ତାଲିମ ବିଦ୍ୟାଳୟ, ଏକ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍ (ଏମଆରଓ) ସୁବିଧା, ଏକ ସବୁଜ କ୍ଷେତ୍ର ବନ୍ଦର, ଏକ ସ୍ମାର୍ଟ ସହରାଞ୍ଚଳ ଟାଉନସିପ୍, ରେଳ ସଂଯୋଗୀକରଣ ଏବଂ ଶକ୍ତି ଭିତ୍ତିଭୂମି ସମେତ ପ୍ରମୁଖ ରଣନୀତିକ ଭିତ୍ତିଭୂମିର ବିକାଶ ସାମିଲ ହେବ। ପ୍ରଥମ ଏନଆଇଆଇଏଫ ଭିତ୍ତିଭୂମି ପାଣ୍ଠିର ସଫଳତା ଉପରେ ଆଲୋକପାତ କରି, ଭାରତର ପ୍ରଧାନମନ୍ତ୍ରୀ ୟୁଏଇ ସାର୍ବଭୌମ ସମ୍ପତ୍ତି ପାଣ୍ଠିକୁ 2026ରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଭିତ୍ତିଭୂମି ପାଣ୍ଠିରେ ଅଂଶଗ୍ରହଣ କରିବା ବିଷୟରେ ବିଚାର କରିବାକୁ ଆମନ୍ତ୍ରଣ କରିଥିଲେ। ଗିଫ୍ଟ ସିଟିରେ ଡିପି ୱାର୍ଲ୍ଡ ଏବଂ ପ୍ରଥମ ଆବୁଧାବି ବ୍ୟାଙ୍କ ଶାଖା ପ୍ରତିଷ୍ଠାକୁ ଦୁଇ ନେତା ସ୍ୱାଗତ କରିଥିଲେ, ଯାହା ଏକ ଅଗ୍ରଣୀ ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ଭାବରେ ଏହାର ଉଦୟକୁ ସୁଦୃଢ଼ କରିବ। ଏଫଏବିର ଗିଫ୍ଟ ସିଟି ଶାଖା ଏକ ପ୍ରମୁଖ ସେତୁ ଭାବରେ କାର୍ଯ୍ୟ କରିବ, ଯାହା ଭାରତୀୟ କର୍ପୋରେଟ୍ ଏବଂ ନିବେଶକମାନଙ୍କୁ ଜିସିସି ଓ ଏମଇଏନଏ ବଜାରରେ ଏହାର ବିଶେଷଜ୍ଞତା ଓ ବିଶ୍ୱ ନେଟୱାର୍କ ସହିତ ଯୋଡ଼ିବ।
ଉଭୟ ପକ୍ଷ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ୟୁଏଇ-ଭାରତ ସହଯୋଗକୁ ବୃଦ୍ଧି କରିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପୁନଃଦୋହରାଇଛନ୍ତି ଏବଂ ଦୀର୍ଘସ୍ଥାୟୀ ଯୋଗାଣ ଶୃଙ୍ଖଳ ତଥା ଦୀର୍ଘକାଳୀନ ସ୍ଥିରତା ସୁନିଶ୍ଚିତ କରିବାରେ ଏହାର ରଣନୀତିକ ଗୁରୁତ୍ୱକୁ ସ୍ୱୀକାର କରିଛନ୍ତି। ସେମାନେ ଉଭୟ ଦେଶର ଜାତୀୟ ପ୍ରାଥମିକତା ସହିତ ଦୀର୍ଘସ୍ଥାୟୀ କୃଷିକୁ ଆଗକୁ ବଢାଇବା ଏବଂ ଜାତୀୟ ଖାଦ୍ୟ ସ୍ଥିରତା ବୃଦ୍ଧି କରିବାରେ ସରକାରୀ-ଘରୋଇ ସହଭାଗିତା, ନବସୃଜନ ଏବଂ ଜ୍ଞାନ ବିନିମୟର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଦୁଇ ନେତା ମହାକାଶ କ୍ଷେତ୍ରରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ସହମତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତି ମାଧ୍ୟମରେ ଏହି କ୍ଷେତ୍ରର ବ୍ୟବସାୟିକରଣକୁ ଆଗେଇ ନେବା ପାଇଁ ଏକ ମିଳିତ ପଦକ୍ଷେପରେ ସହଯୋଗ କରିବା ପାଇଁ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଥିଲେ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିତ୍ତିଭୂମି ଏବଂ ଏକ ଦୃଢ଼ ଶିଳ୍ପ ଆଧାର ସହିତ ଏକ ସମନ୍ୱିତ ମହାକାଶ ଇକୋସିଷ୍ଟମ ପ୍ରସ୍ତୁତ କରିବା। ଏହାର ଲକ୍ଷ୍ୟ ହେଉଛି ଭାରତ-ୟୁଏଇ ମିଳିତ ମିଶନକୁ ସକ୍ଷମ କରିବା, ବିଶ୍ୱ ବାଣିଜ୍ୟିକ ସେବାକୁ ବିସ୍ତାର କରିବା, ଉଚ୍ଚ-କୁଶଳୀ ନିଯୁକ୍ତି ଓ ଷ୍ଟାର୍ଟ-ଅପ୍ ସୃଷ୍ଟି କରିବା ଏବଂ ଦୀର୍ଘସ୍ଥାୟୀ ବ୍ୟବସାୟ ମଡେଲ ମାଧ୍ୟମରେ ଦ୍ୱିପାକ୍ଷିକ ନିବେଶକୁ ସୁଦୃଢ଼ କରିବା।
ଦୁଇ ନେତା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ଉଦ୍ଭାବନ, ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତରେ ଏକ ସୁପରକମ୍ପ୍ୟୁଟିଂ କ୍ଲଷ୍ଟର ପ୍ରତିଷ୍ଠାରେ ସହଯୋଗ ନିଷ୍ପତ୍ତିକୁ ସ୍ୱାଗତ କରି, ସେମାନେ ଭାରତରେ ଡାଟା ସେଣ୍ଟର ସ୍ଥାପନରେ ସହଯୋଗ ଅନୁସନ୍ଧାନ କରିବାକୁ ମଧ୍ୟ ସହମତ ହୋଇଥିଲେ। ପାରସ୍ପରିକ ସ୍ୱୀକୃତିପ୍ରାପ୍ତ ସାର୍ବଭୌମତ୍ୱ ବ୍ୟବସ୍ଥା ଅଧୀନରେ ୟୁଏଇ ଏବଂ ଭାରତ ମଧ୍ୟରେ ‘ଡିଜିଟାଲ୍ ଦୂତାବାସ’ ପ୍ରତିଷ୍ଠା କରିବାର ସମ୍ଭାବନା ସନ୍ଧାନ କରିବାକୁ ଦୁଇ ନେତା ସେମାନଙ୍କର ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ ଫେବୃଆରୀ 2026ରେ ଭାରତରେ ଆୟୋଜିତ ହେବାକୁ ଥିବା ଏଆଇ ପ୍ରଭାବ ସମ୍ମିଳନୀକୁ ସମର୍ଥନ ଜଣାଇଥିଲେ।
ଦୁଇ ନେତା ଦ୍ୱିପାକ୍ଷିକ ଶକ୍ତି ସହଭାଗୀତାର ସାମର୍ଥ୍ୟକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଭାରତର ଶକ୍ତି ସୁରକ୍ଷାରେ ୟୁଏଇର ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ 2028 ରୁ ପ୍ରତିବର୍ଷ 0.5 ନିୟୁତ ଟନ୍ ଲିକ୍ୟୁଫାଏଡ୍ ନେଚୁରାଲ ଗ୍ୟାସ ବିତରଣ ପାଇଁ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ଏବଂ ଆଡନକ ଗ୍ୟାସ ମଧ୍ୟରେ 10 ବର୍ଷିଆ ଏଲଏନଜି ଯୋଗାଣ ଚୁକ୍ତିନାମା ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ନେତାମାନେ ସଷ୍ଟେନେବଲ୍ ହାର୍ନେସିଂ ଏଣ୍ଡ ଏଡ଼ଭାନ୍ସମେଣ୍ଟ ଅଫ୍ ନ୍ୟୁକ୍ଲିୟର ଏନର୍ଜି ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ଶାନ୍ତି) ଆଇନ ପ୍ରଣୟନକୁ ମଧ୍ୟ ସ୍ୱାଗତ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ ଏହା ବର୍ଦ୍ଧିତ ବେସାମରିକ ପରମାଣୁ ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବୃହତ ଆଣିବିକ ରିଆକ୍ଟର ଏବଂ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର (ଏସଏମଆର)ର ବିକାଶ ଏବଂ ନିୟୋଜନ ସହିତ ଉନ୍ନତ ପରମାଣୁ ପ୍ରଯୁକ୍ତିବିଦ୍ୟାରେ ସହଭାଗୀତା ଅନୁସନ୍ଧାନ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ, ଯେଉଁଥିରେ ଉନ୍ନତ ରିଆକ୍ଟର ସିଷ୍ଟମ, ପରମାଣୁ ଶକ୍ତି କେନ୍ଦ୍ର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସହିତ ଆଣିବିକ ସୁରକ୍ଷାରେ ସହଯୋଗ ଅନ୍ତର୍ଭୁକ୍ତ।
ଦୁଇ ଦେଶ ମଧ୍ୟରେ ଆର୍ଥିକ କ୍ଷେତ୍ରର ସହଯୋଗକୁ ଗଭୀର କରିବା ପାଇଁ ଜାରି ରହିଥିବା ପ୍ରୟାସକୁ ଦୁଇ ନେତା ପ୍ରଶଂସା କରିଥିଲେ। ସେମାନେ ନିଜ ନିଜ ଦଳକୁ ଜାତୀୟ ପେମେଣ୍ଟ ପ୍ଲାଟଫର୍ମଗୁଡ଼ିକୁ ପରସ୍ପର ସହିତ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯାହା ଦ୍ୱାରା ଦକ୍ଷ, ଦ୍ରୁତ ଏବଂ କମ ଖର୍ଚ୍ଚରେ ସୀମାପାର ପେମେଣ୍ଟ ସମ୍ଭବ ହୋଇପାରିବ।
ଦୁଇ ଦେଶ ମଧ୍ୟରେ ସହଭାଗୀ ସାଂସ୍କୃତିକ ଏବଂ ଐତିହାସିକ ଐତିହ୍ୟକୁ ସ୍ୱୀକାର କରି, ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ ନିମନ୍ତେ କଳାକୃତି ଯୋଗାଇ ଦେବା ପାଇଁ ୟୁଏଇର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଥିଲେ। ଭାରତ-ୟୁଏଇ ବନ୍ଧୁତାର ଏକ ସ୍ଥାୟୀ ପ୍ରତୀକ ଭାବରେ ଆବୁଧାବିରେ ଏକ ‘ହାଉସ୍ ଅଫ୍ ଇଣ୍ଡିଆ’ ପ୍ରତିଷ୍ଠା କରିବାକୁ ଦୁଇ ନେତା ନିଷ୍ପତ୍ତି ନେଇଥିଲେ। ସାଂସ୍କୃତିକ ବୁଝାମଣାକୁ ଆହୁରି ଗଭୀର କରିବା ଲକ୍ଷ୍ୟରେ ଯୁବ ବିନିମୟ ମାଧ୍ୟମରେ ନାଗରିକ ସମ୍ପର୍କକୁ ପ୍ରୋତ୍ସାହନ ଜାରି ରଖିବାକୁ ମଧ୍ୟ ସେମାନେ ସହମତ ହୋଇଥିଲେ।
ନେତାମାନେ ଶିକ୍ଷାକୁ ଭାରତ-ୟୁଏଇ ସହଭାଗୀତାର ମୂଳଦୁଆ ଭାବରେ ଅଭିହିତ କରିଥିଲେ। ୟୁଏଇରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ-ଅହମ୍ମଦାବାଦର ବିଦେଶୀ କ୍ୟାମ୍ପସ୍ ଖୋଲିବା ପରେ ଏହାକୁ ଆଧାର କରି ସେମାନେ ଉଭୟ ଦେଶର ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ର ବିନିମୟକୁ ବିସ୍ତାର କରିବା ପାଇଁ ଅଧିକ ପ୍ରୟାସକୁ ଉତ୍ସାହିତ କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ ଜ୍ଞାନ ସେତୁ ଭାବରେ କାର୍ଯ୍ୟ କରିବ। ଏଥିରେ ସ୍କୁଲ ଏବଂ କଲେଜରେ ନବୀନ ଉଦ୍ଭାବନ ଏବଂ ଟିଙ୍କରିଂ ଲ୍ୟାବଗୁଡ଼ିକୁ ବିସ୍ତାର କରିବାରେ ସହଯୋଗ ଅନ୍ତର୍ଭୁକ୍ତ ହେବ। ଭାରତୀୟ ଶିକ୍ଷାଗତ ଡିଗ୍ରୀ / ଦସ୍ତାବିଜଗୁଡ଼ିକର ସୁଗମ ପ୍ରମାଣୀକରଣ ପାଇଁ ୟୁଏଇ ପ୍ଲାଟଫର୍ମ ସହିତ ଭାରତର ଡିଜିଲକରକୁ ସମନ୍ୱିତ କରିବା ଦିଗରେ କାର୍ଯ୍ୟ କରିବା ଲାଗି ହୋଇଥିବା ବୁଝାମଣାକୁ ନେତାମାନେ ସ୍ୱାଗତ କରିଥିଲେ, ଯାହା ଅଧିକ ଆର୍ଥିକ ଏବଂ ଶିକ୍ଷାଗତ ସୁଯୋଗ ଏବଂ ସହଜ ଜୀବନଯାପନକୁ ପ୍ରୋତ୍ସାହିତ କରିବ।
ନେତାମାନେ ପରସ୍ପରର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ଗଭୀର ସମ୍ମାନ ତଥା ରଣନୀତିକ ସ୍ୱାୟତ୍ତତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେମାନେ ବ୍ୟାପକ ରଣନୀତିକ ସହଭାଗୀତାର ଏକ ମୂଳ ସ୍ତମ୍ଭ ଭାବରେ ସ୍ଥିର ଏବଂ ଦୃଢ଼ ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ସ୍ୱୀକାର କରିଥିଲେ। ଉଭୟ ଦେଶର ସ୍ଥଳସେନା, ନୌସେନା ଏବଂ ବାୟୁସେନାର ସମ୍ପୃକ୍ତ ସେନା ମୁଖ୍ୟ ଏବଂ କମାଣ୍ଡରଙ୍କ ଦ୍ୱାରା ସମ୍ପ୍ରତି ହୋଇଥିବା ଗସ୍ତ ବିନିମୟ ଏବଂ ଦ୍ଵିପାକ୍ଷିକ ସାମରିକ ଅଭ୍ୟାସର ସଫଳ ପରିଚାଳନା ଦ୍ୱାରା ସୃଷ୍ଟି ହୋଇଥିବା ଗତିକୁ ସେମାନେ ସ୍ୱାଗତ କରିଥିଲେ। ଏକ ରଣନୀତିକ ପ୍ରତିରକ୍ଷା ସହଭାଗୀତା ସମାପ୍ତ କରିବା ପାଇଁ ଲେଟର ଅଫ୍ ଇଣ୍ଟେଣ୍ଟ ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଥିଲେ।
ଦୁଇ ନେତା ସୀମାପାର ଆତଙ୍କବାଦ ସମେତ ସମସ୍ତ ସ୍ୱରୂପ ଏବଂ ଅଭିବ୍ୟକ୍ତିରେ ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଜୋର ଦେଇ କହିଛନ୍ତି ଯେ, କୌଣସି ଦେଶ ଆତଙ୍କବାଦୀ କାର୍ଯ୍ୟକୁ ଆର୍ଥିକ ସହାୟତା, ଯୋଜନା, ସମର୍ଥନ କିମ୍ବା ସଂପାଦନ କରୁଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳ ଯୋଗାଇବା ଉଚିତ୍ ନୁହେଁ। ଆତଙ୍କବାଦ ପାଣ୍ଠି ଯୋଗାଣକୁ ମୁକାବିଲା କରିବା ଏବଂ ମନି ଲଣ୍ଡରିଂ ବିରୋଧୀ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ଢାଞ୍ଚା ମଧ୍ୟରେ ସହଯୋଗ ଜାରି ରଖିବାକୁ ସେମାନେ ସହମତ ହୋଇଛନ୍ତି।
ଦୁଇ ନେତା ସେପ୍ଟେମ୍ବର 2023ରେ ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀ ଅବସରରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି)ର ଶୁଭାରମ୍ଭକୁ ସ୍ମରଣ କରିଥିଲେ।
ଦୁଇ ନେତା ପାରସ୍ପରିକ ହିତ ସହ ଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ସେମାନେ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାରେ ଥିବା ସେମାନଙ୍କର ସହଭାଗୀ ହିତ ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ବହୁପାକ୍ଷିକ ଏବଂ ବହୁକ୍ଷେତ୍ରୀୟ ମଞ୍ଚରେ ଉନ୍ନତ ସହଯୋଗ ଏବଂ ପାରସ୍ପରିକ ସମର୍ଥନକୁ ଦୋହରାଇଥିଲେ। ୟୁଏଇ ପକ୍ଷ 2026ରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ସଫଳତା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା। 2026 ଶେଷରେ ୟୁଏଇ ଦ୍ୱାରା ସହ-ଆୟୋଜିତ ହେବାକୁ ଥିବା 2026 ଜାତିସଂଘ ଜଳ ସମ୍ମିଳନୀ ପାଇଁ ଭାରତୀୟ ପକ୍ଷ ସମର୍ଥନ ଜଣାଇଥିଲା, ଯାହା ଏସଡିଜି 6 ର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା, ସମସ୍ତଙ୍କ ପାଇଁ ଜଳ ଓ ପରିମଳର ଉପଲବ୍ଧତା ଏବଂ ଦୀର୍ଘସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବ।
ଉଭୟ ପକ୍ଷ ଧ୍ରୁବୀୟ ବିଜ୍ଞାନରେ ସେମାନଙ୍କର ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ମିଳିତ ଅଭିଯାନ ଓ ସଂସ୍ଥାଗତ ସହଯୋଗର ସକାରାତ୍ମକ ଫଳାଫଳକୁ ଉଲ୍ଲେଖ କରିଥିଲେ। ଉଭୟ ପକ୍ଷ ଲକ୍ଷ୍ୟ ଆଧାରିତ ବୈଜ୍ଞାନିକ ପଦକ୍ଷେପ, ସମନ୍ୱିତ ଗବେଷଣା ଯୋଜନା ପ୍ରସ୍ତୁତି ଏବଂ ଜାତୀୟ ଧ୍ରୁବୀୟ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସହଯୋଗକୁ ସୁଦୃଢ଼ କରି ଏହି ସହଭାଗୀତାକୁ ଆହୁରି ଆଗକୁ ବଢ଼ାଇବାକୁ ସହମତ ହୋଇଥିଲେ। ସେମାନେ ଗୁରୁତ୍ୱାରୋପ କରିଥିଲେ ଯେ ଧ୍ରୁବୀୟ କ୍ଷେତ୍ରରେ ନିରନ୍ତର ସହଯୋଗ ପ୍ରମାଣ-ଆଧାରିତ ଜଳବାୟୁ କାର୍ଯ୍ୟକୁ ସମର୍ଥନ କରିବ ଏବଂ ବିଶ୍ୱ ବିଜ୍ଞାନ କ୍ଷେତ୍ରରେ ହେଉଥିବା ପ୍ରୟାସରେ ଯୋଗଦାନ ଦେବ।
ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ହାର୍ଦ୍ଦିକ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।
The Prime Minister, Shri Narendra Modi, has congratulated Seema on winning the Bronze medal in the Women’s Discus Throw event at the Glasgow Commonwealth Games 2026.
The Prime Minister noted that Seema secured the medal with a best throw of 58.65 metres.
Shri Modi said that her achievement has made India proud and inspired the youth of the nation. He wished her the very best for her future endeavours.
Shri Modi posted on X;
“Congratulations to Seema for securing a Bronze in the Women's Discus Throw event with a best throw of 58.65m. Her efforts have made India proud and motivated the youth of our nation. Wishing her the very best for the endeavours ahead.
#CWG2026”
Congratulations to Seema for securing a Bronze in the Women's Discus Throw event with a best throw of 58.65m. Her efforts have made India proud and motivated the youth of our nation. Wishing her the very best for the endeavours ahead. #CWG2026 pic.twitter.com/vDkf1OiNeX
— Narendra Modi (@narendramodi) July 31, 2026


