ପ୍ରଧାନମନ୍ତ୍ରୀ ବିହାରର ଦରଭଙ୍ଗାର ଜଣେ ଭିବିଏସୱାଇ ହିତାଧିକାରୀ ଗୃହିଣୀ ଶ୍ରୀମତୀ ପ୍ରିୟଙ୍କା ଦେବୀଙ୍କ ସହ କଥାବାର୍ତ୍ତା କରିଛନ୍ତି
ଯେକୌଣସି ଯୋଜନା ସଫଳ ହେବାକୁ ହେଲେ ତାହା ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଦରକାର : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡିକର ସଂତୃପ୍ତି ହାସଲ କରିବା ପାଇଁ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

ବିହାରର ଦରଭଙ୍ଗାର ଜଣେ ଗୃହିଣୀ ତଥା ଭିବିଏସୱାଇ ହିତାଧିକାରୀ ଶ୍ରୀମତୀ ପ୍ରିୟଙ୍କା ଦେବୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ତାଙ୍କ ସ୍ୱାମୀ ମୁମ୍ବାଇରେ ଦିନ ମଜୁରିଆ ଭାବରେ କାମ କରନ୍ତି ଏବଂ ସେ ଏକ ଦେଶ ଏକ ରାସନ କାର୍ଡ ଯୋଜନା, ପିଏମ୍‌ଜିକେଏୱାଇ ଏବଂ ଜନଧନ ଯୋଜନାର ଲାଭ ଉଠାଇଛନ୍ତି, ବିଶେଷ କରି କରୋନା ମହାମାରୀ ସମୟରେ ଏବଂ ଏହା ପରେ ଯେତେବେଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ପଡିଥିଲା, ସେ ଏହାର ସୁବିଧା ପାଇଛନ୍ତି ।

ସେ ଏହି ଅଞ୍ଚଳରେ 'ମୋଦୀ କି ଗ୍ୟାରେଣ୍ଟି' ଯାନ ସମ୍ପର୍କିତ ଉତ୍ସାହ ବିଷୟରେ ଜଣାଇ ଥିଲେ । ଶ୍ରୀମତୀ ପ୍ରିୟଙ୍କା ଉତ୍ତର ଦେଇଥିଲେ ଯେ ଭିବିଏସୱାଇ ଭ୍ୟାନ ମିଥିଳା ଅଞ୍ଚଳର ପାରମ୍ପରିକ ରୀତିନୀତି ଦ୍ୱାରା ସ୍ୱାଗତ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରଙ୍କ ଲାଭ ତାଙ୍କୁ ତାଙ୍କ ପିଲାଙ୍କ ପାଠପଢ଼ା ଏବଂ ତାଙ୍କ ପରିବାରର ସ୍ୱାସ୍ଥ୍ୟର ଉନ୍ନତ ଯତ୍ନ ନେବାରେ ସକ୍ଷମ କରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀମତୀ ପ୍ରିୟଙ୍କାଙ୍କୁ ତାଙ୍କ ଗାଁରେ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ ଏବଂ ଦେଶର ପ୍ରତ୍ୟେକ ଗାଁରେ 'ମୋଦୀ କି ଗ୍ୟାରେଣ୍ଟି' ଯାନ ପହଞ୍ଚୁଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଯେକୌଣସି ଯୋଜନାକୁ ସଫଳ କରିବା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ଏହା ପହଞ୍ଚିବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । 'ମୋଦୀ କି ଗ୍ୟାରେଣ୍ଟି' ଯାନ ମାଧ୍ୟମରେ ସେ ନିଜେ ଅପହଞ୍ଚ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଏଥିରେ ସାମିଲ କରିବାକୁ ସଂକଳ୍ପବଦ୍ଧ । ପ୍ରଧାନମନ୍ତ୍ରୀ ମହିଳା ମାନଙ୍କୁ ବିଭାଜନକାରୀ ରାଜନୀତି ବିଷୟରେ ସଚେତନ ହେବାକୁ ଚେତାବନୀ ଦେଇଥିଲେ ଯାହାର ଉଦ୍ଦେଶ୍ୟ ମହିଳା ସମ୍ପ୍ରଦାୟ ମଧ୍ୟରେ ଫାଟ ସୃଷ୍ଟି କରିବା ବୋଲି ସେ କହିଥିଲେ । "ଆମ ପାଇଁ ମହିଳାମାନେ ଗୋଟିଏ ଜାତି, ଏଥିରେ କୌଣସି ବିଭାଜନ ନାହିଁ’ ବୋଲି ସେ କହିଥିଲେ । ଏହି ଜାତି ଏତେ ବଡ଼ ଯେ ସେମାନେ ଯେକୌଣସି ଆହ୍ୱାନକୁ ଗ୍ରହଣ କରି ପାରିବେ ବୋଳି ସେ ଉଲ୍ଲେଖ କରିଥିଲେ । .

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi