ସେୟାର
 
Comments
The country was saddened by the insult to the Tricolour on the 26th of January in Delhi: PM Modi
India is undertaking the world’s biggest Covid Vaccine Programme: PM Modi
India has vaccinated over 30 lakh Corona Warriors: PM Modi
Made in India vaccine is, of course, a symbol of India’s self-reliance: PM Modi
India 75: I appeal to all countrymen, especially the young friends, to write about freedom fighters, incidents associated with freedom, says PM Modi
The best thing that I like in #MannKiBaat is that I get to learn and read a lot. In a way, indirectly, I get an opportunity to connect with you all: PM
Today, in India, many efforts are being made for road safety at the individual and collective level along with the Government: PM

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଯେତେବେଳେ ମୁଁ ମନର କଥା କାର୍ଯ୍ୟକ୍ରମଟି କରେ, ସେତେବେଳେ ମୋତେ ଲାଗେ, ଯେମିତି ମୁଁ ଆପଣମାନଙ୍କ ଗହଣରେ, ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ ଉପସ୍ଥିତ । ଆମର ଛୋଟ ଛୋଟ କଥା, ଯାହା ପରସ୍ପରଙ୍କୁ, କିଛି ଶିଖାଇଯାଏ, ଜୀବନର ତିକ୍ତ–ମଧୁର ଅନୁଭୂତି ଯାହା, ଜୀବନକୁ ମନଭରି ଉପଭୋଗ କରିବାର ପ୍ରେରଣା ଯୋଗାଇଦିଏ – ତାହା ହିଁ ତ ହେଉଛି – ମନର କଥା । ଆଜି 2021 ମସିହା ଜାନୁଆରୀ ମାସର ଅନ୍ତିମ ଦିନ । ମୋ ଭଳି କ’ଣ ଆପଣମାନେ ବି ଭାବୁଛନ୍ତି ଯେ, ଏଇ ମାତ୍ର କିଛିଦିନ ଆଗରୁ ତ 2021 ଆରମ୍ଭ ହୋଇଥିଲା!! ଏମିତି ଲାଗୁନି ଯେ, ଜାନୁଆରୀ ମାସଟି ସରିଗଲା! ଏହା ହିଁ ତ ସମୟର ଗତି । ଲାଗୁଛି, ଏଇ ଯେମିତି ମାତ୍ର କିଛି ଦିନ ତଳ କଥା – ଯେତେବେଳେ ଆମେମାନେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଉଥିଲେ । ତାପରେ ଆମେ ପାଳନ କଲେ ଲୋହଡ଼ି, ମକର ସଂକ୍ରାନ୍ତି, ପୋଙ୍ଗଲ ଆଉ ବିହୁ । ଦେଶର ବିଭିନ୍ନ ଭାଗରେ ଉତ୍ସବର ଆନନ୍ଦ ଉଲ୍ଲାସ ଥିଲା । ଜାନୁଆରୀ 23 ତାରିଖ ଦିନ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କଲୁ ଏବଂ ଜାନୁଆରୀ 26 ତାରିଖ ଦିନ ଗଣତନ୍ତ୍ର ଦିବସର ସୁନ୍ଦର ପରେଡକୁ ମଧ୍ୟ ଉପଭୋଗ କଲୁ । ରାଷ୍ଟ୍ରପତି ମହୋଦୟଙ୍କ ଦ୍ୱାରା ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ସହ ବଜେଟ ଅଧିବେଶନ ବି ଆରମ୍ଭ ହୋଇଯାଇଛି । ଏସବୁ ମଧ୍ୟରେ ଆଉ ଗୋଟିଏ କାର୍ଯ୍ୟ ମଧ୍ୟ ହେଲା, ଯାହାକୁ ଆମେ ସମସ୍ତେ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଉ । ତାହା ହେଉଛି – ପଦ୍ମ ପୁରସ୍କାରର ଘୋଷଣା । ଅସାଧାରଣ କାର୍ଯ୍ୟ କରୁଥିବା ଲୋକଙ୍କୁ ସେମାନଙ୍କ ଉପଲବ୍ଧି ଓ ମାନବଜାତି ପ୍ରତି ସେମାନଙ୍କ ଅବଦାନ ପାଇଁ ଦେଶ ସମ୍ମାନିତ କଲା । ଚଳିତ ବର୍ଷ ମଧ୍ୟ ପୁରସ୍କାର ଲାଭ କରିଥିବା ଲୋକଙ୍କ ମଧ୍ୟରେ ସେହିମାନେ ରହିଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଖୁବ ଭଲ କାମ କରିଛନ୍ତି, ନିଜ କାର୍ଯ୍ୟ ଦ୍ୱାରା କାହାରି ଜୀବନକୁ ବଦଳାଇଛନ୍ତି, ଦେଶକୁ ଆଗକୁ ବଢ଼ାଇଛନ୍ତି । ଅର୍ଥାତ, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା 'ଅନସଙ୍ଗ ହିରୋ' ମାନଙ୍କୁ ପଦ୍ମ ସମ୍ମାନ ଦେବାର ଯେଉଁ ପରମ୍ପରା ଦେଶ କିଛି ବର୍ଷ ପୂର୍ବେ ଆରମ୍ଭ କରିଛି, ତାହାକୁ ଏ ବର୍ଷ ମଧ୍ୟ ବଜାୟ ରଖାଗଲା । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଲୋକମାନଙ୍କ ବିଷୟରେ, ସେମାନଙ୍କ ଅବଦାନ ବିଷୟରେ ନିଶ୍ଚୟ ଜାଣନ୍ତୁ । ପରିବାରରେ ସେମାନଙ୍କ ବିଷୟରେ ଆଲୋଚନା କରନ୍ତୁ । ଦେଖିବେ, ସମସ୍ତଙ୍କୁ ଏଥିରୁ କେତେ ପ୍ରେରଣା ମିଳୁଛି !

ଏହି ମାସରେ କ୍ରିକେଟ ପିଚ୍‌ରୁ ବି ଖୁବ ଭଲ ଖବର ମିଳିଲା । ପ୍ରାରମ୍ଭିକ ଅସୁବିଧା ପରେ ଆମ କ୍ରିକେଟ ଟିମ୍ ପୁଣିଥରେ ଖୁବ ସୁନ୍ଦର ପ୍ରଦର୍ଶନ ସହ ଅଷ୍ଟ୍ରେଲିଆରେ ସିରିଜ ଜିତିଲା । ଆମ ଖେଳାଳିମାନଙ୍କ କଠିନ ପରିଶ୍ରମ ଏବଂ ଟିମ୍‌ୱାର୍କ ପ୍ରେରଣାଦାୟୀ । ଏଇସବୁ ଭିତରେ ଦିଲ୍ଲୀରେ ଜାନୁଆରୀ 26 ଦିନ ତ୍ରିରଙ୍ଗାର ଅପମାନ ଦେଖି ଦେଶ ବହୁତ ଦୁଃଖ ମଧ୍ୟ ଅନୁଭବ କଲା । ଆଗାମୀ ସମୟକୁ ଆମକୁ ନୂତନ ଆଶା ଏବଂ ଉଦ୍ଦୀପନା ସହ ପୂରଣ କରିବାକୁ ହେବ । ଗତବର୍ଷ ଆମେ ଅସାଧାରଣ ସଂଯମ ଓ ସାହସର ପରିଚୟ ଦେଇଥିଲୁ । ଏ ବର୍ଷ ମଧ୍ୟ ଆମକୁ କଠିନ ପରିଶ୍ରମ କରି ଆମର ସଂକଳ୍ପଗୁଡ଼ିକୁ ସାକାର କରିବାକୁ ହେବ । ଆମ ଦେଶକୁ ଆହୁରି ତୀବ୍ର ଗତିରେ ଆଗେଇ ନେବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଏହି ବର୍ଷ ଆରମ୍ଭରେ କରୋନା ସହ ଆମ ସଂଗ୍ରାମକୁ ପ୍ରାୟ ବର୍ଷେ ପୁରିଲା । କରୋନା ବିରୁଦ୍ଧରେ ଭାରତର ସଂଗ୍ରାମ ଯେମିତି ଗୋଟିଏ ଉଦାହରଣ ସୃଷ୍ଟି କରିଛି, ସେହିଭଳି ଆମର ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ସାରା ବିଶ୍ୱରେ ଗୋଟିଏ ଉଦାହରଣ ହେବାକୁ ଯାଉଛି । ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ପରିଚାଳିତ କରୁଛି । ଆଉ ଗୋଟିଏ ଗର୍ବର କଥା କ’ଣ, ଜାଣନ୍ତି କି? ଆମେ ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସହ ବିଶ୍ୱରେ ସବୁଠାରୁ କ୍ଷିପ୍ର ଗତିରେ ଆମର ନାଗରିକମାନଙ୍କୁ ଟିକା ପ୍ରଦାନ କରିଚାଲିଛୁ । ଆମେରିକା ଭଳି ସମୃଦ୍ଧ ଦେଶରେ ଟିକାକରଣ କାର୍ଯ୍ୟ ପାଇଁ 18 ଦିନ ଏବଂ ବ୍ରିଟେନକୁ ଏଥିପାଇଁ 36 ଦିନ ସମୟ ଲାଗିଥିବା ବେଳେ ଭାରତ ମାତ୍ର 15 ଦିନରେ ଏହାର 30 ଲକ୍ଷରୁ ଅଧିକ କରୋନା ଯୋଦ୍ଧାମାନଙ୍କ ଟିକାକରଣ କରିସାରିଛି ।

ବନ୍ଧୁଗଣ, ମେଡ–ଇନ୍‌–ଇଣ୍ଡିଆ ଟିକା ଏକ ପକ୍ଷରେ ଭାରତର ଆତ୍ମନିର୍ଭରତାର ପ୍ରତୀକ ହୋଇଥିବାବେଳେ ଅପରପକ୍ଷରେ ଏହା ଭାରତର ଆତ୍ମଗୌରବର ମଧ୍ୟ ପ୍ରତୀକ ପାଲଟିଛି । ନମୋ ଆପ୍‌ରେ ୟୁ.ପି.ରୁ ଭାଇ ହିମାଂଶୁ ଯାଦବ ଲେଖିଛନ୍ତି ଯେ, ମେଡ–ଇନ୍‌–ଇଣ୍ଡିଆ ଟିକା ଯୋଗୁଁ ମନରେ ଗୋଟିଏ ନୂତନ ଆତ୍ମବିଶ୍ୱାସ ଜାଗ୍ରତ ହୋଇଛି । ମଦୁରାଇରୁ କିର୍ତୀ ଲେଖିଛନ୍ତି ଯେ, ତାଙ୍କର ଅନେକ ବିଦେଶୀ ବନ୍ଧୁ ତାଙ୍କୁ ମେସେଜ ପଠାଇ ଭାରତକୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି । କିର୍ତୀଙ୍କ ବନ୍ଧୁମାନେ ତାଙ୍କୁ ଲେଖିଛନ୍ତି ଯେ, କରୋନା ସହ ସଂଗ୍ରାମରେ ଭାରତ ଯେଉଁଭଳି ଭାବରେ ବିଶ୍ୱକୁ ସାହାଯ୍ୟ କରିଛି, ଏହାଦ୍ୱାରା ଭାରତ ପାଇଁ ତାଙ୍କ ମନରେ ସମ୍ମାନ ଆହୁରି ବୃଦ୍ଧି ପାଇଛି । କିର୍ତୀ, ଦେଶର ଏହି ଗୌରବଗାନ ଶୁଣି, ‘ମନ କି ବାତ୍‌’ର ଶ୍ରୋତାମାନଙ୍କୁ ବି ଗର୍ବ ଅନୁଭବ ହେବ । ଆଜିକାଲି ମୋତେ ମଧ୍ୟ ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମାନଙ୍କ ତରଫରୁ ଏଭଳି ବାର୍ତ୍ତାମାନ ମିଳୁଛି । ଆପଣମାନେ ମଧ୍ୟ ଲକ୍ଷ୍ୟ କରିଥିବେ ଯେ, ନିକଟରେ ବ୍ରାଜିଲର ରାଷ୍ଟ୍ରପତି ମଧ୍ୟ ତାଙ୍କର ଟ୍ୱିଟ୍ ବାର୍ତ୍ତା ମାଧ୍ୟମରେ ଯେଉଁଭଳି ଭାରତକୁ ଧନ୍ୟବାଦ ଦେଇଛନ୍ତି, ତାହାଦେଖି ପ୍ରତ୍ୟେକ ଭାରତୀୟଙ୍କୁ କେତେ ଭଲ ଲାଗିଲା । ହଜାର ହଜାର କିଲୋମିଟର ଦୂର ବିଶ୍ୱର କୋଣ–ଅନୁକୋଣରେ ବାସ କରୁଥିବା ଲୋକେ ରାମାୟଣର ସେହି ପ୍ରସଙ୍ଗକୁ ବ୍ରାଜିଲ ରାଷ୍ଟ୍ରପତିଙ୍କ ଟ୍ୱିଟ୍‌ରେ ଦେଖି ଭଲ ଭାବରେ ଅନୁମାନ କରିପାରୁଥିବେ, ତାଙ୍କ ମନରେ ରାମାୟଣର କେତେ ପ୍ରଭାବ ରହିଛି! ଏହାହିଁ ଆମ ସଂସ୍କୃତିର ବୈଶିଷ୍ଟ୍ୟ ।

ବନ୍ଧୁଗଣ, ଏହି ଟିକାକରଣ କାର୍ଯ୍ୟକ୍ରମରେ ଆଉ ଗୋଟିଏ କଥା ଲକ୍ଷ୍ୟ କରିଥିବେ । ବିପଦ ସମୟରେ ଭାରତ ବିଶ୍ୱକୁ ଏଥିପାଇଁ ସେବା ଯୋଗାଇପାରୁଛି, କାରଣ ଭାରତ ଆଜି ଔଷଧ ଏବଂ ଟିକାକୁ ନେଇ ସକ୍ଷମ, ଆତ୍ମନିର୍ଭର । ଆତ୍ମନିର୍ଭର ଭାରତ ଅଭିଯାନର ଚିନ୍ତାଧାରା ମଧ୍ୟ ଏହିଭଳି । ଭାରତ ଯେତେ ସକ୍ଷମ ହେବ, ସେତିକି ଅଧିକ ମାନବଜାତିର ସେବା କରିବ, ବିଶ୍ୱ ସେତେ ଅଧିକ ଲାଭବାନ ହେବ ।

ମୋର ପ୍ରିୟ ଦେଶବାସୀଗଣ, ପ୍ରତି ଥର ଆପଣମାନଙ୍କର ବହୁତଗୁଡ଼ିଏ ଚିଠି ମିଳିଥାଏ । ନମୋ ଆପ୍ ଏବଂ ମାଇଗଭ୍‌ରେ ଆପଣମାନଙ୍କ ମେସେଜ ଓ ଫୋନ କଲ୍ ମାଧ୍ୟମରେ ଆପଣମାନଙ୍କ କଥା ଜାଣିବାର ସୁଯୋଗ ମିଳେ । ଏହି ବାର୍ତ୍ତାଗୁଡ଼ିକ ମଧ୍ୟରୁ ଗୋଟିଏ ମୋ ଦୃଷ୍ଟି ଆକର୍ଷଣ କଲା । ତାହା ହେଉଛି ଭଉଣୀ ପ୍ରିୟଙ୍କା ପାଣ୍ଡେଙ୍କ ବାର୍ତ୍ତା । 23 ବର୍ଷ ବୟସ୍କ ପ୍ରିୟଙ୍କା ହିନ୍ଦୀ ସାହିତ୍ୟର ଛାତ୍ରୀ ଏବଂ ବିହାରର ସିୱାନ୍‌ର ବାସିନ୍ଦା । ପ୍ରିୟଙ୍କା ନମୋ ଆପ୍‌ରେ ଲେଖିଛନ୍ତି ଯେ, ଦେଶର 15ଟି ଦେଶୀୟ ପର୍ଯ୍ୟଟନ ସ୍ଥଳକୁ ବୁଲିଯିବାର ମୋ ପରାମର୍ଶରେ ସେ ଖୁବ ପ୍ରେରିତ ହୋଇଥିଲେ । ତେଣୁ, ଜାନୁଆରୀ 1 ତାରିଖ ଦିନ ସେ ଗୋଟିଏ ସ୍ଥାନ ପାଇଁ ବାହାରିଲେ, ଯାହା ଗୋଟିଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ସେ ସ୍ଥାନଟି ଥିଲା ତାଙ୍କ ଘରଠାରୁ 15 କିଲୋମିଟର ଦୂରରେ ଅବସ୍ଥିତ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ପୈତୃକ ନିବାସ ସ୍ଥାନ । ପ୍ରିୟଙ୍କା ଗୋଟିଏ ସୁନ୍ଦର କଥା ଲେଖିଛନ୍ତି ଯେ, ଆମ ଦେଶର ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିବାର ଏହା ଥିଲା ତାଙ୍କର ପ୍ରଥମ ପଦକ୍ଷେପ । ପ୍ରିୟଙ୍କା ସେଠାରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ରଚିତ ଅନେକ ବହି ଦେଖିବାକୁ ପାଇଲେ, ଅନେକ ଐତିହାସିକ ଫଟୋ ଦେଖିବାକୁ ପାଇଲେ । ପ୍ରିୟଙ୍କା ଜୀ, ବାସ୍ତବରେ ଆପଣଙ୍କ ଏହି ଅନୁଭୂତି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।

ବନ୍ଧୁଗଣ, ଚଳିତ ବର୍ଷ ଭାରତ ଏହାର ସ୍ୱାଧୀନତା ପ୍ରାପ୍ତିର 75 ବର୍ଷ ପୂର୍ତି ଉତ୍ସବ – ଅମୃତ ମହୋତ୍ସବ ଆରମ୍ଭ କରିବାକୁ ଯାଉଛି । ଯେଉଁ ମହାନାୟକମାନଙ୍କ ଯୋଗୁଁ ଆମକୁ ସ୍ୱାଧୀନତା ମିଳିଛି ସେମାନଙ୍କ ସହ ଜଡିତ ଅଂଚଳଗୁଡିକ ସମ୍ପର୍କରେ ସୂଚନା ସଂଗ୍ରହ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ ।

ବନ୍ଧୁଗଣ, ଯେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମ ଓ ବିହାର ବିଷୟରେ କଥା ହେଉଛୁ, ସେତେବେଳେ ନମୋ ଆପ୍‌ରେ ଦିଆଯାଇଥିବା ଆଉ ଗୋଟିଏ ମନ୍ତବ୍ୟ ସମ୍ପର୍କରେ ମଧ୍ୟ ମୁଁ ଆଲୋଚନା କରିବାକୁ ଚାହୁଁଛି । ମୁଙ୍ଗେରରେ ରହୁଥିବା ଜୟରାମ ବିପ୍ଳବ ମୋତେ ତାରାପୁର ଶହୀଦ ଦିବସ ବିଷୟରେ ଲେଖିଛନ୍ତି । 1932 ମସିହା, ଫେବୃଆରୀ 15 ତାରିଖ । ଇଂରେଜମାନେ ଦେଶଭକ୍ତମାନଙ୍କର ଗୋଟିଏ ଦଳର ଅନେକ ବୀର ଯୁବକମାନଙ୍କୁ ଖୁବ ନୃଶଂସ ଭାବେ ହତ୍ୟା କରିଦେଲେ । ସେମାନଙ୍କ ଅପରାଧ ଏତିକି ମାତ୍ର ଥିଲା ଯେ, ସେମାନେ ବନ୍ଦେ ମାତରମ୍ ଓ ଭାରତମାତା କି ଜୟ ବୋଲି ସ୍ଲୋଗାନ ଦେଉଥିଲେ । ମୁଁ ସେହି ଶହୀଦମାନଙ୍କୁ ପ୍ରଣାମ କରୁଛି ଏବଂ ସେମାନଙ୍କ ସାହସକୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି । ମୁଁ ଜୟରାମ ବିପ୍ଳବଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସେ ଏଭଳି ଗୋଟିଏ ଘଟଣା ଦେଶର ଲୋକଙ୍କ ଦୃଷ୍ଟିକୁ ଆଣିଲେ, ଯାହା ଉପରେ ସେତେ ଆଲୋଚନା କରାଯାଇନାହିଁ,

ମୋର ପ୍ରିୟ ଦେଶବାସୀଗଣ, ଭାରତର ପ୍ରତ୍ୟେକ ଅଂଶରେ, ପ୍ରତ୍ୟେକ ସହରରେ, ଗାଁ–ଗହଳିରେ ସ୍ୱାଧୀନତା ପାଇଁ ପୁରା ଦମ୍‌ରେ ସଂଗ୍ରାମ ଚାଲିଥିଲା । ଭାରତ ଭୂମିର ପ୍ରତ୍ୟେକ କୋଣରେ ଏଭଳି ବୀରପୁତ୍ର ଏବଂ ବୀରାଙ୍ଗନାମାନେ ଜନ୍ମଗ୍ରହଣ କରିଥିଲେ, ଯେଉଁମାନେ ଦେଶ ପାଇଁ ନିଜର ପ୍ରାଣବଳି ଦେଲେ । ଏଭଳି ପରିସ୍ଥିତିରେ ଆମ ପାଇଁ ସେମାନେ କରିଥିବା ସଂଘର୍ଷ ଏବଂ ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିରଖିବା ଆମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ସମ୍ପର୍କରେ ଲେଖି ଆମେ ସେମାନଙ୍କ ସ୍ମୃତିକୁ ଆମର ଆଗାମୀ ପିଢ଼ି ପାଇଁ ଜୀବିତ ରଖିପାରିବା । ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷକରି ଆମର ଯୁବବନ୍ଧୁମାନଙ୍କୁ ଆହ୍ୱାନ କରୁଛି, ସେମାନେ ଦେଶର ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ କଥାମାନ ଲେଖନ୍ତୁ । ନିଜ ଅଂଚଳରେ ସ୍ୱାଧୀନତା ସଂଗ୍ରାମ ସମୟର ବୀରତ୍ୱର କାହାଣୀଗୁଡ଼ିକ ସମ୍ପର୍କରେ ପୁସ୍ତକ ରଚନା କରନ୍ତୁ । ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରୁଥିବା ସମୟରେ ଆପଣଙ୍କ ଲେଖା ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଯୁବ ଲେଖକ–ଲେଖିକାଙ୍କ ପାଇଁ ଇଣ୍ଡିଆ ସେଭେଂଟିଫାଇଭ୍ ଉଦ୍ଦେଶ୍ୟରେ ଗୋଟିଏ ନୂତନ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିରେ ସମସ୍ତ ରାଜ୍ୟ ଓ ଭାଷାର ଯୁବ ଲେଖକ–ଲେଖିକାଙ୍କୁ ପ୍ରୋତ୍ସାହନ ମିଳିବ । ଦେଶରେ ବହୁ ସଂଖ୍ୟାରେ ଏଭଳି ବିଷୟଗୁଡ଼ିକ ଉପରେ ଲେଖିବା ପାଇଁ ଲେଖକ–ଲେଖିକା ବାହାରିବେ, ଯେଉଁମାନଙ୍କର ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଗଭୀର ଜ୍ଞାନ ଥିବ । ସେହିଭଳି ଉଦୀୟମାନ ପ୍ରତିଭାଙ୍କୁ ଆମକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ହେବ । ଏହାଦ୍ୱାରା ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରୁଥିବା ବୁଦ୍ଧିଜୀବି ମାନଙ୍କର ଗୋଟିଏ ଶ୍ରେଣୀ ମଧ୍ୟ ସୃଷ୍ଟି ହେବ । ମୁଁ ଆମର ଯୁବସାଥୀମାନଙ୍କୁ ଏହି ଉଦ୍ୟମର ଅଂଶ ହେବା ସହ ନିଜର ସାହିତ୍ୟିକ କଳାର ଅଧିକରୁ ଅଧିକ ଉପଯୋଗ କରିବା ପାଇଁ ନିମନ୍ତ୍ରଣ ଜଣାଉଛି । ଏ ସମ୍ପର୍କରେ ଅଧିକ ବିବରଣୀ ଶିକ୍ଷା ମନ୍ତ୍ରଣାଳୟର ୱେବ୍‌ସାଇଟ୍‌ରୁ ପାଇପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍‌’ରେ ଶ୍ରୋତାମାନଙ୍କୁ କ’ଣ ଅଧିକ ଭଲ ଲାଗେ ତାହା ଆପଣମାନେ ହିଁ ଭଲକରି ଜାଣନ୍ତି । କିନ୍ତୁ ମୋତେ ‘ମନ୍ କି ବାତ୍‌’ରେ ସବୁଠାରୁ ଏ ଥା ଭଲ ଲାଗେ ଯେ, ଏଥିରୁ ବହୁତ କଥା ଜାଣିବାକୁ, ଶିଖିବାକୁ ଓ ପଢ଼ିବାକୁ ମିଳେ । ଏକ ପ୍ରକାର ପରୋକ୍ଷ ଭାବେ ଆପଣ ସମସ୍ତଙ୍କ ସହ ଯୋଡ଼ିହେବାର ସୁଯୋଗ ମିଳେ । କାହାରି ପ୍ରଚେଷ୍ଟା, କାହାର ଉତ୍ସାହ, ଦେଶ ପାଇଁ କିଛି କରିଯିବାର କାହାର ଉଦ୍ୟମ – ଏସବୁ ମୋତେ ବହୁତ ପ୍ରେରଣା ଯୋଗାଏ, ଶକ୍ତିରେ ଭରିଦିଏ ।

ହାଇଦ୍ରାବାଦର ବୋୟିନପଲ୍ଲୀରେ ଗୋଟିଏ ପରିବା ବଜାର ରହିଛି । ଏହା କିଭଳି ନିଜର ଦାୟିତ୍ୱ ତୁଲାଉଛି, ସେକଥା ପଢ଼ି ମୋତେ ବହୁତ ଭଲ ଲାଗିଲା । ଆମେ ସମସ୍ତେ ଦେଖିଛୁ ଯେ, ପରିବା ବଜାରମାନଙ୍କରେ ଅନେକ କାରଣରୁ ବହୁତ ପରିବା ନଷ୍ଟ ହୋଇଥାଏ । ନଷ୍ଟ ହୋଇଯାଇଥିବା ସେହି ପରିବା ଆବର୍ଜନା ସୃଷ୍ଟି କରେ । କିନ୍ତୁ ବୋୟିନପଲ୍ଲୀ ପରିବା ବଜାରର ଲୋକେ ଏହା ସ୍ଥିର କଲେ ଯେ, ପ୍ରତିଦିନ ଏମିତି ନଷ୍ଟ ହେଉଥିବା ପରିବାକୁ ଫୋପଡ଼ା ଯିବ ନାହିଁ । ପରିବା ବଜାର ସହ ଜଡ଼ିତ ଲୋକେ ଏଥିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ପାଇଁ ସ୍ଥିର କଲେ । ପଚି–ସଢ଼ି ଯାଇଥିବା ପରିବାରୁ ବିଜୁଳି ଶକ୍ତି ଉତ୍ପାଦନ କଥା ହୁଏତ ଆପଣମାନେ ଶୁଣି ନ ଥିବେ । ଏହାହିଁ ତ ନବୋନ୍ମେଷର ଶକ୍ତି । ଆଗରୁ ବୋୟିନପଲ୍ଲୀ ପରିବା ବଜାରରେ ଯାହା ବର୍ଜ୍ୟବସ୍ତୁ ଥିଲା, ଆଜି ସେଥିରୁ ୱେଲ୍‌ଥ କ୍ରିଏଟ୍ ହେଉଛି । ଏହାହିଁ ତ ଆବର୍ଜନାରୁ ଅମୂଲ୍ୟ ସମ୍ପଦ ତିଆରିର ଯାତ୍ରା । ପ୍ରତିଦିନ ସେଠାରୁ 10 ଟନ୍ ବର୍ଜ୍ୟ ପଦାର୍ଥ ବାହାରୁଛି । ଏହାକୁ ଗୋଟିଏ ପ୍ଲାଂଟରେ ସଂଗୃହିତ କରାଯାଉଛି । ସେହି ପ୍ଲାଂଟରେ ଏଥିରୁ ପ୍ରତିଦିନ 500 ୟୁନିଟ ବିଜୁଳି ଶକ୍ତି ଉତ୍ପାଦନ କରାଯାଉଛି ଆଉ ପ୍ରାୟ 30 କିଲୋଗ୍ରାମ ବାୟୋ–ଫୁଏଲ୍ ମଧ୍ୟ ଉତ୍ପାଦିତ ହେଉଛି । ସେଥିରେ ବଜାରର କ୍ୟାଣ୍ଟିନରେ ରୋଷେଇ କରାଯାଉଛି । ଏହା ଗୋଟିଏ ପ୍ରଶଂସନୀୟ ଉଦ୍ୟମ ନୁହେଁ କି?

ଏହିଭଳି ଆଉ ଗୋଟିଏ ଚମତ୍କାର କରି ଦେଖାଇଛନ୍ତି – ହରିୟାଣା ପଂଚକୁଲାର ବଡ଼ୌତ୍ ଗ୍ରାମପଂଚାୟତ । ଏହି ପଂଚାୟତ ଅଂଚଳରେ ଜଳ ନିଷ୍କାସନ ଏକ ସମସ୍ୟା ଥିଲା । ଏହା ଫଳରେ ଦୂଷିତ ପାଣି ଏଣେ ତେଣେ ମାଡ଼ୁଥିଲା, ରୋଗ ସୃଷ୍ଟି କରୁଥିଲା । କିନ୍ତୁ ବଡ଼ୌତ୍‌ର ଲୋକେ ଏହି ୱେଷ୍ଟ ୱାଟର୍‌ରୁ ୱେଲ୍‌ଥ କ୍ରିଏଟ୍ କରିବାକୁ ସ୍ଥିର କଲେ । ସାରା ଗାଁରୁ ବାହାରୁଥିବା ଦୂଷିତ ପାଣିକୁ ଗ୍ରାମପଂଚାୟତ କାର୍ଯ୍ୟାଳୟ ଗୋଟିଏ ଜାଗାରେ ଏକତ୍ରିତ କରି ଫିଲ୍ଟର କରିବା ଆରମ୍ଭ କଲା । ଫିଲ୍ଟର ହୋଇଥିବା ଏହି ପାଣି, ଏବେ ଗାଁର ଚାଷୀମାନେ ସେମାନଙ୍କ କ୍ଷେତରେ ଜଳସେଚନ ପାଇଁ ବ୍ୟବହାର କରୁଛନ୍ତି । ମାନେ, ପ୍ରଦୂଷଣ, ଆବର୍ଜନା ଏବଂ ରୋଗରୁ ମୁକ୍ତି ସାଙ୍ଗକୁ କ୍ଷେତରେ ଜଳସେଚନ ସମସ୍ୟାର ମଧ୍ୟ ସମାଧାନ ହୋଇପାରିଛି ।

ବନ୍ଧୁଗଣ, ପରିବେଶ ସୁରକ୍ଷା ସହ ରୋଜଗାରର ବାଟ ମଧ୍ୟ କେମିତି ଫିଟିଥାଏ, ଏହାର ଗୋଟିଏ ଉଦାହରଣ ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ମଧ୍ୟ ଦେଖିବାକୁ ମିଳିଲା । ଅରୁଣାଚଳ ପ୍ରଦେଶର ଏହି ପାର୍ବତ୍ୟ ଅଂଚଳରେ ଶହ ଶହ ବର୍ଷ ଧରି ମୋନ୍ ଶୁଗୁ ନାମକ ଗୋଟିଏ କାଗଜ ତିଆରି କରାଯାଇଥାଏ । ଏହି କାଗଜ ଏଠାକାର ଶୁଗୁ ଶେଙ୍ଗ ନାମକ ଗୋଟିଏ ବୃକ୍ଷର ବକ୍କଳରୁ ତିଆରି କରାଯାଏ, ତେଣୁ ଏହି କାଗଜ ତିଆରି କରିବା ପାଇଁ ଗଛ କାଟିବାକୁ ପଡ଼ି ନ ଥାଏ । ତାଛଡ଼ା ଏହାକୁ ତିଆରି କରିବା ପାଇଁ କୌଣସି କେମିକାଲ୍ ମଧ୍ୟ ପ୍ରୟୋଗ କରାଯାଏ ନାହିଁ । ଅର୍ଥାତ, ଏହି କାଗଜ ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ । ଦିନ ଥିଲା, ଏହି କାଗଜ ରପ୍ତାନୀ ହେଉଥିଲା । କିନ୍ତୁ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଯେତେବେଳେ ବହୁ ପରିମାଣରେ କାଗଜ ତିଆରି ହେବାକୁ ଲାଗିଲା, ସେତେବେଳେ ଏହି ସ୍ଥାନୀୟ କଳା ବିଲୁପ୍ତ ହେବାକୁ ବସିଲା । ଏବେ ଜଣେ ସ୍ଥାନୀୟ ସାମାଜିକ କର୍ମକର୍ତ୍ତା ଗୋମ୍ବୁ ଏହି କଳାକୁ ପୁନର୍ଜୀବିତ କରିବାର ପ୍ରଚେଷ୍ଟା କରିଛନ୍ତି । ଯାହା ଫଳରେ ଏଠାକାର ଆଦିବାସୀ ଭାଇ–ଭଉଣୀମାନଙ୍କୁ ରୋଜଗାର ମଧ୍ୟ ମିଳିପାରୁଛି ।

ମୁଁ କେରଳର ଆଉ ଗୋଟିଏ ଖବର ଦେଖିଛି, ଯାହା ଆମ ସମସ୍ତଙ୍କୁ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ କରୁଛି । କେରଳର କୋଟ୍ଟାୟାମ୍‌ଠାରେ ଜଣେ ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି – ଏନ.ଏସ. ରାଜପ୍ପନ ସାହେବ । ପାରାଲିସିସ୍ ଯୋଗୁଁ ରାଜପ୍ପନ ଚାଲିବାରେ ଅକ୍ଷମ, କିନ୍ତୁ ଏହାଦ୍ୱାରା ସ୍ୱଚ୍ଛତା ପ୍ରତି ତାଙ୍କ ସମର୍ପଣ ଭାବ ତିଳେହେଲେ ଊଣା ହୋଇନାହିଁ । ସେ ବିଗତ ଅନେକ ବର୍ଷ ଧରି ନାଆରେ ୱେମ୍ବନାଡ଼ ହ୍ରଦକୁ ଯାଉଛନ୍ତି ଏବଂ ହ୍ରଦରେ ଫୋପଡ଼ାଯାଇଥିବା ପ୍ଲାଷ୍ଟିକ ବୋତଲଗୁଡ଼ିକୁ ବାହାର କରି ନେଇ ଆସୁଛନ୍ତି । ଚିନ୍ତା କରନ୍ତୁ, ରାଜପ୍ପନଙ୍କର ଚିନ୍ତାଧାରା କେତେ ଉଚ୍ଚକୋଟୀର । ଆମେ ମଧ୍ୟ ରାଜପ୍ପନଙ୍କଠାରୁ ପ୍ରେରଣା ଗ୍ରହଣ କରି ସ୍ୱଚ୍ଛତା ପାଇଁ ଯେଉଁଠି ସମ୍ଭବ ନିଜର ଯୋଗଦାନ ଦେବା ଆବଶ୍ୟକ ।

ମୋର ପ୍ରିୟ ଦେଶବାସୀଗଣ, କିଛି ଦିନ ଆଗରୁ ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆମେରିକାର ସାନଫ୍ରାନ୍ସିସ୍କୋଠାରୁ ବେଙ୍ଗାଲୁରୁ ପାଇଁ ଗୋଟିଏ ନନ୍‌–ଷ୍ଟପ୍ ଫ୍ଲାଇଟ୍‌ର ନେତୃତ୍ୱ ଭାରତର ଚାରିଜଣ ମହିଳା ପାଇଲଟ୍ ନେଇଥିଲେ । ଦଶ ହଜାର କିଲୋମିଟରଠାରୁ ମଧ୍ୟ ଅଧିକ ଦୀର୍ଘ ଯାତ୍ରା ସମ୍ପୂର୍ଣ୍ଣ କରି ଏହି ଫ୍ଲାଇଟ୍ 225ରୁ ଅଧିକ ଯାତ୍ରୀଙ୍କୁ ନେଇ ଭାରତକୁ ଆସିଲା । ଏଥର ଜାନୁଆରୀ 26 ତାରିଖର ପରେଡ୍‌ରେ ମଧ୍ୟ ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଭାରତୀୟ ବାୟୁସେନାର ଦୁଇ ମହିଳା ଅଧିକାରୀ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଯେକୌଣସି କ୍ଷେତ୍ର ହେଉ, ମହିଳାମାନଙ୍କ ଭାଗିଦାରୀ ନିରନ୍ତର ଭାବେ ବୃଦ୍ଧି ପାଉଛି । କିନ୍ତୁ ଅଧିକାଂଶ ସମୟରେ ଆମେ ଦେଖୁ ଯେ, ଦେଶର ଗାଁମାନଙ୍କରେ ହେଉଥିବା ଏଭଳି ପରିବର୍ତ୍ତନ ବିଶେଷ ଭାବେ ଲୋକଲୋଚନକୁ ଆସିପାରେ ନାହିଁ । ତେଣୁ, ଯେତେବେଳେ ମୁଁ ମଧ୍ୟପ୍ରଦେଶର ଗୋଟିଏ ଖବର ଦେଖିଲି, ମୋତେ ଲାଗିଲା ଯେ ଏ ବିଷୟରେ ‘ମନ୍ କି ବାତ୍‌’ରେ ମୋର ନିଶ୍ଚୟ ଆଲୋଚନା କରିବା ଦରକାର । ଏହି ଖବର ଖୁବ ପ୍ରେରଣାଦାୟୀ । ଜବଲପୁରର ଚିଚ୍‌ଗାଓଁଠାରେ କେତେକ ଆଦିବାସୀ ସ୍ତ୍ରୀ ଲୋକ ଗୋଟିଏ ଧାନକଳରେ ଦିନ ମଜୁରିଆ ଭାବେ କାମ କରୁଥିଲେ । କରୋନା ମହାମାରୀ ଯେଉଁଭଳି ଭାବେ ସାରା ଦୁନିଆର ପ୍ରତ୍ୟେକ ଲୋକକୁ ପ୍ରଭାବିତ କଲା, ଏମାନେ ମଧ୍ୟ ସେଥିରେ ପ୍ରଭାବିତ ହେଲେ । ସେମାନଙ୍କ ଧାନକଳରେ କାମ ବନ୍ଦ ହୋଇଗଲା । ଏହାଦ୍ୱାରା ଆୟରେ ମଧ୍ୟ ଅସୁବିଧା ହେଲା । କିନ୍ତୁ ସେମାନେ ହତାଶ ହେଲେ ନାହିଁ । ସେମାନେ ହାର୍ ମାନିଲେ ନାହିଁ । ସେମାନେ ସମସ୍ତେ ମିଶି ନିଜର ଧାନକଳ ଆରମ୍ଭ କରିବାକୁ ସ୍ଥିର କଲେ । ଯେଉଁ କଳରେ ଏମାନେ କାମ କରୁଥିଲେ, ସେ ନିଜର ଯନ୍ତ୍ରପାତି ବିକ୍ରି କରିବାକୁ ଚାହୁଁଥିଲେ । ଏମାନଙ୍କ ମଧ୍ୟରୁ ମୀନା ରାହାଙ୍ଗଡାଲେ ସବୁ ମହିଳାମାନଙ୍କୁ ଏକାଠି କରି ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ । ସମସ୍ତେ ନିଜର ଜମା ଟଙ୍କା ଏଥିରେ ବିନିଯୋଗ କଲେ । ଯେତିକି ଟଙ୍କା ନିଅଂଟ ହେଲା ସେତିକି ପାଇଁ ଆଜୀବିକା ମିଶନ ଯୋଜନାରେ ବ୍ୟାଙ୍କରୁ ଋଣ କଲେ । ଏବେ ଦେଖନ୍ତୁ, ସେହି ଆଦିବାସୀ ମହିଳାମାନେ ସେ ଧାନକଳକୁ କିଣିଦେଇଛନ୍ତି, ଯେଉଁଠି ଦିନେ ସେମାନେ କାମ କରୁଥିଲେ । ଆଜି ସେମାନେ ନିଜର ଧାନକଳ ଚଳାଉଛନ୍ତି । ଏତିକି ଦିନରେ ଏହି ମିଲ୍ ପ୍ରାୟ ତିନି ଲକ୍ଷ ଟଙ୍କା ଲାଭ କରିସାରିଲାଣି । ଏହି ଲାଭରୁ ମୀନା ଏବଂ ତାଙ୍କ ସାଥୀମାନେ ସବୁଠୁ ଆଗ ବ୍ୟାଙ୍କ ଋଣ ପରିଶୋଧ ଓ ପରେ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । କରୋନା ଯେଉଁ ପରିସ୍ଥିତି ସୃଷ୍ଟି କଲା, ତାହାର ମୁକାବିଲା କରିବା ପାଇଁ ଦେଶର କୋଣ ଅନୁକୋଣରେ ଏଭଳି ଚମତ୍କାର କାର୍ଯ୍ୟମାନ ହୋଇଛି ।

ମୋର ପ୍ରିୟ ଦେଶବାସୀଗଣ, ଯଦି ମୁଁ ଆପଣଙ୍କୁ ବୁନ୍ଦେଲ୍‌ଖଣ୍ଡ କଥା କହିବି ତେବେ ଆପଣଙ୍କ ମନ ଭିତରେ କେଉଁ କେଉଁ ଜିନିଷ ପ୍ରଥମେ ଆସିବ? ଇତିହାସରେ ରୁଚି ରଖୁଥିବା ଲୋକେ ଏହି ଅଂଚଳକୁ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ସହ ଯୋଡ଼ିବେ । ସେହିପରି କିଛିଲୋକ ସୁନ୍ଦର ଓ ଶାନ୍ତ ‘ଓର୍‌ଛା’ ସମ୍ପର୍କରେ ଭାବିବେ । କିଛି ଲୋକ ଏହି ଅଂଚଳରେ ଅନୁଭୂତ ହେଉଥିବା ଅତ୍ୟଧିକ ଗରମ ବିଷୟ ମନେପକାଇବେ; କିନ୍ତୁ ଆଜିକାଲି ସେଇଠି କିଛି ଅଲଗା ହେଉଛି, ଯାହା ବହୁତ ଉତ୍ସାହବର୍ଦ୍ଧକ; ଏବଂ ଯାହା ସମ୍ପର୍କରେ ଆମେ ନିହାତି ଜାଣିବା ଆବଶ୍ୟକ । କିଛିଦିନ ତଳେ ଝାନ୍‌ସୀରେ ମାସେ ଧରି ଚାଲିବାକୁ ଥିବା ‘Strawberry festival’ ଆରମ୍ଭ ହୋଇଛି । ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ Strawberry ଆଉ ବୁନ୍ଦେଲ୍‌ଖଣ୍ଡ! କିନ୍ତୁ ଏହା ସତ । ଏବେ ବୁନ୍ଦେଲଖଣ୍ଡରେ Strawberry ଚାଷକୁ ନେଇ ଉତ୍ସାହ ବଢ଼ୁଛି ଏବଂ ଏଥିରେ ବଡ଼ ଭୂମିକା ତୁଲାଇଛନ୍ତି ଝାନ୍‌ସୀର ଜଣେ ଝିଅ ଗୁର୍‌ଲୀନ ଚାୱଲା । ଆଇନ ଛାତ୍ରୀ ଗୁରଲୀନ ପ୍ରଥମେ ନିଜ ଘରେ ଓ ପରେ ନିଜ କ୍ଷେତରେ ସଫଳ ଭାବେ Strawberry ଚାଷ କରି ବିଶ୍ୱାସ ସୃଷ୍ଟି କରିଛନ୍ତି ଯେ ଝାନ୍‌ସୀରେ ମଧ୍ୟ ଏହା ସମ୍ଭବ ହୋଇପାରିବ । ଝାନ୍‌ସୀର ‘Strawberry festival’ Stay At Home concept ଉପରେ ଗୁରୁତ୍ୱ ଦେଇଥାଏ । ଏହି ମହୋତ୍ସବ ମାଧ୍ୟମରେ ଚାଷୀ ଓ ଯୁବକ ଯୁବତୀମାନଙ୍କୁ ନିଜ ଘର ପଛପଟେ ଥିବା ଖାଲିସ୍ଥାନରେ ବା ଛାତ ଉପର Terrace Gardenରେ ବଗିଚା କରିବା ଏବଂ Strawberry ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି । ନୂଆ ପ୍ରଯୁକ୍ତି ସାହାଯ୍ୟରେ ଏପରି ପ୍ରୟାସ ଦେଶର ଅନ୍ୟ ଅଂଳରେ ମଧ୍ୟ ହେଉଛି । ଯେଉଁ Strawberry କେବେ ପାହାଡ଼ରେ ହେଉଥିଲା, ତାହା ଏବେ କଚ୍ଛର ବାଲିଆ ମାଟିରେ ହେବାକୁ ଆରମ୍ଭ କରିଛି, ଚାଷୀଙ୍କ ଆୟ ବଢ଼ୁଛି ।

ବନ୍ଧୁଗଣ, Strawberry Festival ଭଳି ପ୍ରୟୋଗ ନବୋନ୍ମେଷକୁ ତ ପ୍ରଦର୍ଶିତ କରୁଛି, ତା’ସହ ଏହା ବି ଦର୍ଶାଉଛି ଯେ ଆମ ଦେଶର କୃଷିକ୍ଷେତ୍ର କିପରି ନୂଆ ପ୍ରଯୁକ୍ତିବିଦ୍ୟାକୁ ମଧ୍ୟ ଆପଣାଉଛି ।

ବନ୍ଧୁଗଣ, କୃଷିକୁ ଆଧୁନିକ କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ ଏବଂ ସେଥିପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଏହି ପ୍ରୟାସ ଭବିଷ୍ୟତରେ ମଧ୍ୟ ଜାରି ରହିବ ।

ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ତଳେ ମୁଁ ଏକ ଭିଡିଓ ଦେଖିଲି । ସେହି ଭିଡିଓଟି ଥିଲା ପଶ୍ଚିମବଙ୍ଗର ୱେଷ୍ଟ୍ ମିଦନାପୁର ସ୍ଥିତ ‘ନୟା ପିଙ୍ଗ୍‌ଲା’ ଗାଁର ଜଣେ ଚିତ୍ରକର ସରମୁଦ୍ଦିନଙ୍କର । ରାମାୟଣ ଉପରେ ସେ ଆଙ୍କିଥିବା paintingଟି ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବାରୁ ସେ ଖୁସି ବ୍ୟକ୍ତ କରୁଥିଲେ । ଏଥିରେ ତାଙ୍କ ଗାଁର ଲୋକେ ମଧ୍ୟ ବହୁତ ଖୁସି । ଏହି ଭିଡିଓକୁ ଦେଖିବା ପରେ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଉତ୍ସୁକତା ବଢ଼ିଲା । ଏହି କ୍ରମରେ ମୋତେ ପଶ୍ଚିମବଙ୍ଗ ସହ ସଂପୃକ୍ତ ଏକ ବହୁତ ସୁନ୍ଦର କାମ ବିଷୟରେ ଜାଣିବାକୁ ମିଳିଲା, ଯାହାକୁ ମୁଁ ଆପଣମାନଙ୍କ ସହ ନିଶ୍ଚୟ କହିବାକୁ ଚାହିଁବି । ପର୍ଯ୍ୟଟନ ମନ୍ତ୍ରଣାଳୟର ଆଂଳିକ କାର୍ଯ୍ୟାଳୟ ମାସ ଆରମ୍ଭରେ ହିଁ ପଶ୍ଚିମବଙ୍ଗର ଗାଁଗୁଡ଼ିକରେ ଏକ Incredible India Weekend Getaway ଆରମ୍ଭ କରିଥିଲା । ଏଥିରେ ପଶ୍ଚିମ ମିଦନାପୁର, ବାଂକୁଡା, ବୀରଭୂମ, ପୁରୁଲିୟା, ପୂର୍ବ ବର୍ଦ୍ଧମାନର କଳାକାରମାନେ ପରିଦର୍ଶକଙ୍କ ପାଇଁ Handicraft Workshop ଆୟୋଜିତ କରିଥିଲେ । ମୋତେ ଏହା କୁହାଯାଇଛି ଯେ Incredible India Weekend Getaways ଅବସରରେ ଯେତିକି ହସ୍ତଶିଳ୍ପ ବିକ୍ରି ହୋଇଛି, ତାହା ହସ୍ତଶିଳ୍ପକାରଙ୍କ ପାଇଁ ଖୁବ୍ ପ୍ରୋତ୍ସାହନକାରୀ । ସାରା ଦେଶର ଲୋକେ ମଧ୍ୟ ନୂଆ ନୂଆ ଶୈଳୀରେ ଆମର କଳାକୁ ଲୋକପ୍ରିୟ କରୁଛନ୍ତି । ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କୁ ଦେଖନ୍ତୁ । ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ, କିନ୍ତୁ ଗତ କେଇ ମାସ ଭିତରେ ସେ ପଟ୍ଟଚିତ୍ରକଳା ଶିଖିବା ଆରମ୍ଭ କରିଥିଲେ ଓ ସେଥିରେ ନିପୁଣତା ମଧ୍ୟ ହାସଲ କରିସାରିଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସେ କେଉଁଥିରେ ଚିତ୍ର କରିଛନ୍ତି – Soft Stones! Soft Stones ଉପରେ । କଲେଜ ଯିବା ରାସ୍ତାରେ ଭାଗ୍ୟଶ୍ରୀଙ୍କୁ ଏହି Soft Stones ମିଳିଲା । ତାକୁ ସେ ଏକାଠି କଲେ ଓ ସଫା କଲେ । ପରେ ପ୍ରତିଦିନ ଦୁଇଘଂଟା ସେହି ପଥରଗୁଡ଼ିକ ଉପରେ ପଟ୍ଟଚିତ୍ର ଶୈଳୀରେ painting କଲେ । ସେ ଏହି ପଥରଗୁଡ଼ିକୁ paint କରି ତାକୁ ନିଜର ବନ୍ଧୁମାନଙ୍କୁ ଉପହାର ଦେଲେ । ଲକ୍‌ଡାଉନ ସମୟରେ ସେ ବୋତଲ ଉପରେ ମଧ୍ୟ ଚିତ୍ର କରିବା ଆରମ୍ଭ କରିଦେଲେ । ଏବେ ତ ସେ ଏହି କଳା ଉପରେ କର୍ମଶାଳା  ମଧ୍ୟ ଆୟୋଜିତ କରୁଛନ୍ତି । କିଛିଦିନ ତଳେ ସୁଭାଷ ବୋଷଙ୍କ ଜୟନ୍ତୀରେ ଭାଗ୍ୟଶ୍ରୀ ପଥର ଉପରେ ହିଁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ । ମୁଁ ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଦେଉଛି । ଚିତ୍ର ଏବଂ ରଙ୍ଗ ମାଧ୍ୟମରେ ବହୁତ କିଛି ନୂଆ ଶିଖାଯାଇପାରେ, କରାଯାଇପାରେ । ଝାଡ଼ଖଣ୍ଡର ଦୁମ୍‌କାରେ କରାଯାଇଥିବା ଏପରି ଏକ ପ୍ରୟାସ ବିଷୟରେ ମୋତେ କୁହାଯାଇଛି । ଏଠାରେ ସ୍କୁଲ ର ଜଣେ ପ୍ରିନ୍ସିପାଲ୍ ପିଲାଙ୍କୁ ପଢ଼ାଇବା ଓ ଶିଖାଇବା ପାଇଁ ଗାଁର କାନ୍ଥଗୁଡ଼ିକରେ ହିଁ ଇଂରାଜୀ ଓ ହିନ୍ଦୀର ଅକ୍ଷରଗୁଡ଼ିକୁ ଆଙ୍କିଦେଲେ । ତା’ସହ ସେଥିରେ ଭିନ୍ନ ଭିନ୍ନ ଚିତ୍ର ମଧ୍ୟ ଅଙ୍କାଇଲେ, ଯେଉଁଥିରେ ଗାଁର ପିଲାମାନଙ୍କୁ ବହୁତ ସହାୟତା ମିଳିଲା । ମୁଁ ଏପରି ସବୁ ଲୋକଙ୍କର ଅଭିନନ୍ଦନ କରୁଛି, ଯେଉଁମାନେ ଏପରି ପ୍ରୟାସରେ ଲାଗିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଭାରତଠାରୁ ହଜାର ହଜାର କିଲୋମିଟର ଦୂର, କେତେ ମହାସାଗର, ମହାଦ୍ୱୀପ ସେପଟେ ରହିଛି ଗୋଟିଏ ଦେଶ, ଯାହାର ନାଁ ଚିଲି । ଭାରତରୁ ଚିଲିରେ ପହଂଚିବା ପାଇଁ ବହୁତ ସମୟ ଲାଗିଥାଏ, କିନ୍ତୁ ସେଠାରେ ବହୁଦିନ ତଳୁ ହିଁ ଭାରତୀୟ ସଂସ୍କୃତିର ବାସ୍ନା ଚହଟିଛି । ଆଉ ଗୋଟିଏ ସ୍ୱତନ୍ତ୍ର କଥା ହେଉଛି ସେଠାରେ ଯୋଗ ବହୁତ ଲୋକପ୍ରିୟ । ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ ଚିଲିର ରାଜଧାନୀ ସାଂଟିଆଗୋରେ 30ରୁ ଅଧିକ ଯୋଗ ବିଦ୍ୟାଳୟ ରହିଛି । ଚିଲିରେ ଆନ୍ତର୍ଜାତିକ ଯୋଗ ଦିବସକୁ ମଧ୍ୟ ବହୁତ ଉତ୍ସାହରେ ପାଳନ କରାଯାଏ । ମୋତେ କୁହାଯାଇଛି ଯେ House of Deputiesରେ ଯୋଗ ଦିବସକୁ ନେଇ ବହୁତ ଉତ୍ସାହ ଉଦ୍ଦୀପନାର ପରିବେଶ ରହିଥାଏ । ଏହି କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଯୋଗର ଶକ୍ତିକୁ ଦେଖି, ଏବେ ସେଠାକାର ଲୋକେ ଯୋଗକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେଉଛନ୍ତି । ଚିଲିର କଂଗ୍ରେସ, ଅର୍ଥାତ ସେଠାକାର ପାର୍ଲାମେଂଟ ଏକ ପ୍ରସ୍ତାବ ଗୃହୀତ କରିଛି । ସେଠାରେ 4 ନଭେମ୍ବରକୁ ଜାତୀୟ ଯୋଗ ଦିବସ ଘୋଷଣା କରାଯାଇଛି । ଏବେ ଆପଣ ଭାବୁଥିବେ ଯେ 4 ନଭେମ୍ବର କାହିଁକି? 4 ନଭେମ୍ବର 1962 ରେ ହିଁ ଚିଲିର ପ୍ରଥମ ଯୋଗ ଅନୁଷ୍ଠାନ ହୋଜେ ରାଫାଲ୍ ଏଷ୍ଟ୍ରାଡାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ଦିନକୁ ଜାତୀୟ ଯୋଗ ଦିବସ ଘୋଷିତ କରି ଏଷ୍ଟ୍ରାଡାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଚିଲିର ପାର୍ଲାମେଂଟ ଦ୍ୱାରା ଏହା ଏକ ବିଶେଷ ସମ୍ମାନ, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବିତ । ହଁ, ଚିଲିର ସଂସଦ ସହ ଜଡ଼ିତ ଆଉ ଗୋଟିଏ କଥା ଆପଣଙ୍କୁ ବେଶ୍ ମଜାଦାର ଲାଗିବ । ଚିଲି ସିନେଟ୍‌ର ଉପାଧ୍ୟକ୍ଷଙ୍କ ନାମ ରବୀନ୍ଦ୍ରନାଥ କ୍ୱିଟେରାସ୍ । ତାଙ୍କର ଏହି ନାମ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଅନୁପ୍ରେରଣାରେ ରଖାଯାଇଛି ।

ମୋର ପ୍ରିୟ ଦେଶବାସୀଗଣ, ମହାରାଷ୍ଟ୍ର ଜାଲ୍‌ନାର ଡା. ସ୍ୱପ୍ନିଲ୍ ମନ୍ତ୍ରୀ ଏବଂ କେରଳ ପଲକ୍କଡ଼ର ପ୍ରହଲାଦ ରାଜଗୋପାଲନ ଅନୁରୋଧ କରିଛନ୍ତି ଯେ ମୁଁ ‘ମନ୍ କୀ ବାତ୍‌’ରେ ସଡ଼କ ସୁରକ୍ଷା ଉପରେ ମଧ୍ୟ ଆପଣଙ୍କ ସହ ଆଲୋଚନା କରେ । ଏହି ମାସ 18 ଜାନୁଆରୀରୁ 17 ଫେବୃଆରୀ ପର୍ଯ୍ୟନ୍ତ ଆମ ଦେଶ ‘ସଡ଼କ ସୁରକ୍ଷା ମାସ’ ବା ‘Road Safety Month’ ପାଳନ କରୁଛି । କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ସଡ଼କ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି । ଆଜି ଭାରତରେ ରାସ୍ତା ସୁରକ୍ଷା ପାଇଁ ସରକାରଙ୍କ ସହ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଅନେକ ପ୍ରକାରର ପ୍ରୟାସ କରାଯାଉଛି । ଜୀବନ ବଂଚାଇବା ପାଇଁ ଏହି ପ୍ରୟାସଗୁଡ଼ିକରେ ଆମେ ସମସ୍ତେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ ।

ବନ୍ଧୁଗଣ, ଆପଣ ଧ୍ୟାନ ଦେଇଥିଲେ ଯେ Border Road Organisation ଯେଉଁ ରାସ୍ତା ତିଆରି କରିଥାଏ, ସେପଟେ ଯିବାବେଳେ ଆପଣଙ୍କୁ ବହୁତ innovative slogans ଦେଖିବାକୁ ମିଳିବ । ‘This is highway not runway’ ବା ‘Be Mr. Late than Late Mr.’ । ଏସବୁ ସ୍ଲୋଗାନ ସଡ଼କରେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରିବା ନିମନ୍ତେ ବହୁତ ପ୍ରଭାବଶାଳୀ ହୋଇଥାଏ । ଏବେ ଆପଣ ମଧ୍ୟ ଏପରି innovative slogans ବା catchy phrases, MyGov ପଠାଇପାରିବେ । ଆପଣଙ୍କ ସର୍ବୋତମ ସ୍ଲୋଗାନ୍‌କୁ ଏହି ଅଭିଯାନରେ ଉପଯୋଗ କରାଯିବ ।

ବନ୍ଧୁଗଣ, ସଡ଼କ ସୁରକ୍ଷା ସମ୍ପର୍କରେ କହିବାବେଳେ ମୁଁ NaMo appରେ କୋଲକାତାର ଅପର୍ଣ୍ଣା ଦାସ କରିଥିବା ଏକ ପୋଷ୍ଟ୍ ବିଷୟରେ ଚର୍ଚ୍ଚା କରିବାକୁ ଚାହୁଁଛି । ଅପର୍ଣ୍ଣା ମୋତେ ‘‘FASTag programme’ ଉପରେ ଚର୍ଚ୍ଚା କରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କର କହିବା କଥା ହେଲା 'FASTag' ଦ୍ୱାରା ଯାତ୍ରାର ଅନୁଭବ ହିଁ ବଦଳିଯାଇଛି । ଏହାଦ୍ୱାରା ସମୟ ତ ବଂଚିଯାଏ, Toll Plazaରେ ଅଟକିବା, cash paymentର ଚିନ୍ତା କରିବା ଭଳି ସମସ୍ୟାଗୁଡ଼ିକର ମଧ୍ୟ ଅନ୍ତ ଘଟିଛି । ଅପର୍ଣ୍ଣାଙ୍କ  କଥା ଠିକ୍ ମଧ୍ୟ । ଆଗରୁ Toll Plazaରେ ଗୋଟିଏ ଗାଡ଼ିକୁ ହାରାହାରି 7 ରୁ 8 ମିନିଟ୍ ଲାଗିଯାଉଥିଲା, କିନ୍ତୁ ‘FASTag’ ଆସିବା ପରେ, ଏହି ସମୟ, ହାରାହାରି କେବଳ, ଦେଢ଼–ଦୁଇ ମିନିଟ୍ ଲାଗୁଛି । Toll Plaza ରେ waiting time କମିବା ଦ୍ୱାରା ଗାଡ଼ିର ଇନ୍ଧନ ମଧ୍ୟ ସଂଚୟ ହେଉଛି । ଏହାଦ୍ୱାରା ଦେଶବାସୀଙ୍କର ପ୍ରାୟ 21 ହଜାର କୋଟି ଟଙ୍କା ବଂଚିଯିବାର ଅନୁମାନ କରାଯାଇଛି, ଅର୍ଥାତ ଟଙ୍କା ରହିଗଲା ଆଉ ସମୟ ବି ନଷ୍ଟ ହେଲାନାହିଁ । ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନୁରୋଧ ଯେ ସମସ୍ତ ନିୟମକାନୁନ ପାଳନ କରି ନିଜର ଧ୍ୟାନ ରଖନ୍ତୁ ଓ ଅନ୍ୟର ଜୀବନକୁ ମଧ୍ୟ ବଂଚାନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆମର ଏଇଠି କୁହାଯାଏ– “ଜଳବିନ୍ଦୁ ନିପାତେନ କ୍ରମଶଃ ପୂର୍ଜତେ ଘଟଃ’’ । ଅର୍ଥାତ ଗୋଟିଏ ଗୋଟିଏ ବୁନ୍ଦାରେ ମାଠିଆ ପୂର୍ଣ୍ଣ ହୁଏ । ଆମର ଗୋଟିଏ ଗୋଟିଏ ପ୍ରୟାସରେ ହିଁ ଆମର ସଂକଳ୍ପ ସିଦ୍ଧ ହୋଇଥାଏ । ତେଣୁ, 2021 ଆରମ୍ଭରେ ଆମେ ଯେଉଁ ଲକ୍ଷ୍ୟ ରଖିଛୁ, ଆମେ ସମସ୍ତେ ମିଶି ଯଦି ତାକୁ ପୂରଣ କରିବା ତେବେ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏହି ବର୍ଷଟିକୁ ସଫଳ କରିବା ପାଇଁ ନିଜ ନିଜ ପାଦ ବଢ଼ାଇବା । ଆପଣ ନିଜ ସନ୍ଦେଶ, ନିଜର ଅନୁଭୂତି ନିଶ୍ଚିତ ଭାବେ ପଠାନ୍ତୁ । ଆସନ୍ତା ମାସରେ ଆମେ ପୁଣି ଭେଟିବା ।

ଇତି–ବିଦା ପୁନର୍ମିଳନାୟ!

 

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Forex reserves surge by $58.38 bn in first half of FY22: RBI report

Media Coverage

Forex reserves surge by $58.38 bn in first half of FY22: RBI report
...

Nm on the go

Always be the first to hear from the PM. Get the App Now!
...
ସେୟାର
 
Comments

Your Majesty,

Excellencies,

Namaskar!

This year too, we have not been able to take our traditional family photo, but virtually, we have maintained the continuity of the tradition of ASEAN-India summit. I congratulate His Majesty the Sultan of Brunei for his successful presidency of ASEAN in 2021.

Your Majesty,
Excellencies,

We all faced a lot of challenges due to the Covid-19 pandemic. But this challenging time in a way was also the test of India-ASEAN friendship. Our mutual cooperation and mutual sympathy since Covid times will continue to strengthen our relationship in future and will be the basis of goodwill among our people. History is witness that India and ASEAN have had vibrant relations for thousands of years. This is also reflected in our shared values, traditions, languages, texts, architecture, culture, cuisine etc. And therefore, the unity and centrality of ASEAN has always been an important priority for India.This special role of ASEAN, India's Act East Policy which is contained in our Security and Growth for All in the Region i.e. "SAGAR" policy. India's Indo Pacific Oceans Initiative and ASEAN's Outlook for the Indo-Pacific are the framework for our shared vision and mutual cooperation in the Indo-Pacific region.

Your Majesty,
Excellencies,

The year 2022 will mark the completion of 30 years of our partnership. India will also complete seventy-five years of its independence. I am very happy that we will celebrate this important milestone as the 'Year of ASEAN-India Friendship'. India is committed to further strengthen ties under the forthcoming Presidency of Cambodia and our Country Coordinator, Singapore. Now I look forward to hearing your views.

Thanks a lot!