ଅରୁଣାଚଳର ବିକାଶ କାର୍ଯ୍ୟ ଉପରେ ଲୋକଙ୍କ ପ୍ରତିକି୍ରୟାର ଜବାବ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତକାଲି ଆରମ୍ଭ କରାଯାଇଥିବା ଉନ୍ନୟନମୂଳକ ପଦକ୍ଷେପଗୁଡ଼ିକ ବାବଦରେ ଲୋକମାନେ ଯେଉଁଭଳି ପ୍ରଶଂସା କରିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ତାହାର ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗତକାଲି ଡୋନି ପୋଲୋ ବିମାନବନ୍ଦର, ଇଟାନଗର ଉଦଘାଟନ କରିଥିଲେ ଏବଂ ୬୦୦ ମେଗାୱାଟ କାମେଙ୍ଗ ଜଳବିଦୁ୍ୟତ ଷ୍ଟେସନକୁ ଲୋକାର୍ପଣ କରିଥିଲେ ।

ଉତ୍ତରପୂର୍ବ ଅଞ୍ଚଳରେ ବିମାନ ସଂଯୋଗରେ ହୋଇଥିବା ଆଖିଦୃଶିଆ ବୃଦ୍ଧି ସଂକ୍ରାନ୍ତରେ ଦିଆଯାଇଥିବା ଏକ ମତାମତ ବାବଦରେ, ପ୍ରଧାନମନ୍ତ୍ରୀ କହିଛନ୍ତି, 

‘‘ହଁ, ଉତ୍ତର ପୂର୍ବ ଅଞ୍ଚଳରେ ସଂଯୋଗ ଦୃଷ୍ଟିରୁ ଏହା ଏକ ବିରାଟ ପରିବର୍ତ୍ତନ । ଏହା ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନକୁ ସମ୍ଭବ ବନାଇବ ଏବଂ ଉତ୍ତର ପୂର୍ବ ଅଞ୍ଚଳର ଲୋକଙ୍କୁ ସହଜରେ ଦେଶର ଅନ୍ୟ ଭାଗଗୁଡ଼ିକୁ ଯାତ୍ରା କରିବାର ସୁବିଧା ଯୋଗାଇବ ।’’

 

ଯେବେ ଜଣେ ନାଗରିକ ରାଜ୍ୟର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତା ନେଇ ଉଲ୍ଲେଖ କଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ:

‘‘ଅରୁଣାଚଳ ପ୍ରଦେଶର ଲୋକ ଅସାଧାରଣ । ସେମାନଙ୍କର ଦେଶଭକ୍ତି ଭାବନା ଅତୁଟ । ଏହି ମହାନ ରାଜ୍ୟ ନିମନ୍ତେ କାମ କରିବା ଏବଂ ଏହାର ବାସ୍ତବିକ କ୍ଷମତାର ଅନୁଭବ କରାଇବାରେ ସହାୟତା କରିବା ସମ୍ମାନର ବିଷୟ ।’’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win