ସେୟାର
 
Comments
Today, newspapers do not just give news. They can also mould our thinking & open a window to the world: PM Modi
In a broader context, media is a means of transforming society. That is why we refer to the media as the fourth pillar of democracy: PM
It was to muzzle vernacular newspapers, that the Vernacular Press Act was enacted in 1878: PM
Editorial freedom must be used wisely in public interest: PM Narendra Modi
A lot of the media discourse today revolves around politics. However, India is more than just us politicians: PM Modi
It is the 125 crore Indians, which make India what it is, says Prime Minister Modi

ଆରମ୍ଭରୁ ମୁଁ ଉକ୍ତ ସମସ୍ତ ପରିବାର ପାଇଁ ନିଜର ସମ୍ବେଦନା ଓ ସହାନୁଭୂତି ବ୍ୟକ୍ତ କରୁଛି, ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଅବା ଚେନ୍ନାଇ ଓ ତାମିଲନାଡୁର ଅନ୍ୟ ଭାଗରେ ସଂପ୍ରତି ପ୍ରବଳ ବର୍ଷା ଓ ବନ୍ୟାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।  ସବୁ ସମ୍ଭବ ସହାୟତା ଦେବାକୁ ମୁଁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛି । ମୁଁ ବରିଷ୍ଠ ସାମ୍ବାଦିକ ଥିରୁ ଆର.ମୋହନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରୁଛି ।

ଦୈନିକ ଥାନ୍ଥୀ ଚମତ୍କାର ଭାବେ 75ବର୍ଷ ପୂରଣ କରିଛି । ଏପର୍ଯ୍ୟନ୍ତ ସଫଳ ଯାତ୍ରା ପାଇଁ ଥିରୁ ଏସ୍.ପି.ଆଦିଥାନାର, ଥିରୁ ଏସ୍.ଟି ଆଦିଥାନାର ଓ ଥିରୁ ବାଲାସୁବ୍ରମଣ୍ୟମ୍ ମହାଶୟଙ୍କ ଯୋଗଦାନକୁ ମୁଁ ପ୍ରଶଂସା କରୁଛି । ଗତ ସାଢ଼େ 7 ଦଶନ୍ଧି ଧରି ସେମାନଙ୍କ ଚମତ୍କାର ପ୍ରୟାସ ଥାନ୍ଥୀକୁ ନା କେବଳ ତାମିଲନାଡୁ ରାଜ୍ୟ, ବରଂ ସମଗ୍ର ଦେଶରେ ଗୋଟିଏ ସର୍ବବୃହତ୍ ମିଡିଆ ବ୍ରାଣ୍ଡ କରାଇଛି । ମୁଁ ମଧ୍ୟ ଏହି ସଫଳତା ପାଇଁ ଥାନ୍ଥୀ ଗ୍ରୁପର ପରିଚାଳନା ମଣ୍ଡଳୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଉଛି ।

24ଘଂଟିଆ ନ୍ୟୁଜ ଚ୍ୟାନେଲ ଏବେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଉପଲବ୍ଧ । ତଥାପି ବହୁ ଲୋକଙ୍କ ପାଇଁ ଏବେ ବି ଦିନର ଆରମ୍ଭ – ଗୋଟିଏ ହାତରେ ଚା ହେଉ କି କଫି କପ ଏବଂ ଅନ୍ୟ ହାତରେ ଖବରକାଗଜଟିଏ । ମୋତେ କୁହାଯାଇଛି ଯେ ଦୀନା ଥାନ୍ଥୀ ନିଜର 17ଟି ସଂସ୍କରଣ ମାଧ୍ୟମରେ ଆଜି ମଧ୍ୟ ନା’କେବଳ ତାମିଲନାଡୁ ବରଂ ବେଙ୍ଗାଲୁରୁ, ମୁମ୍ବାଇ ଓ ଏପରିକି ଦୁବାଇରେ ଏହି ବିକଳ୍ପ ଉପଲବ୍ଧ କରାଉଛି । ଗତ 75ବର୍ଷ ମଧ୍ୟରେ ଏହା ଉଲ୍ଲେଖନୀୟ ସମ୍ପ୍ରସାରଣ ଓ ଦୂରଦ୍ରଷ୍ଟା ନେତୃତ୍ୱ ଥିରୁ ଏସ୍.ପି.ଆଦିଥାନାରଙ୍କୁ ଶ୍ରଦ୍ଧାଞ୍ଜଳି, ଯେକି 1942 ମସିହାରେ ଏହି ଖବର କାଗଜକୁ ଆରମ୍ଭ କରିଥିଲେ । ସେତେବେଳେ ନ୍ୟୁଜପ୍ରିଂଟ ଏକ ଦୁର୍ଲଭ ସାମଗ୍ରୀ ଥିଲା । କିନ୍ତୁ ସେ ନଡ଼ାରେ ହାତ ତିଆରି ପେପରରେ ଖବର କାଗଜକୁ  ଛାପିବା ଆରମ୍ଭ କରିଥିଲେ ।

 

ଲେଖାର ଆକାର, ସରଳ ଭାଷା ଓ କଥାକୁ ସହଜରେ ବିଶ୍ଲେଷଣ ଦ୍ୱାରା ଦୀନା ଥାନ୍ଥୀ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛି । ସେହି ସମୟରେ ଏହା ରାଜନୀତିକ ସଚେତନତା ଓ ସୂଚନା ପ୍ରଦାନକାରୀ ହେଉଥିଲା । ଲୋକମାନେ ଏହି ଖବର କାଗଜକୁ ପଢ଼ିବା ପାଇଁ ଚା’ ଦୋକାନରେ ଏକଜୁଟ ହେଉଥିଲେ । ଏଭଳି ଭାବେ ଯାତ୍ରା ଆରମ୍ଭ ହୋଇଥିଲା ଯାହା ଆଜି ବି ଜାରି ରହିଛି । ରାଜ୍ୟର ଜଣେ ଦିନ ମଜୁରିଆଠାରୁ ଆରମ୍ଭ କରି ସର୍ବୋଚ୍ଚ ରାଜନୀତିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସମତୁଲ Coverage ପ୍ରଦାନ କରିବା ଦୀନା ଥାନ୍ଥୀକୁ ଲୋକପ୍ରିୟ କରାଇଛି ।

ମୁଁ ଜାଣିବାକୁ ପାଇଛି ଯେ ଥାନ୍ଥୀ ମାନେ ଟେଲିଗ୍ରାମ୍ । ଦୀନା ଥାନ୍ଥୀ ମାନେ ଦୈନିକ ଟେଲିଗ୍ରାମ । ଗତ 75ବର୍ଷ ହେଲା ଡାକ ବିଭାଗ ମାଧ୍ୟମରେ ପ୍ରଦାନ କରାଯାଉଥିବା ପାରମ୍ପରିକ ଟେଲିଗ୍ରାମ ଏବେ ଅଦରକାରୀ ହୋଇପଡ଼ିଛି ଓ ଅସ୍ତିତ୍ୱ ହରାଇ ସାରିଛି । କିନ୍ତୁ ଏହି ଟେଲିଗ୍ରାମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଏକ ମହାନ ଚିନ୍ତାଧାରା, ପଛରେ ଥିବା କଠିନ ପରିଶ୍ରମ ଓ ପ୍ରତିଶ୍ରୁତିବଦ୍ଧତା ଯୋଗୁ ସମ୍ଭବ ହୋଇଛି ।

ମୁଁ ଜାଣି ଖୁସି ଲାଗୁଛି ଯେ ଥାନ୍ଥୀ ଗ୍ରୁପ୍ ନିଜର ପ୍ରତିଷ୍ଠାତା ଥିରୁ ଆଦିଥାନାରଙ୍କ ନାଁରେ ତାମିଲ ସାହିତ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ପ୍ରଦାନ କରୁଛି । ମୁଁ ପୁରସ୍କାର ବିଜେତା ଥିରୁ, ତାମିଲବାନ, ଡଃ ଇରାଇ ଅନ୍ବୁ ଓ ଥିରୁ ଭି.ଜି. ସନ୍ଥୋସମଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମୁଁ ନିଶ୍ଚିତ ଯେ ଏହି ମାନ୍ୟତା ଉକ୍ତ ଲୋକମାନଙ୍କ ପାଇଁ ପ୍ରେରଣାଦାୟକ ହେବ, ଯେଉଁମାନେ ଲେଖାକୁ ଏକ ମହାନ ପେଷା ଭାବେ ଗ୍ରହଣ କରିଛନ୍ତି ।

ଦେବୀ ଓ ସଜ୍ଜନମଣ୍ଡଳୀ

ମାନବ ଜାତି ଦ୍ୱାରା ଜ୍ଞାନ ପାଇଁ ଅନ୍ୱେଷଣ କରିବା ଆମ ଇତିହାସ ଭଳି ପୁରୁଣା । ସାମ୍ବାଦିକତା ଏହି କ୍ଷୁଧାକୁ ମେଣ୍ଟାଇବାରେ ସହାୟତା କରୁଛି । ଏବେ ଖବର କାଗଜ କେବଳ ଖବର ପ୍ରଦାନ କରୁନି, ତାହା ଆମର ଚିନ୍ତାଧାରାକୁ ପ୍ରଭାବିତ କରିପାରୁଛି ଓ ବିଶ୍ୱ ପାଇଁ ଏକ ଦ୍ୱାର ଖୋଲିପାରୁଛି । ବ୍ୟାପକ ଅର୍ଥରେ କହିବାକୁ ଗଲେ ମିଡିଆ ହେଉଛି ସମାଜକୁ ପରିବର୍ତ୍ତନ କରିବାର ଏକ ମାଧ୍ୟମ । ସେଥିପାଇଁ ଆମେ ମିଡିଆକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କହୁଛୁ । ମୁଁ ଭାଗ୍ୟବାନ ଯେ ଆଜି ସେହିମାନଙ୍କ ଗହଣରେ ଅଛି, ଯେଉଁମାନେ କଲମର ଶକ୍ତି ପ୍ରଦର୍ଶିତ କରି ସମାଜରେ ଏହା କିଭଳି ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି ଓ ବିବେକ ହୋଇପାରିବ ତାହା ଦେଖାଇଛନ୍ତି ।

ଉପନିବେଶବାଦର ଅନ୍ଧକାର ସମୟରେ, ରାଜା ରାମ ମୋହନ ରାୟଙ୍କ ସମ୍ବାଦ କୌମୁଦୀ, ଲୋକମାନ୍ୟ ତିଳକଙ୍କ କେଶରୀ ଓ ମହାତ୍ମା ଗାନ୍ଧିଙ୍କ ନବଜୀବନ ଭଳି ପ୍ରକାଶନ ସ୍ୱାଧୀନତା ସଂଗ୍ରାମ ପାଇଁ  ପ୍ରେରଣା ଓ ଆଲୋକବର୍ତ୍ତିକା ପାଲଟିଥିଲା । ସମଗ୍ର ଦେଶରେ ଯେଉଁମାନେ ସାମ୍ବାଦିକତାର ଅଗ୍ରଦୂତ ଥିଲେ ସେମାନେ ଆରାମଦାୟକ ଜୀବନକୁ ପରିତ୍ୟାଗ କରିଥିଲେ । ସେମାନେ ନିଜର ସମ୍ବାଦପତ୍ର ମାଧ୍ୟମରେ ଜନ ଚେତନା ଓ ସଚେତନତା ସୃଷ୍ଟି କରିବାରେ ସହାୟତା କରୁଥିଲେ । ସମ୍ଭବତଃ ଏହା ଉକ୍ତ ସଂସ୍ଥାପକ ଅଗ୍ରଦୂତଙ୍କ ଉଚ୍ଚ ଆଦର୍ଶ ଯୋଗୁ ବ୍ରିଟିଶ ଶାସନ ସମୟରେ ସ୍ଥାପନ ହୋଇଥିବା ଅନେକ ସମ୍ବାଦପତ୍ର ଆଜି ବି ପ୍ରସ୍ଫୁଟିତ ହେଉଛି ।

ବନ୍ଧୁଗଣ

ଆମ କେବେ ଭୁଲିବା ଅନୁଚିତ୍ ଯେ ରାଷ୍ଟ୍ର ଓ ସମାଜ ପ୍ରତି ସେମାନଙ୍କର ଆବଶ୍ୟକ କର୍ତ୍ତବ୍ୟ ଆମର ପୂର୍ବ ପିଢି ପ୍ରଦର୍ଶିତ କରିଛି । ସେଇଥିପାଇଁ ଆମେ ସ୍ୱାଧୀନତା ହାସଲ କରିଛୁ । ସ୍ୱାଧୀନତା ପରେ ନାଗରିକଙ୍କ ଅଧିକାରକୁ ସାର୍ବଜନୀନ ଗୁରୁତ୍ୱ ମିଳିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ସମୟକ୍ରମେ  ଆମେ ନିଜର ବ୍ୟକ୍ତିଗତ ଓ ସାମୁହିକ କର୍ତ୍ତବ୍ୟର ଭାବନାକୁ ଉପେକ୍ଷା କରିଛୁ । ଏଭଳି କରି ଆମେ ଏବେ ସମାଜରେ ଅନେକ କୁକାର୍ଯ୍ୟରେ ସାମିଲ ହେଉଛେ । ଏବେ ସମୟର ଆବଶ୍ୟକତା ହେଉଛି ସାମୁହିକ ସଚେତନତା ସୃଷ୍ଟି ପାଇଁ ବ୍ୟସ୍ତ, ଦାୟିତ୍ୱବାନ ଓ ନାଗରିକ ସଚେତନ କରାଇବା ।  ‘ହକ୍’ର ନାଗରିକ ଭାବନା ନିଶ୍ଚିତ ଭାବେ ‘ ଦାୟିତ୍ୱବାନ ସମ୍ପୃକ୍ତି’ ନାଗରିକ ଚେତନା ସହ ଉପଯୁକ୍ତ ସନ୍ତୁଳିତ ହେବା ଉଚିତ । ଏହା ନିଶ୍ଚିତ ଭାବେ ଆମର ଶିକ୍ଷା ପ୍ରଣାଳୀ ମାଧ୍ୟମରେ ଓ ଆମର ରାଜନୀତିକ ନେତାଙ୍କ ଆଚରଣ ହେବା ଉଚିତ । କିନ୍ତୁ ଗଣମାଧ୍ୟମର ମଧ୍ୟ ଏଠି ପ୍ରମୁଖ ଭୂମିକା ରହିଛି ।

ଦେବୀ ଓ ସଜ୍ଜନମଣ୍ଡଳୀ

ସ୍ୱାଧୀନତା ସମୟରେ ସୃଷ୍ଟି ହୋଇଥିବା ଅନେକ ସମ୍ବାଦପତ୍ର ସ୍ଥାନୀୟ(ଦେଶୀୟ) ଖବର କାଗଜ ଥିଲା । ପ୍ରକୃତ ପକ୍ଷେ ସେତେବେଳେ ବ୍ରିଟିଶ ସରକାର ଭାରତରେ ସ୍ଥାନୀୟ ପ୍ରେସ୍ କୁ ଭୟ କରୁଥିଲେ । ତେଣୁ ସ୍ଥାନୀୟ ସମ୍ବାଦପତ୍ର ଉପରେ ଅଙ୍କୁଶ ଲଗାଇବା ପାଇଁ 1878 ମସିହାରେ ଭର୍ଣ୍ଣାକୁଲାର ପ୍ରେସ୍ ଆଇନ ଲାଗୁ କରାଯାଇଥିଲା ।

ଆମର ବିବିଧତାଭରା ରାଷ୍ଟ୍ରରେ ସ୍ଥାନୀୟ ସମ୍ବାଦପତ୍ର – ଆଂଚଳିକ ଭାଷାରେ ପ୍ରକାଶିତ ଖବର କାଗଜ ଏବେ ବି ପୂର୍ବଭଳି ଗୁରୁତ୍ୱ ବହନ କରୁଛି ।   ସେମାନେ ଯେଉଁ ଭାଷାରେ ପ୍ରସଙ୍ଗ ଲେଖୁଥିଲେ ତାହା ସହଜରେ ଲୋକମାନେ ବୁଝିପାରୁଥିଲେ । ଅନେକ ସମୟରେ ସେମାନେ ସମ୍ବେଦନଶୀଳ ଓ ସାମାଜିକ ସୁବିଧାସୁଯୋଗରୁ ବଞ୍ଚିତ ବର୍ଗକୁ ଧରି ରଖିପାରିଥାନ୍ତି । ସେମାନଙ୍କର ଶକ୍ତି, ପ୍ରଭାବ ଓ ଏଭଳି ଭାବେ ସେମାନଙ୍କର ଦାୟିତ୍ୱକୁ କଦାପି କମ୍  ମୂଲ୍ୟାଙ୍କନ କରାଯାଇ ପାରୁନଥିଲା । ସେମାନେ ଦୂରଦୂରାନ୍ତ ଅଚଂଳରେ ସରକାରଙ୍କ ଉଦ୍ଦେଶ୍ୟ ଓ ନୀତିର ସନ୍ଦେଶବାହକ ଥିଲେ । ସେହିପରି ସେମାନେ ଆମ ଲୋକଙ୍କ ବିଚାର, ଚିନ୍ତାଧାରା ଓ ଭାବନାର ମଶାଲଧାରୀ ଥିଲେ ।

ଏହି ଦୃଷ୍ଟିରୁ, ବାସ୍ତବରେ ଧ୍ୟାନଦେବା ଯୋଗ୍ୟ କି, ଏବେ ଆମର ସମୃଦ୍ଧ ପ୍ରିଣ୍ଟ ଗଣମାଧ୍ୟମ ବଜାରରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସମ୍ବାଦପତ୍ର ମଧ୍ୟରେ କିଛି ଆଂଚଳିକ ଭାଷାରେ ପ୍ରକାଶିତ ସମ୍ବାଦପତ୍ର ରହିଛି । ସେଥି ମଧ୍ୟରେ ଦୀନା ଥାନ୍ଥୀ ବି ଗୋଟିଏ ।

ବନ୍ଧୁଗଣ

ମୁଁ ସବୁବେଳେ ଶୁଣେ କି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି କି ପ୍ରତ୍ୟେକ ଦିନ ବିଶ୍ୱରେ ଘଟୁଥିବା ଖବର ସବୁବେଳେ କିଭଳି ସମ୍ବାଦପତ୍ରରେ ପୃଷ୍ଠାରେ ବସେ ।

ଆମେ ସମସ୍ତେ ଜାଣିଛେ କି ବିଶ୍ୱରେ ପ୍ରତ୍ୟେକ ଦିନ ବହୁତ କିଛି ହୋଇଥାଏ । ତେବେ କ’ଣ ଗୁରୁତ୍ୱପୂର୍ଣ୍ଣ ତାହା ଚୟନ ଓ ନିର୍ଦ୍ଧାରଣ କରିବା ସମ୍ପାଦକଙ୍କର କାମ । ପ୍ରଥମ ପୃଷ୍ଠାରେ କ’ଣ ସ୍ଥାନ ପାଇବା ଉଚିତ ତାହା ସେମାନେ ନିର୍ଦ୍ଧାରଣ କରନ୍ତି । କେଉଁଟି ଅଧିକ ସ୍ଥାନ ନେବ ଓ କେଉଁଟିକୁ ଅଣଦେଖା କରାଯିବା ଉଚିତ – ତାହା ସମ୍ପାଦକ ସ୍ଥିର କରନ୍ତି ଜନହିତକୁ ଦେଖି । ତେଣୁ ସ୍ୱାଭାବିକ ଭାବେ ସେମାନଙ୍କ ଉପରେ ଏହା ଏକ ବଡ଼ ଦାୟିତ୍ୱ । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମ୍ପାଦକୀୟ ସ୍ୱାଧୀନତାକୁ ବୁଦ୍ଧିମାନର ସହ ଉପଯୋଗ କରାଯିବା ଉଚିତ । ସେହିପରି ଲେଖିବାର ସ୍ୱାଧୀନତା, କ’ଣ ଲେଖାଯିବ ତା’ର ନିଷ୍ପତ୍ତି ଏସବୁର ସ୍ଵାଧୀନତା ରହିଛି ପ୍ରିଣ୍ଟ ଗଣମାଧ୍ୟମର । କିନ୍ତୁ ଏହାର ଅର୍ଥ ନୁହଁ ଯେ ‘କମ୍ ସଠିକ’ (Less Than Accurate) ବା ‘ତଥ୍ୟ ଦୃଷ୍ଟିରୁ ଭୁଲ୍’(Factually Inccorect) ଖବର ଛାପିବା । ଯେମିତିକି ମହାତ୍ମା ଗାନ୍ଧି ନିଜେ ଆମମାନଙ୍କୁ କହୁଥିଲେ, ପ୍ରେସ୍ ହେଉଛି ଚତୁର୍ଥ ସ୍ତମ୍ଭ । ଏହା ନିଶ୍ଚିତ ଭାବେ ଏକ ଶକ୍ତି, କିନ୍ତୁ ଏହି ଶକ୍ତିର ଦୁରୂପଯୋଗ ନିଶ୍ଚିତ ଭାବେ ଅପରାଧ’ ।

ଅବଶ୍ୟ ମିଡିଆ ଘରୋଇ ବ୍ୟକ୍ତିଙ୍କ ମାଲିକାନାରେ ରହିଛି କିନ୍ତୁ ଏହା ଏକ ସାର୍ବଜନୀନ ଉଦ୍ଦେଶ୍ୟ ନେଇ କାମ କରିଥାଏ । ଯେମିତିକି ବିଦ୍ୱାନମାନେ କୁହନ୍ତି, ଏହା ବଳ ପରିବର୍ତ୍ତେ ଶାନ୍ତି ମାଧ୍ୟମରେ ସୁଧାର ଆଣିବାର ଏକ ସାଧନ । ତେଣୁ ନିର୍ବାଚିତ ସରକାର ଅବା ନ୍ୟାୟପାଳିକା ଭଳି ସେମାନଙ୍କର ଅଧିକ ସାମାଜିକ ଉତ୍ତରଦାୟିତ୍ୱ ରହିଛି । ଆଉ ଏହାର ଆଚରଣ ମଧ୍ୟ ନିଶ୍ଚିତ ଭାବେ ସମସ୍ତଙ୍କଠାରୁ ଉପରେ ଓ ସମାନ ହେବା ଉଚିତ । ମହାନ ସନ୍ଥ ଥିରୁଭଲ୍ଲୁବରଙ୍କ ପରିଭାଷା ଓ ଶବ୍ଦରେ ‘ ଏ ଦୁନିଆଁରେ ନୈତିକତାକୁ ଛାଡ଼ି ଏଭଳି କିଛି ନାହିଁ ଯାହା ପ୍ରତିଷ୍ଠା ଓ ଧନକୁ ଏକାଠି ଆଣିପାରିବ’ ।

ବନ୍ଧୁଗଣ

ପ୍ରଯୁକ୍ତିବିଦ୍ୟା ଯୋଗୁ ମିଡିଆରେ ବୃହତ୍ ପରିବର୍ତ୍ତନ ଆସିଛି । ଗୋଟିଏ ସମୟ ଥିଲା ଯେତେବେଳେ ଦିନକର ମୁଖ୍ୟାଂଶକୁ ଗାଁର ବ୍ଲାକବୋର୍ଡରେ ଲେଖାଯାଉଥିଲା, ଯାହାର ଅସୀମ ବିଶ୍ୱସନୀୟତା ଥିଲା । ଏବେ ଆମର ମିଡ଼ିଆ ଏବେ ସବୁ କ୍ଷେତ୍ରରେ ବ୍ୟାପିଛି । ଗାଁର ବ୍ଲାକବୋର୍ଡରୁ ଅନ୍-ଲାଇନ୍ ବୁଲେଟିନ ବୋର୍ଡକୁ ବ୍ୟାପିଲାଣି ।

ଯେମିତି ଶିକ୍ଷା ଏବେ ଶିଖିବାର ପରିଣାମ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରୁଛି, ସେମିତି ପ୍ରସଙ୍ଗର ଉପଯୋଗ ପ୍ରତି ଆମର ଦୃଷ୍ଟିକୋଣ ବଦଳିଗଲାଣି । ଏବେ ପ୍ରତ୍ୟେକ ନାଗରିକ ତା’ନିକଟକୁ ଆସୁଥିବା ଖବରକୁ ବିଭିନ୍ନ ମାଧ୍ୟମରେ ବିଶ୍ଲେଷଣ, ଆଲୋଚନା ଯାଞ୍ଚ ଓ ପୁନଃ ଯାଞ୍ଚ କରୁଛି । ତେଣୁ ମିଡିଆକୁ ନିଜର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡ଼ିବ । ବିଶ୍ୱସନୀୟ ମିଡିଆ ପ୍ଲାଟଫର୍ମ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ମଧ୍ୟ ଆମର ଗଣତନ୍ତ୍ର ପାଇଁ ଭଲ ।

ବିଶ୍ୱସନୀୟତାର ନବୀକରଣ ଉପରେ ଗୁରୁତ୍ୱ ଆମକୁ ଆତ୍ମନିରୀକ୍ଷଣର ବିଷୟ ଆଡ଼କୁ ନେଉଛି । ମୁଁ ଦୃଢ଼ ଭାବେ ବିଶ୍ୱାସ କରେ କି ମିଡିଆରେ ସୁଧାର ଓ ସଂସ୍କାର ଯଦି କେତେବେଳେ ଆବଶ୍ୟକ ପଡ଼େ ତାହା କେବଳ ସେମାନଙ୍କ ଭିତର ଆତ୍ମନିରୀକ୍ଷଣ ଦ୍ୱାରା ହୋଇପାରିବ । ବାସ୍ତବରେ, ଆମେ ଅନେକ ସମୟରେ ଏହି ଆତ୍ମନିରୀକ୍ଷଣର ପ୍ରକ୍ରିୟାକୁ ଦେଖିସାରିଛୁ । ଯେମିତି କି 26|11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ରିପୋର୍ଟିଂର ବିଶ୍ଲେଷଣ । ବୋଧହୁଏ ଏହା ଅଧିକ ଥର ହେବା ଉଚିତ ।

ବନ୍ଧୁଗଣ

ଆମର ପ୍ରିୟ ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଏକ କଥା ମୋର ମନେପଡ଼ୁଛି : ‘‘ ଆମେ ଏଭଳି ମହାନ ରାଷ୍ଟ୍ର । ଆମ ପାଖରେ ଅନେକ ଅଦ୍ଭୁତ ସଫଳତାର କାହାଣୀ ଅଛି କିନ୍ତୁ ଆମେ ଏହାକୁ ସ୍ୱୀକାର କରିବାକୁ ମନା କରୁଛୁ । କାହିଁକି?”

ମୁଁ ଦେଖୁଛି, ଏବେ ଅଧିକାଂଶ ମିଡିଆର କାର୍ଯ୍ୟ କେବଳ ରାଜନୀତି ଚାରିପଟେ ଘୁରି ବୁଲିବାରେ ଚାଲିଛି । ଗଣତନ୍ତ୍ରରେ ବହୁଳ ଭାବେ ରାଜନୀତି ଉପରେ ଆଲୋଚନା ହେବା ବି ସୁନ୍ଦର କଥା । କିନ୍ତୁ ମନେରଖିବା ଉଚିତ ଯେ ଭାରତ ଆମର ରାଜନେତାମାନଙ୍କଠାରୁ ବହୁ ଅଧିକ । ଏହା 125 କୋଟି ଭାରତୀୟଙ୍କର, ଯାହା ଭାରତକୁ ତିଆରି କରିଛି । ମୋତେ ଦେଖି ଖୁସିଲାଗିବ ଯଦି ମିଡିଆ ସେମାନଙ୍କର(ଭାରତର) କାହାଣୀ ଓ ସଫଳତା ଉପରେ ଅଧିକ ଦୃଷ୍ଟି ଦେବ ।

ଏହି ପ୍ରୟାସରେ, ମୋବାଇଲ ଫୋନ୍ ଧରିଥିବା ପ୍ରତ୍ୟେକ ନାଗରିକ ଆପଣଙ୍କ ସହଯୋଗୀ ଅଟେ । ନାଗରିକର ସଫଳତାର କାହାଣୀକୁ ଭାଗିଦାରୀ କରିବା ଓ ପ୍ରସାରରେ ସିଟିଜେନ୍ ରିପୋର୍ଟିଂ ଏକ ମହତ୍ୱପୂର୍ଣ୍ଣ ସାଧନ ହୋଇପାରିବ । ଏହା ସଙ୍କଟ ସମୟରେ ଅବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ମାର୍ଗଦର୍ଶନ କରିବାରେ ଅତ୍ୟଧିକ ସହାୟକ ବି ହୋଇପାରିବ ।

ମୁଁ ଆହୁରି ମଧ୍ୟ କହିବାକୁ ଚାହୁଁଛି କି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମ ସର୍ବଦା ଘଟଣାର ବିଭିନ୍ନ ଦିଗକୁ କଭରେଜ୍ କରି ନିଜର ଶ୍ରେଷ୍ଠତା ପ୍ରଦାନ କରିଥାଏ । ସମଗ୍ର ବିଶ୍ୱରେ ବୃଦ୍ଧି ପାଉଥିବା ସଂଘଟନ ଓ ତୀବ୍ରତା ବୃଦ୍ଧି ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ । ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବେ ଆମ ସମସ୍ତଙ୍କ ପାଇଁ ଏକ ଚାଲେଞ୍ଜ । କ’ଣ ମିଡିଆ ତା’ ବିରୋଧରେ ଯୁଦ୍ଧର ନେତୃତ୍ୱ ନେଇପାରିବ? କ’ଣ ମିଡିଆ ଛୋଟିଆ ସ୍ଥାନ ଅବା ଦୈନିକ ନିର୍ଦ୍ଧାରିତ ସମୟ ଦେଇପାରିବ ଯାହାକି ଏ ସମ୍ପର୍କରେ ଆଲୋଚନା ଓ ସଚେତନତା ବୃଦ୍ଧି କରିବ । ଆମେ କିଭଳି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିପାରିବା ।

ମୁଁ ଏହି ଅବସରରେ ସ୍ୱଚ୍ଛ ଭାରତ ମିଶନ ପ୍ରତି ମିଡିଆର ପ୍ରତିକ୍ରିୟାକୁ ମୁଁ ପ୍ରଶଂସା କରୁଛି । ଆମେ ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତୀ ଅବସରରେ 2019 ସୁଦ୍ଧା ସ୍ୱଚ୍ଛ ଭାରତ ହାସଲ ପାଇଁ ଲକ୍ଷ୍ୟ ରଖିଛୁ ।  ସ୍ୱଚ୍ଛତା ପ୍ରତି ମିଡିଆର ଗଠନମୂଳକ ଭୂମିକା ଉଭୟ ସଚେତନତା ସୃଷ୍ଟି ଓ ସାମୁହିକ ସଚେତନତା ମୋତେ ପ୍ରଭାବିତ କରିଛି । ଆମେ ନିଜର ଲକ୍ଷ୍ୟ ହାସଲ କରିଛୁ ବୋଲି ଦାବି କରିବା ପୂର୍ବରୁ ଯେଉଁ କାମ ବାକି ଅଛି ତାହା ମଧ୍ୟ ସେମାନେ ରେଖାଙ୍କିତ କରିଛନ୍ତି ।

ଦେବୀ ଓ ସଜ୍ଜନମଣ୍ଡଳୀ

ଆଉ ଏକ ପ୍ରମୁଖ କ୍ଷେତ୍ର ଅଛି ଯେଉଁଠି ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବ । ତାହା ହେଉଛି ଏକ ଭାରତଶ୍ରେଷ୍ଠ ଭାରତ । ମୁଁ ଗୋଟିଏ ଉଦାହରଣ ସହ ଆପଣମାନଙ୍କୁ ବୁଝାଉଛି ।

କ’ଣ ଗୋଟିଏ ସମ୍ବାଦପତ୍ର ବର୍ଷକ ପାଇଁ ପ୍ରତ୍ୟେକ ଦିନ ଏହି ପ୍ରସଙ୍ଗରେ ନିଜର କିଛି ଇଞ୍ଚ ସ୍ଥାନର ଗୋଟିଏ ସ୍ତମ୍ଭକୁ ସମର୍ପିତ କରିପାରିବ କି ? ପ୍ରତ୍ୟେକ ଦିନ ସେମାନେ  ସବୁ ପ୍ରମୁଖ ଭାରତୀୟ ଭାଷାର ଅନୁବାଦ ଓ ରୂପାନ୍ତର ସହ ନିଜ ଭାଷାରେ ଗୋଟିଏ ସରଳ ବାକ୍ୟଟିଏ ଲେଖି ଛାପି ପାରିବେ କି  ।

ବର୍ଷ ଶେଷବେଳକୁ ଊକ୍ତ ଖବରକାଗଜର ପାଠକ ସମସ୍ତ ପ୍ରମୁଖ ଭାରତୀୟ ଭାଷାର 365ଟି ସରଳ ବାକ୍ୟ ଜାଣିପାରିଥିବ । ଭାବନ୍ତୁ ଏହି ସରଳ ପଦକ୍ଷେପ ଦ୍ୱାରା କ’ଣ ପ୍ରଭାବ ପଡ଼ିବ । ତା’ପରେ ସ୍କୁଲଗୁଡ଼ିକ ଶ୍ରେଣୀ କକ୍ଷରେ ଦୈନିକ କିଛି ମିନିଟ୍ ପାଇଁ ଏ ସମ୍ପର୍କରେ ଆଲୋଚନା କରିବାକୁ ପ୍ରୋତ୍ସାହିତ ହେବେ । ଯାହାଫଳରେ ପିଲାମାନେ ମଧ୍ୟ ଆମର ସୁଦୃଢ଼ ଓ ସମୃଦ୍ଧ ବିବିଧତା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ । ତେଣୁ ଏହି ପଦକ୍ଷେପ ନା କେବଳ ଏକ ମହାନ ଉଦ୍ଦେଶ୍ୟକୁ ପୂରଣ କରିବ ବରଂ ପ୍ରକାଶନର ଶକ୍ତି ମଧ୍ୟ ବୃଦ୍ଧି କରିବ ।

ଦେବୀ ଓ ସଜ୍ଜନମଣ୍ଡଳୀ

ମାନବ ଜୀବନ କାଳ ପାଇଁ 75ବର୍ଷ ବହୁତ ସମୟ ହୋଇପାରେ । କିନ୍ତୁ ରାଷ୍ଟ୍ର ପାଇଁ, ସଂସ୍ଥାନ ପାଇଁ ଏହା କେବଳ ଏକ ମହତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ । ପ୍ରାୟ 3ମାସ ପୂର୍ବରୁ, ଆମେ ଭାରତ ଛାଡ଼ ଆନ୍ଦୋଳନର 75ତମ ଜୟନ୍ତୀ ପାଳନ କରିଛୁ । ସେହି ପରି ଦୀନା ଥାନ୍ଥୀର ଯାତ୍ରା ଭାରତକୁ ଏକ ଯୁବ, ଜୀବନ୍ତ ରାଷ୍ଟ୍ର ଭାବେ ଉଦୟ କରାଇଛି ।

ସେହିଦିନ ସଂସଦରେ କହିବାବେଳେ, ମୁଁ 2022 ସୁଦ୍ଧା ନିଉ ଇଣ୍ଡିଆ ଗଠନ ପାଇଁ ଆହ୍ୱାନ ଦେଇଥିଲି । ଭାରତ, ଯାହା ଭ୍ରଷ୍ଟାଚାର, ଜାତିବାଦ, ସାମ୍ପ୍ରଦାୟିକତା, ଦାରିଦ୍ର୍ୟ, ନିରକ୍ଷରତା ଓ ରୋଗର ଶିକୁଳୀରୁ ମୁକ୍ତ ହୋଇଥିବ । ସଂକଳ୍ପ ମାଧ୍ୟମରେ ଆସନ୍ତା 5ବର୍ଷ ସଂକଳ୍ପରୁ ସିଦ୍ଧିର ହେବା ଉଚିତ । ତା’ହେଲେ ଯାଇ ଆମେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିପାରିବା । ଦେଶରେ ଭାରତଛାଡ଼ ଆନ୍ଦୋଳନ ଚାଲିଥିବାବେଳେ ଜନ୍ମ ନେଇଥିବା ଗୋଟିଏ ସମ୍ବାଦପତ୍ର ଭାବେ ଦୀନା ଥାନ୍ଥୀର ଏ ଦିଗରେ ସ୍ୱତନ୍ତ୍ର ଦାୟିତ୍ୱ ରହିଛି । ମୁଁ ଆଶା କରୁଛି ଆପଣମାନେ ଏହି ସୁଯୋଗକୁ ଉପଯୋଗ କରିବେ । ଆପଣମାନେ ଆସନ୍ତା 5ବର୍ଷ ମଧ୍ୟରେ ନିଜର ପାଠକ ଓ ଭାରତର ଲୋକଙ୍କ ପାଇଁ କ’ଣ କରିପାରିବେ, ସେଥିପ୍ରତି ଦୃଷ୍ଟିଦେବେ ।

ଏହି 5ବର୍ଷର ତତ୍କାଳ ଟାର୍ଗେଟ୍ ପରେ ବି, ବୋଧହୁଏ ନିଜର ପ୍ଲାଟିନମ୍ ଜୁବୁଲି ଅବସରରେ ଥାନ୍ଥୀକୁ ଆସନ୍ତା 75ବର୍ଷ କିଭଳି ହେବ ସେ ନେଇ ନିଶ୍ଚିତ ଭାବେ ଚିନ୍ତା କରିବାକୁ ପଡ଼ିବ । ଆଙ୍ଗୁଳି ଚିପିଲେ ତତ୍କାଳ ଖବର ପାଉଥିବା ଯୁଗରେ ଲୋକ ଓ ରାଷ୍ଟ୍ରର ସେବା ପାଇଁ  ପ୍ରାସଙ୍ଗିକତାକୁ ବଜାୟ ରଖିବା ନିମନ୍ତେ ସବୁଠାରୁ ଭଲ ମାର୍ଗ କ’ଣ ଅଛି । ଏବଂ ଏହା କରି ପେଷାଦାର, ନୈତିକତା ଓ ଉଦ୍ଦେଶ୍ୟର ଉଚ୍ଚ ମାନଦଣ୍ଡକୁ ବଜାୟ ରଖବା ଉଚିତ ।

ଶେଷରେ, ମୁଁ ପୁଣିଥରେ ତାମିଲନାଡୁ ଲୋକଙ୍କ ସେବାରେ ଦୀନା ଥାନ୍ଥୀ ପ୍ରକାଶକଙ୍କ ପ୍ରୟାସକୁ ପ୍ରଶଂସା କରୁଛି । ମୁଁ ଦୃଢ଼ ନିଶ୍ଚିତ ଯେ ସେମାନେ ଆମର ମହାନ ରାଷ୍ଟ୍ରର ଭାଗ୍ୟକୁ ରୂପାନ୍ତରିତ କରିବାରେ ଗଠନମୂଳକ ସହାୟତା ଜାରି ରଖିବେ ।

ଧନ୍ୟବାଦ

  

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Mann KI Baat Quiz
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
World's tallest bridge in Manipur by Indian Railways – All things to know

Media Coverage

World's tallest bridge in Manipur by Indian Railways – All things to know
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 28, 2021
November 28, 2021
ସେୟାର
 
Comments

PM Modi’s Mann Ki Baat programme gets wonderful response from the nation.

Citizens applauds Modi Government’s efforts for the welfare of the India.