ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭାରତ ପ୍ରତି ଦୃଢ଼ ଦୃଷ୍ଟିକୋଣ ଏବଂ ସୁଧାର, ନବାଚାର ଓ ସହଯୋଗ ଦିଗରେ ସରକାରଙ୍କ ସମର୍ଥନକୁ ଉଦ୍ୟୋଗ ଜଗତର ପ୍ରଶଂସା
ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ବୈଶ୍ୱିକ ଢାଞ୍ଚାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ମତକୁ ଉଦ୍ୟୋଗ ମୁଖ୍ୟଙ୍କ ଗୁରୁତ୍ୱ

ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆଜି ଅନୁଷ୍ଠିତ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ (ITU-WTSA) ୨୦୨୪ରେ ଇଣ୍ଡିଆ ମୋବାଇଲ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଜାତିସଂଘର ଏକ ସଂସ୍ଥା ଏବଂ ଏହାର ମାନକୀକରଣ କାର୍ଯ୍ୟ ପାଇଁ ଡବ୍ଲୁଟିଏସଏ ପ୍ରଶାସନିକ ସଭା ଭାବେ କାର୍ଯ୍ୟ କରେ । ଏହା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଥର ପାଇଁ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ  ITU-WTSA ଅନୁଷ୍ଠିତ ହେଉଛି । ଟେଲିକମ୍‌, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୯୦ରୁ ଅଧିକ ଦେଶର ୩୦୦୦ ରୁ ଅଧିକ ଉଦ୍ୟୋଗ ମୁଖ୍ୟ, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ।

ରିଲାଏନ୍ସ ଜିଓ-ଇନଫୋକମ୍ ଲିମିଟେଡର ଚେୟାରମ୍ୟାନ ଶ୍ରୀ ଆକାଶ ଅମ୍ବାନି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ପ୍ରଶଂସା କରିଥିଲେ, ଯାହାକି ଭାରତର ଉଲ୍ଲେଖନୀୟ ଡିଜିଟାଲ ରୂପାନ୍ତରଣକୁ ଉତ୍‌ପ୍ରେରିତ କରିଛି । ସେ କହିଥିଲେ ତୃତୀୟ ଥର କ୍ଷମତାକୁ ଆସିବା ପରେ ଶ୍ରୀ ମୋଦୀ ଡିଜିଟାଲ ସେକ୍ଟରରେ ଅଭୂତପୂର୍ବ ବୃଦ୍ଧି ପାଇଁ ଏବଂ ନବାଚାର ଓ ସହଯୋଗ ସକାଶେ ଇଣ୍ଡିଆନ ମୋବାଇଲ କଂଗ୍ରେସ (ଆଇଏମସି)କୁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଛିଡ଼ା କରିଛନ୍ତି । ଶ୍ରୀ ଅମ୍ବାନି କହିଥିଲେ, ଭାରତ ଟୁଜି ସ୍ପିଡ୍ ହାସଲ ପାଇଁ ସଂଘର୍ଷରତ ଏକ ରାଷ୍ଟ୍ରରୁ ବିଶ୍ୱର ବୃହତ୍ତମ ଡାଟା ବଜାର ଭାବେ ରୂପାନ୍ତର ହୋଇପାରିଛି । ସେ ଗୁରୁତ୍ୱ ଦେଇ କହିଥିଲେ, ଭାରତ ମୋବାଇଲ ବ୍ରଡବ୍ୟାଣ୍ଡ ବ୍ୟବହାର ତାଲିକାରେ ୧୫୫ତମ ସ୍ଥାନରୁ ବର୍ତ୍ତମାନର ସ୍ଥିତିକୁ ଯେଉଁ ଯାତ୍ରାରେ ଆସିଛି ତାହା ସରକାର ଏବଂ ଶିଳ୍ପକ୍ଷେତ୍ରର ଉନ୍ନତ ତାଳମେଳର ଶକ୍ତିକୁ ଦର୍ଶାଉଛି । ସେ ଏହା ବି ଦର୍ଶାଇଥିଲେ, ବ୍ୟାଙ୍କ ସେବାରୁ ବାହାରେ ଥିବା ୫୩୦ ନିୟୁତ ଲୋକଙ୍କୁ ଜନଧନ ଆକାଉଣ୍ଟ ମାଧ୍ୟମରେ ବ୍ୟାଙ୍କ କାରବାରରେ ଯୋଡ଼ାଯାଇଛି, ଯେଉଁମାନଙ୍କ ମଧ୍ୟରୁ ସଂଖ୍ୟାଧିକ ମହିଳା ଅଛନ୍ତି । ନବାଚାର ଦିଗରେ ମୋଦିଜୀଙ୍କ ପ୍ରତିବଦ୍ଧତା ଏହା ନିଶ୍ଚିତ କରିଛି ଯେ ଦେଶର ପ୍ରତ୍ୟେକ କୋଣରେ ଟେକ୍ନୋଲୋଜି ଯେପରି ପହଞ୍ଚିପାରିବ ଏବଂ କେହି ଏଥିରୁ ବାଦ୍ ପଡ଼ିବେ ନାହିଁ । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ପରିବର୍ତ୍ତନକାରୀ ଉପକରଣ ଭାବେ ବ୍ୟବହାର କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଭାରତୀୟ ଡାଟାକୁ ଦେଶ ମଧ୍ୟରେ ରଖିବାକୁ ଡାଟା ସେଣ୍ଟର ନୀତିରେ ବିକାଶ ଆଣିବା ସହ ଏଆଇ ଇକୋ ସିଷ୍ଟମକୁ ମଜବୁତ୍ କରିବା ପାଇଁ ଶ୍ରୀ ଅମ୍ବାନି ମତ ଦେଇଥିଲେ ।

 

ଡିଜିଟାଲ ଭାରତ ଦିଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ଗୁରୁତ୍ୱ ଦେଇ ଭାରତୀ ଏୟାରଟେଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀ ସୁନିଲ ଭାରତୀ ମିତ୍ତଲ ଟେଲିକମ୍ କ୍ଷେତ୍ରର ଭାରତର ଦୀର୍ଘ ଯାତ୍ରା, ଡିଜିଟାଲ ଟେକ୍ନୋଲୋଜି ଏବଂ ଟେଲିକମ୍ ଢାଞ୍ଚାରେ ରୂପାନ୍ତରଣର ବିକାଶ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ସେ କହିଥିଲେ, “ପ୍ରକୃତ ରୂପାନ୍ତରଣ ୨୦୧୪ରେ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଡିଜିଟାଲ ଇଣ୍ଡିଆ’ ଦୃଷ୍ଟିକୋଣ ଯୋଗୁ ୪ଜି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହା ଆମର ଗ୍ରାମାଞ୍ଚଳର ସମେତ ଦେଶବ୍ୟାପୀ ନିୟୁତ ନିୟୁତ ଲୋକଙ୍କୁ ସ୍ମାର୍ଟ ଫୋନର ବ୍ୟବହାର ଏବଂ ଡିଜିଟାଲ ସେବା ହାସଲ ଦିଗରେ ସଶକ୍ତ କରିଥିଲା ।” ସେ ୪ଜିର ପରବର୍ତ୍ତନକାରୀ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ, ଯାହାକି ଗ୍ରାମାଞ୍ଚଳ ସମେତ ଦେଶବ୍ୟାପୀ ନିୟୁତ ନିୟୁତ ଲୋକଙ୍କୁ ସ୍ମାର୍ଟଫୋନର ବ୍ୟବହାର ଓ ଡିଜିଟାଲ ସେବା ପାଇବାର ସୁବିଧା ଦେଇଥିଲା । ଭାରତକୁ ଟେଲିକମ୍ ଯନ୍ତ୍ରାଂଶ ଉତ୍ପାଦନର ପେଣ୍ଠ ଭାବେ ପରିଣତ କରିବା ଦିଗରେ ସ୍ଥାନୀୟ ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହିତ କରିବାକୁ ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସାହନ (ପିଏଲଆଇ) ମାଧ୍ୟମରେ ସରକାରଙ୍କ ପଦକ୍ଷେପ ଉପରେ ମଧ୍ୟ ସେ ସୂଚନା ଦେଇଥିଲେ । ସେ କହିଥିଲେ, “ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଆମେ ପ୍ରତିବଦ୍ଧ । ଉତ୍ପାଦକତା ସମ୍ପର୍କିତ ପ୍ରୋତ୍ସାହନ (ପିଏଲଆଇ) ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଭାରତକୁ ଟେଲିକମ୍ ଯନ୍ତ୍ରାଂଶ ଉତ୍ପାଦନର ପେଣ୍ଠରେ ପରିଣତ କରିବାକୁ ଯାଉଛୁ ।” ଭବିଷ୍ୟତର ଲକ୍ଷ୍ୟ ବାବଦରେ ଶ୍ରୀ ମିତ୍ତଲ କହିଥିଲେ, ଆଗାମୀ ୧୨ରୁ ୧୮ ମାସ ମଧ୍ୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବ୍ୟାପକ ରୋଲଆଉଟ ମାଧ୍ୟମରେ ଭାରତ ୫ଜି ଟେକ୍ନୋଲୋଜିରେ ନେତୃତ୍ୱ ନେବାକୁ ଯାଉଛି । ଲୋ ଆର୍ଥ ଅର୍ବିନ (ଏଲଇଓ) ନେଟୱର୍କର ସମ୍ଭାବନା ବାବଦରେ ସେ ସୂଚନା ଦେଇ କହିଥିଲେ, ‘ଯେଉଁସବୁ ଅଗମ୍ୟ ଅଞ୍ଚଳ ଆମ ପାଇଁ ନେଟୱର୍କ ବ୍ୟବହାର ଦିଗରେ ଆହ୍ୱାନ ଭାବେ ରହିଛି ତାହା ଦୂର କରାଯିବ ଏବଂ ସମସ୍ତ ଭାରତୀୟ ଯେପରି ଦ୍ରୁତ ଇଣ୍ଟରନେଟ ସେବା ପାଇପାରିବେ ତାହା ନିଶ୍ଚିତ କରାଯିବ” ।

 

ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ ବିର୍ଲା ଭାରତକୁ ଅଧିକ ସଂଯୋଗିତ, ସଶକ୍ତ ଏବଂ ସମାବେଶୀ ଡିଜିଟାଲ ରାଷ୍ଟ୍ରରେ ପରିଣତ କରିବାକୁ ବିଗତ ବର୍ଷମାନଙ୍କରେ ଗ୍ରହଣ କରାଯାଇଥିବା ଅନେକ ସଂସ୍କାରମୂଳକ ପଦକ୍ଷେପ ଏବଂ ଡିଜିଟାଲ ସଂଯୋଗର ଆବଶ୍ୟକତାକୁ ଅନୁଭବ କରି ସରକାର ନିୟମିତ ଦେଉଥିବା ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ଡିଜିଟାଲର ମୌଳିକ ଢାଞ୍ଚାକୁ ବ୍ୟାପକ କରିବା ଏବଂ ଜନସାଧାରଣ ଓ ବ୍ୟାବସାୟିକ ସଂସ୍ଥା ଦ୍ୱାରା ଡିଜିଟାଲ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର ଦେଉଥିବା ଗୁରୁତ୍ୱକୁ ସେ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଏକଦା କହିଥିଲେ, ଏମଏସଏମଇ ର ଅର୍ଥ ମ୍ୟାକ୍ସିମମ ସପୋର୍ଟ ଟୁ ମାଇକ୍ରୋ, ସ୍ମଲ ଆଣ୍ଡ ମିଡିଅମ ଏଣ୍ଟରପ୍ରାଇଜେସ । ଏହାକୁ ମନେ ପକାଇ ଶ୍ରୀ ବିର୍ଲା କହିଥିଲେ, ଭାରତର ଲଘୁ ଉଦ୍ୟୋଗ ଗୁଡ଼ିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଡିଜିଟାଲ ରୂପାନ୍ତରଣ ନିମନ୍ତେ ସର୍ବାଧିକ ସହଯୋଗ ଦେବାକୁ ସେମାନେ ପ୍ରସ୍ତୁତ । ୫ଜି, ଆଇଓଟି, ଏଆଇ ଏବଂ କ୍ଲାଉଡ ସର୍ଭିସେସ ଭଳି ଟେକ୍ନୋଲୋଜିକୁ ଫୋକସ୍ କରିବାକୁ ସେ ଗୁରୁତ୍ୱ ଦେଇଥିଲେ ଏବଂ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଭାରତର ଏମଏସଏମଇ ଗୁଡ଼ିକୁ ସଶକ୍ତ କରିବାକୁ ଏକ ସ୍ୱୟଂସମ୍ପନ୍ନ ଡିଜିଟାଲ ଇକୋ ସିଷ୍ଟମର ଆବଶ୍ୟକତାକୁ ଉପରେ ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ସେ ସୂଚନା ଦେଇଥିଲେ, ଭାରତ ଟେଲି-ମେଡିସିନ କ୍ଷେତ୍ରରେ ୧୦ କୋଟି ଟେଲିକମ୍ୟୁନିକେସନ କନସଲଟେସନ (ଦୂରସଞ୍ଚାର ପରାମର୍ଶ) ଲକ୍ଷ୍ୟ ହାସଲ କରିପାରିଛି, ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ବିଗତ ବର୍ଷରେ ସରକାରୀ ନିୟାମକ ଓ ଉଦ୍ୟୋଗ ଗୁଡ଼ିକ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ଉପରେ ନଜର ରଖାଯାଇଛି, ଯାହାକି ସ୍ପାମ ନିୟନ୍ତ୍ରଣ ଏବଂ ଠକେଇ (ଫ୍ରଡ) ସୁରକ୍ଷା ବୋଲି ଶ୍ରୀ ବିର୍ଲା କହିଥିଲେ । ଭାରତୀୟ ଟେଲିକମ୍ ସେକ୍ଟରର ସମ୍ଭାବନା ଉପରେ ସୂଚନା ଦେବାକୁ ଯାଇ ସେ  ଡିଜିଟାଲ ଭାରତ ଦିଗରେ ପ୍ରଧାନମନ୍ତ୍ରୀ ଦୃଢ଼ ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ପୂରଣ ଦିଗରେ ସରକାରଙ୍କ ସହଯୋଗ ଜରିଆରେ ସେମାନେ ସେମାନଙ୍କ ଦାୟିତ୍ୱ ସମ୍ପନ୍ନ କରିବେ ବୋଲି ଶ୍ରୀ ବିର୍ଲା କହିଥିଲେ । ଗତ ବର୍ଷକୁ ବାସ୍ତବରେ ଏକ ସ୍ମରଣୀୟ ବର୍ଷ କରିପାରିଥିବାରୁ ସେ ସରକାର, ସମସ୍ତ ଅଂଶୀଦାର ଏବଂ ଟେଲିକମ୍ ସମୁଦାୟକୁ ଧନ୍ୟବାଦ ଦେଇଥିଲେ ।

 

 ଆଇଟିୟୁର ସେକ୍ରେଟାରୀ ଜେନେରାଲ ଡୋରିନ ବୋଗଡାନ ମାର୍ଟିନ କହିଥିଲେ, ୨୦୨୪ -ବିଶ୍ୱ ଦୂରସଞ୍ଚାର ମାନକୀକରଣ ସଭା ଏବଂ ଇଣ୍ଡିଆ ମୋବାଇଲ କଂଗ୍ରେସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ଭାବେ ଉପସ୍ଥିତ ରହିବା ସମ୍ମାନର ବିଷୟ । ଏହା ଆଇଟିୟୁ ଏବଂ ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କର ଏକ ଶକ୍ତିଶାଳୀ ପ୍ରତୀକ । ଗତ ବର୍ଷ ଆଇଟିୟୁ ଏରିଆ ଅଫିସ ଏବଂ ଇନୋଭେସନ ସେଣ୍ଟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଫଳପ୍ରଦ ବାର୍ତ୍ତାଳାପକୁ ସେ ସ୍ମରଣ କରିଥିଲେ । କେଇ ସପ୍ତାହ ତଳେ ନ୍ୟୁୟର୍କରେ ବିଶ୍ୱ ନେତୃବୃନ୍ଦ ଏକାଠି ହୋଇ ପ୍ୟାକ୍ଟ ଅଫ ଦ ଫ୍ୟୁଚର ଆଣ୍ଡ ଇଟସ ଗ୍ଲୋବାଲ ଡିଜିଟାଲ କମ୍ପାକ୍ଟ ଉପରେ ନିଷ୍ପତ୍ତି ନେବା ବିଶ୍ୱକୁ ଡିଜିଟାଲ ଭବିଷ୍ୟତ ବାବଦରେ ଏକ ବାର୍ତ୍ତା ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କିପରି ବୈଶ୍ୱିକ ଡିଜିଟାଲ ପ୍ରଶାସନର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲେ ତାହା ସେ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ କିପରି ଭାରତର ଡିଜିଟାଲ ସାର୍ବଜନୀକ ମୌଳିକ ଢାଞ୍ଚାକୁ ସମଗ୍ର ବିଶ୍ୱ ସହ ସେୟାର କରିବାକୁ ଭାରତର ସ୍ପଷ୍ଟ ଆଭିମୁଖ୍ୟକୁ ଉଦାହରଣ ସହ ଉପସ୍ଥାପନ କରିଥିଲେ ତାହା ମଧ୍ୟ ବୋଗଡାନ କହିଥିଲେ । ଭାରତର ଜି-୨୦ ସଭାପତିତ୍ୱ କାଳରେ କିପରି ଡିପିଆଇକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା ତାହା ଦର୍ଶାଇ ବୋଗଡାନ ମାର୍ଟିନ ଆଇଟିୟୁ ନଲେଜ ପାର୍ଟନର ହେଉଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ଭାରତର ୟୁନିଫାଇଡ ପେମେଣ୍ଟସ ଇଣ୍ଟରଫେସ୍ ବା ୟୁପିଆଇ ଉପଲବ୍ôଧରୁ ବିଶ୍ୱକୁ ଅନେକ କିଛି ଶିକ୍ଷା କରିବାର ଅଛି ବୋଲି ସେ କହିଥିଲେ । ସେ ଗୁରୁତ୍ୱ ଦେଇଥିଲେ, ମାନକ ବିଶ୍ୱାସ ପ୍ରତିଷ୍ଠା କରିଥାଏ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ମୋବାଇଲ ଡିଭାଇସ ବ୍ୟବହାର କରି ଜୀବନ-ପରିବର୍ତ୍ତନକାରୀ ସେବା ହାସଲ କରିବା ଦିଗରେ ପ୍ଲାଟଫର୍ମକୁ ଆଗଇ ନେବାକୁ ଇଞ୍ଜିନ ସଦୃଶ କାମ କରିଥାଏ । ବୋଗଡାନ ମାର୍ଟିନ ପୁଣି କହିଥିଲେ, ବିଶ୍ୱାସ ସମାବେଶନ ପୋଷଣ କରିଥାଏ ଏବଂ ସମାବେଶନ ଡିଜିଟାଲର ସମସ୍ତ ସମ୍ଭାବନାକୁ ବାହାରକୁ ଆଣିଥାଏ । ଏହା ସମସ୍ତଙ୍କ ପାଇଁ ଏବଂ ଏପରିକି ଏବେ ବି ଅଫଲାଇନରେ ଥିବା ବିଶ୍ୱର ଏକ ତୃତୀୟାଂଶଙ୍କ ପାଇଁ ପ୍ରଯୁକ୍ତିର ବାଟ ଦେଇଥାଏ । ଏସିଆରେ ଏଭଳି ଶିଖର ସମ୍ମିଳନୀ ପ୍ରଥମ ବୋଲି ସେ କହିବା ସହ ମିଳିତ ଭାବେ ଦୃଢ଼ ପଦକ୍ଷେପ ପାଇଁ ଆହ୍ୱାନ ଦେଇଥିଲେ । ସେ ଆଶା ବ୍ୟକ୍ତ କରିଥିଲେ, ଆଗାମୀ ୧୦ ଦିନରେ ବୈଶ୍ୱିକ ଡିଜିଟାଲ ପ୍ରଶାସନ ଆଧାରରେ ଆନ୍ତର୍ଜାତିକ ମାନକ ଦୃଢ଼ ହୋଇପାରିବ ।  ଏଆଇର ନୈତିକ ଉପଯୋଗକୁ ସେ ଗୁରୁତ୍ୱ ଦେବା ସହ ଡିଜିଟାଲ ସମାବେଶନ ସହ ପ୍ରଯୁକ୍ତିଗତ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଥିଲେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian mithai finds a sweet spot on global shelves as exports surge 10%

Media Coverage

Indian mithai finds a sweet spot on global shelves as exports surge 10%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates the team of Skyroot Aerospace on the successful launch of Vikram-1
July 18, 2026

Prime Minister Shri Narendra Modi spoke to the team of Skyroot Aerospace and congratulated them on the successful launch of Vikram-1, today. Shri Modi remarked that this is a defining moment in India’s space journey. The growing participation of our private sector is opening new frontiers and accelerating innovation.

“This achievement will encourage countless youngsters to dream bigger and innovate fearlessly”, Shri Modi stated .

Shri Modi posted on X;

Spoke to the team of Skyroot Aerospace and congratulated them on the successful launch of Vikram-1.

This is a defining moment in India’s space journey. The growing participation of our private sector is opening new frontiers and accelerating innovation.

This achievement will encourage countless youngsters to dream bigger and innovate fearlessly.

@SkyrootA