ଭାରତର ରାଷ୍ଟ୍ରପତି ମହାମହିମ ଶ୍ରୀ ରାମ ନାଥ କୋବିନ୍ଦଙ୍କ ନିମନ୍ତ୍ରଣରେ ସମାଜବାଦୀ ଗଣତନ୍ତ୍ର ଭିଏତନାମର ରାଷ୍ଟ୍ରପତି  ମହାମହିମ ତ୍ରାନ ଦାଇ କ୍ୱାଙ୍ଗ ଓ ତାଙ୍କ ପତ୍ନୀ 2018 ମାର୍ଚ୍ଚ 2ରୁ 4 ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି । ଭିଏତନାମ ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧିମଣ୍ଡଳ ଆସିଛନ୍ତି ଯେଉଁଥିରେ ଉପପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ମହାମହିମ ଫାମ୍ ପିନ୍ ମିହ୍ନ, ଅନେକ ମନ୍ତ୍ରଣାଳୟ, ପ୍ରଦେଶର ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ବ୍ୟବସାୟିକ ପ୍ରତିନିଧି ଦଳ ସାମିଲ ଅଛନ୍ତି ।

ଏହି ଗସ୍ତ ସମୟରେ ଭିଏତନାମ ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗଙ୍କୁ  ଭାରତର ରାଷ୍ଟ୍ରପତି ସ୍ୱାଗତ କରିଥିଲେ ଓ ରାଷ୍ଟ୍ରପତି ଭବନରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ରାଜଭବନରେ ମହାତ୍ମା ଗାନ୍ଧିଙ୍କ ସ୍ମାରକରେ ସେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ସରକାରୀ ଭୋଜିରେ ସାମିଲ ହେବା ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ । ରାଷ୍ଟ୍ରପତି ତ୍ରାନ ଦାଇ କ୍ଵାଙ୍ଗ ମଧ୍ୟ ଲୋକସଭା ବାଚସ୍ପତି ସୁମ୍ରିତା ମହାଜନ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ଅନ୍ୟ ବହୁ ନେତାଙ୍କ ସହ ସାକ୍ଷାତ କରିଥିଲେ । ସେ ଭିଏତନାମ-ଭାରତ ବ୍ୟାପାର ଫୋରମକୁ ସମ୍ବୋଧିତ କରିଥିଲେ ଓ ଭାରତୀୟ ଉଦ୍ୟୋଗ ଓ ବ୍ୟବସାୟର ଅନେକ ପ୍ରମୁଖ ନେତୃତ୍ୱଙ୍କ ସହ ବିଚାରବିମର୍ଶ କରିଥିଲେ । ଏହା ପୂର୍ବରୁ ସେ ବୋଧଗୟା ଗସ୍ତ କରିଥିଲେ ।

ଭିଏତନାମ ଓ ଭାରତ ମଧ୍ୟରେ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ଏକ ହାର୍ଦ୍ଦିକ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ମୈତ୍ରୀପୂର୍ଣ୍ଣ ପରିବେଶରେ ଆୟୋଜିତ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ 2016 ମସିହାରେ ଭିଏତନାମକୁ ସଫଳ ଗସ୍ତ ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ନିବିଡ଼ତା ମଧ୍ୟ ପ୍ରତିଫଳିତ ହୋଇଥିଲା । ଦୁଇ ଦେଶ ମଧ୍ୟରେ ବିସ୍ତୃତ ରଣନୀତିକ ଭାଗିଦାରୀ ସମ୍ପର୍କ ସ୍ଥାପନରେ ପରିବର୍ତ୍ତନ ହୋଇଛି । ଆଲୋଚନା ପରେ ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମାଣୁ ଶକ୍ତି, ବାଣିଜ୍ୟ, କୃଷି ଓ ମତ୍ସ୍ୟପାଳନ ସମେତ ଅନ୍ୟାନ୍ୟ ବୁଝାମଣାର ଆଦାନପ୍ରଦାନ କରିଥିଲେ ।

ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ଆର୍ଥିକ ଓ ସାମାଜିକ ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ଏବଂ   ନିଜ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା କ୍ଷେତ୍ରରେ ଭାରତର ଉପଲବ୍ଧୀ ପାଇଁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ । ଆଂଚଳିକ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ଭୂମିକା ଓ ସ୍ଥିତି ପାଇଁ ନିଜର ସମର୍ଥନ ବ୍ୟକ୍ତ କରିଥିଲେ । ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସାମାଜିକ-ଆର୍ଥିକ ବିକାଶ ଏବଂ ବିଦେଶ ନୀତିରେ ମହତ୍ୱପୂର୍ଣ୍ଣ ଉପଲବ୍ଧ ପାଇଁ ଭିଏତନାମକୁ ଅଭିନନ୍ଦନ ଜଣାଇଥିଲେ । ଭିଏତନାମ ଖୁବଶୀଘ୍ର ଏକ ଔଦ୍ୟୋଗୀକ ରାଷ୍ଟ୍ର ହେବାର ଲକ୍ଷ୍ୟକୁ ହାସଲ କରିବା ସହ ଏହି ଅଚଂଳ ଓ ବିଶ୍ୱରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେମାନେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଓ ସମୟ ଦ୍ୱାରା ପରୀକ୍ଷିତ ବନ୍ଧୁତ୍ୱକୁ ସ୍ୱୀକୃତି ପ୍ରଦାନ କରିଥିଲେ ଯାହାର ମୂଳଦୁଆ ଜାତିର ପିତା ମହାତ୍ମା ଗାନ୍ଧି ଓ ରାଷ୍ଟ୍ରପତି ହୋ ଚି ମିହ୍ନ ରଖିଥିଲେ । ଏବଂ ଦୁଇ ଦେଶର ଭବିଷ୍ୟ ପିଢିର ନେତା ଓ ଲୋକମାନେ ଏହାକୁ ପାଳନ କରୁଛନ୍ତି । ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ବ୍ୟାପକ ସାମରିକ ଭାଗିଦାରୀର ଉତ୍କୃଷ୍ଟ ସ୍ଥିତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ଓ କୂଟନୀତିକ ସମ୍ପର୍କର 45ବର୍ଷ ପୂର୍ତ୍ତି ଏବଂ ସାମରିକ ଭାଗିଦାରୀର ଦଶମ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ଦୁଇ ଦେଶରେ ବନ୍ଧୁତ୍ୱର ବର୍ଷ 2017 ପାଳନ ଅବସରରେ ବିଭିନ୍ନ ସ୍ମରଣୀୟ ଗତିବିଧିର ଆୟୋଜନକୁ ପ୍ରଶଂସା କରିଥିଲେ । ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ଏହି ଅବସରରେ ‘ଭାରତରେ ଭିଏତନାମ ଦିବସ’ ଆୟୋଜନର ପ୍ରଶଂସା କରିଥିଲେ, ଯେଉଁଥିରେ ସଫଳତାପୂର୍ବକ ବନ୍ଧୁତ୍ୱ ବର୍ଷର ଉଦ୍ଯାପନ ହୋଇଥିଲା ।

ବର୍ତ୍ତମାନର ଘନିଷ୍ଠ ସମ୍ବନ୍ଧ ଆଧାରରେ ନେତାମାନେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଏବଂ ରାଜନୀତିକ ଦଳ, ସରକାର, ବ୍ୟବସ୍ଥାପିକା ପ୍ରତିଷ୍ଠାନ, ପ୍ରଦେଶ/ରାଜ୍ୟଗୁଡ଼ିକ ମଧ୍ୟରେ ସବୁସ୍ତରରେ ନିୟମିତ ଗସ୍ତର ଆଦାନପ୍ରଦାନ ପାଇଁ ସହମତି ବ୍ୟକ୍ତ କରିଛନ୍ତି । ସେମାନେ ମଧ୍ୟ 2017-2020 ମସିହାର ଅବଧି ପାଇଁ ବ୍ୟାପକ ରଣନୀତିକ ଭାଗିଦାରୀ ଏକ୍ସନ୍ ପ୍ଲାନର କାର୍ଯ୍ୟକାରିତା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗର ସମୀକ୍ଷା ପାଇଁ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ନେତୃତ୍ୱରେ ଆସନ୍ତା ଯୌଥ କମିଟିର ବୈଠକ 2018 ମସିହାରେ କରିବା ପାଇଁ ସମ୍ମତି ଜଣାଇଛନ୍ତି ।

ରକ୍ଷା ଓ ସୁରକ୍ଷା

ବିସ୍ତୃତ ରଣନୀତିକ ଭାଗିଦାରୀ କ୍ଷେତ୍ରରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ହେଉଛି ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ଆଧାର ବୋଲି ଦୁଇ ପକ୍ଷ ସହମତ ହୋଇଛନ୍ତି । ଆଉ ଏହି କ୍ଷେତ୍ରରେ ଅଗ୍ରଗତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନେ ବରିଷ୍ଠ ସ୍ତରୀୟ ପ୍ରତିନିଧିଙ୍କ ଆଦାନପ୍ରଦାନକୁ ସ୍ୱାଗତ କରିବା ସହ ପରାମର୍ଶ ବୈଠକ, ନିଜର ସଶସ୍ତ୍ର ବାହିନୀ ମଧ୍ୟରେ ସୁଦୃଢ଼ ସହଯୋଗ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ବୃଦ୍ଧି ପାଉଥିବା ସହଯୋଗ, ଆତଙ୍କବାଦ ଓ ସବୁସ୍ତରର ଉଗ୍ରବାଦର ମୁକାବିଲା କରିବା, ଆନ୍ତର୍ଜାତିକ ଅପରାଧ, ମାନବ ଓ ନିଶା ପଦାର୍ଥର ଚୋରାଚାଲାଣ, ସମୁଦ୍ର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଚାଲିଥିବା ଆଦାନପ୍ରଦାନକୁ ସ୍ୱାଗତ କରିଥିଲେ ।

ଜାତିସଂଘର ତତ୍ତ୍ଵାବଧାନରେ ଉଭୟ ପକ୍ଷ ଉନ୍ମୁକ୍ତ, ଅବାଧ, ସୁରକ୍ଷିତ, ସ୍ଥାୟୀ, ଶାନ୍ତିପୂର୍ଣ୍ଣ ଓ ସୁଲଭ ସାଇବର ସ୍ପେସ ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ପୁଣିଥରେ ଦୋହରାଇଥିଲେ । ସାଇବର ସୁରକ୍ଷା ଉପରେ ଦୁଇ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାର ଅଧିକ ସହଯୋଗ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଆହ୍ୱାନ ଦେଇଛନ୍ତି । ସେମାନେ ମଧ୍ୟ ଭାରତର ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ ଭିଏତନାମର ପବ୍ଲିକ ସିକ୍ୟୁରୀଟି ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସହମତ ହୋଇଛନ୍ତି । ଯାହାକି ପାରମ୍ପରିକ ଓ ଅଣପାରମ୍ପରିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ଓ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ଉପମନ୍ତ୍ରୀସ୍ତରୀୟ ଆଲୋଚନାକୁ ଆରମ୍ଭ କରିବ । 

ଭାରତୀୟ ପକ୍ଷ ଭିଏତନାମ ରକ୍ଷା ସହଯୋଗରେ ଭାଗିଦାରୀ ହେବା ସହ  ଭିଏତନାମର ଦକ୍ଷତା ବିକାଶ ଓ ସାମର୍ଥ୍ୟ ବୃଦ୍ଧି ପାଇଁ ନିଜର ଇଚ୍ଛାକୁ ଦୋହରାଇଛନ୍ତି । ଉଭୟ ପକ୍ଷ ମଧ୍ୟ ଭିଏତନାମ ସୀମା ସୁରକ୍ଷା ବଳଙ୍କ ପାଇଁ ହାଇସ୍ପିଡ ପହରାଦାର ବୋଟ ନିର୍ମାଣ ନିମନ୍ତେ 100 ନିୟୁତ ଆମେରିକୀୟ ଡଲାର ଲାଇନ୍ ଅଫ୍ କ୍ରେଡିଟର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଉପରେ ସହମତି ବ୍ୟକ୍ତ କରିଛନ୍ତି । ଆଉ ରକ୍ଷା ଉଦ୍ୟୋଗ ପାଇଁ 500ନିୟୁତ ଆମେରିକା ଡଲାର ଲାଇନ୍ ଅଫ୍ କ୍ରେଡିଟ୍ ଉପରେ ଶୀଘ୍ର ଏକ ଫ୍ରେମୱାର୍କ ବୁଝାମଣା ସ୍ୱାକ୍ଷର ନିମନ୍ତେ ସମ୍ମତି ଜଣାଇଛନ୍ତି । ବରିଷ୍ଠସ୍ତରର ରକ୍ଷା ପ୍ରତିନିଧିଙ୍କ ଆଦାନପ୍ରଦାନ ମାଧ୍ୟମରେ ରକ୍ଷା ସମ୍ବନ୍ଧକୁ ଆହୁରି ବୃଦ୍ଧି କରିବା, ନିୟମିତ ବରିଷ୍ଠସ୍ତରରେ ଆଲୋଚନା, ଦୁଇ ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ସହଯୋଗ, ନୌସେନା ଓ ତଟରକ୍ଷୀ ଜାହାଜର ବନ୍ଦର, ଦକ୍ଷତା ବିକାଶ ପ୍ରକଳ୍ପ, ଉପକରଣ କ୍ରୟ, ଟୋକ୍ନୋଲଜିର ସ୍ଥାନାନ୍ତର ଓ ଏଡିଏମ୍ଏମ୍ ପ୍ଲସ୍ ସହ ଆଂଚଳିକ ମଂଚରେ ସହଯୋଗ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି ।

ସମୁଦ୍ରପଥରେ ଜଳଦସ୍ୟୁଙ୍କ ମୁକାବିଲା ସମେତ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା, ସମୁଦ୍ର ପଥର ସୁରକ୍ଷା, ଶ୍ୱେତ ଜାହାଜ ଚଳାଚଳ ସୂଚନାର ଆଦାନପ୍ରଦାନ ଆଦିକୁ ସୁଦୃଢ଼ କରାଯିବାର  ଆବଶ୍ୟକତା ରହିଛି ବୋଲି ଦୁଇ ପକ୍ଷ ସମ୍ମତି ହୋଇଛନ୍ତି । ସାମୁଦ୍ରିକ ସହଯୋଗ ଉପରେ ଆସିଆନ-ଭାରତ ସାମରିକ ଆଲୋଚନା ନିମନ୍ତେ ପ୍ରସ୍ତାବ ମଧ୍ୟରେ 2018 ଜାନୁୟାରୀରେ ନୂଆଦିଲ୍ଲୀରେ ଆୟୋଜିତ ସ୍ମାରକ ଶିଖର ସମ୍ମିଳନୀରେ ଭିଏତନାମ-ଭାରତ ଦ୍ୱିପାକ୍ଷିକ ସାମୁଦ୍ରିକ ପ୍ରସଙ୍ଗରେ ବିଚାରବିମର୍ଶକୁ ଆଗେଇ ନେବା ପାଇଁ ସହମତ ହୋଇଛନ୍ତି ।

ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାରର ଆତଙ୍କବାଦ ଓ ଏହାର ଅଭିବ୍ୟକ୍ତିକୁ ଉଭୟ ପକ୍ଷ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି । ଆତଙ୍କବାଦ ବିଶ୍ୱ ଶାନ୍ତି, ସୁରକ୍ଷା ଓ ସ୍ଥାୟିତ୍ୱ ପ୍ରତି ସବୁଠୁ ବଡ଼ ବିପଦ ବୋଲି ଭାରତର ଚିନ୍ତା ପ୍ରତି ଭିଏତନାମ ପକ୍ଷ ସମ୍ମତି ଜଣାଇଛି । ସେମାନେ ସ୍ପଷ୍ଟ କରିଛନ୍ତି ଯେ ଆତଙ୍କବାଦର କୌଣସି କାର୍ଯ୍ୟର ଯଥାର୍ଥତା ନାହିଁ । ଆଉ ଆତଙ୍କବାଦର କୌଣସି ଧର୍ମ, ଜାତୀୟତା, ସଭ୍ୟତା ଅବା ଜାତୀୟ ଗୋଷ୍ଠୀ ସହ ସମ୍ପୃକ୍ତି ନଥିବାକୁ ମଧ୍ୟ ଭିଏତନାମ  ମାନ୍ୟତା ଦେଇଛି ।  ସେମାନେ ସମସ୍ତ ଦେଶକୁ ଆତଙ୍କବାଦର ମୁକାବିଲା କରିବା ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ଆପଣେଇବା ପାଇଁ ଆହ୍ୱାନ କରିଛନ୍ତି । ଯେଉଁଥିରେ ଆତଙ୍କବାଦୀଙ୍କ ନିଯୁକ୍ତି, ପ୍ରଶିକ୍ଷଣ, ଆନ୍ଦୋଳନର ମୁକାବିଲା ଆଦି ସାମିଲ ହେବା ଉଚିତ । ଯେଉଁଥିରେ ବିଦେଶୀ ଆତଙ୍କବାଦୀ ଗରିଲାଙ୍କ ସମେତ ଆତଙ୍କବାଦର ଆର୍ଥିକ ଅନୁଦାନର ସ୍ରୋତକୁ ରୋକିବା, ସଂଗଠିତ ଅପରାଧ, ଆର୍ଥିକ ଠକେଇ/ଚଞ୍ଚକତା, ଅସ୍ତ୍ରଶସ୍ତ୍ରର ଚୋରାଚାଲାଣ ଓ ଏହାର ସମୂହ ଧ୍ୱଂସ, ନିଶାଦ୍ରବ୍ୟ ଚୋରାଚାଲାଣ ଓ ଅନ୍ୟ ଅପରାଧିକ ଗତିବିଧି, ଆତଙ୍କବାଦୀ ଠିକଣାକୁ ଧ୍ଵଂସ କରିବା, ଆତଙ୍କବାଦର ନିରାପଦ ସ୍ୱର୍ଗ ଓ ଇଂଟରନେଟ ଦୁରୂପଯୋଗର ମୁକାବିଲା କରିବା, ସାଇବର ସ୍ପେସ୍ ସମେତ ଆତଙ୍କବାଦୀ ଗୋଷ୍ଠୀ ଓ ସେମାନଙ୍କର ସହଯୋଗୀ ଗୋଷ୍ଠୀ ଦ୍ୱାରା ସୋସିଆଲ ମିଡିଆ ଓ ଅନ୍ୟ ସଂଚାର ଜ୍ଞାନକୌଶଳର ଦୁରୂପଯୋଗ ସାମିଲ ରହିଛି । ଉଭୟ ପକ୍ଷ ମଧ୍ୟ ଆନ୍ତର୍ଜାତିକ ଆତଙ୍କବାଦ ଉପରେ ବ୍ୟାପକ ସମ୍ମିଳନୀ(ସିସିଆଇଟି)କୁ ତୁରନ୍ତ ସ୍ୱୀକାର କରିବା ପାଇଁ ଏକ ସୁଦୃଢ଼ ସହମତି ସ୍ଥାପନ  ନିମନ୍ତେ ରାଜି ହୋଇଛନ୍ତି ।

ଆର୍ଥିକ ସମ୍ପର୍କ

ବିସ୍ତୃତ ରଣନୀତିକ ଭାଗିଦାରୀର ମୂଳ ଆଧାର ହେଉଛି ସୁଦୃଢ଼ ବାଣିଜ୍ୟ ଓ ଅର୍ଥନୀତିକ ଗତିବିଧି ଏବଂ ରଣନୀତିକ ଉଦ୍ଦେଶ୍ୟକୁ ବୃଦ୍ଧି କରିବା । ଯାହାକି ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ମଧ୍ୟ ଆବଶ୍ୟକ ବୋଲି ଉଭୟ ପକ୍ଷ ସମ୍ମତି ଦେଇଛନ୍ତି । ଉଭୟ ନେତା ମଧ୍ୟ ଗତ ଦୁଇବର୍ଷ ମଧ୍ୟରେ ବାଣିଜ୍ୟ କାରବାର କ୍ଷେତ୍ରରେ ଉଳ୍ଲେଖନୀୟ ଅଭିବୃଦ୍ଧି ପାଇଁ ପାଇଁ ସନ୍ତୋଷ ବ୍ୟକ୍ତି କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ବାଣିଜ୍ୟର ପରିମାଣ ବୃଦ୍ଧି କରିବା ଓ ନିଜର ସଂରଚନାରେ ବିବିଧତା ଆଣିବାର ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ପକ୍ଷ 2020 ମସିହା ସୁଦ୍ଧା 15ବିଲିୟନ ଆମେରିକୀୟ ଡଲାରର ବାଣିଜ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ବାସ୍ତବ ଓ ବ୍ୟବହାରିକ ଉପାୟ ଅନ୍ୱେଷଣ ନିମନ୍ତେ ଦୁଇ ପକ୍ଷର ସମ୍ପୃକ୍ତ ମନ୍ତ୍ରଣାଳୟ ଓ ଏଜେନ୍ସୀଗୁଡ଼ିକୁ ଅନୁରୋଧ କରିଛନ୍ତି । କେବଳ ପ୍ରତିଷ୍ଠିତ ବ୍ୟବସ୍ଥାକୁ ଉପଯୋଗକୁ ସୀମିତ ନକରି, ବାଣିଜ୍ୟ ପ୍ରତିନିଧି ଆଦାଦପ୍ରଦାନକୁ ସୁଦୃଢ଼ କରିବା, ବ୍ୟବସାୟରୁ ବ୍ୟବସାୟିକ ଯୋଗାଯୋଗ, ନିୟମିତ ବାଣିଜ୍ୟ ମେଳା ଓ କାର୍ଯ୍ୟକ୍ରମର ଆୟୋଜନ କରିବା ମଧ୍ୟ ଏଥିରେ ସୀମିତ ରହିଛି । ଉଭୟ ପକ୍ଷ ଖୁବଶୀଘ୍ର 2018 ମସିହାରେ ହାନୋଇରେ ବାଣିଜ୍ୟ ପ୍ରସଙ୍ଗରେ ଯୁଗ୍ମ ଉପକମିଶନ ବୈଠକ ଆୟୋଜନ କରିବା ପାଇଁ ସହମତ ବ୍ୟକ୍ତ କରିଛନ୍ତି ।

ଉଭୟ ପକ୍ଷ ଚିହ୍ନଟ ହୋଇଥିବା ସହଯୋଗର ପ୍ରାଥମିକ କ୍ଷେତ୍ରରେ ନୂଆ ବାଣିଜ୍ୟ ଓ ନିବେଶ ସୁଯୋଗର ସମ୍ଭାବନା କରିବାକୁ ଦୁଇ ଦେଶର ବାଣିଜ୍ୟ ଓ ଉଦ୍ୟୋଗର ନେତୃତ୍ୱମାନଙ୍କୁ ଆହ୍ୱାନ କରିଛନ୍ତି । ବିଶେଷକର ହାଇଡ୍ରୋକାର୍ବନ, ବିଦ୍ୟୁତ ଉତ୍ପାଦନ, ଅକ୍ଷୟ ଶକ୍ତି, ଶକ୍ତି, ସଂରକ୍ଷଣ, ଭିତ୍ତିଭୂମି, ବୟନ, ଜୋତା, ଫାର୍ମାସ୍ୟୁଟିକାଲ, ଯାନ୍ତ୍ରିକ ଉପକରଣ, କୃଷି ଓ କୃଷି ଉତ୍ପାଦ, ପର୍ଯ୍ୟଟନ, ରସାୟନ, ଆଇସିଟି ଓ ଅନ୍ୟ ସେବା କ୍ଷେତ୍ରର ଉଦ୍ୟୋଗ କ୍ଷେତ୍ରରେ ବାଣିଜ୍ୟ ଓ ନିବେଶ ସମ୍ଭାବନା ଖୋଜିବାକୁ ଆହ୍ୱାନ କରିଛନ୍ତି । ଉଭୟ ପକ୍ଷ କୃଷି ଉତ୍ପାଦ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟାର ପ୍ରସଙ୍ଗ ଓ ପରିମାଣ ଏବଂ ଉତ୍ପାଦନ ବୃଦ୍ଧିରେ ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ସହମତ ହୋଇଛନ୍ତି ।

ଊଭୟ ପକ୍ଷ ଭିଏତନାମ ଓ ଭାରତ ମଧ୍ୟରେ ଦୁଇ-ତରଫା ନିବେଶକୁ ପ୍ରୋତ୍ସାହିତ କରିଛନ୍ତି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତରେ ଅନୁକୂଳ ନିବେଶ ପରିବେଶର ଫାଇଦା ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିଏତନାମ କମ୍ପାନୀଗୁଡ଼ିକୁ ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ଭିଏତନାମରେ ନିବେଶ କରିବା ପାଇଁ ଭାରତୀୟ କମ୍ପାନୀଗୁଡ଼ିକୁ ସ୍ୱାଗତ କରିଛନ୍ତି ଓ ଭିଏତନାମର ଆଇନ ଅନୁସାରେ ଭାରତୀୟ ନିବେଶକଙ୍କ ପାଇଁ ଅନୁକୂଳ ସ୍ଥିତି ଓ ସୁବିଧା ନିମନ୍ତେ ଭିଏତନାମ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକୁ ପ୍ରଂଶସା କରିଛନ୍ତି ଯାହାକି ଇଜି ଅଫ୍ ଡୁଇଙ୍ଗ୍ ବିଜିନେସରେ ଭାରତର ମାନ୍ୟତାରେ ଯଥେଷ୍ଟ ଉନ୍ନତି ଆଣିଛି ।

ବିକାଶ ସହଯୋଗ

ଭାରତ ପକ୍ଷରୁ ଭିଏତନାମକୁ ଦୀର୍ଘସ୍ଥାୟୀ ଏବଂ ନିରନ୍ତର ଭାବେ ଯୋଗାଇ ଦିଆଯାଉଥିବା ଅନୁଦାନ (ଗ୍ରାଣ୍ଟ ଇନ ଏଡ) ଏବଂ ଋଣ (ଲାଇନ ଅଫ କ୍ରେଡିଟ) ପାଇଁ ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ଗଭୀର କୃତଜ୍ଞତା ପ୍ରକଟ କରିଥିଲେ । ଭିଏତନାମର ଛାତ୍ରଛାତ୍ରୀ, ଗବେଷଣକ, ଶିକ୍ଷା ପେସାଦାର ଏବଂ ସରକାରୀ ଅଧିକାରୀ, ବିଶେଷ କରି ଯେଉଁମାନେ ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ(ଆଇଟିଇସି), ମେକଙ୍ଗ-ଗଙ୍ଗା ସହଯୋଗ(ଏମଜିସି) ମଂଚ, ଏଥିସହିତ ତ୍ୱରିତ ପ୍ରଭାବ ପ୍ରକଳ୍ପ(କ୍ୟୁଆଇପି) ପାଣ୍ଠି ଅଧୀନ ପ୍ରକଳ୍ପ ଆଦି ଅଧୀନରେ ଭାରତ ଆସୁଛନ୍ତି, ସେମାନଙ୍କ ପାଇଁ ବୃତ୍ତି ପରିମାଣ ବଢ଼ାଇବା ଲାଗି ସେ ଭାରତକୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଇଟିଇସି କାର୍ଯ୍ୟକ୍ରମ ଜରିଆରେ ଭିଏତନାମର ସ୍ୱାର୍ଥ ସହ ଜଡ଼ିତ କ୍ଷେତ୍ରରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଆୟୋଜନ ଲାଗି ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ । ସିଏଲଏମଭି ରାଷ୍ଟ୍ରଗୁଡ଼ିକରେ ଡିଜିଟାଲ ଗ୍ରାମ ନିର୍ମାଣ ପାଇଁ ଗ୍ରାମାଂଚଳ ଯୋଗାଯୋଗ ନିମନ୍ତେ ପାଇଲଟ ପ୍ରକଳ୍ପ ହାତକୁ ନେବା ଏବଂ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଟେକନୋଲଜିରେ ପିଏଚଡି କରିବା ପାଇଁ ଆସିଆନ ରାଷ୍ଟ୍ରର 1000 ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ସୁଯୋଗ ଦେବା ଲାଗି ଆସିଆନ-ଭାରତ ସ୍ମାରକ ସମ୍ମିଳନୀ 2018ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ଲାଗି ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ଧନ୍ୟବାଦ ଜଣାଇଥିଲେ ।

ଶକ୍ତି ସହଯୋଗ

ଉଭୟ ପକ୍ଷ ସହମତ ହୋଇଥିଲେ ଯେ ତୈଳ ଏବଂ ଗ୍ୟାସ ସନ୍ଧାନ, ତାପଜ ଏବଂ ଜଳବିଦ୍ୟୁତ ଶକ୍ତି ଏବଂ ନବୀକରଣଯୋଗ୍ୟ ଶକ୍ତି ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ସେମାନଙ୍କ ସହଯୋଗରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି । ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ଭାରତୀୟ ବାଣିଜ୍ୟିକ ଉଦ୍ୟୋଗଗୁଡ଼ିକୁ ତୈଳ ଏବଂ ଗ୍ୟାସ ଅନୁସନ୍ଧାନ ଏବଂ ଉତଖନନ କାର୍ଯ୍ୟ ଲାଗି ଭିଏତନାମର ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳ (ଇଇଜେଡ) ଏବଂ ସମୁଦ୍ର ଉପକୂଳର ଉପଯୋଗ କରିବା ଲାଗି ଆହ୍ୱାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଭିଏତନାମ ପକ୍ଷରୁ ଯୋଗାଇ ଦିଆଯାଉଥିବା ବ୍ଲକଗୁଡ଼ିକ ପାଇଁ ଦୃଢ଼ ପ୍ରସ୍ତାବ ଦାଖଲ କରିବା ଲାଗି ସମ୍ପୃକ୍ତ ଭାରତୀୟ କମ୍ପାନୀଗୁଡ଼ିକୁ ସେ ଆହ୍ୱାନ କରିଥିଲେ । ତୃତୀୟ ଦେଶରେ ତୈଳ ଏବଂ ଗ୍ୟାସ ଉତଖନନ ପ୍ରକଳ୍ପ କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ରକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରିବା କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ । ଭିଏତନାମର ମଧ୍ୟକ୍ରମ ଏବଂ ନିମ୍ନକ୍ରମ କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବା ଲାଗି ଭାରତୀୟ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡ଼ିକୁ ଭିଏତନାମ ପକ୍ଷରୁ ଆହ୍ୱାନ କରାଯାଇଥିଲା ।

ଭିଏତନାମରେ ନବୀକରଣ ଶକ୍ତି ଏବଂ ଶକ୍ତି ସଂରକ୍ଷଣ ପ୍ରକଳ୍ପରେ ନିବେଶ କରିବା ଲାଗି ଭାରତୀୟ କମ୍ପାନୀଗୁଡ଼ିକୁ ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ସ୍ୱାଗତ ଜଣାଇଥିଲେ ଏବଂ ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ପାଇଁ ଗବେଷଣା ନିମନ୍ତେ ଏକ ଗବେଷଣା ରିଆକ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ସମର୍ଥନ ଜଣାଇଥିବାରୁ ଭାରତକୁ ଧନ୍ୟବାଦ ଜଣାଇଥିଲେ  ।

ନବୀକରଣ ଶକ୍ତି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ସୌର ମେଂଟର ଫ୍ରେମୱାର୍କ ଚୁକ୍ତିରେ ସ୍ୱାକ୍ଷର ଲାଗି ଭାରତ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଗୁରୁତ୍ୱର ସହ ଦୃଷ୍ଟି ଦେବା ପ୍ରତି ଭିଏତନାମ ପକ୍ଷ ରାଜି ହୋଇଥିଲେ ।

ସଂସ୍କୃତିଶିକ୍ଷା ଏବଂ ଜନ-ଜନ ବିନିମୟ

ସଂସ୍କୃତି, ପର୍ଯ୍ୟଟନ ଏବଂ ଜନ-ଜନ ବିନିମୟ କ୍ଷେତ୍ରରେ ସହଯୋଗକୁ ତ୍ୱରାନ୍ୱିତ କରିବା,  ପ୍ରତ୍ନତତ୍ୱ, ସଂରକ୍ଷଣ ଏବଂ ସଂଗ୍ରହାଳୟ କ୍ଷେତ୍ରରେ ସହଯୋଗକୁ ଆହୁରି ନିବିଡ଼ ଏବଂ ବିସ୍ତାରିତ କରି ଦୁଇ ଦେଶ ମଧ୍ୟରେ ରହିଥିବା ସଭ୍ୟତାଗତ ଏବଂ ଐତିହାସିକ, ସାଂସ୍କୃତିକ, ଐତିହ୍ୟଗତ ସମ୍ପର୍କକୁ ପୁନରୁଦ୍ଧାର କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ । ଭାରତରେ ଏକ ଭିଏତନାମ ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା ଲାଗି ଭିଏତନାମର ପ୍ରସ୍ତାବକୁ ଭାରତ ସ୍ୱାଗତ କରିଥିଲା ।

ଭିଏତନାମର ୟୁନେସ୍କୋ ବିଶ୍ୱ ସାଂସ୍କୃତିକ ଐତିହ୍ୟ ସ୍ଥଳ – ମାଇଁ ସନ, କ୍ୱାଙ୍ଗନାମର ପୁନରୁଦ୍ଧାର ଏବଂ ସଂରକ୍ଷଣ ପ୍ରକଳ୍ପର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ଉଭୟ ନେତା ପ୍ରଶଂସା କରିଥିଲେ । ଭାରତ ପକ୍ଷରୁ ହୋଆ ଲାଇ ଟାୱାର ଏବଂ ପୋକଲୋଙ୍ଗ ଗାରାଇ ଚାମ ଟାୱାରର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ଋଣ (ଲାଇନ ଅଫ କ୍ରେଡିଟ) ପ୍ରଦାନ, ଏବଂ ନିନ ଥୁଆନ ଅଂଚଳରେ ରହୁଥିବା ଚାମ ସମ୍ପ୍ରଦାୟର ସହାୟତା ପାଇଁ ଅନୁଦାନ (ଗ୍ରାଣ୍ଟ ଇନ ଏଡ) ଯୋଗାଇ ଦିଆଯିବାକୁ ଭିଏତନାମ ପକ୍ଷ ସ୍ୱାଗତ କରିଥିଲା । ଫୁ ଥୋ, ଭିନ ଫୁକ ଏବଂ ଅନ୍ୟ ଅଂଚଳରେ ପାଖାପାଖି 500 ଭିଏତନାମ ନାଗରିକଙ୍କୁ ଥଇଥାନ ଏବଂ କୃତ୍ରିମ ଜୟପୁର ପାଦ ଯୋଗାଇ ଦେଇଥିବାରୁ ଭିଏତନାମ ପକ୍ଷରୁ ଭାରତ ସରକାର ଏବଂ ଭଗବାନ ମହାବୀର ସହାୟତା ସମିତି (ବିଏମଭିଏସଏସ) ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ଯୋଗାଯୋଗ

ଭିଏତନାମ ଏବଂ ଭାରତ ସହିତ ଆସିଆନ ଏବଂ ଭାରତ ମଧ୍ୟରେ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ । ସିଏଲଏମଭି ଦେଶଗୁଡ଼ିକ ପାଇଁ ଭାରତ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନାର ଲାଭ ନେବା ଲାଗି ଭିଏତନାମକୁ ଭାରତୀୟ ପକ୍ଷ ଅନୁରୋଧ କରିଥିଲେ । ଏହି ଯୋଜନା ମଧ୍ୟରେ ରହିଛି ଭୌତିକ ଏବଂ ଡିଜିଟାଲ ଯୋଗାଯୋଗ ପ୍ରକଳ୍ପ ପାଇଁ 1 ବିଲିୟନ ଆମେରୀକିୟ ଡଲାରର ଋଣ (ଲାଇନ ଅଫ କ୍ରେଡିଟ) ସହାୟତା । କାମ୍ବୋଡିଆ ଏବଂ ଲାଓସ ଦେଇ ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥକୁ ଭିଏତନାମ ପର୍ଯ୍ୟନ୍ତ ସମ୍ପ୍ରସାରଣ ଲାଗି ରହିଥିବା  ସମ୍ଭାବନାକୁ ଉଜାଗର କରିବା ଲାଗି ଉଭୟ ପକ୍ଷ ସହମତ ହୋଇଥିଲେ ।

ଆସିଆନ-ଭାରତ ସାମୁଦ୍ରିକ ପରିବହନ ସହଯୋଗ ଚୁକ୍ତି ଆଗୁଆ ସ୍ୱାକ୍ଷର କରାଯିବା ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ । ଭାରତ ଏବଂ ଭିଏତନାମର ସାମୁଦ୍ରିକ ବନ୍ଦର ମଧ୍ୟରେ ସିଧାସଳଖ ଜାହାଜ ଚଳାଚଳ ମାର୍ଗ ସ୍ଥାପନ ଲାଗି ସେମାନେ ଗୁରୁତ୍ୱାରୋପ କରିଥିଲେ । ସେମାନେ ମଧ୍ୟ ଏହି ଗସ୍ତ ଅବସରରେ ନୂଆଦିଲ୍ଲୀ ଏବଂ ହୋ ଚି ମିନ ସହର ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗକୁ ସ୍ୱାଗତ କରିଥିଲେ ଏବଂ ଉଭୟ ଦେଶର ବିମାନ କମ୍ପାନୀଗୁଡ଼ିକୁ ଯଥାଶୀଘ୍ର ଦୁଇ ଦେଶର ବଡ଼ ସହର ମଧ୍ୟରେ ବିମାନ ଚଳାଚଳ ପାଇଁ ଆହ୍ୱାନ କରିଥିଲେ ।

କ୍ଷେତ୍ରୀୟ ସହଯୋଗ

ଏସିଆର କ୍ଷେତ୍ରୀୟ ସୁରକ୍ଷା ସ୍ଥିତି ସମେତ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ବିଚାର ବିନିମୟ କରିଥିଲେ । ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଲକ୍ଷ୍ୟ ହାସଲ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ, ଯେଉଁଠି ସାର୍ବଭୌମତ୍ୱ ଏବଂ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ, ନୌପରିବହନ ଏବଂ ବିମାନ ଚଳାଚଳରେ ସ୍ୱାଧୀନତା, ସାମଗ୍ରୀକ ବିକାଶ ଏବଂ ଏକ ବାଧାମୁକ୍ତ, ସ୍ୱଚ୍ଛ ଓ ମୁକ୍ତ ବାଣିଜ୍ୟ ଏବଂ ନିବେଶ ବ୍ୟବସ୍ଥା ରହିଥିବ ।

ଏପରି ଏକ ମୁକ୍ତ, ପାରଦର୍ଶୀ, ସାମଗ୍ରୀକ ଏବଂ ନିୟମ ଆଧାରିତ କ୍ଷେତ୍ରୀୟ ଢାଂଚାକୁ ସୁରକ୍ଷା ଦେବା ଏବଂ ସୁଦୃଢ଼ କରିବା ସହିତ ଆସିଆନ ସହିତ ସହଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତ ଏବଂ ଭିଏତନାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଜାନୁଆରୀ 2018ରେ ନୂଆଦିଲ୍ଲୀ ଠାରେ ଆସିଆନ-ଭାରତ ସ୍ମାରକ ସମ୍ମିଳନୀର ସଫଳ ଆୟୋଜନ ପ୍ରତି ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏଥିରେ 2015-2018 ବର୍ଷ ଲାଗି ସଂଯୋଜକ ରାଷ୍ଟ୍ର ଭାବେ ନିଜସ୍ୱ କ୍ଷମତା ଆଧାରରେ ଭିଏତନାମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ପ୍ରଶଂସା କରିଥିଲେ । ଏଥିସହିତ ଆସିଆନ-ଭାରତ ରଣନୈତିକ ଭାଗିଦାରୀକୁ ଆହୁରି ସମ୍ପ୍ରସାରିତ କରିବା ଲାଗି ଦିଲ୍ଲୀ ଘୋଷଣାନାମାରେ ରହିଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ । ପରିବର୍ଦ୍ଧିତ କ୍ଷେତ୍ରୀୟ ଦୃଶ୍ୟପଟ୍ଟରେ ଆସିଆନର କେନ୍ଦ୍ରୀୟ ଭୂମିକା ପାଇଁ ଭାରତର ସହଯୋଗ; କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା ଓ ସମୃଦ୍ଧି ପ୍ରତିଷ୍ଠା ଲାଗି ଏହାର ନିରନ୍ତର ଯୋଗଦାନ ଏବଂ ଆସିଆନ ଏକତ୍ରୀକରଣ ତଥା ଆସିଆନ ଗୋଷ୍ଠୀ ନିର୍ମାଣ ପ୍ରକ୍ରିୟାରେ ଭାରତର ପ୍ରୟାସକୁ ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ ପ୍ରଶଂସା କରିଥିଲେ ।

ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ଏବଂ ଆସିଆନ ଢାଂଚା ଜରିଆରେ କ୍ଷେତ୍ରୀୟ ସହଯୋଗ ଲକ୍ଷ୍ୟ ହାସଲ କରିବାରେ ଉପକ୍ଷେତ୍ରୀୟ ଢାଂଚାର ମହତ୍ୱ ରହିଥିବା ଉଭୟ ପକ୍ଷ ରେଖାଙ୍କିତ କରିଥିଲେ । ଏଥିସହିତ ସେମାନେ ପ୍ରଚଳିତ ଉପ-କ୍ଷେତ୍ରୀୟ ଢାଂଚା, ବିଶେଷ କରି ମେକଙ୍ଗ-ଗଙ୍ଗା ଅର୍ଥନୈତିକ କରିଡରକୁ ଉନ୍ନତ ଭାବେ ବିକଶିତ କରିବା ଏବଂ ଉପଯୋଗ କରିବା ଲାଗି ରାଜି ହୋଇଥିଲେ ।

ବହୁପକ୍ଷୀୟ ସହଯୋଗ

କ୍ଷେତ୍ରୀୟ ଏବଂ ଅନ୍ତର୍ଜାତୀୟ ମଂଚରେ ସେମାନଙ୍କ ମଧ୍ୟରେ ରହିଥିବା ସମନ୍ୱୟକୁ ଉଭୟ ପକ୍ଷ ପ୍ରଶଂସା କରିଥିଲେ ଏବଂ ଏହି ପରମ୍ପରାକୁ ଜାରି ରଖିବା ଲାଗି ରାଜି ହୋଇଥିଲେ । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ 2020-2021 ଅବଧି ଲାଗି ଭିଏତନାମର ପ୍ରାର୍ଥୀତ୍ୱ ଏବଂ 2021-2022 ଅବଧି ଲାଗି ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ । ସୁରକ୍ଷା ପରିଷଦରେ ସଂସ୍କାର ଅଣାଯାଇ ଭାରତକୁ ସ୍ଥାୟୀ ସଦସ୍ୟ ମାନ୍ୟତା ଦେବା ପ୍ରସ୍ତାବକୁ ସମର୍ଥନ କରିବ ବୋଲି ଭିଏତନାମ ପକ୍ଷ ଦୋହରାଇଥିଲା ।

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ସାମଗ୍ରୀକ ଭାବେ ବିଶ୍ୱସ୍ତରରେ ଶାନ୍ତି, ସ୍ଥିରତା ଏବଂ ବିକାଶ ବଜାୟ ରଖିବା କ୍ଷେତ୍ରରେ ସହଯୋଗ ଲାଗି ସେମାନଙ୍କର ସମର୍ପଣ ଏବଂ ପ୍ରୟାସ ଜାରି ରଖିବାକୁ ଉଭୟ ପକ୍ଷ ଦୋହରାଇଥିଲେ । ସାମୁଦ୍ରିକ ଆଇନ ଉପରେ ମିଳିତ ଜାତିସଂଘର ସମ୍ମେଳନ 1982(ୟୁଏନସିଏଲଓଏସ), ଭଳି ଅର୍ନ୍ତଜାତୀୟ ଆଇନର ପୂର୍ଣ୍ଣ ଅନୁପାଳନ, ବିଶ୍ୱସ୍ତତା ପାଇଁ ଅନ୍ତର୍ଜାତୀୟ ଆଇନଗତ ଉତ୍ତରଦାୟିତ୍ୱ କାର୍ଯ୍ୟକାରୀ କରିବା, ଦକ୍ଷିଣ ଚୀନ ସାଗରରେ ମୁକ୍ତ ଜଳମାର୍ଗ ଏବଂ ଏହା ଉପରେ ବାଧାମୁକ୍ତ ଆକାଶମାର୍ଗ ପାଇଁ ସ୍ୱାଧୀନତା, କୂଟନୈତିକ ଏବଂ ଆଇନଗତ ପ୍ରକ୍ରିୟା ପ୍ରତି ପୂର୍ଣ୍ଣ ସମ୍ମାନ, କୌଣସି ପ୍ରକାରର ଭୟ ଏବଂ ଶକ୍ତିର ପ୍ରୟୋଗ ନକରି ବିବାଦର ଶାନ୍ତିପୂର୍ଣ୍ଣ ତଥା ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମାଧାନ ପ୍ରତି ଉଭୟ ପକ୍ଷ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ, ଦକ୍ଷିଣ ଚୀନ ସାଗରରେ ବିଭିନ୍ନ ପକ୍ଷର ଆଚରଣବିଧି ଘୋଷଣାନାମାର ପୂର୍ଣ୍ଣ ତଥା ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ସମର୍ଥନ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ । ଏହାସହିତ ଯଥାଶୀଘ୍ର ସମ୍ଭବ ଦକ୍ଷିଣ ଚୀନ ସାଗର ପାଇଁ ଏକ ପ୍ରଭାବୀ ଏବଂ ସୁଦୃଢ଼ ଆଚରଣବିଧି ଚୂଡ଼ାନ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

2030 ନିରନ୍ତର ବିକାଶ ଏଜେଣ୍ଡାକୁ ଉଭୟ ନେତା ସ୍ୱାଗତ କରିଥିଲେ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ଗୁଡ଼ିକୁ ହାସଲ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ । ଏସଡିଜି ହାସଲ କରିବାକୁ ହେଲେ ବିଶ୍ୱସ୍ତରୀୟ ସହଭାଗୀତାର ଆବଶ୍ୟକତା ରହିଛି ବୋଲି ସେମାନେ ସହମତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ, ଉଭୟ ନେତା ଆଦିସ ଆବାବା କାର୍ଯ୍ୟ ଏଜେଣ୍ଡାର ସ୍ମରଣ କରିଥିଲେ ଏବଂ ବିକଶିତ ରାଷ୍ଟ୍ରଗୁଡ଼ିକୁ ଦ୍ୱାରା ଅଧିକୃତ ବିକାଶ ସହାୟତା ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଉଦାର ଆତିଥ୍ୟ ପାଇଁ ରାଷ୍ଟ୍ରପତି କୋବିନ୍ଦ ଏବଂ ଭାରତର ବନ୍ଧୁତ୍ୱପୂର୍ଣ୍ଣ ଜନସାଧାରଣଙ୍କୁ ରାଷ୍ଟ୍ରପତି ତ୍ରାନ ଦାଇ କ୍ୱାଙ୍ଗ କୃତଜ୍ଞତା ଜଣାଇଥିଲେ । ଯଥାଶୀଘ୍ର ସମ୍ଭବ ଭିଏତନାମ ଗସ୍ତ କରିବା ଲାଗି ସେ ରାଷ୍ଟ୍ରପତି କୋବିନ୍ଦଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ରାଷ୍ଟ୍ରପତି କୋବିନ୍ଦ ଆନନ୍ଦ ସହକାରେ ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ଏବଂ କୂଟନୈତିକ ସ୍ତରରେ ଗସ୍ତର ତାରିଖସୂଚୀ ଚୂଡ଼ାନ୍ତ କରାଯିବ ବୋଲି ସହମତି ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves Continuation of Pradhan Mantri Gram Sadak Yojana-III till March 2028
April 18, 2026

The Union Cabinet, chaired by the Prime Minister Shri Narendra Modi, today has given its approval for the continuation of Pradhan Mantri Gram Sadak Yojana-III (PMGSY-III) beyond March 2025 upto March 2028. It involves consolidation of Through Routes and Major Rural Links connecting habitations to Gramin Agricultural Markets (GrAMs), Higher Secondary Schools and Hospitals. The revised outlay of the scheme will be Rs.83,977 crore.

The Cabinet further, amongst other things, approved the following:

  • Extension of timeline till March 2028 for completion of roads and bridges in plain areas and roads in hilly areas.
  • Extension of timeline till March 2029 for completion of bridges in hilly areas.
  • Works sanctioned before 31.03.2025 but un-awarded till now may be taken up for tender/award.
  • Long Span Bridges (LSBs) (161 Nos. with estimated cost of Rs.961 crore) pending for sanction but lying on the alignment of already sanctioned roads may be sanctioned and tendered/awarded.
  • Revision of outlay to Rs. 83,977 crore from original outlay of Rs.80,250 crore.

Benefits:

The extension of the timeline of PMGSY-III will enable the full realization of its intended socio-economic benefits by ensuring completion of targeted upgradation of rural roads. It will significantly boost the rural economy and trade by enhancing market access for agricultural and non-farm products, reducing transportation time and costs, and thereby improving rural incomes. Improved connectivity will facilitate better access to education and healthcare institutions, ensuring timely delivery of essential services, particularly in remote and underserved areas.

The continued implementation will also generate substantial employment opportunities, both directly through construction activities and indirectly by promoting rural enterprises and services. Overall, the extension will contribute to inclusive and sustainable development by bridging the rural-urban divide and advancing the vision of Viksit Bharat 2047.