ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ସେସେଲ୍ସର ମହାମହିମ ରାଷ୍ଟ୍ରପତି ୱାଭେଲ ରାମକାଲାୱାନଙ୍କ ସହିତ ୮ ଏପ୍ରିଲ ୨୦୨୧ ରେ ସେସେଲ୍ସରେ ବିଭିନ୍ନ ଭାରତୀୟ ପ୍ରକଳ୍ପର ଉଦଘାଟନ କରିବେ ।

ଏହି ଉଚ୍ଚ ସ୍ତରର ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ନିମ୍ନଲିଖିତ ବିଷୟବସ୍ତୁ ରହିବ:

କ) ସେସେଲ୍ସରେ ନୂତନ ମାଜିଷ୍ଟ୍ରେଟ୍ କୋର୍ଟ କୋଠାର ମିଳିତ ଇ-ଉଦ୍‍ଘାଟନ;

ଖ) ସେସେଲ୍ସ ତଟରକ୍ଷୀ ବାହିନୀକୁ ଏକ ଫାଷ୍ଟ ପାଟ୍ରୋଲିଂ ନୌଭେଳା ହସ୍ତାନ୍ତର;

ଗ) ୧ ମେଗାୱାଟ ସୌର ଶକ୍ତି ପ୍ରକଳ୍ପ ହସ୍ତାନ୍ତର;

ଘ) ୧୦ ଟି ଉଚ୍ଚ ପ୍ରଭାବସମ୍ପନ୍ନ ଗୋଷ୍ଠୀ ବିକାଶ ପ୍ରକଳ୍ପ (HICDPs) ର ଉଦ୍‍ଘାଟନ ।

ରାଜଧାନୀ ଭିକ୍ଟୋରିଆରେ ଥିବା ନୂତନ ମାଜିଷ୍ଟ୍ରେଟ୍ କୋର୍ଟ କୋଠା ହେଉଛି ସେସେଲ୍ସରେ ଭାରତର ପ୍ରଥମ ପ୍ରମୁଖ ବେସାମରିକ ଭିତ୍ତିଭୂମି ପ୍ରକଳ୍ପ ଯାହାକି ଅନୁଦାନ ସହାୟତାରେ ନିର୍ମାଣ ହୋଇଛି ।  ମାଜିଷ୍ଟ୍ରେଟ୍ କୋର୍ଟ ଏକ ଅତ୍ୟାଧୁନିକ କୋଠା ଯାହା ସେସେଲ୍ସ ନ୍ୟାୟିକ ବ୍ୟବସ୍ଥାର କ୍ଷମତାକୁ ବହୁଗୁଣିତ କରିବ ଏବଂ ସେସେଲ୍ସର ଲୋକଙ୍କୁ ନ୍ୟାୟିକ ସେବା ପ୍ରଦାନରେ ସହାୟତା କରିବ ।

କୋଲକାତାର M/s GRSE, ଦ୍ୱାରା ଭାରତରେ ର୍ନିମିତ ୫୦-ଏମ୍‍ ଫାଷ୍ଟ ପାଟ୍ରୋଲିଂ ନୌଭେଳା, ଯାହା ଏକ ଅତ୍ୟାଧୁନିକ ଏବଂ ସମ୍ପୂର୍ଣ୍ଣ ସୁସଜ୍ଜିତ ନୌସେନା ଜାହାଜ, ସାମୁଦ୍ରିକ ନୀରିକ୍ଷଣ କ୍ଷମତାକୁ ଦୃଢ କରିବା ପାଇଁ ଭାରତୀୟ ଅନୁଦାନ ସହାୟତାରେ ସେସେଲ୍ସକୁ ଉପହାର ଦିଆଯାଉଛି ।

ସେସେଲ୍ସର ରୋମେନଭିଲ୍ ଦ୍ୱୀପରେ ଥିବା ୧ ମେଗାୱାଟ ଗ୍ରାଉଣ୍ଡ-ମାଉଣ୍ଟେଡ ସୌର ଶକ୍ତି ପ୍ରକଳ୍ପ ଭାରତ ସରକାରଙ୍କ ଅନୁଦାନ ସହାୟତାରେ ସେସେଲ୍ସରେ କାର୍ଯ୍ୟକାରୀ ହେବାକୁ ଥିବା "ପିଭି ଡେମୋକ୍ରାଟାଇଜେସନ୍ ପ୍ରକଳ୍ପ'ର ଏକ ଅଂଶ ଭାବରେ ସମ୍ପୂର୍ଣ୍ଣ ହୋଇଛି ।

 

ଭର୍ଚୁଆଲ କାର୍ଯ୍ୟକ୍ରମରେ ସ୍ଥାନୀୟ ସଂସ୍ଥା, ଶିକ୍ଷାନୁଷ୍ଠାନ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ସହଯୋଗରେ ଭାରତର ହାଇକମିଶନଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ୧୦ ଟି ଉଚ୍ଚ ପ୍ରଭାବସମ୍ପନ୍ନ ଗୋଷ୍ଠି ବିକାଶ ପ୍ରକଳ୍ପ (HICDPs) ର ହସ୍ତାନ୍ତର ମଧ୍ୟ ଦେଖିବାକୁ ମିଳିବ ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରେ "SAGAR" ‘ସମସ୍ତ କ୍ଷେତ୍ରର ସୁରକ୍ଷା ଏବଂ ଅଭିବୃଦ୍ଧି' ରେ ସେସେଲ୍ସ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ଏହି ପ୍ରମୁଖ ପ୍ରକଳ୍ପଗୁଡିକର ଉଦଘାଟନ ସେସେଲ୍ସର ଭିତ୍ତିଭୂମି, ବିକାଶ ତଥା ସୁରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ଏକ ର୍ନିଭରଯୋଗ୍ୟ ଅଂଶୀଦାର ଭାବରେ ଭାରତର ବିଶେଷ ତଥା ସମୟୋଚିତ ଭୂମିକାକୁ ଦର୍ଶାଇବା ସହିତ ଏହା ଭାରତ ଏବଂ ସେସେଲ୍ସର ଲୋକଙ୍କ ମଧ୍ୟରେ ଥିବା ଗଭୀର ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଏକ ପ୍ରମାଣ ଅଟେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future